ମୁଁ କ'ଣ ଏତେ ଖରାପ

ଉଇକିପିଡ଼ିଆ‌ରୁ
(Mun Kana Ete Kharapaରୁ ଲେଉଟି ଆସିଛି)
ମୁଁ କ'ଣ ଏତେ ଖରାପ
ନିର୍ଦ୍ଦେଶକମଦନଲାଲ ଅଗ୍ର‌ୱାଲ
ଚିତ୍ରନାଟ୍ୟବସନ୍ତ ସାହୁ
କଳାକାରଅନୁଭବ ମହାନ୍ତି, ଅର୍ପିତା ମୁଖାର୍ଜୀ, ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ସାତ୍ୟକି ମିଶ୍ର
ସଙ୍ଗୀତଓମପ୍ରକାଶ ମହାନ୍ତି
ମୁକ୍ତିଲାଭ ତାରିଖ
୯ ଅପ୍ରେଲ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ମୁଁ କ'ଣ ଏତେ ଖରାପ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମଦନଲାଲ ଅଗ୍ର‌ୱାଲ । ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଓମପ୍ରକାଶ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଅର୍ପିତା ମୁଖାର୍ଜୀ । ମିହିର ଦାସ, ବିଜୟ ମହାନ୍ତି, ମୀନକେତନ ଦାସ, ସାତ୍ୟକି ମିଶ୍ର, ମୁନ୍ନା ଖାନ୍, ସୁନମ, ହରିହର ମହାପାତ୍ର, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, ଅଙ୍କିତା ଭୌମିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓମପ୍ରକାଶ ମହାନ୍ତିଦେବଦାସ ଛୋଟରାୟ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ନିଜାମ୍ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶ୍ରୀଚରଣ, ସୁବାସ ଦାସ, ସୁସ୍ମିତା ଦାସ, ପାମେଲା ଜୈନ, ନମ୍ରତା ମହାନ୍ତି, ଉଦିତ ନାରାୟଣ, ଶୈଳାଭାମା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଧିରେ ଧିରେ ମୋ ଜୀବନରେ ଆ" 
2."ଇଟିକିଲି ମିଟିକିଲି" 
3."ହାଏରେ ହାଏ ମୋ ଓଢ଼ଣୀ ଉଡ଼ିଯାଏ" 
4."ଜୟ ଜଗନ୍ନାଥ ସ୍ୱାମୀ" 
5."ମନ କାଗଜରେ ପ୍ରେମ କଲମରେ" 

ଆଧାର[ସମ୍ପାଦନା]

  1. "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.
  2. "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.

ବାହାର ଆଧାର[ସମ୍ପାଦନା]