ଶ୍ରଦ୍ଧା ପାଣିଗ୍ରାହୀ
ଶ୍ରଦ୍ଧା ପାଣିଗ୍ରାହୀ | |
---|---|
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୭ରୁ-ଏବେଯାଏଁ |
ଶ୍ରଦ୍ଧା ପାଣିଗ୍ରାହୀ ଜଣେ ଭାରତୀୟ-ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଓଡ଼ିଆ ଦୂରଦର୍ଶନ ଧାରାବାହିକ, ୱେବ୍ ସିରିଜ୍ ଆଦିରେ ଅଭିନୟ କରନ୍ତି । ସେ ପ୍ରଥମେ ୨୦୧୫ ମସିହାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଏକ ରିଆଲିଟି ଶୋ', ମିଠା ମିଠା ଯୋଡ଼ିରେ ଭାଗନେଇଥିଲେ । ସେ ବିଜୟୀ ହୋଇନଥିଲେ ମଧ୍ୟ ମିଠା ମିଠା କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।[୧] ଏହାପରେ ସେ ତରଙ୍ଗ ଟିଭିରେ ଆମ ଘର ଲକ୍ଷ୍ମୀ ଧାରାବାହିକରେ ଅଭିନୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଅଧା ଲେଖା ଚିଠି, ସାହେବ ବିବି ଔର୍ ଶାଲା, ସାହେବ ବିବି ଔର୍ ଶାଶୁମା ଆଦି ୱେବ୍ ସିରିଜ୍ରେ ଅଭିନୟ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଶ୍ରଦ୍ଧା ପାଣିଗ୍ରାହୀ ୨୦୧୫ ମସିହାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଏକ ରିଆଲିଟି ଶୋ ମିଠା ମିଠା ଯୋଡ଼ିରେ ଯୋଗ ଦେଇଥିଲେ ।[୨] ସେ ଏଥିରେ ଫାଇନାଲିଷ୍ଟ ହୋଇଥିଲେ ଓ ଏହି ରିଆଲିଟି ଶୋ'ର ଚଳଚ୍ଚିତ୍ର ମିଠା ମିଠାରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଏହା ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ।[୩]
ସେ ତରଙ୍ଗ ଟିଭିରେ ପ୍ରସାରିତ ଓଡ଼ିଆ ଧାରାବାହିକ ଆମ ଘର ଲକ୍ଷ୍ମୀରେ ଅଭିନୟ କରିଥିଲେ । ସେ ସେଥିରେ ସେ ନନ୍ଦିନୀ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି ଧାରାବାହିକରେ ତାଙ୍କ ସହିତ ସ୍ନିଗ୍ଧା ମହାନ୍ତି, ମାମୁନି ପଣ୍ଡା ଆଦି ଅଭିନେତ୍ରୀମାନେ ଅଭିନୟ କରିଥିଲେ । ୨୦୨୦ ମସିହାରୁ ମଞ୍ଜରୀ ଟିଭିରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ ମୋ ଦେହେ ବୋଳି ଦେ ତୋ ରଙ୍ଗ କଳାରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ଜ୍ୟୋତିପ୍ରକାଶ ପଣ୍ଡା, ପ୍ରିୟମ୍ବଦା ରାୟ, ଭୂପତି ତ୍ରିପାଠୀ, ଅକ୍ଷୟ ବସ୍ତିଆ, ଦୁଷ୍ମନ୍ତ ପତି, କେଦାର ମିଶ୍ର ଆଦି ମଧ୍ୟ ଅଭିନୟ କରିଥିଲେ ।[୫]
ଶ୍ରଦ୍ଧା ଓଡ଼ିଆ ଧାରାବାହିକ ଓ କଥାଚିତ୍ରରେ ଅଭିନୟ କରିବା ସହିତ କିଛି ୱେବ୍ ସିରିଜ୍ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ତାଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ୟୁ ଟ୍ୟୁବ୍ରେ ମୁକ୍ତିଲାଭ କରିଥିଲା ଏବଂ ୨୦୨୧ ମସିହାରେ ତାଙ୍କର ଅନ୍ୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମୁଖା ଆଓ NXTରେ ମୁକ୍ତିଲାଭ କରିଥିଲା ।[୬]
୨୦୨୧ ମସିହାରେ ମହିଳା ଦିବସ ଅବସରରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ବିସର୍ଜନରେ ସେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସୁଭାଶିଷ ଶର୍ମା, ଲରେନ୍ସ, ଅନିକେତ ଆଦି କଳାକାରମାନେ ଅଭିନୟ କରିଥିଲେ ।[୭]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୭ | ମିଠା ମିଠା | ପ୍ରଥମ ଓଡ଼ିଆ କଥାଚିତ୍ର | |
୨୦୧୮ | ଅଧା ଲେଖା ଚିଠି | ମିତା | କ୍ଷୁଦ୍ର ଚଳଚ୍ଚିତ୍ର |
୨୦୨୧ | ମୁଖା | କ୍ଷୁଦ୍ର ଚଳଚ୍ଚିତ୍ର | |
୨୦୨୧ | ବିସର୍ଜନ | ନନ୍ଦିନୀ | ଟିଭି ଚଳଚ୍ଚିତ୍ର (ମଞ୍ଜରୀ ଟିଭି) |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ଚେନାଲ୍ |
---|---|---|---|
୨୦୧୬ | ଆମ ଘର ଲକ୍ଷ୍ମୀ | ନନ୍ଦିନୀ | ତରଙ୍ଗ ଟିଭି |
୨୦୨୦ | ମୋ ଦେହେ ବୋଳି ଦେ ତୋ ଦେହ କଳା | ମଞ୍ଜରୀ ଟିଭି |
ଅଭିନୀତ ୱେବ୍-ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ଚେନାଲ୍ |
---|---|---|---|
୨୦୧୮ | ସାହେବ ବିବି ଔର୍ ଶାଲା | ଶ୍ରଦ୍ଧା | ୟୁ-ଟ୍ୟୁବ୍ |
୨୦୨୧ | ସାହେବ ବିବି ଶାଲା ଆଉ ଶାସୁମା | ଶ୍ରଦ୍ଧା | ୟୁ-ଟ୍ୟୁବ୍ |
ଆଧାର
[ସମ୍ପାଦନା]- ↑ "'ମିଠା ମିଠା'ର ପୋଷ୍ଟର୍ ରିଲିଜ୍". ସମ୍ବାଦ. 10 April 2017. Archived from the original on 20 July 2017. Retrieved 17 July 2017.
- ↑ "Jyoti And Ankita Winners of Mitha MItha Jodi on Colors Odia". Incredible Orissa. 21 September 2015. Retrieved 17 July 2017.
- ↑ "ରାଉଡ଼ି ରାଜା | Sambad". ସମ୍ବାଦ. sambad.in. 26 July 2021. Archived from the original on 4 January 2022. Retrieved 4 January 2022.
- ↑ "ରାଜେଶ-ଶ୍ରଦ୍ଧାଙ୍କ ନିର୍ବନ୍ଧ ସଂପନ୍ନ". Odisha Reporter. 2019-09-12. Archived from the original on 2021-09-09. Retrieved 2021-09-09.
- ↑ "ମଞ୍ଜରୀରେ ଆଜିଠୁ ନୂଆ ମେଗା ଧାରାବାହିକ ଆରମ୍ଭ | Kanak News" (in ଆମେରିକୀୟ ଇଂରାଜୀ). 2020-03-03. Retrieved 2021-09-09.
- ↑ ରାଉତ, ଦେବସ୍ମିତା. "ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ କ୍ଷୁଦ୍ର ଫିଲ୍ମ 'ମୁଖା'". ETV Bharat News. Archived from the original on 2021-09-09. Retrieved 2021-09-09.
- ↑ "ବିଶ୍ୱ ମହିଳା ଦିବସ ଅବସରରେ 'ମଞ୍ଜରୀ'ର ଭେଟି 'ବିସର୍ଜନ' | Sambad" (in ଆମେରିକୀୟ ଇଂରାଜୀ). 2021-03-05. Archived from the original on 2021-09-09. Retrieved 2021-09-09.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରଦ୍ଧା ପାଣିଗ୍ରାହୀ