ପୁଷ୍କରା (୨୦୨୩ର ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ପୁଷ୍କରା
ନିର୍ଦ୍ଦେଶକଶୁଭ୍ରାଂଶୁ ଦାସ
ସଂଳାପଶଙ୍କର ପ୍ରସାଦ ତ୍ରିପାଠୀ
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
ଚିତ୍ତ ପଟ୍ଟନାୟକ
ଜନ୍ମେଜୟ ସିଂହ
କାହାଣୀଶଙ୍କର ପ୍ରସାଦ ତ୍ରିପାଠୀ
ମୂଳ ଆଧାରନାଦବିନ୍ଦୁ (ଉପନ୍ୟାସ)
କଳାକାରସବ୍ୟସାଚୀ ମିଶ୍ର
ସୁପ୍ରିୟା ନାୟକ
ଚୌଧୁରୀ ବିକାଶ ଦାସ
ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତବିଭୂତି ଭୂଷଣ ଗଡ଼ନାୟକ
Production
company
ତରଙ୍ଗ ସିନେ ପ୍ରଡ଼କ୍ସନ
ମୁକ୍ତିଲାଭ ତାରିଖ
୧୯ ସେପ୍ଟେମ୍ବର ୨୦୨୩
କଥାଚିତ୍ରର ସମୟ
୧୨୩.୧୦ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ପୁଷ୍କରା ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା,[୨] ଯାହାର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୩] ଶଙ୍କର ତ୍ରିପାଠୀ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୪][୫] ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି, ଚିତ୍ତ ପଟ୍ଟନାୟକ ଓ ଜନ୍ମେଜୟ ସିଂହ । ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୬] ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ସୁପ୍ରିୟା ନାୟକ ।[୭][୮] ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ, ରବି ମିଶ୍ର, ଶଙ୍କର ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିର କାହାଣୀ ଶଙ୍କର ତ୍ରିପାଠୀଙ୍କଦ୍ୱାରା ରଚିତ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ ଥିଲା,[୯][୧୦] ଯାହାକି ପୁଷ୍କରା ପରମ୍ପାରାକୁ ଦୃଶ୍ୟମାନ କରାଇଥିଲା ।[୧୧] ଏହି କଥାଚିତ୍ରର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ପ୍ରଥମ ଥର ପାଇଁ କଥାଚିତ୍ର ନିର୍ଦ୍ଦେଶନା ଦେଇଥିଲେ; ପୂର୍ବରୁ ସେ ସିନେମାଟୋଗ୍ରାଫର୍ ଭାବରେ କାମ କରୁଥିଲେ ।[୧୨] ଏହି କଥାଚିତ୍ରଟିରେ ପୁରୀଜାଗାଘର, ସାହିଯାତ ଓ ଡଙ୍ଗା ଭସା ଭଳି ପରମ୍ପରା ଦେଖାଯାଇଛି ।[୧୩]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ ।[୧୬] ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସନ୍ଥ ବାଉଳି ଦାସଙ୍କ ରଚନାରୁ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ଏହି କଥାଚିତ୍ରଟିରେ ସ୍ଥାନିତ ହୋଇଥିଲା । ୯ ସେପ୍ଟମ୍ବର ୨୦୨୩ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧୭][୧୮]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ[୧୯]"ସନ୍ଥ ବାଉଳି ଦାସବିଭୂତି ଭୂଷଣ ଗଡ଼ନାୟକ୦୨:୩୩

ମୁକ୍ତିଲାଭ[ସମ୍ପାଦନା]

ଏହି କଥାଚିତ୍ରଟି ୨୦୨୩ ମସିହାର ସେପ୍ଟେମ୍ବର ୧୯ ତାରିଖ ଦିନ ଗଣେଶ ପୂଜା ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨୦]

ଆଧାର[ସମ୍ପାଦନା]

  1. "ସୁସ୍ଥ ପ୍ରତିଦ୍ୱନ୍ଦିତା ଚଳଚ୍ଚିତ୍ର ଶିଳ୍ପର ଶ୍ରୀବୃଦ୍ଧି କରିବ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  2. Prusty, Debendra (5 January 2023). "ଓଡ଼ିଆ ସିନେମାକୁ ବଦଳାଇ ଦେବ 'ପୁଷ୍କରା'". Odisha Reporter. Archived from the original on 17 September 2023. Retrieved 17 September 2023.
  3. "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  4. Bal, Suvalaxmi (2 September 2023). "ପାଗଳପ୍ରେମୀଙ୍କ 'ପୁଷ୍କରା' ଅବତାର". OdishaLIVE (in ଆମେରିକୀୟ ଇଂରାଜୀ). Archived from the original on 17 September 2023. Retrieved 17 September 2023.
  5. Sahoo, Nitesh Kumar (1 September 2023). "'Pushkara' trailer unveiled, actor Sabyasachi & team visit Puri Srimandir to seek blessings". OTV News (in English). Archived from the original on 17 September 2023. Retrieved 17 September 2023.{{cite web}}: CS1 maint: unrecognized language (link)
  6. "Pushkara: ରିଲିଜ ହେଲା ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ପୁଷ୍କରା'ର ଟ୍ରେଲର". ETV Bharat News. ଭୁବନେଶ୍ୱର. 1 September 2023. Archived from the original on 17 September 2023. Retrieved 17 September 2023.
  7. "କାଳିଆର ଭକ୍ତ ମୁଁ". ସମାଜ. No. ରବିବାର. 10 September 2023. p. 8. Archived from the original on 11 September 2023. Retrieved 11 September 2023.
  8. Pattanayak, Manini (3 September 2023). "ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଓଡ଼ିଆ ଫିଲ୍ମ 'ପୁଷ୍କରା'ର ଟ୍ରେଲର". Argus News (in ଇଂରାଜୀ). ଭୁବନେଶ୍ୱର. Archived from the original on 17 September 2023. Retrieved 17 September 2023.
  9. SHISHU, CHANDAN (3 January 2023). "ଆସୁଛି 'ପୁଷ୍କରା': କହିବ ବାସ୍ତବ ଜୀବନର କଥା". OTV Khabar. Archived from the original on 17 September 2023. Retrieved 17 September 2023.
  10. Sahu, Diana (7 November 2022). "Can Odia literature inspire Odia cinema again?". The New Indian Express. Archived from the original on 17 September 2023. Retrieved 17 September 2023.
  11. Dhal, Jajnaseni (2 September 2023). "ଓଡ଼ିଆ ଚଳଚ୍ଚିତ୍ର 'ପୁଷ୍କରା'ର ଟିଜର ରିଲିଜ୍‌ - Dharitri". Dharitri Odia News. ପୁରୀ. Archived from the original on 17 September 2023. Retrieved 17 September 2023.
  12. ବିଶ୍ୱାଳ, ସ୍ମିତାଲୋକ (16 September 2023). "ଗଣେଶ ପୂଜାରେ ପରଦାକୁ ଆସିବ 'ପୁଷ୍କରା': ସିନେମାଟୋଗ୍ରାଫରରୁ ନିର୍ଦ୍ଦେଶକ ସାଜିଲେ ଶୁଭ୍ରାଂଶୁ". Odisha Sambad (in ଆମେରିକୀୟ ଇଂରାଜୀ). ଭୁବନେଶ୍ୱର. Archived from the original on 17 September 2023. Retrieved 17 September 2023.
  13. "ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ". ETV Bharat News. ଭୁବନେଶ୍ୱର. 18 September 2023. Archived from the original on 18 September 2023. Retrieved 18 September 2023.
  14. "ଶ୍ରୀମନ୍ଦିର ସମ୍ମୁଖରେ ଓଡ଼ିଆ ଫିଲ୍ମ 'ପୁଷ୍କରା'ର ଟ୍ରେଲର ରିଲିଜ". Samaya Live (in ଆମେରିକୀୟ ଇଂରାଜୀ). ପୁରୀ. 2 September 2023. Archived from the original on 17 September 2023. Retrieved 17 September 2023.
  15. "ଆଇଟମ୍ ନମ୍ବରରେ ସୁପ୍ରିୟା". ଧରିତ୍ରୀ. 5 October 2023. p. ୧୭. Archived from the original on 6 October 2023. Retrieved 6 October 2023.
  16. "ନିଆରା 'ପୁଷ୍କରା'". ସମାଜ. No. ରବିବାର. 17 September 2023. Archived from the original on 24 September 2023. Retrieved 24 September 2023.
  17. PARIMITA, PRANGYAN (10 September 2023). "ରିଲିଜ ହେଲା ପୁଷ୍କରା ଫିଲ୍ମର ମ୍ୟୁଜିକ". ଓଟିଭି ଖବର. Archived from the original on 17 September 2023. Retrieved 17 September 2023.
  18. "ଗଣେଶ ପୂଜାରେ ପ୍ରେକ୍ଷାଳୟକୁ ଆସିବ ଓଡ଼ିଆ ସିନେମା ପୁଷ୍କରା, ରିଲିଜ ହେଲା ଅଡିଓ". Sambad (in ଆମେରିକୀୟ ଇଂରାଜୀ). 9 September 2023. Archived from the original on 17 September 2023. Retrieved 17 September 2023.
  19. "ଜୀବନ ଯୁଦ୍ଧର କାହାଣୀ 'ଏ କେମିତି ବନ୍ଧନ'". ସମ୍ବାଦ. No. ରବିବାର. 1 October 2023. p. 9. Archived from the original on 8 October 2023. Retrieved 8 October 2023.
  20. "ଆଜି ଶୁଭମୁକ୍ତି". ସମାଜ. No. ଭୁବନେଶ୍ୱର. 19 September 2023. p. 2. Archived from the original on 27 September 2023. Retrieved 27 September 2023.

ବାହାର ଆଧାର[ସମ୍ପାଦନା]