ନଈ ସେପାରୀ କନକ ଗୋରୀ
ନଈ ସେପାରୀ କନକ ଗୋରୀ | |
---|---|
ନିର୍ଦ୍ଦେଶକ | ପଙ୍କଜ ପାଢ଼ୀ |
ପ୍ରଯୋଜକ | ଅଜୟ ମହାନ୍ତି |
ସଂଳାପ | ଦେବ ପ୍ରସାଦ ଦାସ |
କାହାଣୀ | ଅଜୟ ମହାନ୍ତି |
କଳାକାର | ପାର୍ଥ ସାରଥୀ ରାୟ, ରାଲି ନନ୍ଦ, ରୋଜି, ମିହିର ଦାସ, ଅପରାଜିତା ମହାନ୍ତି, ଦେବୁ ବୋଷ, ଜୟୀରାମ ସାମଲ |
ସଙ୍ଗୀତ | ମହେନ୍ଦ୍ର ଆଚାର୍ଯ୍ୟ, ଅଜୟ ମହାନ୍ତି |
ଚିତ୍ରଗ୍ରହଣ | ଗାଗାରିନ ମିଶ୍ର[୧] |
ସମ୍ପାଦକ | ମାନସ ରଞ୍ଜନ ପାତ୍ର |
ମୁକ୍ତିଲାଭ ତାରିଖ | ୧ ମାର୍ଚ୍ଚ ୨୦୧୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନଈ ସେପାରୀ କନକ ଗୋରୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ମହାନ୍ତି । ଅନନ୍ୟା ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଅଧିନରେ ଏହି ଚଳଚ୍ଚିତ୍ରଟିର ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଅଜୟ ମହାନ୍ତି ଏବଂ ସଂଳାପ ରଚନା କରିଥିଲେ ଦେବ ପ୍ରସାଦ ଦାସ । ପଙ୍କଜ ପାଢ଼ୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପାର୍ଥ ସାରଥୀ[୨] ରାୟ ଏବଂ ରାଲି ନନ୍ଦ ।[୩] ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ସମରେଶ ରାଉତରାୟ, ଦେବୁ ବୋଷ, ଜୟୀରାମ ସାମଲ, ପ୍ରୀତିରାଜ ଶତପଥୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]
ଅଭିନୟ
[ସମ୍ପାଦନା]- ପାର୍ଥ ସାରଥୀ ରାୟ[୫]- ଅବିନାଶ
- ରାଲି ନନ୍ଦ- କନକ
- ରୋଜି[୬]- ନିଳୀମା
- ମିହିର ଦାସ- ବିଭୁ
- ଅପରାଜିତା ମହାନ୍ତି- ଲକ୍ଷ୍ମୀ
- ଦେବୁ ବୋଷ- ରଞ୍ଜିତ ପଟ୍ଟନାୟକ
- ଜୟୀରାମ ସାମଲ- ଗୁଣ୍ଡୁଚି
- ଦେବୀ ବାରିକ- ଦୁଶାସନ
- ମିଲି ମହାନ୍ତି- ଦମୟନ୍ତୀ
- ବନମାଳି ପାଣ୍ଡିଆ- ଗନ୍ଧମାର୍ଦ୍ଧନ
- ଥିନ୍- ତିମା
- ସଞ୍ଜୟ- ଗାଁ ଲୋକ
- ସୁଭାଷିସ- ସନିଆ
- ଲଭ୍ଲି ଅହମଦ୍- ଆଇଟମ୍ ନର୍ତ୍ତକୀ
- ଦେବ ପ୍ରସାଦ ଦାସ- ପାଗଳଲୋକ
- ମୀନକେତନ- ଧୃଜତି ସାମନ୍ତରାୟ
- ପୁରେନ୍ଦୁ ଦତ୍ତ- ଅନାଙ୍ଗ ଗଡ଼ନାୟକ
- ଚକ୍ରଧର ଜେନା
- ମୁନ୍ନା ଖାନ୍- ପୋଲିସ୍ ଆଇ.ଜି.
- ପପୁ ଖୁଣ୍ଟିଆ- ପୋଲିସ୍ ଡ଼ି.ଏସ୍.ପି
- ଅଜୟ ମହାନ୍ତି- ଡାକବାଲା
- ଅଜୟ ପାଢ଼ୀ- ମାଗୁଣିଆ
- କୁନି ପଣ୍ଡା- ଜାମ୍ବବାଟି
- ସଚ୍ଚି ପଣ୍ଡା- ଜଗବନ୍ଧୁ
- ଗଙ୍ଗାଧର ପ୍ରଧାନ- ହରିଆ
- ସମରେଶ ରାଉତରାୟ- ରାଙ୍ଗା
- ପ୍ରିତୀରାଜ ଶତପଥୀ- ବିଭୁ
- କୁସୁମ ତ୍ରୀପାଠୀ- ସନିଆର ପତ୍ନୀ
- କ୍ରିଷ୍ଣା କର - ଭୂଷଣ୍ଡ ସାମନ୍ତରାୟ
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହେନ୍ଦ୍ର ଆଚାର୍ଯ୍ୟ ଏବଂ ଅଜୟ ମହାନ୍ତି । ସଚ୍ଚି ମହାନ୍ତି, ବିଜୟ ମଲ୍ଲ, ମହେନ୍ଦ୍ର ଆଚାର୍ଯ୍ୟ, ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି, ଗୀତା ଖୁଣ୍ଟିଆ ଆଦି ଗୀତିକାରମାନେ ଚଳଚ୍ଚିତ୍ରଟିର ଗୀତ ରଚନା କରିଥିଲେ । ତୃପ୍ତି ଦାସ, ଶ୍ରୀକାନ୍ତ ଦାସ, ତପୁ ମିଶ୍ର, ପମି, ଅରବିନ୍ଦ, ଚିତ୍ରବନ୍ଧୁ ମହାନ୍ତି, ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]ଗୀତ | ରଚନା | କଣ୍ଠଦାନ |
---|---|---|
ଆଗେ ଦେଖ ପିଛେ ଦେଖ | ||
ରାଧାମାଧବ ଘେନ ପ୍ରଣତି ମୋର | ||
ମୋ ମନ ଭିତରେ ତୁ | ||
ଯାହାକୁ ପଚାର | ||
କଟକୁ ଆଇଚି କଟକ ବାବୁ | ||
ଆଲୋ ମୋ ଲାଲପରି |
ପୁରସ୍କାର
[ସମ୍ପାଦନା]ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ୨୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଶ୍ରେଷ୍ଠ ଚିତ୍ର ଗ୍ରହଣ (ପ୍ରମୋଦ ପତି ସମ୍ମାନ) ‘ନଈ ସେପାରୀ କନକ ଗୋରୀ’ର ଚିତ୍ରଗ୍ରହଣକାରୀ ଗାଗାରିନ ମିଶ୍ରଙ୍କୁ ମିଳିଥିଲା,[୭] ଶ୍ରେଷ୍ଠ ଗୀତିକାର ପୁରସ୍କାର ବିଜୟ ମଲ୍ଲଙ୍କୁ ମିଳିଥିଲା ଏବଂ ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ ପୁରସ୍କାର ମଧ୍ୟ ଏହି ଚଳଚ୍ଚିତ୍ର ପ୍ରାପ୍ତ କରିଥିଲା ।[୮]
ଆଧାର
[ସମ୍ପାଦନା]- ↑ "ପ୍ରସିଦ୍ଧ ଓଡ଼ିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ପରଲୋକ | Sambad". 9 September 2020. Archived from the original on 9 September 2020. Retrieved 9 September 2020.
- ↑ "ଖୁବ୍ ଶୀଘ୍ର ଆସୁଅଛି ନୂଆ ଓଡ଼ିଆ ସିନେମା 'ନଈ ସେପାରୀ କନକ ଗୋରୀ'". ଓଡ଼ିଆ ସାଇଟ୍. Retrieved 24 August 2016.
- ↑ "Nai Separi Kanaka Gori Oriya Film – Songs, Wallpapers, Videos, photos". FullOdisha.com. Retrieved 24 August 2016.
- ↑ "Nai separi kanaka Gori released". Odia Live. 1 March 2013. Retrieved 24 August 2016.
- ↑ PANDA, NAMITA (13 September 2012). "Actor returns with a bang". The Telegraph. Archived from the original on 3 July 2018. Retrieved 3 July 2018.
- ↑ "Nai Separi Kanaka Gori". eodisha.com. Retrieved 24 August 2016.
- ↑ "ପ୍ରସିଦ୍ଧ ଓଡ଼ିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ପରଲୋକ". 9 September 2020. Archived from the original on 9 September 2020. Retrieved 9 September 2020.
- ↑ "୨୪ତମ ରାଜ୍ୟ ଚଳଚ୍ଚିତ୍ର ଓ ପ୍ରଥମ ଟେଲି ପୁରସ୍କାର ଘୋଷିତ". ଇସ୍ପାତ ନଗରୀ ହାଲଚାଲ. 10 December 2013. Retrieved 24 August 2016.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନଈ ସେପାରୀ କନକ ଗୋରୀ