ବିଦ୍ୟାରାଣ
| ବିଦ୍ୟାରାଣ | |
|---|---|
| ନିର୍ଦ୍ଦେଶକ | ଜ୍ୟୋତି ଦାସ |
| ପ୍ରଯୋଜକ | ନିରଞ୍ଜନ ନାୟକ |
| ସଂଳାପ | ବାପୁ ଗୋସ୍ୱାମୀ |
| ଚିତ୍ରନାଟ୍ୟ | ଜ୍ୟୋତି ଦାସ |
| କଳାକାର | ବାବୁଶାନ ମହାନ୍ତି ଶିବାନୀ ସଙ୍ଗୀତା ଉତ୍ତମ ମହାନ୍ତି ସୋମା ଭୌମିକ |
| ସଙ୍ଗୀତ | ବୈଦ୍ୟନାଥ ଦାଶ |
| ଚିତ୍ରଗ୍ରହଣ | ସୁବ୍ରତ କେ. ଖଟୋଇ, ଏନ୍. ମହେନ୍ଦ୍ରନ୍ |
| ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧ ଜୁଲାଇ ୨୦୨୨ |
| ଦେଶ | |
| ଭାଷା | ଓଡ଼ିଆ |
ବିଦ୍ୟାରଣ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ର ପ୍ରଯୋଜନା କରିଥିଲେ ନିରଞ୍ଜନ ନାୟକ ।[୨] ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଜ୍ୟୋତି ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଓ ଶିବାନୀ ସଙ୍ଗୀତା ।[୪][୫] ଉତ୍ତମ ମହାନ୍ତି, ସୋମା ଭୌମିକ, ଅଭିଶେକ ଗିରି, ପୁପୁଲ ଭୂୟାଁ, ସୁଜିତ ପାଣିଗ୍ରାହୀ, ପ୍ରିୟଙ୍କା, ଦେବ୍, ଅଭିନବ ସିଂହ, ସୁଧାଂଶୁ ମୋହନ ସାହୁ, ବିଭୁ, ମାନ୍ୟତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଏହି କଥାଚିତ୍ରଟି ୧ ଜୁଲାଇ ୨୦୨୨ରେ ରଥଯାତ୍ରା ସମୟରେ ମୁକ୍ତିଲାଭ କରିଥିଲା ଏବଂ ୧୧ ସେପ୍ଟେମ୍ବର ୨୦୨୨ରେ ଓଡ଼ିଆ ଦୂରଦର୍ଶନ ଚେନାଲ୍ ଷ୍ଟାର୍ କିରଣରେ ପ୍ରସାରିତ ହୋଇଥିଲା ।[୬] ଏହା ସହିତ କଥାଚିତ୍ରଟି ଡିଜ୍ନିପ୍ଲସ ହଟ୍ଷ୍ଟାରରେ ମଧ୍ୟ ଉପଲବ୍ଧ ହୋଇଛି ।
ଅଭିନୟ
[ସମ୍ପାଦନା]- ବାବୁଶାନ୍
- ଶିବାନୀ ସଙ୍ଗୀତା[୭]
- ଉତ୍ତମ ମହାନ୍ତି
- ସୋମା ଭୌମିକ
- ଅଭିଶେକ ଗିରି
- ପୁପୁଲ ଭୂୟାଁ
- ସୁଜିତ ପାଣିଗ୍ରାହୀ
- ପୀୟୂଷ ତ୍ରିପାଠୀ[୮][୯]
- ପ୍ରିୟଙ୍କା
- ଦେବ୍
- ଅଭିନବ ସିଂହ
- ସୁଧାଂଶ ମୋହନ ସାହୁ
- ବିଭୁ
- ମାନ୍ୟତା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]| ବିଦ୍ୟାରାଣ | |||||
|---|---|---|---|---|---|
| Soundtrack album by ବୈଦ୍ୟନାଥ ଦାଶ | |||||
| ମୁକ୍ତିଲାଭ ତାରିଖ | ୧୫ ଜୁନ ୨୦୨୨ | ||||
| ରେକର୍ଡ଼ ତାରିଖ | ୨୦୧୯–୨୦୨୨ | ||||
| ଭାଷା | ଓଡ଼ିଆ | ||||
| ନାମ | ଆମର ମ୍ୟୁଜିକ ଓଡ଼ିଆ | ||||
| |||||
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୦] ଗୌରବ ଆନନ୍ଦ, ବାବୁଶାନ୍, ଅସୀମା ପଣ୍ଡା, ସ୍ୱୟମ ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୧]
ଗୀତ
[ସମ୍ପାଦନା]| କ୍ରମ | ଗୀତ | କବି | ଗାୟକ | ସମୟ |
|---|---|---|---|---|
| 1. | "ବିଦ୍ୟାରାଣ" | ନିର୍ମଳ ନାୟକ | ଗୌରବ ଆନନ୍ଦ | |
| 2. | "ଭାବନା ଏ ନୂଆ ପ୍ରେମର" | ନିର୍ମଳ ନାୟକ | ବାବୁଶାନ୍, ଅସୀମା ପଣ୍ଡା | |
| 3. | "ଶହେ ଥିଲି ଶୂନ ହେଲି" | ବାପୁ ଗୋସ୍ୱାମୀ | ସ୍ୱୟମ ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ | |
| 4. | "ଲାଗୁଚୁ ତୁ ଲାଇଫ୍ ଟାଇମ୍ ରହିବୁ ଲୋ" | ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ "'ବିଦ୍ୟାରାଣ', କ୍ୟାମେରାକୁ ଅଭିନେତ୍ରୀ ଶିବାନୀଙ୍କ ଦଣ୍ଡବତ". Zee News. Archived from the original on 23 October 2022. Retrieved 23 October 2022.
{{cite news}}:|archive-date=/|archive-url=timestamp mismatch; 22 ଅପ୍ରେଲ 2021 suggested (help) - ↑ ୩.୦ ୩.୧ "ଫିଟିବ ବିଦ୍ୟାରାଣ". ସମ୍ବାଦ (ରବିବାର). 26 Jun 2022. p. ୮. Archived from the original on 5 July 2022. Retrieved 5 July 2022.
- ↑ "First look of Babusan's Odia upcoming film 'Bidyarana' released: Watch". KalingaTV (in English). Bhubaneswar. 16 June 2020. Archived from the original on 23 October 2022. Retrieved 23 October 2022.
{{cite news}}: CS1 maint: unrecognized language (link) - ↑ "ବାବୁଶାନ-ଶିବାନୀ ଏକାଠି". ସମାଜ. No. ରବିବାର. 29 January 2023. p. 8. Archived from the original on 22 March 2023. Retrieved 22 March 2023.
- ↑ "ଆଜି ଷ୍ଟାର୍ କିରଣରେ 'ବିଦ୍ୟାରାଣ'ର ପ୍ରିମିୟର - The Sakala". ସକାଳ. ଭୁବନେଶ୍ୱର. 11 September 2022. Archived from the original on 23 October 2022. Retrieved 23 October 2022.
- ↑ "ଗୁଡ୍ଦୁ ଗ୍ୟାଙ୍ଗ୍ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "'ବିଦ୍ୟାରାଣ'ରେ କମାଲ କରିବେ ପୀୟୂଷ". ପ୍ରମେୟ (in Odia). ଭୁବନେଶ୍ୱର. 20 September 2020. Retrieved 17 August 2025.
{{cite news}}: CS1 maint: unrecognized language (link) - ↑ "ପୀୟୂଷଙ୍କ ପ୍ରତିଭା". ସମାଜ (in Odia). 22 March 2020. Retrieved 17 August 2025.
{{cite news}}: CS1 maint: unrecognized language (link) - ↑ "ଫିଟିବ ବାବୁସାନ୍ଙ୍କ ବିଦ୍ୟାରାଣ". ସମ୍ବାଦ. sambad.in. 26 June 2022. Archived from the original on 23 October 2022. Retrieved 23 October 2022.
- ↑ "ସିନେମା 'ବିଦ୍ୟାରାଣ'ର ଅଡିଓ ରିଲିଜ୍, ଲିଡ୍ ରୋଲ୍ରେ ନଜର ଆସିବେ ଶିବାନୀଙ୍କ ସହ ବାବୁଶାନ୍". Prameyanews7. ଭୁବନେଶ୍ୱର. 15 June 2022. Archived from the original on 23 October 2022. Retrieved 23 October 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିଦ୍ୟାରାଣ