ତୃପ୍ତି ଦାସ

ଉଇକିପିଡ଼ିଆ‌ରୁ
ତୃପ୍ତି ଦାସ
ଭୁବନେଶ୍ୱରରେ ୨ୟ ଟେଲି ଉତ୍ସବରେ ଶ୍ରେଷ୍ଠ ଗାୟିକା ସମ୍ମାନ ଗ୍ରହଣ କରିବା ଅବସରରେ ତୃପ୍ତି ଦାସ
ବୃତ୍ତିପ୍ରଚ୍ଛଦପଟ ଗାୟିକା
ସକ୍ରିୟ ବର୍ଷ୧୯୬୦-ଏବେଯାଏଁ

ତୃପ୍ତି ଦାସ, ଓଡ଼ିଆ କଥାଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଚ୍ଛଦପଟ୍ଟ ଗାୟିକା ।[୧] ସେ, ସର୍ବାଧିକ ଓଡ଼ିଆ ସିନେମାରେ ପ୍ରଚ୍ଛଦପଟ୍ଟ ଗାୟନ କରିଥିବା ଗାୟିକା । ଭଜନ ଓ ଆଧୁନିକ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ସେ ଜଣେ ପରିଚିତ ନାମ । ବେତାର, ଦୂରଦର୍ଶନ ଓ ମଞ୍ଚ ସବୁଠାରେ କଣ୍ଠଶିଳ୍ପୀ ତୃପ୍ତି ସକ୍ରିୟ । [୨]

କର୍ମଜୀବନ[ସମ୍ପାଦନା]

ତୃପ୍ତି, ମାତ୍ର ୫ ବର୍ଷ ବୟସରୁ କଟକର କଳା ବିକାଶ କେନ୍ଦ୍ରରେ ହିନ୍ଦୁସ୍ତାନି ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ସେ କ୍ଷିତିଶ ଚନ୍ଦ୍ର ମୈତ୍ର ଓ ବାଳକୃଷ୍ଣ ଦାସଙ୍କଠାରୁ ମଧ୍ୟ ସଙ୍ଗୀତ ଶିକ୍ଷା କରିଛନ୍ତି । ୮ବର୍ଷ ବୟସରୁ, ସେ ଆକାଶବାଣୀ କଟକର "ଶିଶୁ ସଂସାର" କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିବା ଆରମ୍ଭ କରିଥିଲେ । ୧୯୬୯ ମସିହାରେ, ୧୨ବର୍ଷ ବୟସରେ ସେ ନିଜର ପ୍ରଥମ ଚଳଚ୍ଚିତ୍ର ଅଦିନ ମେଘରେ କଣ୍ଠଦାନ କରିଥିଲେ । ସେ ଏଯାବତ ୬୦ରୁ ଉର୍ଦ୍ଧ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିସାରିଥିବା ତୃପ୍ତି ଅନ୍ୟାନ୍ୟ ଭାରତୀୟ ଭାଷାରେ ମଧ୍ୟ କଣ୍ଠଦାନ କରିଛନ୍ତି । ସେ ମଧ୍ୟରୁ କନ୍ନଡ଼ ସିନେମା "ପ୍ରେମାଞ୍ଜଳି", ତେଲୁଗୁ ସିନେମା "ସ୍ୱର୍ଣ୍ଣକମଲମ" ଓ ହିନ୍ଦୀ ସିନେମା "ବରଗଦ ଦାଦା" ଅନ୍ୟତମ ।

ତୃପ୍ତି ଦାସ, "ନିତ୍ୟ ତୃପ୍ତି ଦାସ" ନାମକ ଷ୍ଟୁଡିଓ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

ସଙ୍ଗୀତ ନାଟକ ଏକାଡେମୀ[ସମ୍ପାଦନା]

ବର୍ତ୍ତମାନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଅଛନ୍ତି ତୃପ୍ତି ଦାସ |[୩]

ସଙ୍ଗୀତ ଜିବନୀ[ସମ୍ପାଦନା]

ଚଳଚ୍ଚିତ୍ର ଅଦିନ ମେଘର ଗୀତ ବୋଉଲୋ କି କହିବି ନୂଅା ଭାଉଜଙ୍କ କଥା, ଜରିଆରେ ତୃପ୍ତି ଦାସ ନିଜ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ | ତେବେ ପ୍ରଥମେ ଏହି ଗୀତପାଇଁ ଗୀତା ପଟ୍ଟନାୟକଙ୍କ ସ୍ୱରକୁ ବଛାଯାଇଥିଲା| ମାତ୍ର ପରେ ତୃପ୍ତି ଦାସ ଏହି ଗୀତଟିକୁ ଗାଇଛନ୍ତି|୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି| [୪]

ଲୋକପ୍ରିୟ ଗୀତ[ସମ୍ପାଦନା]

  • ଯାଯାବର ମନ ମୋର(୧୯୭୫)
  • ତୋର ମୋର କଥା ହେବା((୧୯୭୪)
  • ଫୁର କିଣା ଉଡିଗଲା ବଣି(୧୯୮୬)
  • ବହୁ ଚୋରି
  • ହେ ମୋର ଅାଖି ଲୁହ
  • ଦରିଅା କୂଳର ଢେଉ
  • ବର୍ଷାର ମଜା

ମାନସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ରୁଚି କଳା ସମ୍ମାନ [୫]
  • ଫିଟଫାଟ ବାଇସ୍କୋପ ପୁରସ୍କାର - ୨୦୧୪[୬]
  • ଶ୍ରେଷ୍ଟ ପ୍ରଚ୍ଛଦପଟ୍ଟ ଗାୟିକା(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) - ୧୯୭୮,୧୯୮୮,୧୯୮୯,୧୯୯୦
  • ଓଡ଼ିଶା ଫିଲ୍ମ ଆଣ୍ଡ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପୁରସ୍କାର - ୧୯୮୨,୧୯୮୯
  • ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ ପୁରସ୍କାର - ୧୯୮୦
  • ଜୁରି ସମ୍ମାନ(ରାଜ୍ୟ ଟେଲିଭିଜନ ସମ୍ମାନ)- ୨୦୧୪[୭]

ଆଧାର[ସମ୍ପାଦନା]

  1. Orissa Review. Home Department, Government of Orissa. 1978.
  2. ସମାଜ କଟକ ସଂସ୍କରଣ ୧୮/୧୨/୨୦୧୪ ପୃଷ୍ଠା ୯
  3. http://odishasuntimes.com/2015/01/22/trupti-das-named-odisha-sangeet-natak-akademi-president/
  4. {{cite book}}: Empty citation (help)
  5. "ଆର୍କାଇଭ୍ କପି". Archived from the original on 2013-03-07. Retrieved 2011-12-29. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2014-12-23. Retrieved 2014-12-18. {{cite web}}: Cite has empty unknown parameter: |1= (help)
  7. "ଆର୍କାଇଭ୍ କପି". Archived from the original on 2016-08-16. Retrieved 2014-12-18. {{cite web}}: Cite has empty unknown parameter: |1= (help)

ବାହାର ଆଧାର[ସମ୍ପାଦନା]