ପ୍ରସ୍ଥାନମ୍
ପ୍ରସ୍ଥାନମ୍ | |
---|---|
ନିର୍ଦ୍ଦେଶକ | ରାଜା ଡି |
ପ୍ରଯୋଜକ | ରିଙ୍କୁ ରିନୁ ଜେନା ଦେବେଶ ଚନ୍ଦ୍ର ଦାସ |
ସଂଳାପ | ମାନସ ପଡ଼ିହାରୀ |
ଚିତ୍ରନାଟ୍ୟ | କୁମାରଶ୍ରୀ ସାହୁ |
କାହାଣୀ | କୁମାରଶ୍ରୀ ସାହୁ |
କଳାକାର | ଅମ୍ଳାନ ଦାସ ଶ୍ରଦ୍ଧା ପାଣିଗ୍ରାହୀ ମିହିର ଦାସ ମନୋଜ ମିଶ୍ର ପାର୍ଥସାରଥୀ ରାୟ |
ସଙ୍ଗୀତ | ଅସାଦ ନିଜାମ |
ଚିତ୍ରଗ୍ରହଣ | ଅକ୍ଷୟ ନାୟକ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧୬ ଡିସେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରସ୍ଥାନମ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରିଙ୍କୁ ରିନୁ ଜେନା ଓ ଦେବେଶ ଚନ୍ଦ୍ର ଦାସ । କୁମାରଶ୍ରୀ ସାହୁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ମାନସ ପଡ଼ିହାରୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜା ଡି ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ଶ୍ରଦ୍ଧା ପାଣିଗ୍ରାହୀ । ମିହିର ଦାସ, ମନୋଜ ମିଶ୍ର, ପାର୍ଥସାରଥୀ ରାୟ, ବଣ୍ଟି ଆର୍ ସାମଲ, ଉଷସୀ ମିଶ୍ର, ରାଜସ୍ମିତା କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟି ୨୦୨୨ ମସିହାର ଡିସେମ୍ବର ୧୬ ତାରିଖରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ଅମ୍ଳାନ ଦାସ
- ଶ୍ରଦ୍ଧା ପାଣିଗ୍ରାହୀ
- ମିହିର ଦାସ
- ମନୋଜ ମିଶ୍ର
- ପାର୍ଥସାରଥୀ ରାୟ
- ବଣ୍ଟି ଆର୍ ସାମଲ
- ଉଷସୀ ମିଶ୍ର
- ରାଜସ୍ମିତା କର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସାଦ ନିଜାମ । କୁମାରଶ୍ରୀ ସାହୁ, ତପୁ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ, ଆର୍ ଏସ୍ କୁମାର, ନେହା ନିହାରିକା, ଅସାଦ ନିଜାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ତୋ ନିଶା ନିଶା ଆଖି" | ତପୁ ନାୟକ | ହ୍ୟୁମାନ ସାଗର, ନେହା ନିହାରିକା କର | ୦୪:୨୨ |
2. | "ପାର୍ଟି ଆମେ ବେକାର ଟୋକା" | କୁମାରଶ୍ରୀ ସାହୁ | ଅସାଦ ନିଜାମ, ଅସୀମା ପଣ୍ଡା | ୦୩:୩୮ |
3. | "ପାଇଚି ଖୋଜି" | ତପୁ ନାୟକ | କୁଳଦୀପ ପଟ୍ଟନାୟକ | ୦୫:୦୯ |
4. | "ମୁଁ ଶକିରା" | ତପୁ ନାୟକ | ଅସୀମା ପଣ୍ଡା | ୦୪:୧୧ |
5. | "ଥିଲା ଭାଗ୍ୟରେ ଲେଖା" | କୁମାରଶ୍ରୀ ସାହୁ | ଆର୍ ଏସ୍ କୁମାର, ଅସୀମା ପଣ୍ଡା | ୦୩:୪୭ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଆଜି 'ପ୍ରସ୍ଥାନମ୍' ଶୁଭମୁକ୍ତି". ପ୍ରମେୟ. ଭୁବନେଶ୍ୱର. 16 December 2022. p. 7. Archived from the original on 21 December 2022. Retrieved 21 December 2022.
- ↑ "ଆଜି ଶୁଭମୁକ୍ତି". ସମ୍ବାଦ. 16 December 2022. Archived from the original on 21 December 2022. Retrieved 21 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରସ୍ଥାନମ୍