Jump to content

ପୁପିନ୍ଦର ସିଂହ

ଉଇକିପିଡ଼ିଆ‌ରୁ
ପୁପିନ୍ଦର ସିଂହ
ଜନ୍ମ
ପୁପିନ୍ଦର ସିଂହ

୧ ମଇ[୧]
କୋରାପୁଟ, ଓଡ଼ିଶା, ଭାରତ
ପେଷାsଓଡ଼ିଆ କଥାଚିତ୍ର ଅଭିନେତା,
ପ୍ରଯୋଜକ,
ଉପସ୍ଥାପକ
କାର୍ଯ୍ୟକାଳ୨୦୦୮-ଏବେଯାଏଁ
ଜୀବନସାଥୀରୁପିନ୍ଦର କୌର

ପୁପିନ୍ଦର ସିଂହ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ଓଡ଼ିଆ କଥାଚିତ୍ର ପ୍ରଯୋଜକ, ଦୂରଦର୍ଶନ ଓ ମଞ୍ଚ ଉପସ୍ଥାପକ ଏବଂ ପ୍ରାକ୍ତନ ଆଲବମ୍ ଅଭିନେତା ।[୨] ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ତୋ ବିନା ଭଲ ଲାଗେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର ଶୁଭ ବିବାହରେ ନାୟକ ଭୂମିକାରେ ପ୍ରଥମଥର ପାଇଁ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଜରିଆରେ ସେ ପ୍ରଯୋଜନା ମଧ୍ୟ ଆରମ୍ଭ କରିଥିଲେ । ସେ ଓଡ଼ିଆ ଦୂରଦର୍ଶନରେ ଜଣେ ଉପସ୍ଥାପକ ତ‌ଥା ଅଭିନେତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଦୂରଦର୍ଶନ କାର୍ଯ୍ୟକ୍ରମ ଫୁଲ୍ ବୋବା୍ଲ, ଜୀନାର ଜୀବନ ସାଥି ଆଦିରେ ଉପସ୍ଥାପକ କାର୍ଯ୍ୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

[ସମ୍ପାଦନା]

ପୁପିନ୍ଦର ସିଂହ, ରୁପିନ୍ଦର ସିଂହଙ୍କୁ ବିବାହ କରିଥିଲେ ।[୩] ରୁପିନ୍ଦର ପୁପିନ୍ଦରଙ୍କର ପ୍ରଯୋଜନା ସଂସ୍ଥା ସ‌ହ କାର୍ଯ୍ୟ କରୁଛନ୍ତି ।[୪]

ଅଭିନୟ ଜୀବନ

[ସମ୍ପାଦନା]

ପୁପିନ୍ଦର ସିଂହ ଜଣେ ଓଡ଼ିଆ ଅଲବମ୍ ଅଭିନେତା ଭାବରେ ଓଡ଼ିଆ ଏବଂ ସମ୍ବଲପୁରୀ ଗୀତରେ ନୃତ୍ୟ କରିଥିଲେ । ଏହାପରେ ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ତୋ ବିନା ଭଲ ଲାଗେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଏହି କଥାଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ପୁପିନ୍ଦର ସ‌ହ-ନାୟକ ଭାବରେ ଅଭିନୟ କରିଥିଲେ ।[୫][୬] ଏହାପରେ ସେ ୨୦୦୯ ମସିହାରେ ଲଭ୍ ଡଟ୍ କମ୍ କଥାଚିତ୍ରରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ ।

୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ପ୍ରଯୋଜକ ଭାବରେ ମଧ୍ୟ ପ୍ରବେଶ କରିଥିଲେ । ସେ ନାୟକ ଭାବରେ ତାଙ୍କର ପ୍ରଥମ କଥାଚିତ୍ର ଶୁଭ ବିବାହର ପ୍ରଯୋଜନା ନିଜେ କରିଥିଲେ ।[୨] ଏହି କଥାଚିତ୍ରଟିର ନାୟିକା ଭାବରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।[୭] ଆକାଶ ଦାସନାୟକ ଏହି କଥାଚିତ୍ରଟିର ସ‌ହ-ନାୟକ ଭାବରେ ଅଭିନୟ କରିଥିଲେ । ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହାପରେ ସେ କିଛି ଖଟା କିଛି ମିଠା, ଜଗୁ ଅଟୋବାଲା, ସମୟ ବଡ଼ ବଳବାନ ଆଦି କଥାଚିତ୍ରରେ ନାୟକ ଭାବରେ ଅଭିନୟ କରିଥିଲେ ଏବଂ ପ୍ରଯୋଜନା କରିଥିଲେ । ପୁପିନ୍ଦର ୨୦୧୩ ମସିହାରେ ଅପରାଜିତା ମହାନ୍ତିଙ୍କ ସ‌ହ ମିଶି ଡାହା ବାଳୁଙ୍ଗା ଚଳଚ୍ଚିତ୍ରର ପ୍ରଯୋଜନ କରିଥିଲେ ।[୮] ଏହି କଥାଚିତ୍ରଟିରେ ନାୟକ ଭାବରେ ବାବୁଶାନ୍ ମହାନ୍ତି ଅଭିନୟ କରିଥିଲେ[୮] ଏବଂ ଖଳନାୟକ ଭାବରେ ହିନ୍ଦୀ କଥାଚିତ୍ର ଅଭିନେତା ଜ୍ୟାକି ଶ୍ରଫ୍ ଅଭିନୟ କରିଥିଲେ ।

ପୁପିନ୍ଦର ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ଏବଂ ୱାଉ୍, ଫୁଲ୍ ବୋବାଲ୍, ଜୀନାର ଜୀବନସାଥୀ ଭଳି କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।[୯] ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଚ୍ୟାଲେଞ୍ଜର ପ୍ରଥମ ଭାଗରେ ଜଣେ ପ୍ରତିଯୋଗୀ ଭାବରେ ଫାଇନାଲ୍‌ ଯାଏଁ ଯାଇଥିଲେ । ସେ ସାର୍ଥକ ଟିଭିର କାର୍ଯ୍ୟକ୍ରମ ରଜ କୁଇନ୍‌ରେ ମଧ୍ୟ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୮ତୋ ବିନା ଭଲ ଲାଗେନାସୁରଜପ୍ରଥମ କଥାଚିତ୍ର
୨୦୦୯ଲଭ୍ ଡଟ୍ କମ୍ରାଜ୍
୨୦୧୦ଶୁଭ ବିବାହକ୍ରିଷ୍ଣାନାୟକ ଭାବରେ ପ୍ରଥମ କଥାଚିତ୍ର,
ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୧କିଛି ଖଟା କିଛି ମିଠାନାୟକ/ପ୍ରଯୋଜକ
୨୦୧୨ଥୁକୁଲ୍[୧୦]ଡାକ୍ତରଚରିତ୍ର ଅଭିନେତା
ଜଗୁ ଅଟୋବାଲାଜଗନ୍ନାଥନାୟକ/ପ୍ରଯୋଜକ
ଏସିପି ରଣବୀରପୁପିନ୍ଦରଶୀର୍ଷକ ଗୀତରେ ଅତିଥି କଳାକାର
୨୦୧୫ରଘୁପତି ରାଘବ ରାଜାରାମ[୧୧]ରାଘବ
୨୦୧୬ସମୟ ବଡ଼ ବଳବାନଆକାଶନାୟକ/ପ୍ରଯୋଜକ

ପ୍ରଯୋଜିତ କଥାଚିତ୍ର

[ସମ୍ପାଦନା]
  • ଶୁଭ ବିବାହ
  • କିଛି ଖଟା କିଛି ମିଠା
  • ଜଗୁ ଅଟୋବାଲା
  • ଡାହା ବାଳୁଙ୍ଗା
  • ସମୟ ବଡ଼ ବଳବାନ

ଦୂରଦର୍ଶନ

[ସମ୍ପାଦନା]
  • ୱାଉ (ଇ ଟିଭି ଓଡ଼ିଆ)- ଉପସ୍ଥାପକ
  • ଫୁଲ୍ ବୋବାଲ୍ (ଇ ଟିଭି ଓଡ଼ିଆ)- ଉପସ୍ଥାପକ
  • ଜୀନାର ଜୀବନସାଥୀ (ତରଙ୍ଗ ଟିଭି)- ଉପସ୍ଥାପକ
  • ମୁଁ ବି ହିରୋଇନ୍ ହେବି (ସାର୍ଥକ ଟିଭି)- ବିଚାରକ
  • ରଜ କୁଇନ୍ (ସାର୍ଥକ ଟିଭି)- ମେଣ୍ଟର

ଲୋକପ୍ରିୟ ଆଲବମ୍

[ସମ୍ପାଦନା]
  • ଜାଇଫୁଲ

ବିବାଦ

[ସମ୍ପାଦନା]

ଜୁଲାଇ ୨୦୧୭ରେ ପୁପିନ୍ଦର ଏବଂ ତାଙ୍କ ପତ୍ନୀ ରୁପିନ୍ଦରଙ୍କୁ ବାଲିଅନ୍ତା ପୋଲିସ ଗିରଫ କରିଥିଲା ।[୧୨] ୯୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା ।[୩][୪]

  1. ↑ "ଆର୍କାଇଭ୍ କପି". Archived from the original on 2021-03-04. Retrieved 2018-07-25. {{cite web}}: Cite has empty unknown parameter: |1= (help)
  2. 1 2 3 "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
  3. 1 2 "Odia actor Pupinder Singh arrested after NBW issued by Court". ପ୍ରଗତିବାଦୀ. 29 July 2017. Retrieved 10 April 2018.
  4. 1 2 "Actor Pupinder Singh Arrested On Cheating Charge, Granted Bail". Kalinga TV. 29 July 2018. Retrieved 10 April 2018.
  5. ↑ "ପ୍ରଥମ ଫିଲ୍ମରେ ରୁପାଲିଙ୍କୁ ମିଳିଥିଲା ଦୃଷ୍ଟିହୀନା ଭୂମିକା!". sambad.in. 28 September 2017. Retrieved 10 April 2018.
  6. ↑ "ପ୍ରଥମ ଫିଲ୍ମରେ ଏ ଦୁଇ ଓଲିଉଡ ନାୟିକା ସାଜିଥିଲେ ଦୃଷ୍ଟିହୀନା". sambad.in. 19 November 2017. Retrieved 10 April 2018.
  7. ↑ "ଏହି ନାୟକଙ୍କ ସହ ଥରଟିଏ ନାୟିକା ବନିଛନ୍ତି ବର୍ଷା". sambad.in. 11 November 2017. Retrieved 10 April 2018.
  8. 1 2 "ବାବୁସାନ୍‌ କି ଅରିନ୍ଦମ୍‌ ହୋଇପାରି ନଥିଲେ ଏହି ସିନେମାର ରିମେକ୍‌ର ହିରୋ !". sambad.in. 2 October 2017. Retrieved 10 April 2018.
  9. ↑ "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
  10. ↑ "ଦୁଇଥର ଏକାଠି ଆସିଛନ୍ତି ଏହି ଦୁଇ ଓଲିଉଡ଼୍‍ ନାୟିକା". sambad.in. 1 April 2018. Retrieved 10 April 2018.
  11. ↑ "ଏହି ସିନେମା ଜରିଆରେ ଓଲିଉଡ଼କୁ ଫେରିଲେ ଦେବସ୍ମିତା". sambad.in. 3 December 2017. Retrieved 10 April 2018.
  12. ↑ "Ollywood actor Pupinder Singh arrested, granted bail". Update Odisha. 29 July 2017. Retrieved 10 April 2018.[permanent dead link]

ବାହାର ଆଧାର

[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ପୁପିନ୍ଦର ସିଂହ