ପୁଷ୍କରା (୨୦୨୩ର ଓଡ଼ିଆ କଥାଚିତ୍ର)
ପୁଷ୍କରା | |
---|---|
ନିର୍ଦ୍ଦେଶକ | ଶୁଭ୍ରାଂଶୁ ଦାସ |
ସଂଳାପ | ଶଙ୍କର ପ୍ରସାଦ ତ୍ରିପାଠୀ |
ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି ଚିତ୍ତ ପଟ୍ଟନାୟକ ଜନ୍ମେଜୟ ସିଂହ |
କାହାଣୀ | ଶଙ୍କର ପ୍ରସାଦ ତ୍ରିପାଠୀ |
ମୂଳ ଆଧାର | ନାଦବିନ୍ଦୁ (ଉପନ୍ୟାସ) |
କଳାକାର | ସବ୍ୟସାଚୀ ମିଶ୍ର ସୁପ୍ରିୟା ନାୟକ ଚୌଧୁରୀ ବିକାଶ ଦାସ ଅଶ୍ରୁମୋଚନ ମହାନ୍ତି |
ସଙ୍ଗୀତ | ବିଭୂତି ଭୂଷଣ ଗଡ଼ନାୟକ |
Production company | ତରଙ୍ଗ ସିନେ ପ୍ରଡ଼କ୍ସନ |
ମୁକ୍ତିଲାଭ ତାରିଖ | ୧୯ ସେପ୍ଟେମ୍ବର ୨୦୨୩ |
କଥାଚିତ୍ରର ସମୟ | ୧୨୩.୧୦ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପୁଷ୍କରା ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା,[୨] ଯାହାର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୩] ଶଙ୍କର ତ୍ରିପାଠୀ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୪][୫] ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି, ଚିତ୍ତ ପଟ୍ଟନାୟକ ଓ ଜନ୍ମେଜୟ ସିଂହ । ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୬] ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ସୁପ୍ରିୟା ନାୟକ ।[୭][୮] ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ, ରବି ମିଶ୍ର, ଶଙ୍କର ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର କାହାଣୀ ଶଙ୍କର ତ୍ରିପାଠୀଙ୍କଦ୍ୱାରା ରଚିତ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ ଥିଲା,[୯][୧୦] ଯାହାକି ପୁଷ୍କରା ପରମ୍ପାରାକୁ ଦୃଶ୍ୟମାନ କରାଇଥିଲା ।[୧୧] ଏହି କଥାଚିତ୍ରର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ପ୍ରଥମ ଥର ପାଇଁ କଥାଚିତ୍ର ନିର୍ଦ୍ଦେଶନା ଦେଇଥିଲେ; ପୂର୍ବରୁ ସେ ସିନେମାଟୋଗ୍ରାଫର୍ ଭାବରେ କାମ କରୁଥିଲେ ।[୧୨] ଏହି କଥାଚିତ୍ରଟିରେ ପୁରୀର ଜାଗାଘର, ସାହିଯାତ ଓ ଡଙ୍ଗା ଭସା ଭଳି ପରମ୍ପରା ଦେଖାଯାଇଛି ।[୧୩]
ଅଭିନୟ
[ସମ୍ପାଦନା]- ସବ୍ୟସାଚୀ ମିଶ୍ର[୧୪]
- ସୁପ୍ରିୟା ନାୟକ[୧୫]
- ଚୌଧୁରୀ ବିକାଶ ଦାସ
- ଅଶ୍ରୁମୋଚନ ମହାନ୍ତି
- ପିଣ୍ଟୁ ନନ୍ଦ
- ତ୍ରିଭୁବନ ପଣ୍ଡା
- ଅଳକା ଶତପଥୀ
- ରବି ମିଶ୍ର
- ଶଙ୍କର ପ୍ରଧାନ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ ।[୧୬] ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସନ୍ଥ ବାଉଳି ଦାସଙ୍କ ରଚନାରୁ ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ଏହି କଥାଚିତ୍ରଟିରେ ସ୍ଥାନିତ ହୋଇଥିଲା । ୯ ସେପ୍ଟମ୍ବର ୨୦୨୩ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧୭][୧୮]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ[୧୯]" | ସନ୍ଥ ବାଉଳି ଦାସ | ବିଭୂତି ଭୂଷଣ ଗଡ଼ନାୟକ | ୦୨:୩୩ |
ମୁକ୍ତିଲାଭ
[ସମ୍ପାଦନା]ଏହି କଥାଚିତ୍ରଟି ୨୦୨୩ ମସିହାର ସେପ୍ଟେମ୍ବର ୧୯ ତାରିଖ ଦିନ ଗଣେଶ ପୂଜା ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨୦]
ଆଧାର
[ସମ୍ପାଦନା]- ↑ "ସୁସ୍ଥ ପ୍ରତିଦ୍ୱନ୍ଦିତା ଚଳଚ୍ଚିତ୍ର ଶିଳ୍ପର ଶ୍ରୀବୃଦ୍ଧି କରିବ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
- ↑ Prusty, Debendra (5 January 2023). "ଓଡ଼ିଆ ସିନେମାକୁ ବଦଳାଇ ଦେବ 'ପୁଷ୍କରା'". Odisha Reporter. Archived from the original on 17 September 2023. Retrieved 17 September 2023.
- ↑ "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
- ↑ Bal, Suvalaxmi (2 September 2023). "ପାଗଳପ୍ରେମୀଙ୍କ 'ପୁଷ୍କରା' ଅବତାର". OdishaLIVE (in ଆମେରିକୀୟ ଇଂରାଜୀ). Archived from the original on 17 September 2023. Retrieved 17 September 2023.
- ↑ Sahoo, Nitesh Kumar (1 September 2023). "'Pushkara' trailer unveiled, actor Sabyasachi & team visit Puri Srimandir to seek blessings". OTV News (in English). Archived from the original on 17 September 2023. Retrieved 17 September 2023.
{{cite web}}
: CS1 maint: unrecognized language (link) - ↑ "Pushkara: ରିଲିଜ ହେଲା ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ପୁଷ୍କରା'ର ଟ୍ରେଲର". ETV Bharat News. ଭୁବନେଶ୍ୱର. 1 September 2023. Archived from the original on 17 September 2023. Retrieved 17 September 2023.
- ↑ "କାଳିଆର ଭକ୍ତ ମୁଁ". ସମାଜ. No. ରବିବାର. 10 September 2023. p. 8. Archived from the original on 11 September 2023. Retrieved 11 September 2023.
- ↑ Pattanayak, Manini (3 September 2023). "ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଓଡ଼ିଆ ଫିଲ୍ମ 'ପୁଷ୍କରା'ର ଟ୍ରେଲର". Argus News (in ଇଂରାଜୀ). ଭୁବନେଶ୍ୱର. Archived from the original on 17 September 2023. Retrieved 17 September 2023.
- ↑ SHISHU, CHANDAN (3 January 2023). "ଆସୁଛି 'ପୁଷ୍କରା': କହିବ ବାସ୍ତବ ଜୀବନର କଥା". OTV Khabar. Archived from the original on 17 September 2023. Retrieved 17 September 2023.
- ↑ Sahu, Diana (7 November 2022). "Can Odia literature inspire Odia cinema again?". The New Indian Express. Archived from the original on 17 September 2023. Retrieved 17 September 2023.
- ↑ Dhal, Jajnaseni (2 September 2023). "ଓଡ଼ିଆ ଚଳଚ୍ଚିତ୍ର 'ପୁଷ୍କରା'ର ଟିଜର ରିଲିଜ୍ - Dharitri". Dharitri Odia News. ପୁରୀ. Archived from the original on 17 September 2023. Retrieved 17 September 2023.
- ↑ ବିଶ୍ୱାଳ, ସ୍ମିତାଲୋକ (16 September 2023). "ଗଣେଶ ପୂଜାରେ ପରଦାକୁ ଆସିବ 'ପୁଷ୍କରା': ସିନେମାଟୋଗ୍ରାଫରରୁ ନିର୍ଦ୍ଦେଶକ ସାଜିଲେ ଶୁଭ୍ରାଂଶୁ". Odisha Sambad (in ଆମେରିକୀୟ ଇଂରାଜୀ). ଭୁବନେଶ୍ୱର. Archived from the original on 17 September 2023. Retrieved 17 September 2023.
- ↑ "ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ". ETV Bharat News. ଭୁବନେଶ୍ୱର. 18 September 2023. Archived from the original on 18 September 2023. Retrieved 18 September 2023.
- ↑ "ଶ୍ରୀମନ୍ଦିର ସମ୍ମୁଖରେ ଓଡ଼ିଆ ଫିଲ୍ମ 'ପୁଷ୍କରା'ର ଟ୍ରେଲର ରିଲିଜ". Samaya Live (in ଆମେରିକୀୟ ଇଂରାଜୀ). ପୁରୀ. 2 September 2023. Archived from the original on 17 September 2023. Retrieved 17 September 2023.
- ↑ "ଆଇଟମ୍ ନମ୍ବରରେ ସୁପ୍ରିୟା". ଧରିତ୍ରୀ. 5 October 2023. p. ୧୭. Archived from the original on 6 October 2023. Retrieved 6 October 2023.
- ↑ "ନିଆରା 'ପୁଷ୍କରା'". ସମାଜ. No. ରବିବାର. 17 September 2023. Archived from the original on 24 September 2023. Retrieved 24 September 2023.
- ↑ PARIMITA, PRANGYAN (10 September 2023). "ରିଲିଜ ହେଲା ପୁଷ୍କରା ଫିଲ୍ମର ମ୍ୟୁଜିକ". ଓଟିଭି ଖବର. Archived from the original on 17 September 2023. Retrieved 17 September 2023.
- ↑ "ଗଣେଶ ପୂଜାରେ ପ୍ରେକ୍ଷାଳୟକୁ ଆସିବ ଓଡ଼ିଆ ସିନେମା ପୁଷ୍କରା, ରିଲିଜ ହେଲା ଅଡିଓ". Sambad (in ଆମେରିକୀୟ ଇଂରାଜୀ). 9 September 2023. Archived from the original on 17 September 2023. Retrieved 17 September 2023.
- ↑ "ଜୀବନ ଯୁଦ୍ଧର କାହାଣୀ 'ଏ କେମିତି ବନ୍ଧନ'". ସମ୍ବାଦ. No. ରବିବାର. 1 October 2023. p. 9. Archived from the original on 8 October 2023. Retrieved 8 October 2023.
- ↑ "ଆଜି ଶୁଭମୁକ୍ତି". ସମାଜ. No. ଭୁବନେଶ୍ୱର. 19 September 2023. p. 2. Archived from the original on 27 September 2023. Retrieved 27 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପୁଷ୍କରା