ସମୟ ବଡ଼ ବଳବାନ (୨୦୧୬ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Samaya Bada Balaban (2016 Film)ରୁ ଲେଉଟି ଆସିଛି)
ସମୟ ବଡ଼ ବଳବାନ
ନିର୍ଦ୍ଦେଶକଏସ୍. କେ. ମୁରଲୀଧରନ
ପ୍ରଯୋଜକପୁପିନ୍ଦର ସିଂହ
ସଂଳାପ(ସଂଳାପ): ରଜନୀ ରଞ୍ଜନ
ଚିତ୍ରନାଟ୍ୟରଜନୀ ରଞ୍ଜନ
କାହାଣୀରଜନୀ ରଞ୍ଜନ
କଳାକାରପୁପିନ୍ଦର ସିଂହ, ଲିପ୍ସା ମିଶ୍ର, ଅନୁଭା ସୌର୍ଯ୍ୟା, ଅଶ୍ରୁମୋଚନ ମହାନ୍ତି, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ସୁରେଶ ବଳ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୪ ମାର୍ଚ୍ଚ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ସମୟ ବଡ଼ ବଳବାନ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ଶୀର୍ଷକ ୧୯୮୫ର ଏକ ପୁରୁଣା କଥାଚିତ୍ର ସମୟ ବଡ଼ ବଳବାନ ନାମ ସ‌ହ ସମାନ ରଖାଯାଇଥିଲା । ଏହି ଚଳଚ୍ଚିତ୍ରର ପ୍ରଯୋଜନ କରିଥିଲେ ପୁପିନ୍ଦର ସିଂହ । ସୁରେନ୍ ମହାପତ୍ର ଏବଂ ଆତ୍ମ‌ପ୍ରକାଶ ପଣ୍ଡା ଏହି ଚଳଚ୍ଚିତ୍ରର ସ‌ହ ପ୍ରଯୋଜକ ଥିଲେ । କାଲୋସ୍ଥନିକ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନନରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ଏହି ବ୍ୟାନନର ଏହା ଥିଲା ୫ମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍. କେ. ମୁରଲୀଧରନ । କାହାଣୀ, ସଂଳାପ ଲେଖିଥିଲେ ଡଃ ରଜନୀ ରଞ୍ଜନ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଡଃ ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।[୧]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ପୁପିନ୍ଦର[୨] ଏବଂ ଅଭିନେତ୍ରୀ ଅନୁଭା[୩]ଲିପ୍ସାଅଶ୍ରୁମୋଚନ ମହାନ୍ତି, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ସୁରେଶ ବଳ, ଜୀବନ ପଣ୍ଡା ଆଦି ବରିଷ୍ଠ କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟୀ ୪ ମାର୍ଚ୍ଚ ୨୦୧୬ରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ । ନଭ୍ୟା, ସଞ୍ଜୁ, ଅଭିଜିତ ମଜୁମଦାର ଆଦି କଣ୍ଠଶିଳ୍ପୀଗଣ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ହଉ ହେଲା" 
2."ମାସୁକ୍ ମାଇଁ ଲଭ୍ ଇଜ୍ ୟୁ" 
3."ହେଲେ ହେଲେ ନ ହେଲେ ରାଉରକେଲା" 
4."ପାର୍ଟି ଦେବି" 

ଆଧାର[ସମ୍ପାଦନା]

  1. "Samaya Bada Balaban". Odia Movie Database. Archived from the original on 12 March 2017. Retrieved 1 August 2017.
  2. ୨.୦ ୨.୧ "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
  3. "ପାଞ୍ଚବର୍ଷ ପରେ ତିନିଟି ସିନେମାରେ ନଜର ଆସିଛନ୍ତି ଅନୁଭା". ସମ୍ବାଦ. 18 December 2016. Retrieved 1 August 2017.
  4. "ରିଲିଜ୍ ହେଲା 'ସମୟ ବଡ଼ ବଳବାନ'". ସମ୍ବାଦ. 4 March 2016. Retrieved 1 August 2017.
  5. "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
  6. "କେଉଁ ନାୟିକାଙ୍କ ଉଦ୍ଦେଶ୍ୟରେ ଜ୍ୟୋତି କହୁଛନ୍ତି 'ସାଥୀ ତୁ ଫେରିଆ' ? | Sambad". Sambad (in Odia). Odisha. 5 October 2018. Archived from the original on 7 October 2018. Retrieved 6 October 2018.{{cite news}}: CS1 maint: unrecognized language (link)
  7. "ଏହି ବଡ଼ ନାୟିକାଙ୍କ ସହ ରୋମାନସ୍‌ କରିବେ ଓଲିଉଡ ନାୟକ ଜ୍ୟୋତି". sambad.in. 21 May 2018. Retrieved 6 June 2018.
  8. "ଜ୍ୟୋତିର୍ମୟୀଙ୍କ ଭାଗ୍ୟ କେବେ ଖୋଲିବ?". ସମ୍ବାଦ. 7 November 2016. Archived from the original on 4 August 2017. Retrieved 1 August 2017.

ବାହାର ଆଧାର[ସମ୍ପାଦନା]