ଶାନ୍ତି ମହାପାତ୍ର
ଡଃ ଶାନ୍ତି ମହାପାତ୍ର (ବଳ) | |
---|---|
ବୃତ୍ତି | ଔପନ୍ୟାସିକା, ପ୍ରାଧ୍ୟାପିକା |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ଶିକ୍ଷା | ଇତିହାସରେ ଡକ୍ଟରେଟ୍ (Ph.D.) (୧୯୯୯)[୧] |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ମୁଁ କୈକେୟୀ କହୁଛି ସ୍ମୃତି ଅନୁଭୂତିରେ ଆମେରିକା ମିଜାଜ୍ ଓ ଅନ୍ୟାନ୍ୟ ଗଳ୍ପ Vaishnavism in Orissa |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୩) |
ଜୀବନ ସାଥି | ଗଙ୍ଗାଧର ବଳ |
ସନ୍ତାନ | ମିହିର କୁମାର ତପନ କୁମାର ଅରୁଣ କୁମାର ଅଂଶୁମାନ ପିନାକୀ ମହାତପା (କନ୍ୟା) |
ଡଃ ଶାନ୍ତି ମହାପାତ୍ର (ବଳ) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ଓଡ଼ିଆ ଔପନ୍ୟାସିକା । ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ଲେଖିଛନ୍ତି । ତାଙ୍କ ସାହିତ୍ୟ କୃତିରେ ଭ୍ରମଣ ସାହିତ୍ୟ, ଇତିହାସ ଗବେଷଣା ସନ୍ଦର୍ଭ, ଉପନ୍ୟାସ ପ୍ରଭୃତି ଅନେକ ଶ୍ରେଣୀ ରହିଛି ।
ତାଙ୍କ ଲିଖିତ ମୁଁ କୈକେୟୀ କହୁଛି ପାଇଁ ତାଙ୍କୁ ୨୦୦୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା ।[୨] ଏହି ପୁସ୍ତକର ହିନ୍ଦୀରେ ଅନୁବାଦ ମଧ୍ୟ ରହିଛି ଯାହାର ନାମ – “ମେ କୈକେୟୀ ବୋଲ୍ ରହି ହୁଁ” ।[୩] ତାଙ୍କ ରଚିତ ଓମର ଗୀତିକା, ଓମର ଖାଁଙ୍କ ଗୀତିର ଓଡ଼ିଆ ଅନୁବାଦ ।[୧]
କର୍ମ ଜୀବନ[ସମ୍ପାଦନା]
ସେ ନିଜର “Vaishnavite trend in oriya literature” ଗବେଷଣା ସନ୍ଦର୍ଭ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ପିଏଚ୍ଡି ବା ଡକ୍ଟରେଟ୍ ଉପାଧି ଲାଭ କରିଥିଲେ । ସାହିତ୍ୟ ରଚନା ବ୍ୟତୀତ ସେ ଜଣେ ଇତିହାସ ପ୍ରାଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରିବା ପରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ୧୯୯୯ ମସିହାରେ ଅବସର ଗ୍ରହଣ କରିଥିଲେ ।[୧]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
ତାଙ୍କ ଲିଖିତ ମୁଁ କୈକେୟୀ କହୁଛି ପାଇଁ ତାଙ୍କୁ ୨୦୦୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ତାଙ୍କ ଲେଖା ଉପନ୍ୟାସ ବର୍ଗରେ ପୁରସ୍କୃତ ହୋଇଥିଲା ।[୪] ସେ କବିତା ପାଇଁ ମାତୃଭୂମି, ସହକାରର ମକର ମିଳନୋତ୍ସବରେ ଗଳ୍ପ ପାଇଁ ଜୀବନ ରଙ୍ଗ, ଓଡ଼ିଆ ପତ୍ରିକା “ସୁଚରିତା”ର ବାର୍ଷିକୋତ୍ସବରେ ସେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।[୧]
ରଚନାବଳୀ[ସମ୍ପାଦନା]
ପୁସ୍ତକ | ପ୍ରକାଶନ ବର୍ଷ | ପ୍ରକାଶକ |
---|---|---|
ମୁଁ କୈକେୟୀ କହୁଛି | ୨୦୦୦ | ଆର୍ଯ୍ୟ ପ୍ରକାଶନ, କଟକ [୫] |
ମିଜାଜ୍ ଓ ଅନ୍ୟାନ୍ୟ ଗଳ୍ପ[୬] | ଆର୍ଯ୍ୟ ପ୍ରକାଶନ, କଟକ | |
ଓମର ଚଉତିଶା[୬] | ଗ୍ରନ୍ଥ ମନ୍ଦିର | |
ଶକ୍ତି ରୂପେଣ ସଂସ୍ଥିତା[୬] | ଆର୍ଯ୍ୟ ପ୍ରକାଶନ, କଟକ | |
ସ୍ମୃତି ଅନୁଭୂତିରେ ଆମେରିକା[୬][୧] | ବିଜୟିନୀ ପବ୍ଲିକେଶନ୍ | |
Vaishnavism in Orissa (ଓଡ଼ିଶାରେ ବୈଷ୍ଣବବାଦ) [୧] | ପୁଣ୍ଠି ପୁସ୍ତକ, କୋଲକାତା |
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ଶିକ୍ଷାବିତ୍ର ଆତ୍ମଲିପି. ବିଜୟିନୀ ପବ୍ଲିକେଶନ୍.
- ↑ "Odisha Reference Annual - 2011" (PDF). Information & Public Relations Department, Govt. of Odisha.
{{cite journal}}
: Cite journal requires|journal=
(help) - ↑ http://www.hindibook.com/index.php?p=sr&Uc=HB-410173
- ↑ "Odisha Sahitya Akademi". odishasahityaakademi.org.
- ↑ http://opac.nationallibrary.gov.in/cgi-bin/gw/chameleon?sessionid=2016091421275605820&skin=nl&lng=en&inst=consortium&host=localhost%2b1111%2bDEFAULT&patronhost=localhost%201111%20DEFAULT&searchid=5&sourcescreen=INITREQ&pos=1&itempos=1&rootsearch=SCAN&function=INITREQ&search=AUTHID&authid=1971049&authidu=4
- ↑ ୬.୦ ୬.୧ ୬.୨ ୬.୩ https://www.odishaestore.com/odia-writer-shanti-mohapatra