ଜବରଦସ୍ତ ପ୍ରେମିକ
ଜବରଦସ୍ତ ପ୍ରେମିକ | |
---|---|
ନିର୍ଦ୍ଦେଶକ | ରାଜୁ ସରଭାୟା |
ପ୍ରଯୋଜକ | ରୁଣ ପାଣ୍ଡିଆନ୍ କବିତା ପାଣ୍ଡିଆନ୍ |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ରାଜୁ ସରଭାୟା |
କଳାକାର | ବାବୁଶାନ୍ ଝିଲିକ୍ ଭଟ୍ଟାଚାର୍ଯ୍ୟ ସିଦ୍ଧାର୍ଥ ମିହିର ଦାସ ଅପରାଜିତା ମହାନ୍ତି ପୁଷ୍ପା ପଣ୍ଡା ସରୋଜ ଦାସ ପ୍ରିୟଙ୍କା ମହାପାତ୍ର ଦେବୁ ପଟ୍ଟନାୟକ ହରିହର ମହାପାତ୍ର ଅଙ୍କିତା ରାଉତ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ପି. ସେଲଭାକୁମାର |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୩ ଅପ୍ରେଲ ୨୦୧୬[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଜବରଦସ୍ତ ପ୍ରେମିକ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଅରୁଣ ପାଣ୍ଡିଆନ୍ ଏବଂ କବିତା ପାଣ୍ଡିଆନ୍ । ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ଦକ୍ଷିଣ ଭାରତର ନିର୍ଦ୍ଦେଶକ ରାଜୁ ସରଭାୟା ।[୨] ଡଃ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ । ଗୀତିକାର ନିଜାମ ଏବଂ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ସୌରିନ ଭଟ୍ଟ, ସତ୍ୟଜିତ ପ୍ରଧାନ, ଅଞ୍ଜଳି ମିଶ୍ର, ସୁମନ, ଅଭିଜିତ ମଜୁମଦାର, ବିଷ୍ଣୁମୋହନ କବି, ବାବୁଶାନ୍, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।[୩]
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବାବୁଶାନ୍ ଏବଂ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୪] ମିହିର ଦାସ, ଅପରାଜିତା ମହାନ୍ତି[୫], ପୁଷ୍ପା ପଣ୍ଡା, ସରୋଜ ଦାସ, ପ୍ରିୟଙ୍କା ମହାପାତ୍ର, ଦେବୁ ପଟ୍ଟନାୟକ, ହରିହର ମହାପାତ୍ର, ସିଦ୍ଧାର୍ଥ ଅଙ୍କିତା ରାଉତ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ତାମିଲ ଚଳଚ୍ଚିତ୍ର ଅଭିନେତା ସିଦ୍ଧାର୍ଥ ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମକରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ବାବୁଶାନ୍[୬]
- ଝିଲିକ୍ ଭଟ୍ଟାଚାର୍ଯ୍ୟ[୭]
- ମିହିର ଦାସ
- ଅପରାଜିତା ମହାନ୍ତି
- ପୁଷ୍ପା ପଣ୍ଡା
- ସରୋଜ ଦାସ
- ପ୍ରିୟଙ୍କା ମହାପାତ୍ର
- ଦେବୁ ପଟ୍ଟନାୟକ
- ହରିହର ମହାପାତ୍ର
- ଅଙ୍କିତା ରାଉତ
- ସିଦ୍ଧାର୍ଥ
- ଭଗବାନ
- ବିଦୁସ୍ମିତା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତଗୁଡ଼ିକ ରଚନା କରିଥିଲେ ନିର୍ମଳ ନାୟକ ଏବଂ ନିଜାମ । ସୌରିନ ଭଟ୍ଟ, ସତ୍ୟଜିତ ପ୍ରଧାନ, ଅଞ୍ଜଳି ମିଶ୍ର, ସୁମନ, ଅଭିଜିତ ମଜୁମଦାର, ବିଷ୍ଣୁମୋହନ କବି, ବାବୁଶାନ୍, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୨୬ ମାର୍ଚ୍ଚ ୨୦୧୬ରେ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୮]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଜବରଦସ୍ତ ପ୍ରେମିକ" | ନିର୍ମଳ ନାୟକ | ସୌରିନ ଭଟ୍ଟ | |
2. | "ଆଇୟୋ ଆମ୍ମା" | ନିଜାମ୍ | ସତ୍ୟଜିତ ପ୍ରଧାନ, ଅଞ୍ଜଳି ମିଶ୍ର | |
3. | "ଏ ଗାଈ କାହାର" | ନିର୍ମଳ ନାୟକ | ସୁମନ, ଅଭିଜିତ ମଜୁମଦାର | |
4. | "ଝୁଟ୍ ବୋଲେ କୌଆ କାଟେ" | ନିର୍ମଳ ନାୟକ | ବିଷ୍ଣୁମୋହନ କବି | |
5. | "ମନ ଖାଲି ତତେ ଚାହେଁ" | ନିଜାମ୍ | ହ୍ୟୁମାନ ସାଗର |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ପରଦାକୁ ଆସିଲା "ଜବରଦସ୍ତ ପ୍ରେମିକ"". Odisha Reporters. 13 April 2016. Retrieved 4 August 2017.
- ↑ "'ଜବରଦସ୍ତ ପ୍ରେମିକ'ର ଶୁଭ ମହୁରତ". Odisha Reporters. 7 September 2015. Retrieved 4 August 2017.
- ↑ "Zabardast Premika". Odia Movie Database. Archived from the original on 8 August 2017. Retrieved 4 August 2017.
- ↑ "ବାବୁସାନ୍-ଝିଲିକ୍ କ'ଣ ସତରେ ବନିବେ 'ପ୍ରେମୀ'?". ସମ୍ବାଦ. 23 November 2016. Archived from the original on 24 July 2017. Retrieved 4 August 2017.
- ↑ "ନିର୍ମାଣାଧୀନ ଓଡ଼ିଆ ସିନେମା ଜବରଦସ୍ତ ପ୍ରେମିକ". Odia Spot News. 17 December 2015. Retrieved 4 August 2017.
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
- ↑ "'ଜବରଦସ୍ତ ପ୍ରେମିକ'ର ମ୍ୟୁଜିକ୍ ରିଲିଜ୍". Odisha Reporters. 27 March 2016. Retrieved 4 August 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜବରଦସ୍ତ ପ୍ରେମିକ