ପ୍ରସ୍ଥାନମ୍

ଉଇକିପିଡ଼ିଆ‌ରୁ
ପ୍ରସ୍ଥାନମ୍
ନିର୍ଦ୍ଦେଶକରାଜା ଡି
ପ୍ରଯୋଜକରିଙ୍କୁ ରିନୁ ଜେନା
ଦେବେଶ ଚନ୍ଦ୍ର ଦାସ
ସଂଳାପମାନସ ପଡ଼ିହାରୀ
ଚିତ୍ରନାଟ୍ୟକୁମାରଶ୍ରୀ ସାହୁ
କାହାଣୀକୁମାରଶ୍ରୀ ସାହୁ
କଳାକାରଅମ୍ଳାନ ଦାସ
ଶ୍ରଦ୍ଧା ପାଣିଗ୍ରାହୀ
ମିହିର ଦାସ
ମନୋଜ ମିଶ୍ର
ପାର୍ଥସାରଥୀ ରାୟ
ସଙ୍ଗୀତଅସାଦ ନିଜାମ
ଚିତ୍ରଗ୍ରହଣଅକ୍ଷୟ ନାୟକ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୬ ଡିସେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ପ୍ରସ୍ଥାନମ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରିଙ୍କୁ ରିନୁ ଜେନା ଓ ଦେବେଶ ଚନ୍ଦ୍ର ଦାସ । କୁମାରଶ୍ରୀ ସାହୁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ମାନସ ପଡ଼ିହାରୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜା ଡି ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ଶ୍ରଦ୍ଧା ପାଣିଗ୍ରାହୀ । ମିହିର ଦାସ, ମନୋଜ ମିଶ୍ର, ପାର୍ଥସାରଥୀ ରାୟ, ବଣ୍ଟି ଆର୍ ସାମଲ, ଉଷସୀ ମିଶ୍ର, ରାଜସ୍ମିତା କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟି ୨୦୨୨ ମସିହାର ଡିସେମ୍ବର ୧୬ ତାରିଖରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସାଦ ନିଜାମ । କୁମାରଶ୍ରୀ ସାହୁ, ତପୁ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ, ଆର୍ ଏସ୍ କୁମାର, ନେହା ନିହାରିକା, ଅସାଦ ନିଜାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ତୋ ନିଶା ନିଶା ଆଖି"ତପୁ ନାୟକହ୍ୟୁମାନ ସାଗର, ନେହା ନିହାରିକା କର୦୪:୨୨
2."ପାର୍ଟି ଆମେ ବେକାର ଟୋକା"କୁମାରଶ୍ରୀ ସାହୁଅସାଦ ନିଜାମ, ଅସୀମା ପଣ୍ଡା୦୩:୩୮
3."ପାଇଚି ଖୋଜି"ତପୁ ନାୟକକୁଳଦୀପ ପଟ୍ଟନାୟକ୦୫:୦୯
4."ମୁଁ ଶକିରା"ତପୁ ନାୟକଅସୀମା ପଣ୍ଡା୦୪:୧୧
5."ଥିଲା ଭାଗ୍ୟରେ ଲେଖା"କୁମାରଶ୍ରୀ ସାହୁଆର୍ ଏସ୍ କୁମାର, ଅସୀମା ପଣ୍ଡା୦୩:୪୭

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଆଜି 'ପ୍ରସ୍ଥାନମ୍' ଶୁଭମୁକ୍ତି". ପ୍ରମେୟ. ଭୁବନେଶ୍ୱର. 16 December 2022. p. 7. Archived from the original on 21 December 2022. Retrieved 21 December 2022.
  2. "ଆଜି ଶୁଭମୁକ୍ତି". ସମ୍ବାଦ. 16 December 2022. Archived from the original on 21 December 2022. Retrieved 21 December 2022.

ବାହାର ଆଧାର[ସମ୍ପାଦନା]