ବ୍ରଜ କିଶୋର ପ୍ରଧାନ
ବ୍ରଜ କିଶୋର ପ୍ରଧାନ | |
---|---|
![]() | |
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ମହେଶ ସାହୁ |
ନିର୍ବାଚନ ମଣ୍ଡଳୀ | ତାଳଚେର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ଜୁଲାଇ ୧୯୭୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବାପା/ବୋଉ | ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବ୍ରଜ କିଶୋର ପ୍ରଧାନ (ଜନ୍ମ: ୭ ଜୁଲାଇ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ବ୍ରଜ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତୁ । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ତାଳଚେର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ବ୍ରଜ କିଶୋର ପ୍ରଧାନ ୧୯୭୫ ମସିହାର ଜୁଲାଇ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ।[୧]
ରାଜନୈତିକ ଜୀବନ[ସମ୍ପାଦନା]
ବ୍ରଜ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।
ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ତାଳଚେର | ସ୍ୱାଧୀନ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ତାଳଚେର | ବିଜୁ ଜନତା ଦଳ |
୨୦୧୯ | - | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ତାଳଚେର | ବିଜୁ ଜନତା ଦଳ |
ଆଧାର[ସମ୍ପାଦନା]
- ↑ "Shri Braja Kishore Pradhan". odishaassembly.nic.in. Odisha Assembly. Retrieved 17 July 2020.
ବାହାର ଆଧାର[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ Braja Kishore Pradhan-ସମ୍ପର୍କିତ ମିଡ଼ିଆ