ପୁପୁଲ ଭୂୟାଁ

ଉଇକିପିଡ଼ିଆ‌ରୁ
ପୁପୁଲ ଭୂୟାଁ
ଜନ୍ମ (1992-02-23) ୨୩ ଫେବୃଆରୀ ୧୯୯୨ (ବୟସ ୩୨)
ଅନ୍ୟ ନାମପାୟଲ ଭୂୟାଁ[୧]
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୨ରୁ-ଏବେଯାଏଁ
ବୈବାହିକ-ସାଥୀଦୀପ ଥଦାନୀ
ପିତାମାତା(s)ବଟକୃଷ୍ଣ ଭୂୟାଁ (ବାପା‌)
ବୈଜୟନ୍ତିମାଳା ଭୂୟାଁ (ମାଆ)
ପୁରସ୍କାରଶ୍ରେଷ୍ଠ ନବାଗତା (ରୂପନଗର ମାୟାନଗର ପୁରସ୍କାର)‌
ଅପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲ

ପୁପୁଲ ଭୂୟାଁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧][୨] ଏହା ପୂର୍ବରୁ ପୁପୁଲ ଓଡ଼ିଆ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୩] ୨୦୧୮ ମସିହାରେ ଅପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲ ପ୍ରତିଯୋଗୀତାରେ ପୁପୁଲ ୭୦୦ ପ୍ରତିଯୋଗୀଙ୍କ ମଧ୍ୟରେ ବିଜେତା ହୋଇଥିଲେ ।[୪][୫][୬][୭][୮] ଏହି ପ୍ରତିଯୋଗୀତାର ସେମିଫାଇନାଲରେ ବେଷ୍ଟ ରାମ୍ପ ୱାକ୍ ପୁରସ୍କାର ଜିତିଥିଲେ ।[୯]

ପ୍ରାରମ୍ଭିକ ଜୀବନ ଓ ପରିବାର[ସମ୍ପାଦନା]

ପୁପୁଲ ୨୩ ଫେବୃଆରୀ ୧୯୯୨ ମସିହାରେ କେଉଁଝର ଜିଲ୍ଲାର ସଇଁକୁଳଠାରେ ଜନ୍ମଗ୍ରହଣ କରିଥିଲେ । ପୁପୁଲ ୨୦୧୬ ମସିହାରେ ଦୀପ ଥଦାନୀଙ୍କୁ ବିବାହ କରିଥିଲେ ।[୪]

ଅଭିନୟ ଜୀବନ[ସମ୍ପାଦନା]

ପୁପୁଲ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪] ସେ ସୋମ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ ପ୍ରଥମ ଓଡ଼ିଆ 3D ଚଳଚ୍ଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହି କଥାଚିତ୍ର ପାଇଁ ତାଙ୍କୁ ରୂପନଗରୀ ମାୟାନଗରୀ ପୁରସ୍କାର ଉତ୍ସବ ଏବଂ ସୋ ଟାଇମ୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।

ପୁପୁଲ ଓଡ଼ିଆ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୧] ସେ ଓ ଟିଭିର ଇ-ନ୍ୟୁଜ୍, ଏ-ଗସିପ୍, ଟେଲି ଟ୍ରାଭେଲ୍ ଆଦି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ । ସେ ଏମ୍.ବି.ସି ଟିଭିରେ ଦ ରିଭ୍ୟୁ ସୋ, ତରଙ୍ଗ ଟିଭିରେ ଆମ ରୋଷେଇ ଘର, ଜିତ ଓଡ଼ିଶା ଜିତ, ଇ ଟିଭି ଓଡ଼ିଆରେ ଆପଣଙ୍କ ପସନ୍ଦ, ସାର୍ଥକ ଟିଭିରେ ସ୍ୱର ଓଡ଼ିଶାର, ମୁଁ ବି ହିରୋଇନ ହେବି, ସରେଗାମାପା ଲିଟିଲ୍ ଚାମ୍ପସ୍ ଆଦି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୪]

ପୁପୁଲଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ଅନୁଭବ- ଏ ଲଭର୍‌ବୟର ନିର୍ମାଣ ଚାଲିଛି । ଏଥିରେ ପୁପୁଲଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ସୂରଜ କୁମାର ।[୩] ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ବାରିକ ।[୧୦] ପୁପୁଲ ଏଥିରେ ବର୍ଷ ଚରିତ୍ରରେ ଅଭିନୟ କରୁଛନ୍ତି ।[୧୧]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୩ କାଉଁରୀ କନ୍ୟା ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୮ ବ୍ଲାକ୍‌ମେଲ୍
୨୦୧୮ ଅନୁଭବ- ଏ ଲଭର୍‌ବୟ ସୁଟିଂ ଚାଲିଛି

ଦୂରଦର୍ଶନ ଉପସ୍ଥାପିକା[ସମ୍ପାଦନା]

କାର୍ଯ୍ୟକ୍ରମ ଚେନାଲ ମନ୍ତବ୍ୟ
ଇ-ନ୍ୟୁଜ୍ ଓ ଟିଭି
ଏ-ଗସିପ୍ ଓ ଟିଭି
‌ ଟେଲି ଟ୍ରାଭେଲ୍ ଓ ଟିଭି
ଦ ରିଭ୍ୟୁ ସୋ ଏମ୍.ବି.ସି ଟିଭି
ଆମ ରୋଷେଇ ଘର ତରଙ୍ଗ ଟିଭି
ଜିତ ଓଡ଼ିଶା ଜିତ ତରଙ୍ଗ ଟିଭି
ଆପଣଙ୍କ ପସନ୍ଦ ଇ ଟିଭି ଓଡ଼ିଆ
ସ୍ୱର ଓଡ଼ିଶାର ସାର୍ଥକ ଟିଭି
ମୁଁ ବି ହିରୋଇନ ହେବି ସାର୍ଥକ ଟିଭି
ସରେଗାମାପା ଲିଟିଲ୍ ଚାମ୍ପସ୍ ସାର୍ଥକ ଟିଭି

ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ନବାଗତା- ରୂପନଗରୀ ମାୟାନଗରୀ ପୁରସ୍କାର ଉତ୍ସବ ଏବଂ ସୋ ଟାଇମ୍ ପୁରସ୍କାର ଉତ୍ସବ (କାଉଁରୀ କନ୍ୟା)
  • ମୋଷ୍ଟ ପପୁଲାର ସଙ୍ଗ୍ ଅଫ୍ ଦ ଇଅର୍ ଆୱାର୍ଡ଼: ଷ୍ଟାର୍ ଓଲିଉଡ୍ ଆୱାର୍ଡ଼ସ୍ (ବୋଉ ମାରିବ- ବ୍ଲାକ୍‌ମେ)

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "ଛୋଟ ପରଦାରେ ଉପସ୍ଥାପିକା , ହେଲେ ବଡ଼ ପରଦାରେ ନାୟିକା". sambad.in. 7 March 2018. Retrieved 13 March 2018.
  2. "Kaunri Kanya 3D Oriya Horror Film". Incredible Orissa.
  3. ୩.୦ ୩.୧ "ଛୋଟ ପରଦାରେ ଉପସ୍ଥାପିକା , ହେଲେ ବଡ଼ ପରଦାରେ ନାୟିକା". ସମ୍ବାଦ. 7 March 2018. Retrieved 13 March 2018.
  4. ୪.୦ ୪.୧ ୪.୨ ୪.୩ "Marriage No Barrier In Pursuing Dreams, Says Opera Mrs India Global 2018". Mycitylinks- Bhubaneswar | Cuttack | Puri (in ଇଂରାଜୀ). Odisha. Archived from the original on 29 September 2018. Retrieved 29 September 2018.
  5. "Anuj Kulshreshtha & Poonam Gaur of Opera Media Recreations Pvt Ltd hosted the Grand Finale of "Opera Miss/ Mrs India Global 2018"- International Beauty Pagent at Golden Tulip Suites. – Online fashion and lifestyle". glamourmantra.com (in ଇଂରାଜୀ). Retrieved 29 September 2018.[permanent dead link]
  6. "Excited to bring the first ever International Beauty Contest from Australia to India". internationalnewsandviews.com. 25 September 2018. Retrieved 29 September 2018.
  7. "Grand Finale of "Opera Miss/ Mrs India Global 2018"- International Beauty Pagent at Golden Tulip Suites - News Dastak". News Dastak. 25 September 2018. Retrieved 29 September 2018.[permanent dead link]
  8. "Grand Finale of "Opera Miss/ Mrs India Global 2018"- International Beauty Pagent at Golden Tulip Suites by Opera Media & Recreations Pvt Ltd | A News Of India". anewsofindia.com. 24 September 2018. Retrieved 29 September 2018.[permanent dead link]
  9. "Pupul is Opera Mrs India Global". Orissa Post. 25 September 2018. Archived from the original on 15 November 2022. Retrieved 29 September 2018.
  10. "ଅନୁଭବ A Lover BOy". Odia Zamana. 9 March 2018. Retrieved 13 March 2018.[permanent dead link]
  11. "ବର୍ଷା ଭୂମିକାରେ ଆସୁଛନ୍ତି ଏହି ଓଲିଉଡ ନାୟିକା". sambad.in. 23 April 2018. Retrieved 6 June 2018.

ବାହାର ଆଧାର[ସମ୍ପାଦନା]