Jump to content

ସୁସ୍ମିତା ଦାସ

ଉଇକିପିଡ଼ିଆ‌ରୁ
ସୁସ୍ମିତା ଦାସ
୨୦୧୮ରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶା ପର୍ବ କାର୍ଯ୍ୟକ୍ରମରେ ସୁସ୍ମିତା
ଜନ୍ମ
ସୁସ୍ମିତା ପରିଜା

୨ ନଭେମ୍ବର
ବୃତ୍ତିପ୍ରଚ୍ଛଦପଟ ଗାୟିକା
ସକ୍ରିୟ ବର୍ଷ୧୯୮୭- ଏବେଯାଏଁ
ବୈବାହିକ-ସାଥୀସିଦ୍ଧାନ୍ତ ଦାସ (୧୯୮୫- ଏବେଯାଏଁ)
ସନ୍ତାନ
ପିତାମାତା(s)ସଂଘମିତ୍ରା ପରିଜା (ମାଆ)
ଶ୍ୟାମସୁନ୍ଦର ପରିଜା (ବାପା)
ୱେବସାଇଟsusmitadas.in

‌ସୁସ୍ମିତା ଦାସ‌ ([susmit̪a d̪asɔ] (listen);)ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ଆକାଶବାଣୀ କଟକ ଓ ଦୂରଦର୍ଶନର କାର୍ଯ୍ୟକ୍ରମରେ ଜଣେ ଗାୟିକା ରୂପେ କାର୍ଯ୍ୟ କରିଛନ୍ତି । ସୁସ୍ମିତା, ଓଡ଼ିଶା ଭିତରେ ତ‌ଥା ଓଡ଼ିଶା ବାହାରେ ଅନେକ ମଞ୍ଚରେ ଗୀତ ଗାଇଛନ୍ତି । ସେ ଆକାଶବାଣୀରେ ମୁଖ୍ୟତଃ ପୂରାତନ ଓଡ଼ିଆ ଗୀତ, ଆଧ୍ୟାତ୍ମିକ ଗୀତ ଏବଂ ଓଡ଼ିଶୀ ସଙ୍ଗୀତ ଆଦି ଗାଉଥିଲେ । ଏଥିସ‌ହ ସେ ମଞ୍ଚରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ପୁରୁଣା ଗୀତ, ଦେବଦେବୀ ଭଜନ, ଗଜଲ, ଓଡ଼ିଶୀ ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ ତ‌ଥା ଚଳଚ୍ଚିତ୍ର ଦୁନିଆ ବ୍ୟତୀତ କିଛି ଆଧୁନିକ ଗୀତ ମଧ୍ୟ ଗାଇଥାନ୍ତି ।[୧] ୨୦୨୧ ମସିହାରେ ସୁଗମ ସଙ୍ଗୀତ ପାଇଁ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ମିଳିଥିଲା ।[୨]

ସୁସ୍ମିତା ୨୦୦୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡ଼ା ଗସ୍ତରେ ଯାଇ ସେଠାରେ ମଧ୍ୟ କିଛି ମଞ୍ଚରେ ଗୀତ ଗାଇଥିଲେ । ୨୦୦୭ରେ ଯୁକ୍ତରାଷ୍ଟ୍ର, ଲଣ୍ଡନ ଏବଂ କାନାଡ଼ାରେ ଅନୁଷ୍ଠିତ OSA Conventionରେ ସେ ଗୀତ ଗାଇଥିଲେ । ତାଙ୍କର ସେହି ଯାତ୍ରା ସମୟରେ ସେଠାରେ ମଧ୍ୟ ଏକ ଗୀତ ଆଲବମ ‌ମାୟ ଦର୍ପଣ‌ ମଧ୍ୟ ମୁକ୍ତିଲାଭ କରିଥିଲା, ଯାହାକି ଅନେକଙ୍କଦ୍ୱାରା ଆକୃଷ୍ଟ ହୋଇଥିଲା । ସେ ମଧ୍ୟ ଆମେରିକା ଏବଂ ଲଣ୍ଡନର ଅନେକ ସ୍ଥାନରେ ମଞ୍ଚମାନଙ୍କରେ ଗୀତ ଗାଇଛନ୍ତି ।

ସେ ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବିଚାରିକା ଥିଲେ ।[୩] ହିନ୍ଦୀ, ରାଜସ୍ଥାନୀ, ମାଥିଲି, ଛତିଶଗଡ଼ି, ପଞ୍ଜାବୀ ଆଦି ଚଳଚ୍ଚିତ୍ରମାନଙ୍କର ସେ ବିଚାରିକା ଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର[ସମ୍ପାଦନା]

ସୁସ୍ମିତା ତାଙ୍କ ପରିବାରର ଥିଲେ ବଡ଼ ଝିଅ । ସୁସ୍ମିତାଙ୍କର ମାଆ ଥିଲେ ଜଣେ ସଙ୍ଗୀତମହାବିଦ୍ୟାଳୟର ଛାତ୍ରୀ ଥିଲେ, ସେ ବାଳକୃଷ୍ଣ ଦାସଙ୍କର ଛାତ୍ରୀ ଥିଲେ ।[୪] ସେ ହିଁ ଥିଲେ ସୁସ୍ମିତାଙ୍କର ପ୍ରଥମ ଗୁରୁ । ମାତ୍ର ସୁସ୍ମିତାଙ୍କର ମାଆଙ୍କର ବାହାଘର ପରେ ସେ ଆଉ ସୁଯୋଗ ପାଇ ନ ଥିଲେ, ନିଜର ପ୍ରତିଭାକୁ ଆଗକୁ ଆଣିବାକୁ । ତାଙ୍କ ମାଆ ଥିଲେ ଘରର ବଡ଼ ବୋହୂ ଏବଂ ତାଙ୍କର ଘର ଥିଲା ଏକ ଯୌଥ ପରିବାର । ସୁସ୍ମିତାଙ୍କର ପିତାଙ୍କର ୧୦ ଭାଇ । ସେଥିପାଇଁ ସେ ଇଚ୍ଛା ସତ୍ତ୍ୱେ ମଧ୍ୟ ସୁସ୍ମିତାଙ୍କୁ ସୂଚାରୁରୂପେ ଗୀତ ଶିକ୍ଷା ଦେଇପାରୁ ନ ଥିଲେ । ତେଣେ ସେତେବେଳେ ଝିଅ ବୋହୂମାନଙ୍କୁ ମଧ୍ୟ ଏତେଟା ସୁଯୋଗ ଦିଆଯାଉ ନ ଥିଲା ।[୫]

୧୯୮୫ରେ ସୁସ୍ମିତାଙ୍କର ବିଭାଘର ହୋଇଥିଲା । ତାଙ୍କର ଶ୍ୱଶୁର ଥିଲେ ଡିଜି ପୋଲିସ, ଯେ କି ସଙ୍ଗୀତ ଏବଂ କଳା ଦୁନିଆରେ ଅଧିକ ରୂଚି ରଖୁଥିଲେ । ସେ ସବୁ କାମ ସ‌ହିତ ଅର୍ଣ୍ଣପୂର୍ଣ୍ଣା ଥିଏଟରରେ ମଧ୍ୟ ଜଣେ କଳାକାର ଭାବରେ ଅଭିନୟ କରୁଥିଲେ । ସୁସ୍ମିତାଙ୍କର ଶାଶୁ ଜନେ ଭାଓଲିନ୍ ବାଦକ ମଧ୍ୟ ଥିଲେ ଯେ କି ସୁନାକର ସାହୁଙ୍କଠାରୁ ଶିକ୍ଷା ଲାଭ କରିଥିଲେ । ସୁସ୍ମିତା ଗୀତ ଶିଖିଥିବା କଥା ଜାଣିବା ପରେ ତାଙ୍କ ଶ୍ୱଶୁର ତାଙ୍କର ବିଭାଘର ପାଇଁ ରାଜି ହୋଇଥିଲେ । ବିଭାଘର ପରେ ସୁସ୍ମିତା ମଧ୍ୟ ସୁନାକର ସାହୁଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ ।[୬] ଏହା ପରେ ସେ ୧୯୮୭ ମସିହାରେ ଆକାଶବାଣୀରେ ସେ ଜଣେ ଗାୟିକା ଭାବରେ ଯୋଗଦେଇଥିଲେ ।

ସୁସ୍ମିତାଙ୍କର ପତି ଜଣେ ବନ ବିଭାଗର ସରକାରୀ ଚାକିରିଆ । ତାଙ୍କର ଦୁଇଟି ଝିଅ ଅଛନ୍ତି । ଦୁଇ ଝିଅ ବଡ଼ ହୋଇ ସେମାନଙ୍କର କାର୍ଯ୍ୟରେ ଯୋଗ ଦେବା ପରେ ସୁସ୍ମିତା ସଙ୍ଗୀତକୁ ଏକ ପେଶା ଭାବରେ ଗ୍ରହଣ କରିଥିଲେ ।[୩]

ସଙ୍ଗୀତ ଜଗତରେ ପ୍ରବେଶ[ସମ୍ପାଦନା]

ବାହାଘର ପରେ ସୁସ୍ମିତା ସୁନାକର ସାହୁଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ଏହା ପରେ ସେ ଆକାଶବାଣୀରେ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୧୯୮୭ ମସିହାରେ ଆକାଶବାଣୀରେ କଣ୍ଠଦାନ ଆରମ୍ଭ କରିଥିଲେ । ପରେ ପରେ ସୁସ୍ମିତା ଅନେକ ଗୁରୁ ଯେପରିକି ଢେଙ୍କାନାଳର ଚେଲ୍ ସାର୍, ଡେରାଡୁନ୍‌ର ଜିନ୍ଦେଙ୍କଠାରୁ ଗୀତ ଶିଖିଥିଲେ । ଏହାପରେ ତାଙ୍କର ଦୁଇ ଝିଅ ବଡ଼ ହୋଇଯିବା ପରେ, ଏବଂ ତାଙ୍କ ସ୍ୱାମୀଙ୍କର ଭୁବନେଶ୍ୱରରେ ନିଯୁକ୍ତି ହେବା ପରେ ସେ ୨୦୦୩ରୁ ଏକ ପେଶାଦାର ଗାୟିକା ରୂପେ ଗୀତ ଗାଇବା ଆରମ୍ଭ କରିଥିଲେ ।[୬]

ସୁସ୍ମିତା ହେଉଛନ୍ତି ହିନ୍ଦୀ କଥାଚିତ୍ର ଜଗତର ସଙ୍ଗୀତ ନିର୍ଦ୍ଦେଶକ ‌ଗୁଲ୍‌ଜାର୍‌ଙ୍କର ପ୍ରଶଂସକ । ସେ ତାଙ୍କର ଅନେକ ଗୀତକୁ ମଧ୍ୟ ଗାଇବାକୁ ପସନ୍ଦ କରନ୍ତି । ସେଥିପାଇଁ ତାଙ୍କର ଗୀତ ‌ମେରା କୁଛ୍ ସାମାନ୍ ତୁମ୍ହାରେ ପାସ୍ ପଡ଼ା ହେ‌କୁ ଅନୁବାଦ କରି ‌ତୁମର ଜିନିଷ କିଛି ମୋ ପାଖରେ ର‌ହିଯାଇଛି‌ ଭାବରେ ‌ହାତୀ ସଜ କର‌ ଆଲବମରେ ସ୍ଥାନିତ କରି ଗାଇଥିଲେ । ଏହାର ରଚନା କରିଥିଲେ ଦେବଦାସ ଛୋଟରାୟ ।[୩]

ସୁସ୍ମିତା ଗାଇଥିବା କିଛି ଆଲବମ[ସମ୍ପାଦନା]

‌ମଧୁର ଏ ଚାନ୍ଦ ରାତି‌, ବାଳକୃଷ୍ଣ ଦାସଙ୍କ ରଚିତ ଓମ‌ପ୍ରକାଶ ମହାନ୍ତିଙ୍କର ସ‌ହ ପ୍ରଥମ ଆଲବମ କରିଥିଲେ ସୁସ୍ମିତା ।[୭]

‌ମାୟ ଦର୍ପଣ‌ ମୁକ୍ତିଲାଭ କରିଥିଲା ୨୦୦୬ରେ ।[୮] ଏହି ଆଲବମରେ ଦେବଦାସ ଛୋଟରାୟ ଏବଂ ଓମ‌ପ୍ରକାଶ ମହାନ୍ତିଙ୍କ ସ‌ଥହ ଆରମ୍ଭ ହୋଇଥିଲା ସୁସ୍ମିତାଙ୍କର ମିଳିତ କାର୍ଯ୍ୟ । ମଧୁର ଏ ଚାନ୍ଦ ରାତି ମୁକ୍ତିଲାଭ କରିବା ପରେ ସୁସ୍ମିତା ତାଙ୍କର ମାମୁଁଙ୍କ ପ୍ରରୋଚନାରେ ମାୟାଧର ମାନସିଂହଙ୍କ ରଚିତ କାବ୍ୟ ମାୟାଦର୍ପଣକୁ ଗାଇଥିଲେ ।[୪]

ସେ ଓମାର ଖୟାମଙ୍କର ମନମୁଗ୍ଧକର ରୁବାଈର କିଛି ଭାଗକୁ ଓଡ଼ିଆରେ ମଧ୍ୟ ଗାନ କରିଥିଲେ । ଓମ୍ ପ୍ରକାଶ ମହାନ୍ତି ଏହାର ସ୍ୱର ସଂଯୋଜନା କରିଥିଲେ । ମୀରାବାଈ ଏବଂ କବୀରଙ୍କ ରଚିତ କଥାବସ୍ତୁକୁ ସେ ସଙ୍ଗୀତ ମାଧ୍ୟମରେ ପରିବେଶଷଣ କରିଛନ୍ତି । 'ଗୋଟିଏ ଶାରୀ' ନାମକ ଆଲବମ୍‌ରେ ସେ ଓଡ଼ିଶାର କେତେକ ପୁରୁଣା ଲୋକଗୀତିକୁ ସେ ପୁଣିଥରେ ଗାନ କରିଥିଲେ ।[୪]

ଦେବଦାସ ଛୋଟରାୟଙ୍କ ରଚିତ ୧୬ଟି ଆଧୁନିକ କବିତାକୁ ନେଇ ଏକ ଆଲବମ ନିର୍ମାଣ କରାଯାଇଥିଲା ଯାହାର ନାମ ଥିଲା ‌ହାତୀ ସଜ କର‌ ।[୪][୮] ଏହି ଆଲବମର ସମସ୍ତ ୧୬ଟି ଯାକ ଗୀତର ସ୍ୱର ସଂଯୋଜନା କରିଥିଲେ ଓମ‌ପ୍ରକାଶ ମହାନ୍ତି । ଏହି ଆଲବମ୍‌ରେ ଥିବା କିଛି କବିତାକୁ ପାଶ୍ଚତ୍ୟ ଶୈଳୀରେ ତିଆରି କରିଥିଲେ ଓମ‌ପ୍ରକାଶ ଏବଂ ଗାଇଥିଲେ ସୁସ୍ମିତା । ଏହି ଆଲବମ୍‌ରେ ବିଭିନ୍ନ ପ୍ରକାରର ଗୀତ ରଖାଯାଇଥିଲା, ଯେଉଁଥିରେ ଥିଲା: ଭାରତୀୟ ନୃତ୍ୟଶୈଳୀରେ କିଛି ଗୀତ, ପାଶ୍ଚାତ୍ୟ ଶୈଳୀରେ କିଛି ଗୀତ, ଲୋରି ଇତ୍ୟାଦି ।

ଦେବଦାସ ଛୋଟରାୟଙ୍କର ‌ନୂଆ ଲୁହ ପୁରୁଣା ଲୁହ‌ ବ‌ହିରେ ଥିବା ସମୁଦାୟ ଲେଖାକୁ ନେଇ ସୁସ୍ମିତା ଏକ ଗଜଲ ଆଲବମ୍ ବାହାର କରିଥିଲେ ।[୮] ଏଥିରେ ଦେବଦାସ ଛୋଟରାୟଙ୍କ ୧୬ଟି ଗୀତି କବିତାକୁ ନେଇ ତିଆରି ହୋଇଥିବା ଏହି ଆଲବମର ସ୍ୱରସଂଯୋଜନା କରିଥିଲେ ଓମ‌ପ୍ରକାଶ ମହାନ୍ତି । ସେ ଏଥିରେ ମଧ୍ୟ ବିଭିନ୍ନ ପ୍ରକାରର ଗୀତ ଗାଇଥିଲେ ।

ସୁସ୍ମିତାଙ୍କର ଅନ୍ୟ ଏକ ଆଲବମ ଥିଲା ‌ଦେହ ବିଦେହ‌ ।[୪] ଏହା ଗୌତମ ବୁଦ୍ଧଙ୍କ ଉପରେ ଆଧାରିତ ଥିଲା । ଏଥିରେ ଓଡ଼ିଶାରେ ଥିବା ବୁଦ୍ଧିଜିମ୍‌କୁ ଦର୍ଶାଯାଇଥିଲା । ଓଡ଼ିଶାରେ ଥିବା ବୁଦ୍ଧିଜିମ୍ ଯାହାକି ହେଉଛି ବଜ୍ରଯାନ୍ । ସେହି ସବୁକୁ ଭିତ୍ତି କରି ଲେଖାଯାଇଥିଲା ଏହି ଆଲବମ୍‌ଟି । ଶରୀର ମାଧ୍ୟମ ଦେଇ ଆତ୍ମାର ପରମାତ୍ମା ସ‌ହ ମିଳନର ଭାବକୁ ଏଇ ଆଲବମରେ ଦିଆଯାଇଛି । ଏହି ଆଲବମଟି ୬ ଫେବୃଆରୀ ୨୦୧୫ରେ ଭଞ୍ଜ କଳା ମଣ୍ଡପ, ଭୁବନେଶ୍ୱରରେ ମୁକ୍ତିଲାଭ କରିଥିଲା । ୧୩ ଫେବୃଆରୀରେ ଭୁବନେଶ୍ୱରରେ ଆୟୋଜିତ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଅବସରରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଗୀତ ପରିବେଶଣ କରାଯାଇଥିଲା ।[୯]

ନବକଳେବର ୨୦୧୫ ସମୟରେ ସୁସ୍ମିତାଙ୍କର ପ୍ରଥମ ଜଗନ୍ନାଥ ଭଜନ ଆଲବମ ‌ହୃଦୟ ବଲ୍ଲଭ‌ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ଥିବା ସମସ୍ତ ୧୨ଟି ଯାକ ଗୀତ ନିଜେ ସୁସ୍ମିତା ଗାଇଥିଲେ । ଏହି ଆଲବମରେ ଥିବା ୧୨ଟି ଗୀତରୁ ୬ଟି ପ୍ରଫୁଲ୍ଲ କର ଲେଖଥିଲେ ଏବଂ ସ୍ୱର ସଂଯୋଜନା କରିଥିଲେ । ବାକି ୬ଟି ଗୀତ ଥିଲା ପାରମ୍ପାରିକ ରଚନା, ଯାହାକି ଓମପ୍ରକାଶ ମହାନ୍ତିଙ୍କଦ୍ୱାରା ସ୍ୱର ସଂଯୋଜନା ହୋଇଥିଲା । ଏହି ଆଲବମଟି ରବୀନ୍ଦ୍ର ମଣ୍ଡପରେ ୭ ଜୁଲାଇ ୨୦୧୫ରେ ମୁକ୍ତିଲାଭ କରିଥିଲା ।[୫]

ଚକ୍ଷୁହୀନ ପିଲାମାନଙ୍କୁ ନେଇ ‌ସ୍ୱାଭିମାନ‌ ନାମକ ଏକ ଆଲବମ ତିଆରି କରିଥିଲେ ସୁସ୍ମିତା । ଏହାର ରଚନାଗୁଡ଼ିକୁ କରିଥିଲେ ବିଜୟ ମଲ୍ଲ । ଏହି ପିଲାମାନଙ୍କ ସ‌ହ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ମଧ୍ୟ ସୁସ୍ମିତାଙ୍କ ସ‌ହ ଗୀତ ଗାଇଥିଲେ । ୯ ଜାନୁଆରୀ ୨୦୧୬ରେ ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଏହି ଆଲବମଟି ମୁକ୍ତିଲାଭ କରିଥିଲା ।

୨୦୧୬ ମସିହାରେ ସୁସ୍ମିତା ଏବଂ ଅଭିଜିତ ମିଶ୍ରଙ୍କ କଣ୍ଠରେ ‌ଋତୁଚକ୍ର‌ ଆଲବମ ମୁକ୍ତିଲାଭ କରିଥିଲା । ଏହି ଆଲବମର ଗୀତଗୁଡ଼ିକୁ ରଚନା କରିଥିଲେ କୁଳମଣି ବିଶ୍ୱାଳ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓମ ପ୍ରକାଶ ମହାନ୍ତି । ମିଟୁ ମ୍ୟୁଜିମ୍ ଏହାର ପ୍ରସ୍ତୁତି ଦାୟିତ୍ୱ ନିଭେଇଥିଲା । ଭାରତରେ ଅନୁଭବ ହେଉଥିବା ୬ଟି ଋତୁକୁ ନେଇ ଏହାର ଗୀତ ରଚନା କରାଯାଇଥିଲା ।[୧୦]

୨୦୧୭ ମସିହାରେ ଉତ୍କଳ ଦିବସ ଅବସରରେ ସୁସ୍ମିତା ଓଡ଼ିଶାର ଯୁବଶକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଗୌରବ, ଗାଥାକୁ ନେଇ 'ଆଉ ନ କର କାହା ଆଗେ ଗୁହାରୀ' ଶୀର୍ଷକ ଏକ ଗୀତ ମୁକ୍ତିଲାଭ ହୋଇଥିଲା । ଭରଦ୍ୱାଜ ପଣ୍ଡା ଏହି ଗୀତଟିର ରଚନା କରିଥିବା ବେଳେ ବିଭୁତିଭୂଷଣ ଗଡ଼ନାୟକ ଏହି ଗୀତ ପାଇଁ ଆବଶ୍ୟକୀୟ ବାଦ୍ୟଯନ୍ତ୍ରର ଯୋଗାଡ଼ କରିଥିଲେ । ଏହି ଗୀତଟି ନିର୍ମାଣ କରିବା ପାଇଁ ଓଡ଼ିଶାର ପାରମ୍ପାରିକ ବାଦ୍ୟଯନ୍ତ୍ର ଖଞ୍ଜଣି, ଧୁଡୁକି, ଉକୁଲେଲେ ଆଦି ବ୍ୟବ‌ହୃତ ହୋଇଥିଲା ।[୧୧]

୨୦୧୭ ମସିହା ରଜ ସମୟରେ ସୁସ୍ମିତାଙ୍କ ଏକ ରଜ ଗୀତ ମୁକ୍ତିଲାଭ କରିଥିଲା । ରଜ ଅବସରରେ ଆମ ଓଡ଼ିଶାରେ କେମିତି ପାଳନ ହୁଏ, ସେହି ବିଷୟରେ କିଛି ବର୍ଣ୍ଣନା କରିଥିଲେ ଗୀତ ମାଧ୍ୟମରେ । ଏହି ଗୀତଟିର ଶୀର୍ଷକ 'ଲାଜ ଲାଜ ହୋଇ ଆସିଲ ରଜଲୋ' ରଖାଯାଇଥିଲା ।[୧୨] ଗୀତିକାର ଦେବଦାସ ଛୋଟରାୟ ଏହି ଗୀତଟିକୁ ରଚନା କରିଥିଲେ । ସଙ୍ଗୀତକାର ଓମ୍ ପ୍ରକାଶ ମହାନ୍ତି ଏହି ଗୀତଟିର ସ୍ୱର ସଂଯୋଜନା କରିଥିଲେ ।[୮] ଏହି ଗୀତର ଭିଡ଼ିଓରେ ନିଜେ ସୁସ୍ମିତା ମଧ୍ୟ ଅଭିନୟ କରିଥିଲେ । ଏହାର ଭିଡ଼ିଓର ସୁଟିଂ କରିଥିଲେ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ଏବଂ ଧୃବାନନ୍ଦ ପଣ୍ଡା ।[୧୩] ୧୪ ଜୁନ ୨୦୧୭ରେ ଏହି ଗୀତଟି ରବିନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକାର୍ପଣ କରାଯାଇଥିଲା । ମାତ୍ର ଜୁନ ୧୩ରେ ଏହାକୁ ୟୁ ଟ୍ୟୁବ୍ ଏବଂ ଫେସବୁକ୍‌ରେ ମୁକ୍ତିଲାଭ କରାଯାଇଥିଲା ।

ଗାଇଥିବା ଆଲବମ୍[ସମ୍ପାଦନା]

ଆଲବମ ଗୀତ ସଂଖ୍ୟା ରଚନା ସ୍ୱର ସଂଯୋଜନା
ହାତୀ ସଜ କର ଦେବଦାସ ଛୋଟରାୟ ଓମପ୍ରକାଶ ମହାନ୍ତି
କ‌ହତ କବୀର ଓମପ୍ରକାଶ ମହାନ୍ତି
କୁଛ୍ ଦିଲ୍‌ନେ କାହା ୧୬
ମଧୁର ଏ ଚାନ୍ଦ ରାତି ବାଳକୃଷ୍ଣ ଦାସ ଓମପ୍ରକାଶ ମହାନ୍ତି
ମାୟା ଦର୍ପଣ ମାୟାଧର ମାନସିଂହ ଓମପ୍ରକାଶ ମହାନ୍ତି
ମୀରା ଭଜନ ଓମପ୍ରକାଶ ମହାନ୍ତି
ନୂଆ ଲୁହ ପୁରୁଣା ଲୁହ ୧୬ ଦେବଦାସ ଛୋଟରାୟ ଓମପ୍ରକାଶ ମହାନ୍ତି
ଦେହ ବିଦେହ ହରପ୍ରକାଶ ଦାସ
ହୃଦୟ ବଲ୍ଲଭ ୧୨ ପ୍ରଫୁଲ୍ଲ କର ପ୍ରଫୁଲ୍ଲ କର, ଓମପ୍ରକାଶ ମହାନ୍ତି
ସ୍ୱାଭିମାନ ବିଜୟ ମଲ୍ଲ
ଋତୁଚକ୍ର କୁଳମଣି ବିଶ୍ୱାଳ ଓମ ପ୍ରକାଶ ମହାନ୍ତି

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୨୦୨୧

ଆଧାର[ସମ୍ପାଦନା]

  1. "BIOGRAPHY". susmitadas.in. Archived from the original on 19 January 2017. Retrieved 8 March 2017.
  2. "Four senior Odia artistes to receive Sangeet Natak Akademi Amrit Award". www.newindianexpress.com. The Indian Express. Archived from the original on 19 December 2022. Retrieved 19 December 2022.
  3. ୩.୦ ୩.୧ ୩.୨ "Kathare Kathare - Singer Susmita Das - Etv News Odia". E Tv News. Retrieved 8 March 2017.
  4. ୪.୦ ୪.୧ ୪.୨ ୪.୩ ୪.୪ "ସୁସ୍ମିତା ଦାସ". ସମାଜ. 7 September 2017. Retrieved 8 September 2017.[permanent dead link]
  5. ୫.୦ ୫.୧ "Sapana Ra Pathe Pathe: Susmita Das". କନ‌କ ନ୍ୟୁଜ. Retrieved 8 March 2017.
  6. ୬.୦ ୬.୧ "Face To Face with Singer Susmita Das". NWZ Today. Archived from the original on 1 July 2019. Retrieved 8 March 2017.
  7. "ଓଡ଼ିଆ ସଙ୍ଗୀତର ନୂଆ ଦିଗବଳୟ". ସାମାନ୍ୟ କଥନ. Retrieved 30 July 2017.[permanent dead link]
  8. ୮.୦ ୮.୧ ୮.୨ ୮.୩ "ସୁସ୍ମିତା ଦାସଙ୍କ କଣ୍ଠରେ ନୂଆ ରଜ ଗୀତ: ଲାଜ ଲାଜ ହୋଇ ଆସିଲା ରଜଲୋ…". Odisha Live. 8 June 2017. Retrieved 30 July 2017.
  9. "ଭୁବନେଶ୍ୱରରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଆସନ୍ତା ୧୩ ତାରିଖରୁ". Odishan. 11 February 2015. Retrieved 30 July 2017.
  10. [odialive.com/susmita-das-seasons-odia-music-album/ "Susmita Das's Seasons Odia music Album"]. OdiaLive.com. 30 January 2016. Retrieved 9 March 2017. {{cite news}}: Check |url= value (help)
  11. "A beautiful new Odia song released on Utkala Dibasa by Susmita Das, perfect gift to Odia people". Bhubaneswar BUZZ. Retrieved 1 April 2017.
  12. "Susmita Das' musical treat for Raja". Odisha Bytes. Retrieved 30 July 2017.
  13. "Lajja Lajja Hoi Asila Raja". Odisha Live. Retrieved 30 July 2017.

ବାହାର ଆଧାର[ସମ୍ପାଦନା]