ଜବରଦସ୍ତ ପ୍ରେମିକ

ଉଇକିପିଡ଼ିଆ‌ରୁ
ଜବରଦସ୍ତ ପ୍ରେମିକ
ନିର୍ଦ୍ଦେଶକରାଜୁ ସରଭାୟା
ପ୍ରଯୋଜକରୁଣ ପାଣ୍ଡିଆନ୍
କବିତା ପାଣ୍ଡିଆନ୍
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟରାଜୁ ସରଭାୟା
କଳାକାରବାବୁଶାନ୍
ଝିଲିକ୍ ଭଟ୍ଟାଚାର୍ଯ୍ୟ
ସିଦ୍ଧାର୍ଥ ମିହିର ଦାସ
ଅପରାଜିତା ମହାନ୍ତି
ପୁଷ୍ପା ପଣ୍ଡା
ସରୋଜ ଦାସ
ପ୍ରିୟଙ୍କା ମହାପାତ୍ର
ଦେବୁ ପଟ୍ଟନାୟକ
ହରିହର ମହାପାତ୍ର
ଅଙ୍କିତା ରାଉତ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣପି. ସେଲଭାକୁମାର
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୩ ଅପ୍ରେଲ ୨୦୧୬[୧]
ଦେଶ ଭାରତ
ଭାଷାଓଡ଼ିଆ

ଜବରଦସ୍ତ ପ୍ରେମିକ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଅରୁଣ ପାଣ୍ଡିଆନ୍ ଏବଂ କବିତା ପାଣ୍ଡିଆନ୍ । ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ଦକ୍ଷିଣ ଭାରତର ନିର୍ଦ୍ଦେଶକ ରାଜୁ ସରଭାୟା ।[୨] ଡଃ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ । ଗୀତିକାର ନିଜାମ ଏବଂ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ସୌରିନ ଭଟ୍ଟ, ସତ୍ୟଜିତ ପ୍ରଧାନ, ଅଞ୍ଜଳି ମିଶ୍ର, ସୁମନ, ଅଭିଜିତ ମଜୁମଦାର, ବିଷ୍ଣୁମୋହନ କବି, ବାବୁଶାନ୍, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।[୩]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବାବୁଶାନ୍ ଏବଂ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟ[୪] ମିହିର ଦାସ, ଅପରାଜିତା ମହାନ୍ତି[୫], ପୁଷ୍ପା ପଣ୍ଡା, ସରୋଜ ଦାସ, ପ୍ରିୟଙ୍କା ମହାପାତ୍ର, ଦେବୁ ପଟ୍ଟନାୟକ, ହରିହର ମହାପାତ୍ର, ସିଦ୍ଧାର୍ଥ ଅଙ୍କିତା ରାଉତ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ତାମିଲ ଚଳଚ୍ଚିତ୍ର ଅଭିନେତା ସିଦ୍ଧାର୍ଥ ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମକରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତଗୁଡ଼ିକ ରଚନା କରିଥିଲେ ନିର୍ମଳ ନାୟକ ଏବଂ ନିଜାମ । ସୌରିନ ଭଟ୍ଟ, ସତ୍ୟଜିତ ପ୍ରଧାନ, ଅଞ୍ଜଳି ମିଶ୍ର, ସୁମନ, ଅଭିଜିତ ମଜୁମଦାର, ବିଷ୍ଣୁମୋହନ କବି, ବାବୁଶାନ୍, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୨୬ ମାର୍ଚ୍ଚ ୨୦୧୬ରେ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୮]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଜବରଦସ୍ତ ପ୍ରେମିକ"ନିର୍ମଳ ନାୟକସୌରିନ ଭଟ୍ଟ 
2."ଆଇୟୋ ଆମ୍ମା"ନିଜାମ୍ସତ୍ୟଜିତ ପ୍ରଧାନ, ଅଞ୍ଜଳି ମିଶ୍ର 
3."ଏ ଗାଈ କାହାର"ନିର୍ମଳ ନାୟକସୁମନ, ଅଭିଜିତ ମଜୁମଦାର 
4."ଝୁଟ୍ ବୋଲେ କୌଆ କାଟେ"ନିର୍ମଳ ନାୟକବିଷ୍ଣୁମୋହନ କବି 
5."ମନ ଖାଲି ତ‌ତେ ଚାହେଁ"ନିଜାମ୍ହ୍ୟୁମାନ ସାଗର 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ପରଦାକୁ ଆସିଲା "ଜବରଦସ୍ତ ପ୍ରେମିକ"". Odisha Reporters. 13 April 2016. Retrieved 4 August 2017.
  2. "'ଜବରଦସ୍ତ ପ୍ରେମିକ'ର ଶୁଭ ମହୁରତ". Odisha Reporters. 7 September 2015. Retrieved 4 August 2017.
  3. "Zabardast Premika". Odia Movie Database. Archived from the original on 8 August 2017. Retrieved 4 August 2017.
  4. "ବାବୁସାନ୍‌-ଝିଲିକ୍‌ କ'ଣ ସତରେ ବନିବେ 'ପ୍ରେମୀ'?". ସମ୍ବାଦ. 23 November 2016. Archived from the original on 24 July 2017. Retrieved 4 August 2017.
  5. "ନିର୍ମାଣାଧୀନ ଓଡ଼ିଆ ସିନେମା ଜବରଦସ୍ତ ପ୍ରେମିକ". Odia Spot News. 17 December 2015. Retrieved 4 August 2017.
  6. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  7. "ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌". sambad.in. 11 May 2018. Retrieved 6 June 2018.
  8. "'ଜବରଦସ୍ତ ପ୍ରେମିକ'ର ମ୍ୟୁଜିକ୍ ରିଲିଜ୍". Odisha Reporters. 27 March 2016. Retrieved 4 August 2017.

ବାହାର ଆଧାର[ସମ୍ପାଦନା]