ଶ୍ରୀଦେବୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଶ୍ରୀଦେବୀ
Sridevi05.jpg
୨୦୧୩ରେ ଶ୍ରୀଦେବୀ
ଜନ୍ମ ଓ ଜନ୍ମସ୍ଥାନ ଶ୍ରୀ ଆମ୍ମା ଆୟାଙ୍ଗାର ଆୟାପାନ[୧]
୧୩ ଅଗଷ୍ଟ ୧୯୬୩ (1963-08-13) (୫୪ ବର୍ଷ)
ଶିବକାଶୀ, ତାମିଲନାଡୁ, ଭାରତ
ମୃତ୍ୟୁ ୨୪ ଫେବୃଆରୀ ୨୦୧୮ (୫୪ ବର୍ଷ)
ଦୁବାଇ, ସଂଯୁକ୍ତ ଆରବ ଏମିରେତ[୨]
ଜୀବିକା ଅଭିନେତ୍ରୀ, ପ୍ରଯୋଜିକା
କାର୍ଯ୍ୟକାଳ ୧୯୬୭-୧୯୯୭, ୨୦୧୨-ବର୍ତ୍ତମାନ
ଜୀବନସାଥି
ସନ୍ତାନ
ସମ୍ପର୍କୀୟ ଦେଖନ୍ତୁ କପୁର୍ ପରିବାର
ପୁରସ୍କାର ପଦ୍ମଶ୍ରୀ (୨୦୧୩)[୬]

ଶ୍ରୀଦେବୀ (ଜନ୍ମ ଶ୍ରୀ ଆମ୍ମା ଆୟାଙ୍ଗାର ଆୟାପାନ;[୧][୭] ୧୩ ଅଗଷ୍ଟ ୧୯୬୩[୮]) ହେଉଛନ୍ତି ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀଚଳଚ୍ଚିତ୍ର ପ୍ରଯୋଜିକା ଯେ, ତାମିଲ୍, ତେଲୁଗୁ, ହିନ୍ଦୀ, ମାଲାୟାଲାମକନ୍ଣ‌ଡ ଚଳଚ୍ଚିତ୍ରରେ କାମ କରିଛନ୍ତି ।[୯] ତାଙ୍କୁ ଭାରତୀୟ ଚଳଚ୍ଚିତ୍ରର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଭାବେ ଗଣାଯାଏ ।[୧୦][୧୧][୧୨][୧୩][୧୪]

ଶ୍ରୀଦେବୀ ତାଙ୍କର ଚଳଚ୍ଚିତ୍ର ଜୀବନ ୪ ବର୍ଷ ବୟସରେ, ଏମ୍ ଏ ଥିରୁମୁଘମ୍‌ଙ୍କ ଧାର୍ମିକ ଚଳଚ୍ଚିତ୍ର ଥୁନାଇଭାନରେ ଶିଶୁ କଳାକାର ରୂପେ ଆରମ୍ଭ କରିଥିଲେ[୧୫] ଓ ତାମିଲ, ତେଲୁଗୁ, ମାଲାୟାଲାମ ଓ କନ୍ଣ‌ଡ ଚଳଚ୍ଚିତ୍ରରେ ଶିଶୁ କଳାକାର ରୂପେ ନିଜର ଅଭିନୟ ଜୀବନ ଚାଲୁ ରଖିଥିଲେ । ସେ ଶିଶୁ କଳାକାର ଭାବେ ୧୯୭୫ ମସିହାରେ ପ୍ରସିଦ୍ଧ ଚଳଚ୍ଚିତ୍ର ଜୁଲିଦ୍ୱାରା ନିଜ ବଲିଉଡ ଜୀବନ ଆରମ୍ଭ କରିଥିଲେ ଓ ୧୩ ବର୍ଷ ବୟସରେ ୧୯୭୬ ମସିହାରେ ତାମିଲ ଚଳଚ୍ଚିତ୍ର ମୁନ୍ଦ୍ରୁ ମୁଦିଚୁରେ ପ୍ରଥମ ସାବାଳିକା ଅଭିନୟ କରିଥିଲେ । ଧୀରେ ଧୀରେ, ଶ୍ରୀଦେବୀ ତାମିଲ ଓ ତେଲୁଗୁ ଚଳଚ୍ଚିତ୍ର ଯଥା:, ୧୬ ଭାୟାଥିନିଲେ (୧୯୭୭), ସିଗାପ୍ପୁ ରୋଜାକ୍କଲ (୧୯୭୮), ଭାରୁମାଇନ ନୀରମ ସିବାପୁ (୧୯୮୦), ମିନ୍ଦମ କୋକୋଳା (୧୯୮୧), ପ୍ରେମ୍ଭିଷେକମ (୧୯୮୧), ମୁନ୍ଦ୍ରମ ପିରାଇ (୧୯୮୨), ଆଖାରି ପୋରତମ୍ (୧୯୮୮), ଜାଗଦେକା ଭିରୁଦୁ ଅତିଲୋକ ସୁନ୍ଦରୀ (୧୯୯୦) ଓ କ୍ଷଣ କ୍ଷଣମ୍ (୧୯୯୧) ପ୍ରଭୃତିରେ ଅଭିନୟ କରି ଅନ୍ୟତମ ଅଗ୍ରଣୀ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ ହୋଇଥିଲେ ।

ବଲିଉଡରେ ସେ ଷୋଲ‌ୱା ସାବନ (୧୯୭୮)ରେ ଅଗ୍ରଣୀ ନାୟିକା ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ ଓ ହିମ୍ମତ୍‌ୱାଲା(୧୯୮୩)ରେ ଲୋକପ୍ରିୟତା ଅର୍ଜନ କରିଥିଲେ । ସେ ଏକାଧାରରେ ବ‌ହୁତ ସଫଳତା ଅର୍ଜନ କରିଥିବା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯଥା: ମ‌ୱାଲି (୧୯୮୩), ତୋଫା (୧୯୮୪), ନୟା କଦମ୍ (୧୯୮୪), ମାଷ୍ଟର ଜୀ (୧୯୮୫), ମକ୍‌ସଦ୍‌ (୧୯୮୫), ନ‌ଜ୍‌ରାନା (୧୯୮୭), ମିଷ୍ଟର ଇଣ୍ଡିଆ (୧୯୮୭), ୱକ୍ତ କି ଆୱାଜ୍ (୧୯୮୮), ଓ ଚାନ୍ଦନୀ (୧୯୮୫) । ସେ ବ୍ୟବସାୟିକ ସଫଳ ଚଳଚ୍ଚିତ୍ରରେ ମଧ୍ୟ ସମାଲୋଚକଙ୍କ ପ୍ରଶଂସା ପାଇଥିଲେ, ଯଥା: ସଦ୍‌ମା (୧୯୮୩), ନାଗିନା (୧୯୮୬), ଚାଲ୍‌ବାଜ୍ (୧୯୮୯), ଲମ୍‌ହେ (୧୯୯୧), ଖୁଦା ଗବାହ୍ (୧୯୯୨), ଗୁମ୍‌ରାହ (୧୯୯୩), ଲାଡ୍‌ଲା (୧୯୯୪) ଓ ଜୁଦାଇ (୧୯୯୭) ।

୨୦୧୨ରେ ଶ୍ରୀଦେବୀ ଦୀର୍ଘ ୧୫ ବର୍ଷ ପରେ ଇଂଲିଶ୍ ଭିଂଲିଶ୍‌ଦ୍ୱାରା ଚଳଚ୍ଚିତ୍ରକୁ ଫେରିଥିଲେ ।[୧୬] ୨୦୧୩ରେ ଭାରତ ସରକାର ତାଙ୍କୁ ଚତୁର୍ଥ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।[୧୭] ଭାରତୀୟ ଚଲଚ୍ଚିତ୍ରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ୨୦୧୩ରେ ସିଏନ୍ଏନ୍-ଆଇବିଏନ୍ଦ୍ୱାରା କରାଯାଇଥିବା ଜାତୀୟ ମତଦାନରେ, '୧୦୦ ବର୍ଷରେ ଭାରତୀୟ ମ‌ହାନ୍ ଅଭିନେତ୍ରୀ' ଭାବେ ତାଙ୍କୁ ଚୟନ କରାଯାଇଥିଲା ।[୧୮]

ସେ ତାଙ୍କ ଅଭିନୟ ଜୀବନରେ ପାଞ୍ଚୋଟି ଫିଲ୍ମଫେୟାର୍ ଆୱାର୍ଡ ପାଇଛନ୍ତି ।

ପରିବାର ଓ ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୨୦୧୨ରେ ସ୍ୱାମୀଙ୍କ ସହ ଶ୍ରୀଦେବୀ

ଶ୍ରୀ ଆମ୍ମା ଆୟାଙ୍ଗାର ଆୟାପ୍ପାନ ୧୩ ଅଗଷ୍ଟ ୧୯୬୩ରେ ତାମିଲନାଡୁର ଶ୍ରୀବକ୍ସିଠାରେ ଜନ୍ମ ହେଇଥିଲେ । ତାଙ୍କ ମାଆ ରାଜେଶ୍ୱରୀ ତେଲୁଗୁ ଥିଲେ ଓ ବାପା ଆୟାପ୍ପାନ ତାମିଲ ଥିଲେ ।[୭][୮][୧][୧୯][୨୦] ତାଙ୍କ ବାପା ଜଣେ ଆଇନଜ୍ଞ ଥିଲେ । ତାଙ୍କର ଜଣେ ଭଉଣୀ ଓ ଦୁଇଜଣ ସାବତ ଭାଇ ଅଛନ୍ତି ।[୨୧][୨୨] ୧୯୮୦ରେ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ତାଙ୍କର ସମ୍ପର୍କ ସୃଷ୍ଟି ହୋଇଥିଲା ।[୨୩] ଏହି ସମ୍ପର୍କ ୧୯୮୪ ମସିହାର ରାକେଶ ରୋଶନଙ୍କ ଚଳଚ୍ଚିତ୍ର ଜାଗ୍ ଉଠା ଇନଶାନ୍_ରୁ ସୃଷ୍ଟି ହୋଇଥିଲା ।[୨୪][୨୫] ଏହି ବିବାହକୁ ଦୁଇଜଣ ଗୋପନୀୟ ରଖିଥିଲେ ମଧ୍ୟ ଏକ ପ୍ରଶଂସକ ପତ୍ରିକାରେ ବିବାହ ସାର୍ଟିଫିକେଟ୍ ପ୍ରକାଶ ପାଇବାରୁ ମିଥୁନ ଚକ୍ରବର୍ତ୍ତୀ ଗଣମାଧ୍ୟମରେ ଏହାକୁ ସ୍ୱୀକାର କରିଥିଲେ ।[୨୪]

୧୯୯୬ରେ ଶ୍ରୀଦେବୀ ଚଳଚ୍ଚିତ୍ର ପ୍ରଯୋଜକ ବୋନି କପୁରଙ୍କୁ ବିବାହ କରିଥିଲେ, ଯେ ଅଭିନେତା ଅନୀଲ କପୁରସଞ୍ଜୟ କପୁରଙ୍କ ବଡ଼ଭାଇ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି, ଜାହ୍ନବୀ ଓ ଖୁସୀ ।


ଚଳଚ୍ଚିତ୍ର ଜୀବନ[ସମ୍ପାଦନା]

ପିଲା କଳାକାର (୧୯୬୭-୧୯୭୫)[ସମ୍ପାଦନା]

ଶ୍ରୀଦେବୀ ତାଙ୍କ ଅଭିନୟ ଜୀବନ ପିଲା କଳାକାର ଭାବେ ଚାରି ବର୍ଷ ବୟସରେ ତାମିଲ ଚଳଚ୍ଚିତ୍ର ଥୁନାଇଭାନରେ ଯୁବ ଭଗବାନ ମୁରୁଗା ଚରିତ୍ରରେ ଆରମ୍ଭ କରିଥିଲେ ଓ ପପେ ବହୁତ ତାମିଲ ଓ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଥିଲେ ।[୧୫] ଶ୍ରୀଦେବୀ ତାଙ୍କର ଅଭିନୟ ଜୀବନ ଟଲିଉଡରେ ପିଲା କଳାକାର ଭାବେ ୧୯୭୦ରେ ତେଲୁଗୁ ଚଳଚ୍ଚିତ୍ରରେ ମା ନାନ୍ନା ନିର୍ଦ୍ଦୋଷୀଦ୍ୱାରା ଆରମ୍ଭ କରିଥିଲେ ।[୨୬] ପିଲା ଶ୍ରୀଦେବୀଙ୍କ ପ୍ରଦର୍ଶନ, ମାଲାୟାଲାମ ଚଳଚ୍ଚିତ୍ର ପୁମ୍ପାଟା (୧୯୭୧) ପାଇଁ ତାଙ୍କୁ କେରଳ ରାଜ୍ୟ ଚଳଚ୍ଚିତ୍ର ଶ୍ରେଷ୍ଠ ବାଲ୍ୟ କଳାକାର ପୁରସ୍କାରରେ ସମ୍ମାନିତ କରାଇଥିଲା । କନ୍ଦନ କରୁଣାଇ (୧୯୬୭), ନାମନାଡ୍ଡୁ (୧୯୬୯), ପ୍ରାର୍ଥନାଇ (୧୯୭୦), ବାବୁ (୧୯୭୧), ବାଡି ପାନ୍ଥୁଲୁ (୧୯୭୨), ବାଳ ଭାରତମ୍ (୧୯୭୨), ବସନ୍ଥ ମାଲିଗାଇ (୧୯୭୨) ଓ ଭକ୍ତ କୁମ୍ବାର (୧୯୭୪) ପ୍ରଭୃତି ତାଙ୍କ ଅଭିନୟ ଜୀବନରେ ପିଲା କଳାକାର ଭାବେ ଗୋଟିଏ ଗୋଟିଏ ମାଇଲ୍ ଖୁଣ୍ଟ । ୧୯୭୫ ସେ ବଲିଉଡରେ ଜୁଲି ଚଳଚ୍ଚିତ୍ରରେ ଅଗ୍ରଣୀ ଚରିତ୍ର ଲକ୍ଷ୍ମୀଙ୍କ ସାନ ଭଉଣୀ ଭାବେ ଅଭିନୟ କରି ୧୯୭୫ରେ ପାଦ ଦେଇଥିଲେ । ସେ ଜୟଲଳିତାଙ୍କ ସହ ତିରୁମାଙ୍ଗଲ୍ୟମ, କନ୍ଦନ କାରୁଣାଇ, ଓ ଆଦି ପରାଶକ୍ତି ପ୍ରଭୃତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ପଦାର୍ପଣ ଓ ଦକ୍ଷିଣ ଜଗତରେ ସଫଳତା (୧୯୭୬-୧୯୮୨)[ସମ୍ପାଦନା]

୧୯୭୬ରେ ଶ୍ରୀଦେବୀ କେ. ବାଳଚନ୍ଦରଙ୍କ ନିର୍ଦ୍ଦେଶିତ ମୁନ୍ଦୃ ମୁଡ଼ିଚୁଦ୍ୱାରା ଅଗ୍ରଣୀ ଅଭିନେତ୍ରୀ ଭାବେ ପ୍ରଥମ ଅଭିନୟ କରିଥିଲେ ।[୨୭] ଏହାପରେ ସେ କମଳ ହାସନରଜନୀକାନ୍ତଙ୍କ ସହ ଅଭିନୟ କରି ଏହି ଧାରାକୁ ଆଗେଇ ନେଇଥିଲେ ।

ଶ୍ରୀଦେବୀଙ୍କର ପ୍ରଥମ ମୁକ୍ତିଲାଭ ଥିଲା ୧୯୭୭ ମସିହାର ଗାୟତ୍ରୀ (ଚଳଚ୍ଚିତ୍ର) । ଏହାପରେ ସେ କାବିକ୍ୟୁଇ୧୬ ବାୟାଥିନାଇଲ୍ ପ୍ରଭୃତି ଯୁବତୀର ଅଭିନୟ କରିଥିଲେ, ଯେ ଦୁଇ ପ୍ରେମିକ ମଧ୍ୟରେ ବନ୍ଧା ପଡ଼ିଛନ୍ତି । ସେ ମଧ୍ୟ ୧୯୭୮ରେ ତେଲୁଗୁ ରିମେକ୍ ପାଦାହାରେଲା ବାୟାସୁରେ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା ପ୍ରମୁଖ ଚଳଚ୍ଚିତ୍ର ହେଉଛି, ଭାରତୀ ରାଜାଙ୍କ ସିଗାପ୍ପୁ ରାଜାକ୍କାଳ, ଏସ୍. ପି. ମୁଥୁରାମଣଙ୍କ ପ୍ରିୟା (ଚଳଚ୍ଚିତ୍ର), କାରଥିକା ଦୀପମ, ଜନି, ବାରୁମାଇନ୍ ନିରମ୍ ସିବ୍ବାପୁଅକାଳୀ ରାଜ୍ୟାମ । ସେ ବୋବିଲି ପୁଲିରେ ଏନ୍. ଟି. ରାମା ରାଓ, ଜଷ୍ଟିସ୍ ଚୌଧୁରୀ ଓ ଆଟାଗାଡ୍ଡୁଙ୍କ ସହ ଅଭିନୟ କରିଥିଲେ । ସେ ସାନ୍ଧୀପୁରେ ଶିବାଜୀ ଗଣେଶନ୍, କାବରୀ ମନ୍ ଓ ପାଇଲଟ୍ ପ୍ରେମନାଥଙ୍କ ସହ ଅଭିନୟ କରିଥିଲେ ।

ମାଲାୟାଲାମ ଚଳଚ୍ଚିତ୍ରରେ ସେ ୧୯୬୯ରେ କୁମାର ସମ୍ଭବମଙ୍କ ସହ ପିଲା କଳାକାର ଭାବେ ଅଭିନୟ କରିଥିଲେ । ପରେ ସେ ଆଇ. ଭି. ଶଶୀଙ୍କ ଅଭିନନ୍ଦମରେ ଅଭିନୟ କରିଥିଲେ । ମାଲାୟାଲମ୍ ଚଳଚ୍ଚିତ୍ରରେ ଅଗ୍ରଣୀ ଅଭିନେତ୍ରୀ ଭାବେ ୧୯୭୬ରେ ଏନ୍ ଶଙ୍କରନ୍ ନାୟାର ନିର୍ଦ୍ଦେଶିତ ଥୁଲାଭରମ୍ ଓ କମଲ୍ ହାସନଙ୍କ ବିପକ୍ଷରେ ତାମିଲ ଯ୍ ଚଳଚ୍ଚିତ୍ର ପେନ୍ନାଇ ନାମ୍ବୁନଗଲାର ରିମେକ୍, ଏମ୍ ମସ୍ଥାନଙ୍କ କୁତାଭୁମ୍ ଶିକ୍ଷାୟୁମରେ ଅଭିନୟ କରିଥିଲେ । ତାଙ୍କର ଶେଷ ମାଲାୟାଲମ୍ ଚଳଚ୍ଚିତ୍ର ସତ୍ୟବାନ ସାବିତ୍ରୀ ଥିଲା ।

୧୯୮୧ରେ ସେ ତାମିଲ ଚଳଚ୍ଚିତ୍ର ମିନ୍ଦୁମ୍ କୋକିଳାରେ ଅଭିନୟ କରିଥିଲେ, ଯାହା ଫିଲ୍ମଫେୟାର ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ- ତାମିଲ ପୁରସ୍କାର ଜିତିଥିଲା । ୧୯୮୨ରେ ସେ ମୁନ୍ଦ୍ରମ ପିଲ୍ଲାଇରେ ଆମ୍ନେସିଆ ରୋଗରେ ପୀଡ଼ିତ ମହିଳା ଚରିତ୍ରରେ ଅଭିନୟ କରିଥିଲେ, ଯାହା ତାମିଲନାୃଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲା ।

ସେ କମଲ୍ ହାସନଙ୍କ ସହ ୨୭ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯଥା: ଓକା ରାଧା ଇଧ୍ଧାରୁ କ୍ରିଷ୍ଣୁଲୁ (୧୯୮୬), ଆଖରୀ ସଙ୍ଗମ୍ (୧୯୮୪)- ହିନ୍ଦୀ, ସଦମା (୧୯୮୩)- ହିନ୍ଦୀ, ଅନ୍ଧାଗାଡ୍ଡୁ (୧୯୮୨), ମୁନରମ୍ ପିରାଇ (୧୯୮୨), ବାଜଭେ ମାୟମ (୧୯୮୨), ଅକାଳି ରାଜ୍ୟମ୍ (୧୯୮୧), ମିନ୍ଦୁମ୍ କୋକିଳା (୧୯୮୧), ଶଙ୍କରଲାଲ (୧୯୮୧), ଗୁରୁ (୧୯୮୦) (ତାମିଲ୍ ଓ ତେଲୁଗୁ), ଭାରିଯୁମାୟିନ୍ ନିରାମ ଶିବାପୁ (୧୯୮୦), କଲ୍ୟାଣ ରମଣ (୧୯୭୯), ନୀଲାର ମଲରଗାଲ (୧୯୭୯), ସିଗାପୁକାଲ ମୁକୁଥି (୧୯୭୯), ଥିଲାମାଲ୍ ନାନିଲାଇ (୧୯୭୯), ଚାକିପୋଡୁ ପୋଡୁ ରାଜା (୧୯୭୮), ମନିଥାରିଲ୍ ଇଥାନାଇ ନିରାଙ୍ଗାଲା (୧୯୭୮), ଶିଗାପୁ ରୋଜାକାଲ (୧୯୭୮), ୧୬ ଭାୟାଧିନିଲେ (୧୯୭୭), ମୁନରୁ ମୁଦିଚୁ (୧୯୭୬) ।,

ଶ୍ରୀଦେବୀଙ୍କ ପ୍ରମୁଖ ତେଲୁଗୁ ଚଳଚ୍ଚିତ୍ର ମଧ୍ଧ୍ୟରେ ରହିଛି,କୋଣ୍ଡାବିତି ସିମହମ, କ୍ଷଣ କ୍ଷଣମ୍, ବେତାଗାଡୁ, ସର୍ଦ୍ଦାର ପାପା ରାୟୁଡୁବୋବିଲି ପୁଲିଏ ନାଗେଶ୍ୱର ରାଓଙ୍କ ସହ, ସେ ମୁଦୁଲା କୋଡୁକୁ, ପ୍ରେମାଭିଷେକମ୍, ବାଙ୍ଗାରୁ କାନୁକାପ୍ରେମକାନୁକା ଏବଂ କ୍ରିଷ୍ଣାଙ୍କ ସହ କାଞ୍ଚୁ କାଗଡା, କାଲାବରୀ ସଂସାରମ୍, କ୍ରିଷ୍ଣାବତାରମ୍, ବୁରିପାଲେମ୍ ବୋଲୁଡୁ, ଖାଇଦି ରୁଦ୍ରୟା ପ୍ରଭୃତି ଚଳଚ୍ଚିତ୍ରରେ ଅଭନୟ କରିଥିଲେ । ସେ ଚିରଞ୍ଜୀବୀଙ୍କ ସହ ଜାଗଦେକା ବୀରୁଡୁ ଅତିଲୋକ ସୁନ୍ଦରୀ, ଏସ୍. ପି. ପରାସୁରମ୍ ପ୍ରଭୃତିରେ ଅଭିନୟ କରିଥିଲେ ।

୧୯୯୨ରେ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ କ୍ଷଣ କ୍ଷଣମରେ ସେ ଭେଙ୍କଟେଶଙ୍କ ସହ ଅଭିନୟ କରିଥିଲେ,ଯାହା ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ- ତେଲୁଗୁ ଓ ଆନ୍ଧ୍ରର ନନ୍ଦୀ ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀରେ ସମ୍ମାନିତ କରିଥିଲା ।

ବଲିଉଡ୍ ପଦାର୍ପଣ ଓ ପରବର୍ତ୍ତୀ ସଫଳତା (୧୯୮୩-୧୯୯୭)[ସମ୍ପାଦନା]

ଶ୍ରୀଦେବୀ ୧୯୭୯ରେ ଷୋଳା ସାୱନ୍ ଜରିଆରେ ବଲିଉଡ୍ ପଦାର୍ପଣ କରିଥିଲେ ।[୨୮] ଚାରି ବର୍ଷ ପରେ ୧୯୮୩ରେ ହିମ୍ମତୱାଲାରେ ସେ ଜିତେନ୍ଦ୍ରଙ୍କ ବିପକ୍ଷରେ ଅଭିନୟ କରିଥିଲେ । ସେହି ଚଳଚ୍ଚିତ୍ରଟି ୧୯୮୩ର ସଫଳତମ ଚଳଚ୍ଚିତ୍ର ଥିଲା ।[୨୯][୩୦] ଏହା ତାଙ୍କୁ ବଲିଉଡରେ ପ୍ରତିଷ୍ଠିତ କରାଇଥିଲା ଓ ଥଣ୍ଡର ଥାଏଜ୍ ଆଖ୍ୟା ଦେଇଥିଲା ।[୩୧]

ନେନୋ ମେ ସପନାରେ ତାଙ୍କ ନୃତ୍ୟ ରେଡ଼ିଫ୍ ଜରିଆରେ ପ୍ରଖ୍ୟାତ ହୋଇଥିଲା, ଯାହା ଥିଲା, ନେନୋ ମେ ସପନାରେ ବ୍ୟବହୃତ ପାଣି ମାଠିଆ ସମଗ୍ର ମଞ୍ଚକୁ ଦବେଇ ରଖିଥିଲା, ମାତ୍ର ଏହା ଶ୍ରୀଦେବୀଙ୍କର ଆଡ଼ମ୍ବରପୂର୍ଣ୍ଣ ପୋଷାକ ଥିଲା ଯାହା ସମ୍ପୂର୍ଣ୍ଣ ସୋର ମୁଖ୍ୟ କେନ୍ଦ୍ର ଥିଲା ।[୩୨] ଏହା ପରବର୍ଷ ତୋଫା ମୁକ୍ତିଲାଭ କରିଥିଲା ଓ ୧୯୮୪ର ସବୁଠାରୁ ସଫଳ ଚଳଚ୍ଚିତ୍ର ଥିଲା ।[୩୩]

ଏହି ଚଳଚ୍ଚିତ୍ର ଶ୍ରୀଦେବୀଙ୍କୁ ବଲିଉଡର ଅଗ୍ରଣୀ ଅଭିନେତ୍ରୀ କରାଇଥିଲା ।[୧୩] ତାଙ୍କୁ ଫିଲ୍ମ ଫେୟାର୍ ନିଜ ମଲାଟରେ ଅନକୋଶ୍ଚିନେବଲର ମାନ୍ୟତା ଦେଇଥିଲା ।[୩୪]

ଜିତେନ୍ଦ୍ର-ଶ୍ରୀଦେବୀ ଯୋଡି ୧୬ଟି ଚଳଚ୍ଚିତ୍ର କରଛନ୍ତି, ଯାହା ମଧ୍ୟରେ ଅଛି, ହିମ୍ମତୱାଲା (୧୯୮୩), ଜାନୀ ଦୋସ୍ତ (୧୯୮୩), ଜଷ୍ଟିସ୍ ଚୌଧୁରୀ (୧୯୮୩), ମୱାଲି(୧୯୮୩), ଅକଲମନ୍ଦ (୧୯୮୪), ତୋଫା (୧୯୮୪), ବଳିଦାନ (୧୯୮୫), ଔଲାଦ (୧୯୮୭), ସୁହାଗନ (୧୯୮୬), ଘର ସଂସାର (୧୯୮୬), ଧର୍ମ ଅଧିକାରୀ (୧୯୮୬),ସୋନେ ପେ ସୁହାଗା (୧୯୮୮) ସଫଳ ଥିବାବେଳେ ଆଗ୍ ଔର୍ ଶୋଲୀ (୧୯୮୬), ହିମ୍ମତ ଔର୍ ମେହନତ୍ (୧୯୮୭), ସରଫୋରସ୍ (୧୯୮୫) ବିଫଳ ଥିଲା ।[୩୫][୩୬]

୧୯୮୩ରେ ମୁକ୍ତିଲାଭ କରିଥିବା ସଦମା, ତାଙ୍କୁ ସମାଲୋଚକ ପ୍ରଶଂସା ଦେଇଥିଲା ।[୩୭] ତାଙ୍କ ତାମିଲ୍ ଚଳଚ୍ଚିତ୍ରର ରିମେକ୍ ସଦମା'କୁ ଆଇଦିଭା '୧୦ ଦର୍ଶନୀୟ ଚଳଚ୍ଚିତ୍ର, ମାତ୍ର ସର୍ବାଧିକ ସଫଳ ନୁହଁ'ରେ ଅନ୍ତର୍ଭୁକ୍ତ କରାଇଥିଲା ।[୩୮]

ସେ ମଧ୍ୟ ନାଗାର୍ଜୁନଙ୍କ ପୁଅ ଏ ନାଗେଶ୍ୱର ରାଓଙ୍କ ସହ ଆଖରୀ ପୋରତ୍ତମ, ଗୋବିନ୍ଦା ଗୋବିନ୍ଦା, ଖୁଦା ଗବାହ୍ ପ୍ରଭୃତି ଚଳଚ୍ଚିତ୍ର କରିଥିଲେ । ସେ ଉଭୟ ଧର୍ମେନ୍ଦ୍ର ଓ ତାଙ୍କ ପୁଅ ସନ୍ନି ଦେଓଲଙ୍କ ସହ ଅଭିନୟ କରିଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସ୍ଦ୍ୱାରା ତାଙ୍କର ଆମ୍ନେସିଆ ପୀଡିତ ପିଲା ଥିବା ମହିଳାର ପ୍ରଦର୍ଶନକୁ ଅଭିନୟ ଜୀବନର ମାଇଲ୍ ଷ୍ଟୋନ୍ ବୋଲି କୁହାଯାଇଥିଲା ।[୩୯] ସେ ମଧ୍ୟ 'ବଲିଉଡ୍ କଳାକାରଙ୍କଦ୍ୱାରା ପ୍ରଦର୍ଶିତ ବାଜିମରା ଦୃଶ୍ୟ'ରେ ସ୍ଥାନ ପାଇଥିଲେ ଓ ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଇଥିଲା ।[୪୦] ୨୦୧୨ରେ ଶ୍ରୀଦେବୀଙ୍କ ସହ ଅଭିନେତା ଆଦିଲ୍ ହୁସେନ୍ କହିଥିଲେ ଯେ, ସଦମା ଦେଖିବା ପରେ ସେ ଶ୍ରୀଙ୍କ ପ୍ରଶଂସକ ହୋଇଯାଇଥିଲେ ।[୪୧] ସି ଏନ୍ ଏନ୍ ଆଇବିଏନ୍ର ୨୦୧୨ ସର୍ବଶ୍ରେଷ୍ଠ ରୋମାଣ୍ଟିକ୍ ଯୋଡି ତାଲିକାରେ ଶ୍ରୀ-ଦିତେନ୍ଦ୍ର ସ୍ଥାନ ପାଇଥିଲେ ।[୪୨] ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

ଶ୍ରୀଦେବୀଙ୍କର ରାଜେଶ ଖନ୍ନାଙ୍କ ସହ ମଧ୍ୟ ସଫଳ ଯୋଡି ଥିଲା, ଯଥା: ନୟା କଦମ (୧୯୮୪), ମକସଦ୍ (୧୯୮୪), ମାଷ୍ଟରଜୀ (୧୯୮୫), ନଜରାନା (୧୯୮୭) ।

୧୯୮୬ରେ ସାପ ଚଳଚ୍ଚିତ୍ର ନାଗିନାରେ ସେ ଇଛ୍ଛାଧାରୀ ନାଗୁଣୀର ଅଭିନୟ କରିଥିଲେ ଏବଂ ତାହା ସେହି ବର୍ଷର ଦ୍ୱିତୀୟ ସଫଳ ଚଳଚ୍ଚିତ୍ର ଥିଲା [୪୩][୪୪] ଓ ଏଥିପାଇଁ ବକ୍ସ୍ ଅଫିସ୍ ଇଣ୍ଡିଆ ଶ୍ରୀଙ୍କୁ ନିର୍ବିବାଦରେ ଏକ ନମ୍ବର ଅଭିନେତ୍ରୀ କରିଥିଲା ।[୧୩] ଏହା ମଧ୍ୟ ୟାହୁଦ୍ୱାରା ସବୁଠାରୁ ଭଲ ସାପ ଭିତ୍ତିକ ଚଳଚ୍ଚିତ୍ର ବୋଲି କୁହାଯାଇଥିଲା ।[୪୫]

ଟାଇମସ୍ ଅଫ୍ ଇଣ୍ଡିଆ, ନାଗିନା ଚଳଚ୍ଚିତ୍ରକୁ ହିନ୍ଦୀ ସିନେମାର ପ୍ରଥମ ୧୦ଟି ସାପ ଚଳଚ୍ଚିତ୍ରରେ ରଖିଥିଲା ।[୪୬] ଶ୍ରୀଦେବୀଙ୍କର ମେ ତେରି ଦୁଶମନ୍ ନୃତ୍ୟରେ ନାଚ ମଧ୍ୟ ବଲିଉଡର ଅନ୍ୟତମ ସଫଳ ନୃତ୍ୟ ଥିଲା, [୪୭] ଯେଉଁଥିରେ ଦେଶୀ ତାଳ ରହିବା ସହ ପ୍ରଶଂସକମାନଙ୍କର ଅତ୍ୟନ୍ତ ପ୍ରିୟ ଥିଲା[୪୮] ଓ ଆଇଦିଭା ଏହାକୁ ଚଳଚ୍ଚିତ୍ର କିମ୍ବଦନ୍ତୀଙ୍କର କାମ ବୋଲି ଦର୍ଶାଇଥିଲା ।[୪୯] ନାଗିନା ଛଡା ୧୯୮୬ରେ ଶ୍ରୀଦେବୀ ସୁବାଷ ଘାଇଙ୍କର ଚଳଚ୍ଚିତ୍ର କର୍ମ (ହିନ୍ଦୀ ଚଳଚ୍ଚିତ୍ର), ଓ ଫିରୋଜ୍ ଖାନଙ୍କ ଜାନବାଜରେ ମଧ୍ୟ ଅଭିନୟ କରିଥିଲେ । ସି.ଏନ୍.ଏନ୍. ଆଇ.ବି.ଏନ୍. ଅନୁଯାୟୀ, ଶ୍ରୀଦେବୀଙ୍କର ଲୋକପ୍ରିୟତା ଏତେ ଥିଲା ଯେ, ଜାନବାଜର ମୁଖ୍ୟ ଅଭିନେତ୍ରୀ ଡିମ୍ପଲ୍ କପାଡ଼ିଆଙ୍କ ଚରିତ୍ରକୁ ଶ୍ରୀଦେବୀଙ୍କର ଅତିଥି ଚରିତ୍ର ପଛକୁ କରିଦେଇଥିଲା ।[୫୦]

ନାଗିନାର ସଫଳତା ପରେ ଶ୍ରୀଦେବୀ ୧୯୮୭ରେ ମିଷ୍ଟର ଇଣ୍ଡିଆ ଚଳଚ୍ଚିତ୍ରରେ ଏକ ଅପରାଧି ସାମ୍ବାଦିକର ଚରିତ୍ରରେ ଅଭିନୟ କରିଥିଲେ, ଯାହାକୁ ରେଡ଼ିଫ୍ ସେହି ସମୟର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି କହିଥିଲା ।[୫୧] ଶେଖର କପୁର ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସେହି ବର୍ଷର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା [୫୨]ଓ ଏହା ହିନ୍ଦୁସ୍ଥାନ୍ ଟାଇମସ୍ଦ୍ୱାରା ହିନ୍ଦୀ ସିନେମାର ପ୍ରଥମ ୧୦ଟି ଦେଶଭକ୍ତି ଚଳଚ୍ଚିତ୍ରରେ ସ୍ଥାନ ଦେଇଥିଲା ।[୫୩] While the trade famously joked that the film should have been named Miss India,[୫୪] ରେଡ଼ିଫ୍ ମଧ୍ୟ କହିଥିଲା ଯେ, ଶ୍ରୀ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରର କେନ୍ଦ୍ରରେ ଥିଲେ ।[୫୧] ଟାଇମସ୍ ଅଫ୍ ଇଣ୍ଡିଆ ଅନୁଯାୟୀ ଶ୍ରୀଦେବୀଙ୍କର ଚାର୍ଲି ଚାପେଲିନ୍ ଛାପ ତାଙ୍କର ଅନନ୍ୟ ଅଭିନୟ ଥିଲା ।[୫୫] ରେଡ଼ିଫ୍ ତାଙ୍କୁ 'ସୁପର୍ ସିକ୍ସ୍ କନଯମିକ୍ ହିରୋଇନରେ ରଖିଥିଲା ଓ କହିଥିଲା ଯେ, ତାଙ୍କ ମୁଖର ଚାହାଁଣୀ କ୍ୟାମେରା ଆଗରେ ଜିମ୍ କାରେଙ୍କୁ ମଧ୍ୟ ନିଦବିହୀନ ରାତି ଦେଇପାରେ ।[୫୬]

ତାଙ୍କର ନୃତ୍ୟ 'ହୱା ହୱାଇ' ଟାଇମସ୍ ଅଫ୍ ଇଣ୍ଡିଆ ଅନୁଯାୟୀ ଶ୍ରୀଦେବୀଙ୍କର ଅନ୍ୟତମ ଅଭୁଲା ନୃତ୍ୟ ଥିଲା,[୫୭] ଯାହା ପରେ ଅଭିନେତ୍ରୀଙ୍କର ଲୋକପ୍ରିୟ ଡାକନାମ ହୋଇଥିଲା ।[୫୮][୫୯] ହାସ୍ୟାତ୍ମକ ଛଡା, ସେ 'କାଟେ ନେହି କଟତେ' ମାଧ୍ୟମରେ ବଲିଉଡକୁ ମଧ୍ୟ ଅନ୍ୟତମ ସୁନ୍ଦର ବର୍ଷା ଗୀତ ଦେଇଥିଲେ,[୬୦] ଯେଉଁଥିରେ ଫିଲ୍ମଫେୟାର୍ ଶ୍ରୀଦେବୀଙ୍କୁ ନୀଳ ଶାଢୀରେ ଏକ ପ୍ରକୃତ ଦେବୀ ରୂପେ ଦର୍ଶାଇଥିଲା,[୬୧][୬୨] ଯେବେ ଆଇଦିଭା ସେହି ସଙ୍ଗୀତକୁ ହିନ୍ଦୀ ସିନେମାରେ ଅଣସମାନ୍ତରାଳ ବୋଲି ଦର୍ଶାଇଥିଲା ।[୬୩] ରେଡ଼ିଫ୍ ମଧ୍ୟ ସେହି ଗୀତକୁ ଶ୍ରେଷ୍ଠ ୨୫ ଶାଢୀ ମୁହୁର୍ତ୍ତରେ ରଖିଥିଲା ଓ ଶ୍ରୀଦେବୀଙ୍କର ମୁଣ୍ଡରୁ ପାଦ ଘୋଡ଼ିହୋଇ ମଧ୍ୟ ସୁନ୍ଦର ଦେଖାଯିବାକୁ ପ୍ରଶଂସା କରିଥିଲା ।[୬୪] କାଟେ ନେହି କଟ୍‌ତେ ଗୀତଟି ଏନ୍‌ଡିଟିଭିଦ୍ୱାରା ବଲିଉଡ୍‌ର ସବୁଠାରୁ ପ୍ରସିଦ୍ଧ ବର୍ଷା ଗୀତ ବୋଲି ଦର୍ଶାଇଥିଲା ।[୬୫] ବକ୍ସ୍ ଅଫ୍ ଇଣ୍ଡିଆ କ‌ହିଥିଲା ଯେ, ମିଷ୍ଟର୍ ଇଣ୍ଡିଆର ସଫଳତା ପରେ ଶ୍ରୀ ତାଙ୍କ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଜୟାପ୍ରଦାମିନାକ୍ଷୀ ଶେଷାଦ୍ରୀଙ୍କୁ ପଛରେ ପକେଇଦେଇଥିଲେ ।[୧୩]

୧୯୮୯ରେ ଚାଲ୍‌ବାଜ୍‌ରେ ଶ୍ରୀ ଏକ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ଯାଆଁଳା ଭଉଣୀ ଜନ୍ମରୁ ଅଲଗା ହୋଇଯାଇଥିଲା । ଫିଲ୍ମ୍ ଫେୟାର୍ ଏହି ଅଭିନୟକୁ 'ହିନ୍ଦୀ ସିନେମାର ୮୦ ଶ୍ରେଷ୍ଠ ପ୍ରଦର୍ଶନ'ରେ ଚତୁର୍ଥ ସ୍ଥାନରେ ରଖିଥିଲା ଓ କ‌ହିଥିଲା ଯେ, ଶ୍ରୀଙ୍କର ହସ ଓ ଅକୃତ୍ରିମ କାନ୍ଦ ତାଙ୍କ ଅଭିନୟକୁ ବଳିଷ୍ଠ କରେ । ସେ ସନ୍ନି ଦେଓଲ୍ ଓ ରଜନୀକାନ୍ତଙ୍କ ଭଳି ଅଭିନେତାଙ୍କୁ ମଧ୍ୟ ଅଭିନୟରେ ଆଡ଼େଇ ଦେଉଥିଲେ ।[୬୬] ଟାଇମ୍‌ସ୍ ଅଫ୍ ଇଣ୍ଡିଆର ସ୍ତମ୍ଭ 'ବଲିଉଡ୍‌ସ୍ ହିଟ୍ ଡବଲ୍ ରୋଲ୍' ଶ୍ରୀଙ୍କ ଅଭିନୟକୁ ବକ୍ସ୍ ଅଫିସ୍‌ର ରେକର୍ଡ ବୋଲି କ‌ହିଥିଲା ।[୬୭] ରେଡ଼ିଫ୍ ଏହି ଚଳଚ୍ଚିତ୍ରକୁ 'ବଲିଉଡ୍‌ରେ ୨୫ ଶ୍ରେଷ୍ଠ ଦ୍ୱୈତ ଅଭିନୟ' ରଖି କ‌ହିଥିଲା ଯେ, ଚାଲ୍‌ବାଜ୍ ନ‌ଦେଖିଲା ପର୍ଯ୍ୟନ୍ତ ତୁମେ ଶ୍ରୀଦେବୀଙ୍କର ଅଭିନୟ ଜାଣିପାରିବ ନାହିଁ ।[୬୮] ଓ ସେହି ଚଳଚ୍ଚିତ୍ର ତାଙ୍କର ସ୍ଥାନ‌କୁ ଅଭିନେତ୍ରୀ ସ‌ହ ହତ୍ୟାକାରୀ ଓ ହାସ୍ୟ ଅଭିନେତ୍ରୀର ମାନ୍ୟତା ଦେଇଥିଲା ।[୫୧]

ଚାଲ୍‌ବାଜ୍‌ରେ ଶ୍ରୀଙ୍କର ଅଭିନୟକୁ ନେଇ ନିର୍ଦ୍ଦେଶକ ପଙ୍କଜ ପରାଶର ଇଣ୍ଡିଆନ୍ ଏକ୍ସ୍‌ପ୍ରେସ୍‌କୁ କ‌ହିଥିଲେ ଯେ, ସେହି ଚଳଚ୍ଚିତ୍ରଦ୍ୱାରା ସେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ, ଓ ତା'ପରେ ଦ୍ୱୈତ ଅଭିନୟ ପାଇଁ ତାଙ୍କୁ ବ‌ହୁତ ସୁଯୋଗ ଆସିଥିଲା ।[୬୯] ନା ଜାନେ କାହାଁ ସେ ଆଇରେ ତାଙ୍କ ନାଚକୁ ଟାଇମସ୍ ଅଫ୍ ଇଣ୍ଡିଆ ପ୍ରଶଂସା କରିଥିଲା ।[୭୦] ଯାଆଁଳା ଭଉଣୀ ଅଭିନୟ ପାଇଁ ସେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ, ଓ ଗୀତଟି ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଥିଲା ।

ସେହିବର୍ଷ ସେ ୟଶ ଚୋପ୍ରାଙ୍କ ଚଳଚ୍ଚିତ୍ର ଚାନ୍ଦିନୀର ମୁଖ୍ୟ ଅଭିନେତ୍ରୀ ଭୂମିକା ତୁଲାଇଥିଲେ । ଆଇଦିଭା ଅନୁଯାୟୀ ଏହା ଚଳଚ୍ଚିତ୍ର କମ୍, ଉତ୍ସବ ଅଧିକ ଥିଲା ।[୪୯] ଚାନ୍ଦିନୀ ୧୯୮୯ର ସବୁଠାରୁ ସଫଳ ଚଳଚ୍ଚିତ୍ର ଥିଲା ।[୭୧] ଦି ହିନ୍ଦୁ ଅନୁଯାୟୀ ଏହି ଚଳଚ୍ଚିତ୍ର ପାଇଁ ସିନେମା ହଲର ସଂଖ୍ୟା ବଢ଼ାଇବାକୁ ପଡ଼ିଥିଲା ।[୭୨] ଟାଇମସ୍ ଅଫ୍ ଇଣ୍ଡିଆ ଏହାକୁ ଭାରତୀୟ ଚଳଚ୍ଚିତ୍ର ଜଗତର ଅନ୍ୟତମ ସର୍ବାଧିକ ଦେଖଣା ଚଳଚ୍ଚିତ୍ର ବୋଲି କହିଥିଲା ।[୭୩] ଏହି ଚଳଚ୍ଚିତ୍ରଟି ଶ୍ରୀଙ୍କୁ ୧୯୮୦ର ସର୍ବଶ୍ରେଷ୍ଠ ଅଭିନେତ୍ରୀ କରେଇଥିଲା ।[୭୪][୭୫]

ହିନ୍ଦୁସ୍ତାନ ଟାଇମ୍‌ସ ୟଶ୍ ଚୋପ୍ରାଙ୍କ ଶ୍ରେଷ୍ଠ ୫ ଅଭିନେତ୍ରୀଙ୍କ ଭିତରେ ଶ୍ରୀଙ୍କୁ ପ୍ରଥମ ସ୍ଥାନରେ ରଖିଥିଲା ।[୭୬] ସିଏନ୍ଏନ୍ ଆଇବିଏନ୍ ମଧ୍ୟ ୟଶ୍ ଚୋପ୍ରାଙ୍କ ଶ୍ରେଷ୍ଠ ୧୦ ଅଭିନେତ୍ରୀଙ୍କ ମଧ୍ୟରେ ଶ୍ରୀଙ୍କୁ ପ୍ରଥମ ସ୍ଥାନରେ ରଖିଥିଲା ଓ କ‌ହିଥିଲା ଯେ, ୟଶ୍ ଚୋପ୍ରା ଶ୍ରୀଙ୍କୁ ଚାନ୍ଦିନୀ ଭାବରେ ଅମର କରି ରଖିଛନ୍ତି[୭୭] ଏହି ଚରିତ୍ରଟି ହିନ୍ଦୀ ଚଲଚ୍ଚିତ୍ରରେ ପ୍ରସିଦ୍ଧ ହେବା ସ‌ହ, ଇଣ୍ଡିଆ ଟୁଡେ ଏହାକୁ ନିଜର ୟଶ୍ ଚୋପ୍ରାଙ୍କ ବିଶେଷ ଚରିତ୍ରରେ ରଖିଥିଲା ।[୭୮] ଏନ୍‌ଡିଟିଭି ଏହି ତାଲିକାକୁ ୟଶ୍ ଚୋପ୍ରାଙ୍କ ସବୁଠୁ ଭଲ ସୃଜନଶୀଳତା କ‌ହିବା ସ‌ହ, ଏହି ଚଳଚ୍ଚି୍ତ୍ର ଶ୍ରୀଦେବୀଙ୍କୁ ଦେଶର ପ୍ରିୟ କରାଅଇଥିଲା ବୋଲି ମତ ଦେଇଥିଲା ।[୪୯] [୭୯][୮୦] ଦି ଟ୍ରିବ୍ୟୁନ୍ ଲେଖିଥିଲା ଯେ, ଶ୍ରୀଦେବୀଙ୍କ ପାଇଁ ଚାନ୍ଦିନୀ ଚରିତ୍ର ସୃଷ୍ଟି କଲା ବେଳେ ଲୀନା ଦାରୁ ପୁଣି ଥରେ ବିଜେତା ହୋଇଥିଲେ । ପ୍ରତ୍ୟେକ ଗଳିକନ୍ଦିରେ ଅଭିନେତ୍ରୀ ଭଳି ଦେଖାଯାଉଥିବା ସାଲ୍‌ୱାର୍ କମିଜ୍ ବିକା ଯାଉଥଲା, ଯାହା କି ଭାରତୀୟ ପରଦାରେ ଖୁବ୍ କମ୍ ଦେଖାଯାଉଥିଲା ।[୮୧] ମିଡ୍ ଡେ ଅନୁସାରେ ସାଧାରଣ ଧଳା ଚୁଡ଼ିଦାର ଓ କୁର୍ତ୍ତା ସ‌ହ ଉଡ଼ୁଥିବା ଓଢ଼ଣି ଶ୍ରୀଦେବୀଙ୍କୁ ପରୀର ଚାହାଁଣି ଦେଇଥିଲା ଓ ଚାନ୍ଦିନୀ ଚୌକ୍ ଷ୍ଟୋର୍‌କୁ ୧୦୦୦ରୁ ଉର୍ଦ୍ଧ୍ୱ ଏହିପରି ପୋଷାକ ରଖିବାକୁ ବାଧ୍ୟ କରିଥିଲା ।[୮୨]

ଚାନ୍ଦିନୀର ଗୀତ ମଧ୍ୟ ଖୁବ୍ ସଫଳ ଥିଲା ।[୪୯] ଶ୍ରୀଙ୍କର ପ୍ରସିଦ୍ଧ ନୃତ୍ୟ ମେରେ ହାଥୋ ମେ ନୌ ନୌ ଚୁଡ଼ିୟା ରେଡ଼ିଫ୍ ଅନୁସାରେ ଶ୍ରେଷ୍ଠ ୨୫ ବିବାହ ଗୀତରେ ସ୍ଥାନ ପାଇଥିଲା ।[୮୩] ଏହି ଅଭିନେତ୍ରୀ ମଧ୍ୟ ଚଳଚ୍ଚିତ୍ରର ଲୋକପ୍ରିୟ ଶୀର୍ଷକ ଗୀତ ଚାନ୍ଦିନୀ ଓ ମେରି ଚାନ୍ଦିନୀରେ ସ୍ୱର ଦେଇଥିଲେ ।[୮୪] ଏହି ଗୀତଟି ହିନ୍ଦୁସ୍ଥାନ୍ ଟାଇମ୍‌ସଦ୍ୱାରା ୟଶ୍ ଚୋପ୍ରାଙ୍କ ଶ୍ରେଷ୍ଠ ୫ ଗୀତରେ ସ୍ଥାନ ପାଇଥିଲା ।[୭୬] ଚାନ୍ଦିନୀ ଆନନ୍ଦ ଯୋଗାଇଥିବାରୁ ଶ୍ରେଷ୍ଠ ଲୋକପ୍ରିୟ ଗୀତ ଜାତୀୟ ଚଳଚ୍ଚିତ୍ର ସମ୍ମାନ (National Film Award for Best Popular Film Providing Wholesome Entertainment) ପାଇଥିବା ବେଳେ ଶ୍ରୀଦେବୀ ୧୯୮୯ରେ ଉଭୟ ଚାନ୍ଦିନୀ ଓ ଚାଲ୍‌ବାଜ୍ ପାଇଁ ଫିଲ୍ମ ଫେୟାର୍ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଥିଲେ ।

ପାରମ୍ପାରିକ ପ୍ରତିଦ୍ୱନ୍ଦୀ ମାଧୁରୀ ଦୀକ୍ଷିତଙ୍କ ସ‌ହ ଶ୍ରୀଦେବୀ

ୟଶ୍ ଚୋପ୍ରା ପୁଣିଥରେ ଶ୍ରୀଦେବୀଙ୍କୁ ୧୯୯୧ ଚଳଚ୍ଚିତ୍ର ଲମ୍‌ହେରେ ଅଭିନେତ୍ରୀ କରାଇଥିଲେ । ଟାଇମ୍‌ସ ଅଫ୍ ଇଣ୍ଡିଆ ଏହାକୁ ଶ୍ରେଷ୍ଠ ୧୦ ୟଶ୍ ଚୋପ୍ରା ଚଳଚ୍ଚିତ୍ରରେ ରଖିଥିବା ବେଳେ ଏହାର କାହାଣୀକୁ ସମୟ ଓ ସ୍ଥାନ ବାହାରେ ପ୍ରେମ ବୋଲି ବର୍ଣ୍ଣନା କରିଥିଲା ।[୮୫] ରେଡ଼ିଫ୍ ଏହାକୁ ସ‌ହଜରେ ଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ବୋଲି କ‌ହିଥିଲା ।[୮୬] ଶ୍ରୀଦେବୀ ଉଭୟ ମାଆ ଓ ଝିଅର ଅଭିନୟ କରିଥିଲା, ଯାହାକୁ ଆଇଦିଭା ପୂର୍ବରୁ ଦେଖା ଯାଇନଥିବା ଦ୍ୱୈତ ଅଭିନୟ ବୋଲି କ‌ହିଥିଲା ।[୪୯] ରେଡ଼ିଫ୍ ଅନୁସାରେ ଏହା ଶ୍ରୀଙ୍କ ଅଭିନୟ ଜୀବନରେ ଏକ ଦୃଷ୍ଟାନ୍ତ ଚଳଚ୍ଚିତ୍ର ଥିଲା ।[୫୧] ତାଙ୍କ ଅଭିନୟକୁ ପ୍ରଶଂସା କରି ବିଜ୍ଏସିଆ କ‌ହିଥିଲା ଯେ,, ଉଭୟ ପଲ୍ଲବୀ ଓ ପୂଜା ଭାବେ ଗୋଟିଏ ଚଳଚ୍ଚିତ୍ରରେ ବିପରୀତ ଧର୍ମୀ ଅଭିନୟ ତାଙ୍କ ଦକ୍ଷତାକୁ ଦର୍ଶାଉଛି ।[୮୭][୮୮] ଲୋକନୃତ୍ୟ ମୋର୍‌ନି ବାଗ୍ ମାରେ ଶ୍ରୀଙ୍କ ନୃତ୍ୟକୁ ହିନ୍ଦୁସ୍ଥାନ୍ ଟାଇମ୍‌ସ ୟଶ୍ ଚୋପ୍ରାଙ୍କ ଶ୍ରେଷ୍ଠ ୫ ସଂଗୀତ ବୋଲି କ‌ହିଥିଲା ।[୭୬] ଲମ୍‌ହେ ବ୍ୟବସାୟିକ ଭାବେ ସଫଳ ହୋଇନଥିଲେ ମଧ୍ୟ ସମାଲୋଚକଙ୍କ ପ୍ରଶଂସାପାତ୍ର ହୋଇଥିଲା ଓ ପରେ ଶାସ୍ତ୍ରୀୟ ମାନ୍ୟତା ପାଇଥିଲା ।[୩୮][୮୯] ଏହି ଚଳଚ୍ଚିତ୍ର ବିଷୟରେ ବର୍ଣ୍ଣନା କରି ସମାଲୋଚକ ରାଚେଲ୍ ଡାୟାର୍ ତାଙ୍କ ଜୀବନୀରେ ଲେଖିଛନ୍ତି ଯେ, ୟଶ୍ ଚୋପ୍ରାଙ୍କ ଏହି ଲୋକପ୍ରିୟ ଚଳଚ୍ଚିତ୍ର ଲମ୍‌ହେ ଦର୍ଶକଙ୍କୁ ଶ୍ରେଣୀ ଅନୁସାରେ ଭାଗ କରି ଦେଇଥଲା । ଏହା ପ୍ରଗତୀଶୀଳ ସ‌ହର ଓ ସମୁଦ୍ର ସେପାରି ଦେଶରେ ଖୁବ୍ ସଫଳ ହୋଇଥିଲା, ମାତ୍ର ଅନୁନ୍ନତ ସ‌ହରରେ ବିଷୟବସ୍ତୁ ପାଇଁ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ।[୯୦] ଦି ହିନ୍ଦୁ ମଧ୍ୟ ଏହାକୁ ଖୁବ୍ ପ୍ରଶଂସା କରିଥିଲା, ତେବେ ଏହାର ବିଷୟ ବସ୍ତୁ ଭାରତୀୟ ସମାଜ ସ‌ହ ଖାପ ଖୁଆଉନଥିବାର କାରଣ ମଧ୍ୟ ଦେଇଥିଲା ।[୯୧] ରାଜୀବ ମାନ୍‌ସାଦ୍‌ଙ୍କ ସ‌ହ ଏକ ସାକ୍ଷାତକାରରେ ମଧ୍ୟ ଶ୍ରୀଦେବୀ ବିଷୟବସ୍ତୁକୁ ଅଶ୍ଳୀଳ ବୋଲି ମତ ଦେଇଥିଲେ ।[୯୨] ବିଫଳ ହୋଇଥିଲେ ମଧ୍ୟ ରେଡ଼ିଫ୍ ଏହାକୁ ଚଳଚ୍ଚିତ୍ର ଜଗତର ଅବିଶ୍ୱସନୀୟ ମୂହୁର୍ତ୍ତ ବୋଲି କ‌ହିଥିଲା ।[୮୬] ଲମ୍‌ହେ ୫ଟି ଫିଲ୍ମ୍ ଫେୟାର୍ ପୁରସ୍କାର ଜିତିଥିଲା, ଯେଉଁଥିରେ ଶ୍ରୀଦେବୀଙ୍କର ଦ୍ୱିତୀୟ ଫିଲ୍ମ୍ ଫେୟାର୍ ସମ୍ମାନ ଶ୍ରେଷ୍ଠ ଅଭିନେତ୍ରୀ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏହି ଚଳଚ୍ଚିତ୍ରର ଲୋକପ୍ରିୟ ରାଜସ୍ଥାନୀ ପୋଷାକ ପାଇଁ ନୀତା ଲୁଲା ତାଙ୍କର ପ୍ରଥମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ଶ୍ରେଷ୍ଠ ପୋଷାକ କାରୁକାର୍ଯ୍ୟ ସମ୍ମାନ ପାଇଥିଲେ ।[୯୩]

୧୯୯୨ରେ ଶ୍ରୀଦେବୀ ଅମିତାଭ ବଚ୍ଚନଙ୍କ ବିପକ୍ଷକରେ ଐତିହାସିକ ଚଳଚ୍ଚିତ୍ର ଖୁଦା ଗବାହରେ ଅଭିନୟ କରିଥିଲେ । ଅଭିନେତ୍ରୀ ଜଣଙ୍କ ପୁଣିଥରେ ଆଫଗାନୀ ଯୋଦ୍ଧା ବେନାଜୀର ଓ ତାଙ୍କ ଝିଅ ମେହେନ୍ଦୀ ଭୂମିକାରେ ଦ୍ୱୈତ୍ୟ ଅଭିନୟ କରିଥିଲେ । ଏହାର ସୁଟିଂ ମୁଖ୍ୟତଃ ନେପାଳରେ ହୋଇଥିଲା । ବିବିସି ରିପୋର୍ଟ ଅନୁସାରେ ଏହା ଭଲ ବ୍ୟବସାୟ କରିଥିଲା ଓ କାବୁଲରେ ପ୍ରାୟ ୧୦ ସପ୍ତାହ ଧରି ଚାଲିଖିଲା ।[୯୪] ଖୁଦା ଗବାହ ଏବେ ମଧ୍ୟ ଆଫଗାନିସ୍ଥାନରେ ବହୁତ ଲୋକପ୍ରିୟ ଓ ରେଡ଼ିଫ୍ ଅନୁସାରେ ମୁକ୍ତିଲାଭ ପରେ ଏହାର ଦେଶ ସାରା ସବୁ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଚାହିଦା ଥିଲା ।[୯୫] ଏହି ଚଳଚ୍ଚିତ୍ରଟି ଫିଲ୍ମ ଫେୟାରରେ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ପାଇଥିବା ବେଳେ, ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ ଶ୍ରେଣୀରେ ନାମିତ ହୋଇଥିଲେ ।

୧୯୯୩ରେ ଏହି ଅଭିନେତ୍ରୀଙ୍କର ଅଧିକ ବଜେଟର ରୂପ୍ କି ରାନୀ ତୋରୋଁ କି ରାଜା ମୁକ୍ତିଲାଭ କରିଥିଲା,ଯାହା ଭାରତରେ ମୁକ୍ତିଲାଭ କରିଥିବା ସର୍ବାଧିକ ବଜେଟର ଚଳଚ୍ଚିତ୍ର ଥିଲୀ ।[୯୬] ଯଦିଓ ଚଳଚ୍ଚିତ୍ରଟି ବକ୍ସ୍ ଅଫିସରେ ବିଫଳ ହୋଇଥିଲା, ତେବେ ଟାଇମସ୍ ଅଫ୍ ଇଣ୍ଡିଆ ଅନୁଯାୟୀ ଶ୍ରୀଦେବୀ ହାସ୍ୟ କଳାକାର ଭୂମିକାରେ ସର୍ବଶ୍ରେଷ୍ଠ ଦକ୍ଷିଣ ଭାରତୀୟ କଳାକାର ।[୯୭]

ଶ୍ରୀଦେବୀ ବଡ ପ୍ରଯୋଜନା ସଂସ୍ଥାରେ ଅଭିନୟ କରିବା ଜାରି ରଖିଥିଲେ,ଯେପରି ଧର୍ମା ପ୍ରଡ଼କ୍ସନରେ ସଞ୍ଜୟ ଦତ୍ତଙ୍କ ବିପକ୍ଷରେ ୧୯୯୩ର ଚଳଚ୍ଚିତ୍ର ଗୁମରାହମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଶ୍ରୀ ଗାୟିକାର ଭୂମିକା ଅଭିନୟ କରିଥିଲେ, ଯେ ଭୁଲରେ ହଂକଂଠାରେ ଡ୍ରଗସ୍ ବ୍ୟବସାୟ କରୁଥିବା ମାମଲାରେ ଅଭିଯୁକ୍ତ ହୋଇଛନ୍ତି । ଶ୍ରୀଦେବୀ ରେଟ୍ରୋସ୍ପେକ୍ଟିଭରେ ବଲିଉଡ୍ ସ୍ପାଇସ୍ ବର୍ଣ୍ଣନା କରିଛି ଯେ, ଗୁମରାହରେ ଅନ୍ୟ କଳାକାରମାନେ ନିଖୁଣ ଅଭିନୟ କରିବା ସତ୍ତ୍ୱେ, ଏହା ଶ୍ରୀଙ୍କ ଚଳଚ୍ଚିତ୍ର ପରି ମନେହେଉଛି । ସେ ନାରୀର ସମ୍ବେଦନଶୀଳତାକୁ ନିଖୁଣ ଭାବେ ଚିତ୍ରଣ କରିଛନ୍ତି, ଯାହାକୁ ଦର୍ଶକ ବହୁତ ଦିନ ପର୍ଯ୍ୟନ୍ତ ମନେରଖିବ । [୯୮] ଏହି ଅଭିନୟ ପାଇଁ ସେ ଆଉ ଏକ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ମନୋନୀତ ହୋଇଥିଲେ । ୧୯୯୪ରେ ସେ ପୁଣି ଥରେ ଅନୀଲ କପୁରଙ୍କ ସହ ଲାଡ଼ଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ସେ ବ୍ୟବସାୟୀ ଶୀତଳ ଜେଟଲୀ ଭୂମିକାରେ ଅଭିନୟ କରିଥିଲେ । ଟାଇମସ୍ ଅଫ୍ ଇଣ୍ଡିଆ ଅନୁଯାୟୀ ଏହି ଚରିତ୍ରଟି କଠୋର, ପ୍ରଭାବଶାଳୀ ଓ ପ୍ରତିଯୋଗିତାମୂଳକ ଥିଲା ଓ ଏହା ପାଇଁ ସେ ଫିଲ୍ମ୍ ଫେୟାର ପାଇଁ ମନୋନୀତ ହୋଇଥିଲେ ।[୯୭]

୧୯୯୬ରେ ସେ ତାଙ୍କର ପ୍ରତ୍ୟାବର୍ତ୍ତନ ମାଲାୟଲମ ଚଳଚ୍ଚିତ୍ରରେ ଭରତନଙ୍କ ଦେବରାଗମରେ ଅରବିନ୍ଦ ସ୍ୱାମୀଙ୍କ ବିପକ୍ଷରେ ଅଭିନୟ କରିଥିଲେ ।

ଚଳଚ୍ଚିତ୍ର ଜଗତରୁ ବିରତି ନେବା ପୂର୍ବରୁ ତାଙ୍କର ଶେଷ ମୁଖ୍ୟ ଚଳଚ୍ଚିତ୍ର ଥିଲା ୧୯୯୭ର ଜୁଦାଇ । ଏଥିରେ ଅନୀଲ କପୁର ଓ ଉର୍ମିଳା ମାତୋଣ୍ଜେକର ମଧ୍ୟ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଏକ ଲୋଭୀ ଗୃହିଣୀର ଅଭିନୟ କରିଥିଲେ । ସମାଲୋଚକ ସୁବାଷ କେ. ଝାଙ୍କ ଅନୁଯାୟୀ ଶ୍ରୀ ଜୁଦାଇରେ ଏକ ପ୍ରଭାବଶାଳୀ ଅଭିନୟ କରିଥିଲେ, ଯେଉଁଥିରେ ଲୋଭର ବଶବର୍ତ୍ତୀ ହୋଇ ସେ ନିଜ ସ୍ୱାମୀଙ୍କୁ ବିକି ଦେଇଥିଲେ । ଶ୍ରୀଦେବୀଙ୍କ ଛଡା ଆଉ କେହି ଏ ଅଭିନୟ କରିପାରିନଥାନ୍ତେ । ଏହାପରେ ସେ ଚଳଚ୍ଚିତ୍ର ଜଗତରେ ଏକ ଶୂନ୍ୟସ୍ଥାନ ଛାଡ଼ିଯାଇଥିଲେ ।[୯୯] ବଲିଉଡ୍ ସ୍ପାଇସ୍ ଅନୁଯାୟୀ, ସେ ଏଥିରେ ନିଖୁଣ ଅଭିନୟ କରିଥିଲେ ।[୫୧] ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ୍ ଫେୟାର୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

ବିବାହ ପରେ ଓ ଦୂରଦର୍ଶନ ପଦାର୍ପଣ (୧୯୯୮-୨୦୧୧)[ସମ୍ପାଦନା]

ଅକ୍ଟୋବର, ୨୦୧୨ରେ ଇଂଲିଶ୍ ଭିଂଲିଶ୍ ପଦାର୍ପଣରେ ଶ୍ରୀଦେବୀ

ଛଅ ବର୍ଷର ବିରାମ ପରେ ଶ୍ରୀଦେବୀ ୨୦୦୪-୨୦୦୫ରେ ସାହାରା ସିଟକମର ମାଳିନୀ ଆୟାର୍ ଜରିଆରେ ଛୋଟ ପରଦାରେ ଅଭିନୟ କରିଥିଲେ । ସେ ମଧ୍ୟ ୨୦୦୪ରେ ଜିନା ଇସିକା ନାମ୍ ହେ ଓ ୨୦୦୫ରେ ଦୂରଦରୁଶନ ଶୋ କାବୁମରେ ବିଚାରକ ହୋଇଥିଲେ । ୨୦୦୭ରେ ୫୨ତମ ଫିଲ୍ମଫେୟାର ପୁରସ୍କାର ସମାରୋହରେ ସେ ନିଜର କେତୋଟି ପ୍ରସିଦ୍ଧ ଗୀତରେ ନାଚିଥିଲେ । ସେ ମଧ୍ୟ ଏସୀୟ ଚଳଚ୍ଚିତ୍ର ଓ ଦୂରଦର୍ଶନ ଏକାଡ଼େମୀରେ ବୋର୍ଡ ଅଫ୍ ଡିରେକ୍ଟରରେ ସଦସ୍ୟ ଥିଲେ ।[୧୦୦]

୧୯ ସେପ୍ଟେମ୍ବର ୨୦୦୯ରେ ସେ ସୋନି ଚିଭିରେ ସଲମାନ ଖାନଙ୍କ ମଞ୍ଚ ୧୦ କା ଦମରେ ଆସିଥିଲେ । ଏହି ଭାଗରେ ସେ, ସ୍ୱାମୀ ବୋନି କପୁର, ଅଭିନେତା-ନିର୍ଦ୍ଦେଶକ ପ୍ରଭୁଦେବା, ଅଭିନେତ୍ରୀ ଆୟେଶା ଟକିଆ, ଓ ସଙ୍ଗୀତ ଯୁଗଳ ସାଜିଦ୍-ୱାଦିଦ୍ ଅତିଥି ଥିଲେ ଓ ସମସ୍ତେ ୱାଣ୍ଟେଡ୍ ଚଳଚ୍ଚିତ୍ରର ପ୍ଚାର ପାଇଁ ଆସିଥିଲେ ।

ସେ ମଧ୍ୟ ୨୦୦୮ ଓ ୨୦୧୦ରେ ଲକମେ ଫ୍ୟାସନ୍ ସପ୍ତାହ ଓ ୨୦୦୯ ଏଚ୍.ଡି.ଆଇ.ଏଲ୍. କୋଟୁର୍ ସପ୍ତାହରେ ନୀତା ଲୁଲା, କୁଇନି ଧୋଡି, ଓ ପ୍ପୀୟା ଚିନ୍ତନଙ୍କ ଭଳି ଡିଜାଇନର ପାଇଁ ପ୍ରଦର୍ଶନୀ କରିଥିଲେ ।

ଶ୍ରୀଙ୍କର ଚିତ୍ରକଳା ପ୍ରତି ମଧ୍ୟ ଆଗ୍ରହ ଥିଲା । ମାର୍ଚ୍ଚ ୨୦୧୦ରେ ତାଙ୍କ ଚିତ୍ରକଳାଗୁଡିକ ଏକ ଆନ୍ତର୍ଜାତୀୟ ଚିତ୍ର ପ୍ରଦର୍ଶନୀରେ ନିଲାମ ହୋଇଥିଲା ଓ ସେହି ଅର୍ଥକୁ ଦାନ ଦିଆଯାଇଥିଲା ।[୧୦୧]

୨୦୧୧ରେ ଗ୍ଲୋବାଲ୍ ଇଣ୍ଡିଆନ୍ ଫିଲ୍ମ ଏଣ୍ଡ ଟେଲିଭିଜନ୍ ଆୱାର୍ଡସରେ କରୀନା କପୁର ଶ୍ରୀଦେବୀଙ୍କର ଏକ ଗୀତରେ ନାଚି ତାଙ୍କୁ ସମର୍ପଣ କରିଥିଲେ । କପୁର ଶ୍ରୀଙ୍କୁ ତାଙ୍କ ଅଭିନେତା କହିଥିଲେ, ଓ ତାଙ୍କ ପିଢୀର ବହୁତ ଝିଅ ଶ୍ରୀଙ୍କ ପାଇଁ ଅଭିନୟକୁ ପେଶା କରିଥିଲେ ବୋଲି କହିଥିଲେ ।

ମଇ ୨୦୧୨ରେ ଶ୍ରୀଦେବୀ ଅମୀର ଖାନଙ୍କ ଦୂରଦର୍ଶନ ଶୋ ସତ୍ୟମେବ ଜୟତେର ଶିଶୁ ଯୌନ ଶୋଷଣ ଭାଗରେ ଜଣେ ପୀଡିତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ପଦାର୍ପଣ କରିଥିଲେ । ସେ ମଧ୍ୟ ଶିଶିଯୁ ଯୌନ ଶୋଷଣକୁ ଅପରାଧ ବିଚାର କରି ଆଇନ କରିବା ପାଇଁ, ଅମୀର ଖାନଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଦରଖାସ୍ତରେ ଦସ୍ତଖତ କରିଥିଲେ ।

ଇଂଲିଶ୍ ଭିଂଲିସ୍ ସହ ପ୍ରତ୍ୟାବର୍ତ୍ତନ (୨୦୧୨-୨୦୧୭)[ସମ୍ପାଦନା]

ଶ୍ରୀଦେବୀ ୨୦୧୧ର ଆରମ୍ଭରେ ଗୌରୀ ସିନ୍ଦେଙ୍କ ନିର୍ଦ୍ଦେଶିତ ଇଂଲିସ୍ ଭିଂଲିସ୍ରେ କାମ କରୁଥିବା ବେଳେ ସେ ନିଜର ପ୍ରତ୍ୟାବର୍ତ୍ତନ କହିଥିଲେ ।[୧୦୨] ୨୦୧୧ରେ ଟରଣ୍ଟୋରେ ଅନୁଷ୍ଠିତ ଆଇ ଆଇ ଏଫ୍ ଏ ପୁରସ୍କାର ସମାରୋହରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା । ଟରଣ୍ଟୋରେ ତାଙ୍କର ପ୍ରିମିଅର୍ ଶୋ ପରେ କେତେକ ଆନ୍ତର୍ଜାତୀୟ ଗଣମାଧ୍ୟମ ତାଙ୍କୁ ଭାରତର ମେରିଲ୍ ଷ୍ଟ୍ରିପ୍ ଭାବେ ଅଭିହିତ କରିଥିଲେ ।"[୧୦୩][୧୦୪][୧୦୫] ଦୁଇ ସପ୍ତାହ ପରେ ଆମେରିକାର ସାପ୍ତାହିକୀ ପତ୍ରିକା ଭେରାଇଟି ଇଂଲିସ୍ ଭିଂଲିଶ୍ ରିଭ୍ୟୁରେ ଲେଖିଥିଲା ଯେ, ଏହା ଶ୍ରୀଦେବୀଙ୍କୁ ଚଳଚ୍ଚିତ୍ରରେ ଆଣ୍ଡି ହେପବର୍ଣ୍ଣଙ୍କ ସଦୃଶ ଆକର୍ଷଣୀୟ ପାଇଥିଲା ।[୧୦୬]

ମୁକ୍ତିଲାଭ ପରେ ଟାଇମସ୍ ଅଫ୍ ଇଣ୍ଡିଆ ଏହାକୁ ୫ରୁ ୪ ରେଟିଂ ଦେଇ ୨୦୧୨ର ଶ୍ରେଷ୍ଠ ତଳଚ୍ଚିତ୍ର କହିଥିଲା । ତାଙ୍କର ଅଭିନୟ ଏଥିରେ ଉଚ୍ଚମାନର ଥିଲା ।"[୧୦୭] ରେଡ଼ଫର ରାଜା ସେନ୍ ମଧ୍ୟ ଏହାକୁ ୪ ରେଟିଂ ଦେଇ ଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ଦେଇଥିଲେ ।[୧୦୮] ସମାଲୋଚକ ସୁବାଷ କୁମାର ଝା ୪.୫ ରେଟିଂ ଦେଇଥିଲେ ଓ କହିଥିଲେ ବର୍ଷକୁ ୨ଟି ଚଳଚ୍ଚିତ୍ର ଦେଖିବାକୁ ଚାହିଁଲେ, ଇଂଲିସ୍ ଭିଂଲିସ୍ ଦୁଇଥର ଦେଖନ୍ତୁ ।[୧୦୯]

Sridevi at IIFA awards, USA, 2014

ସି.ଏନ୍.ଏନ୍. ଆଇ.ବି.ଏନ୍ର ରାଜୀବ ମାନସାଦ ଏହାକୁ ୩.୫ ରେଟିଂ ଦେଇ କହିଥିଲେ ଯେ, ଶ୍ରୀଦେବୀଙ୍କ ଅଭିନୟ କେବଳ ଶତ ପ୍ରତିଶତ ନୁହଁ, ବରଂ ଏହା ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଦେଇଦେବ ।[୧୧୦] ଅନୁପମା ଚୋପ୍ରା ମଧ୍ୟ ଏହାକୁ ୩.୫ ରେଟିଂ ଦେଇ କହିଥିଲେ ଯେ, ଶ୍ରୀ କୌଣସି ଏକ ଦିଗ ଛାଡ଼ିଯିବା ଖୁବ୍ ବିରଳ ଓ ତାଙ୍କର ଅଭିନୟ ବିଜେତା ଭଳି ।[୧୧୧] ଫାଷ୍ଟପୋଷ୍ଟର ରୁବିନା ଖାନ୍ ଏହାକୁ ୫ ରେଟିଂ ଦେଇ କହିଥିଲେ ଯେ, ଶ୍ରୀଦେବୀ ଅଭିନୟକୁ ଏହି ଚଳଚ୍ଚିତ୍ର ଜରିଆରେ ପୁଣିଥରେ ପଛକୁ ଫେରାଇ ଆଣିଛନ୍ତି ।[୧୧୨] କୋମଲନାଥଙ୍କ ଅନୁଯାୟୀ ଏହା ଷ୍ଟାର୍ ବାହାରେ ଓ ଶ୍ରୀଙ୍କ ଅଭିନୟକୁ ପ୍ରଶଂସା କରି କହିଥିଲେ ଯେ, ଏହା ବଲିଉଡର ଶ୍ରେଷ୍ଠ ପ୍ରତ୍ୟାବର୍ତ୍ତନ ପ୍ରଦର୍ଶନ ଓ ଅଭିନୟ ଜଗତରେ ଏକ ମାଇଲ୍ ଖୁଣ୍ଟ ।[୧୧୩] ସୋସିଆଲ୍ ମୁଭି ରେଟିଂ ୱେବସାଇଟ୍ MOZVO ଏହାକୁ ୪.୧ ରେଟିଂ ଦେଇ ନିଶ୍ଚିତ ଦର୍ଶନୀୟ ବିଭାଗରେ ରଖିଥିଲା ।[୧୧୪] ଦି ସିନେମା ଜର୍ଣ୍ଣାଲର ଆମେର୍ ସାହେବ୍ ଏହାକୁ ୪ ରେଟିଂ ଦେଇ କହିଥିଲେ, ଚଳଚ୍ଚିତ୍ରଟି, "ଚିତ୍ତାକର୍ଷକ, ଛୁଇଁଲା ଭଳି, ଉଦ୍ଦୀପକ,ଓ ସୁନ୍ଦର, ଯେ ଭାରତର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କର ପ୍ରତ୍ୟାବର୍ତ୍ତନ ବିଜୟ କହିଥିଲେ ।[୧୧୫]

ଇଂଲିଶ୍ ଭିଂଲିଶ୍ ସଫଳତା ପରେ ଶ୍ରୀଦେବୀ ବୋଧହୁଏ ଏକମାତ୍ର ଅଭିନେତ୍ରୀ ଥିଲେ, ଯେ ବିବାହ ପରେ ଅଗ୍ରଣୀ ଅଭିନେତ୍ରୀ ଭାବେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ।[୧୬][୧୧୬][୧୧୭][୧୧୮] ସିନ୍ଦେ ତାଙ୍କୁ ଫାଇନାନସିଆଲ୍ ଟାଇମସର '୨୫ ଜଣ ଦର୍ଶନୀୟ ଭାରତୀୟ' ୨୦୧୨ ତାଲିକାରେ ରଖିଥିଲେ ।[୧୧୯] ରେଡ଼ିଫ୍‌ର ଚଳଚ୍ଚିତ୍ର ସମାଲୋଚକ ରାଜା ସେନ୍ ଶ୍ରୀଙ୍କର ଏକ ନମ୍ବର ଅଭିନାତ୍ରୀ ହେବା ସମ୍ପର୍କରେ କ‌ହିଥିଲେ ଯେ, ଏହା ଏକ ସାଧାରଣ ଚଳଚ୍ଚିତ୍ର ଥଲା, କୌଣସି ବିଶେଷ ଅଭିନୟ ନଥିଲା, ମାତ୍ର ଶ୍ରୀ ନିଜର ପୋଷାକ ଓ ଅଭିନୟଦ୍ୱାରା ଏହାକୁ ଅସାଧାରଣ କରିଥିଲେ । ଏହି ଅଭିନୟରୁ ଯୁବା ଅଭିନେତ୍ରୀମାନେ ଶିଖିବା ଦରକାର ଓ କାମରେ ଲଗାଇବା ଦରକାର ।[୧୨୦]

ଶ୍ରୀଦେବୀ ପୃଥିବୀର ସର୍ବବୃହତ୍ତ ମୋବାଇଲ୍ ଅନୁଧ୍ୟାନ କମ୍ପାନୀ ଭୁକ୍ଲିପ୍ଦ୍ୱାରା କରାଯାଇଥିବା ମୋବାଇଲ୍ ସର୍ଭେରେ ୨୦୧୨ର ଶ୍ରଷ୍ଠ ଲୋକପ୍ରିୟ ଅଭିନେତ୍ରୀର ମାନ୍ୟତା ପାଇଥିଲେ ।[୧୨୧] ଏଥିପାଇଁ ସେ ବିଭିନ୍ନ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ, ଯେଉଁଥିରେ ନବମ ଫିଲ୍ମ ଫେୟାର୍ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଥିଲା ।[୧୨୨] ୨୦୧୫ରେ ଶ୍ରୀ ତାମିଲ୍ ଚଳଚ୍ଚିତ୍ର ପୁଲିରେ ଅଭିନୟ କରିଥିଲେ ।[୧୨୩]

ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଥିଲା, ଘର ପ୍ରଯୋଜନାରେ ମମ୍ ଚଳଚ୍ଚିତ୍ର ।[୧୨୪][୧୬] ଏହାର ପୋଷ୍ଟର ସଲ୍‌ମାନ୍ ଖାନ୍‌ଙ୍କଦ୍ୱାରା ଜି ସିନେ ଆୱାର୍ଡ୍‌ସ୍‌ର ୨୦୧୭ ସଂସ୍କରଣରେ ପ୍ରକାଶ ପାଇଥିଲା ।[୧୨୫] ମମ୍‌ର ପ୍ରଥମ ଦୃଶ୍ୟ ୧୪ ମାର୍ଚ୍ଚରେ ଶ୍ରୀ ଟୁଇଟର ମାଧ୍ୟମରେ ପ୍ରସାର କରାଇଥିଲେ । ନିଜ ଟୁଇଟ୍‌ରେ ସେ ଲେଖିଥିଲେ ଯେ, ହ୍ୱେନ୍ ଅ ୱିମାନ୍ ଇଜ୍ ଚାଲେନ୍ଜ‌ଡ୍...ପ୍ରେଜେଣ୍ଟିଂ ଦି ଫାଷ୍ଟ୍ ଲୁକ୍ ଅଫ୍ ମମ୍" । ଏହା ଅଦ୍ଭୁତ ସଫଳତା ପାଇଥିଲା, ଟାଇମ୍‌ସ୍ ଅଫ୍ ଇଣ୍ଡିଆ ଏହାକୁ ପ୍ରକାଶର ବାହାରେ ବୋଲି କ‌ହିଥିଲା ବେଳେ[୧୨୬] ଏନ୍‌ଡ଼ିଟିଭି 'ରାଣୀଙ୍କ ପ୍ରତ୍ୟାବର୍ତ୍ତନ' ବୋଲି କ‌ହିଥିଲା ।[୧୨୭] ହିନ୍ଦୁସ୍ଥାନ୍ ଟାଇମ୍‌ସ୍ କ‌ହିଥିଲା ଯେ, ଶ୍ରୀ ପୁଣିଥରେ ଅଭିନୟ ଜଗତକୁ ନେବାକୁ ଆସିଛନ୍ତି ।[୧୨୮] ଇଣ୍ଡିଆ ଟୁଡେ ମଧ୍ୟ ଏହାକୁ ରହସ୍ୟମୟ ବୋଲି କ‌ହିଥିଲା ।[୧୨୯] ଶ୍ରୀଦେବୀଙ୍କର ପ୍ରଥମ ପ୍ରକାଶ ଟୁଇଟର୍‌ରେ ଖୁବ୍ ଛଳ ସୃଷ୍ଟି କରିଥିଲା । [୧୩୦] ଇଣ୍ଡିଆ.କମ୍ ଏହାକୁ ଭାବୁକ ଓ ରହସ୍ୟ କ‌ହିଥିବା ବେଳେ ଟୁଇଟରାତିମାନେ ଏହାକୁ ଖୁବ୍ ପ୍ରଶଂସା କରିଥିଲେ ।[୧୩୧] ମମ୍ ଜୁଲାଇ ୨୦୧୭ରେ ମୁକ୍ତିଲାଭ କରିଥିଲା ଓ ସକରାତ୍ମକ ସମାଲୋଚନା ପାଇଥିଲା । ସମାଲୋଚକମାନେ ଶ୍ରୀଙ୍କ ଅଭିନୟକୁ ପ୍ରଶଂସା କରିଥିଲେ ।[୧୩୨]

ଶ୍ରୀଦେବୀ ୨୪ ଫେବୃଆରୀ ୨୦୧୭ରେ ମୃତ୍ୟୁବରଣ କରିଥିଲେ ଏବଂ ସେ କୌଣସି ଆଗାମୀ ଚଳଚ୍ଚିତ୍ର ସୁଟିଂ କରୁନଥିଲେ । ତ‌ଥାପି ସେ ଶାହରୁଖଙ୍କ ଆଗାମୀ ଚଳଚ୍ଚିତ୍ର ଜିରୋରେ ଦେଖାଦେବେ, ଯେଉଁଥିରେ ସେ ନିଜର ଏକ ଅତିଥି ଅଭିନୟ କରିଛନ୍ତି ।[୧୩୩]

ମୃତ୍ୟୁ[ସମ୍ପାଦନା]

ଶ୍ରୀଦେବୀ ଓ ତାଙ୍କର କନିଷ୍ଠ କନ୍ୟା ଖୁସି ୨୦ ଫେବୃଆରୀ ୨୦୧୮ରେ ଭଣଜା ମୋହିତ ମାରୱାହଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ୟୁନାଇଟେଡ୍ ଆରବ ଏମିରେଟସର ରାସ୍-ଅଲ୍-ଖାଇମାର ଅଲ୍ ଜାଜିରା ଅଲ୍ ହମରାକୁ ଯାଇଥିଲେ ଓ ଜ୍ୟେଷ୍ଠ କନ୍ୟା ଜାହ୍ନବୀ କପୁରଙ୍କ ୨୧ତମ ଜନ୍ମଦିନ ପାଳନ ପାଇଁ କିଣାକିଣି ଉଦ୍ଦେଶ୍ୟରେ କିଛିଦିନ ରହିବାର ମନସ୍ଥ କରିଥିଲେ ।[୧୩୪][୧୩୫] ତାଙ୍କ ସ୍ୱାମୀ ଫେବୃଆରୀ ୨୨ରେ ଲକ୍ଷ୍ନୌଠାରେ ସଭାରେ ଯୋଗଦାନ କରିବା ପାଇଁ ସେଠାରେ ଉପସ୍ଥିତ ନଥିଲେ । କିନ୍ତୁ ବୋନି ତାଙ୍କୁ ଆଶ୍ଚର୍ଯ୍ୟ ପରିଦର୍ଶନ କରିବା ପାଇଁ ସ୍ଥିର କରିଥିଲେ । ୨୪ ତାରିଖରେ ଶେଷଥର ପାଇଁ ସେ ଶ୍ରୀଙ୍କ ସହ କଥା ହେଇଥିଲେ ।[୧୩୬]

କପୁରଙ୍କ ଅନୁଯାୟୀ ସେ ଦୁବାଇକୁ ୧୫:୩୦ ଉଡ଼ାଜାହାଜ ନେଇଥିଲେ ଓ ୧୮:୨୦ରେ ଜୁମେଇରାହ ଏମିରେଟସ୍ ଟାୱାରସ୍ ହୋଟେଲର ଅଭିନେତ୍ରୀ ରହୁଥିବା ୨୨୦୧ ରୁମ୍ ନଂରେ ପହଁଞ୍ଚିଥିଲେ । ଦୁଇଜଣ ପାଖାପାଖି ଅଧଘଣ୍ଟା କଥା ହେବା ପରେ ରାତ୍ରିଭୋଜନ ପାଇଁ ନିଷ୍ପତ୍ତି ନେଇଥିଲେ ।[୧୩୭] ଶ୍ରୀଦେବୀ ଗାଧୋଇବାକୁ ଓ ରାତ୍ରିଭୋଜନ ପାଇଁ ପ୍ରସ୍ତୁତ ହେବାକୁ ଯାଇଥିଲେ, ସେତେବେଳେ ବୋନି କପୁର ପ୍ରତୀକ୍ଷା ଗୃହରେ ଅପେକ୍ଷା କରିଥିଲେ । ୧୫-୨୦ ମିନିଟ୍ ପରେ ୧୯:୦୦ ସମୟରେ ବିଳମ୍ବ ସତ୍ତ୍ୱେ କୌଣସି ସୂଚନା ନପାଇବାରୁ ସେ ଶ୍ରୀଙ୍କୁ ଡାକିଥିଲେ ।[୧୩୮] କପୁର କୋଠରୀକୁ ଡାକିବାକୁ ଯାଇଥିଲେ ଏବଂ ଗାଧୁଆ ଘର କବାଟ ଭିତରପଟୁ ଦିଆଯାଇ ନଥିବା ଦେଖିବାକୁ ପାଇଲେ । କିଛି ଅଘଟଣର ଆଶଙ୍କା କରି କବାଟ ଖୋଲନ୍ତେ, ସେ ଶ୍ରୀଙ୍କୁ ଗାଧୁଆ ଟବ୍ ଭିତରେ ଅଚେତ୍ ଭାବେ ବୁଡି ରହିଥିବାର ଦେଖିବାକୁ ପାଇଥିଲେ । ଏହା ଅସ୍ପଷ୍ଟ ଯେ ଶ୍ରୀ ବୁଡ଼ିବା ପୂର୍ବରୁ ନା ପରେ ଅଚେତ୍ ହୋଇଥିଲେ ।[୧୩୯]

୨୪ ଫେବୃଆରୀ ୧୯:୦୦ ସମୟରେ କୋଠରୀ ମଧ୍ୟରେ ହିଁ ଶ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା ।[୧୪୦][୧୪୧][୧୪୨] ଯଦିଓ ପୂର୍ବରୁ ତାଙ୍କର ଦିଅର ସଞ୍ଜୟ କପୁର ଭାରତୀୟ ଗଣମାଧ୍ୟମକୁ ମୃତ୍ୟୁର କାରଣ ହୃଦଘାତ ବୋଲି ଦର୍ଶାଇଥିଲେ, କିନ୍ତୁ ତାଙ୍କ ମୃତ୍ୟୁର କାରଣ ଖୋଜିବା ରବିବାର ଭୋରୁ ପ୍ରାୟ ୨:୩୦ ସମୟରେ ଆରମ୍ଭ ହୋଇଥିଲା ଓ ଘଟଣାଟିକୁ ଦୁବାଇ ଆରକ୍ଷୀ ବାହିନୀ, ଦୁବାଇ ପବ୍ଲିକ୍ ପ୍ରୋସିକ୍ୟୁସନକୁ ସ୍ଥାନାନ୍ତରିତ କରିଥିଲା । ସେଠାରେ ଦୁବାଇର ଜେନେରାଲ୍ ଡିପାର୍ଟମେଣ୍ଟ୍ ଅଫ୍ ଫୋରେନସିକ୍ ଏଭିଡେନ୍ସ ଏହାକୁ ଦୁର୍ଘଟଣାଜନିତ ବୁଡ଼ିବା କହିଥିଲା ।[୧୪୩][୧୪୪][୧୪୫] ପରେ ଟକ୍ସିକୋଲୋଜି ରିପୋର୍ଟ କହିଥିଲା ଯେ, ଶ୍ରୀଙ୍କ ରକ୍ତରେ ମଦ ଓ ଫୁସଫୁସରେ ପାଣି ମିଳିଥିଲା ।[୧୪୬][୧୪୭][୧୪୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Sridevi Bio – Sridevi News, Wallpapers, Gossip, Movies, Pics : Spice Zee Archived 5 September 2013 at the Wayback Machine. ଆଧାର ଭୁଲ: Invalid <ref> tag; name "autogenerated1" defined multiple times with different content
  2. "Breaking: Sridevi Dies At 54". M.huffingtonpost.in. 2012-09-14. Retrieved 2018-02-25. 
  3. https://www.filmibeat.com/bollywood/features/2015/intimate-details-about-sridevi-mithun-chakraborty-controversial-affair-194237.html
  4. https://www.arrechintu.com/arre-chintu-special/sridevi-was-in-love-with-married-mithun-both-married-secretly/
  5. http://m.hindi.webdunia.com/bollywood-khul-jaa-sim-sim/क्या-श्रीदेवी-ने-मिथुन-से-की-थी-शादी-114081200067_1.htm
  6. "Sridevi receives Padma Shri award". The Times of India. 6 April 2013. http://timesofindia.indiatimes.com/entertainment/tamil/movies/news/Sridevi-receives-Padma-Shri-award/articleshow/19412606.cms. Retrieved 2 October 2015. 
  7. ୭.୦ ୭.୧ "The Hindu : Talk of the Town". hindu.com.  ଆଧାର ଭୁଲ: Invalid <ref> tag; name "autogenerated3" defined multiple times with different content
  8. ୮.୦ ୮.୧ Brahmbhatt, Preetee. "This week in entertainment history". Rediff.com. Retrieved 2009-06-06.  ଆଧାର ଭୁଲ: Invalid <ref> tag; name "week" defined multiple times with different content
  9. "Sridevi". Tamilnadu.com. 18 December 2012. 
  10. "100 Years of Cinema: From actors to demigods; the first superstars of cinema". news18.com. March 2, 2013. Retrieved January 11, 2018. 
  11. "Indian cinema @100: Defining moments you chose". NDTVMovies.com. 
  12. CNN-IBN. "100 Years of Indian Cinema: 50 Iconic Heroines". 
  13. ୧୩.୦ ୧୩.୧ ୧୩.୨ ୧୩.୩ Boxofficeindia.com. "Top Actress". Archived from the original on 27 December 2012. 
  14. Rediff. "Bollywood's Best Actresses Ever". 
  15. ୧୫.୦ ୧୫.୧ "Before All The Galata | Naman Ramachandran". Outlookindia.com. Archived from the original on 23 November 2016. Retrieved 2013-01-08.  Unknown parameter |df= ignored (help)
  16. ୧୬.୦ ୧୬.୧ ୧୬.୨ DailyMail. "Sridevi has broken a stereotype".  ଆଧାର ଭୁଲ: Invalid <ref> tag; name "DailyMail" defined multiple times with different content
  17. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved July 21, 2015.  Unknown parameter |df= ignored (help)
  18. News18 (14 March 2017). "IBN Poll: Sridevi voted greatest Indian actress in 100 years". News18. Retrieved 7 March 2013. 
  19. "Sridevi". Tamil Nadu. 18 December 2012. 
  20. "Sridevi's Bollywood comeback in Tamil, Telugu". Mid Day. Archived from the original on 26 September 2013. Retrieved 11 August 2013.  Unknown parameter |df= ignored (help)
  21. "Know all about Sridevi". Zee News. Archived from the original on 23 July 2013.  Unknown parameter |df= ignored (help)
  22. "Sridevi". koimoi.com. Archived from the original on 3 June 2013.  Unknown parameter |df= ignored (help)
  23. Pradhan, Bharathi S. (14 June 2009). "Two men and a woman". The Telegraph (Calcutta, India). Archived from the original on 23 February 2014. https://web.archive.org/web/20140223172621/http://www.telegraphindia.com/1090614/jsp/7days/story_11108537.jsp. 
  24. ୨୪.୦ ୨୪.୧ "Slrrp! Slrrp!". The Telegraph (Calcutta, India). 4 March 2005. Archived from the original on 19 July 2006. https://web.archive.org/web/20060719012518/http://www.telegraphindia.com/1050304/asp/etc/story_4440550.asp. 
  25. "Archived copy". Archived from the original on 9 April 2013. Retrieved 2013-11-20.  Unknown parameter |df= ignored (help)
  26. "Sridevi : Tollywood remembers its Athiloka Sundari | 123telugu.com". www.123telugu.com. Archived from the original on 25 February 2018. Retrieved 2018-02-25.  Unknown parameter |df= ignored (help)
  27. Nyren, Erin (2018-02-24). "Legendary Bollywood Actress Sridevi Dies at 54" (in en-US). Variety. Archived from the original on 25 February 2018. https://web.archive.org/web/20180225003800/http://variety.com/2018/film/global/sridevi-bollywood-actress-dead-dies-1202709919/. 
  28. "Bollywood superstar Sridevi dies at 54" (in en-GB). BBC News. 2018-02-24. Archived from the original on 24 February 2018. https://web.archive.org/web/20180224231230/http://www.bbc.com/news/world-asia-india-43186118. "She debuted as a lead actress in a Bollywood film in 1978, soon becoming one of India's biggest film stars." 
  29. "Box Office 1983". Box Office India. Archived from the original on 12 October 2012. 
  30. "Himmatwala". Box Office India. Archived from the original on 8 March 2013.  Unknown parameter |df= ignored (help)
  31. "Sridevi Kapoor Biography". Oneindia. Archived from the original on 14 May 2013.  Unknown parameter |df= ignored (help)
  32. Rediff. "Your Favourite Sridevi Avatar Onscreen?". Archived from the original on 15 December 2015.  Unknown parameter |df= ignored (help)
  33. Boxofficeindia.com. "Box Office 1984". Archived from the original on 18 September 2010. 
  34. Pinkvilla. "Sridevi's 80's Magazine Covers". Archived from the original on 3 June 2013.  Unknown parameter |df= ignored (help)
  35. Indiaglitz.com. "On-Screen Lovers Whom We Love". Archived from the original on 17 February 2013.  Unknown parameter |df= ignored (help)
  36. The Sunday Tribune. "Jodis that made it in Bollywood". Archived from the original on 4 March 2016.  Unknown parameter |df= ignored (help)
  37. Bollywoodlife.com. "Sridevi, Happy Birthday!". Archived from the original on 12 April 2013.  Unknown parameter |df= ignored (help)
  38. ୩୮.୦ ୩୮.୧ idiva.com. "10 Must Watch Movies That Weren't Blockbusters". Archived from the original on 23 October 2012.  Unknown parameter |df= ignored (help)
  39. Indian Express. "The Forbidden Love". 
  40. Mid-day. "Challenging Roles played by Bollywood actors". 
  41. Bollywoodtrade.com. "Adil Hussain: I became Sridevi's fan after watching SADMA". Archived from the original on 9 March 2014. 
  42. CNN-IBN. "100 Years of Indian Cinema: The greatest romantic couples on celluloid". Archived from the original on 20 February 2013.  Unknown parameter |df= ignored (help)
  43. Boxofficeindia.com. "Box Office 1986". Archived from the original on 12 October 2012. 
  44. Boxofficeindia.co.in. "Worth Their Weight In Gold!(80s)". Archived from the original on 11 January 2016.  Unknown parameter |df= ignored (help)
  45. Yahoo. "Meet Bollywood's celebrity snakes". Archived from the original on 20 April 2013.  Unknown parameter |df= ignored (help)
  46. Times of India. "Top Ten snake films". Archived from the original on 5 May 2013.  Unknown parameter |df= ignored (help)
  47. MidDay. "The best of Sridevi". 
  48. Desihits. "Top 5 Bollywood Dancing Queens". Archived from the original on 1 February 2014.  Unknown parameter |df= ignored (help)
  49. ୪୯.୦ ୪୯.୧ ୪୯.୨ ୪୯.୩ ୪୯.୪ iDiva. "Sridevi – The Dancing Queen". Archived from the original on 24 February 2013.  Unknown parameter |df= ignored (help)
  50. CNN-IBN. "Bollywood Blockbusters:Scintillating Sridevi". Archived from the original on 9 March 2014.  Unknown parameter |df= ignored (help)
  51. ୫୧.୦ ୫୧.୧ ୫୧.୨ ୫୧.୩ ୫୧.୪ Rediff. "PIX: The Changing Faces of Sridevi". Archived from the original on 15 January 2013.  Unknown parameter |df= ignored (help)
  52. Boxofficeindia.com. "Box Office 1987". Archived from the original on 12 October 2012. 
  53. Hindustan Times. "Top 10 Patriotic Films". Archived from the original on 9 August 2013. 
  54. Boxofficeindia.co.in. "Ladies First?". Archived from the original on 22 January 2013.  Unknown parameter |df= ignored (help)
  55. Times of India. "Top 10 Sridevi's avatar". Archived from the original on 11 January 2016.  Unknown parameter |df= ignored (help)
  56. Rediff. "What do Sridevi, Kajol and Preity have in common?". Archived from the original on 17 May 2013.  Unknown parameter |df= ignored (help)
  57. Times of India. "Magic of 'Mr India' is still on". 
  58. The Sunday Tribune. "Hit Shakers". Archived from the original on 10 June 2015.  Unknown parameter |df= ignored (help)
  59. Oneindia. "Sridevi Kapoor Biography". Archived from the original on 14 May 2013.  Unknown parameter |df= ignored (help)
  60. Times of India. "Top Bollywood Rain Songs". Archived from the original on 26 April 2013.  Unknown parameter |df= ignored (help)
  61. Filmfare. "Rain over me!". Archived from the original on 31 October 2012.  Unknown parameter |df= ignored (help)
  62. Times of India. "Top Hot'n'Sexy Songs". Archived from the original on 22 June 2013.  Unknown parameter |df= ignored (help)
  63. iDiva. "10 Rain Songs We Love". Archived from the original on 15 August 2013.  Unknown parameter |df= ignored (help)
  64. Rediff. "Top 25 Sari Moments". Archived from the original on 7 March 2013.  Unknown parameter |df= ignored (help)
  65. "Your favourite rain songs". NDTVMovies.com. Archived from the original on 21 June 2013.  Unknown parameter |df= ignored (help)
  66. Ohnotheydidnt. "80 Iconic Performances from Filmfare Magazine". Archived from the original on 7 July 2013.  Unknown parameter |df= ignored (help)
  67. Times of India. "Bollywood's Hit Double Roles". 
  68. Rediff. "The 25 Best Double Roles in Bollywood". Archived from the original on 2 June 2012.  Unknown parameter |df= ignored (help)
  69. Indian Express. "Double roles are still fun as ever". Archived from the original on 16 June 2009.  Unknown parameter |df= ignored (help)
  70. Times of India. "Bollywood's high on recreating retros". 
  71. Boxofficeindia.co.in. "Worth Their Weight In Gold! (80s)". Archived from the original on 11 January 2016.  Unknown parameter |df= ignored (help)
  72. The Hindu. "Yash, he can!". Archived from the original on 11 January 2016.  Unknown parameter |df= ignored (help)
  73. Times of India. "Top 10 Yash Chopra Films". Archived from the original on 23 December 2012.  Unknown parameter |df= ignored (help)
  74. Hindustan Times. "Yash Chopra’s greatest hits". Archived from the original on 26 November 2012. 
  75. Indiatimes. "Most Iconic Names in Yash Chopra Films!". Archived from the original on 15 November 2012.  Unknown parameter |df= ignored (help)
  76. ୭୬.୦ ୭୬.୧ ୭୬.୨ Hindustan Times. "Top 50: Glorious moments from Yash Chopra's oeuvre". Archived from the original on 24 November 2012. 
  77. CNN-IBN. "Yash Chopra's 10 Most Sensuous Heroines". Archived from the original on 22 February 2014.  Unknown parameter |df= ignored (help)
  78. India Today. "Yash Chopra’s iconic characters". Archived from the original on 11 January 2016.  Unknown parameter |df= ignored (help)
  79. NDTV. "Vijay, Chandni: Yash Chopra's greatest creations". Archived from the original on 22 May 2014.  Unknown parameter |df= ignored (help)
  80. Rediff. "Yash Chopra's visions in white". Archived from the original on 2 February 2013.  Unknown parameter |df= ignored (help)
  81. The Tribune. "Sunday Reading". Archived from the original on 4 March 2016.  Unknown parameter |df= ignored (help)
  82. Mid Day. "Tinseltown Trendsetters". Archived from the original on 4 March 2016.  Unknown parameter |df= ignored (help)
  83. Rediff. "Bollywood's Top 25 Wedding Songs". Archived from the original on 3 January 2016.  Unknown parameter |df= ignored (help)
  84. BusinessofCinema. "Anybody Can Sing!". Archived from the original on 22 February 2014.  Unknown parameter |df= ignored (help)
  85. Times Of India. "Top 10 Films of Yash Chopra". Archived from the original on 4 July 2013.  Unknown parameter |df= ignored (help)
  86. ୮୬.୦ ୮୬.୧ Rediff. "The Very Best of Yash Chopra". Archived from the original on 23 February 2015.  Unknown parameter |df= ignored (help)
  87. bizAsia. "Yash Chopra classic flashback: ‘Lamhe’ (1991)". Archived from the original on 21 April 2013.  Unknown parameter |df= ignored (help)
  88. Yash Raj Films – YouTube. "Yash Chopra in Conversation with Karan Johar – Lamhe". Archived from the original on 25 November 2016.  Unknown parameter |df= ignored (help)
  89. Yahoo. "The Magical Years of Yash Chopra". Archived from the original on 26 December 2012.  Unknown parameter |df= ignored (help)
  90. Yash Raj Films. "Yash Chopra – Biography". Archived from the original on 27 January 2013.  Unknown parameter |df= ignored (help)
  91. The Hindu. "From Partition angst to romantic confection, his films had it all". Archived from the original on 18 June 2013.  Unknown parameter |df= ignored (help)
  92. CNN-IBN. "Now Showing: Masand reviews 'Ek Tha Tiger', interviews Sridevi". Archived from the original on 21 October 2012.  Unknown parameter |df= ignored (help)
  93. DNA. "Neeta Lulla reveals why her National Award trophy is extra special to her". Archived from the original on 25 June 2012.  Unknown parameter |df= ignored (help)
  94. WCF. "Sridevi Bollywood Actress". Archived from the original on 5 October 2016.  Unknown parameter |df= ignored (help)
  95. Rediff. "Exit Taliban. Enter Bollywood". Archived from the original on 2013-04-12. 
  96. Rediff. "'I will direct a film soon'-Boney Kapoor". Archived from the original on 24 September 2015.  Unknown parameter |df= ignored (help)
  97. ୯୭.୦ ୯୭.୧ Times of India. "Top 10 Sridevi's avatar". Archived from the original on 11 January 2016.  Unknown parameter |df= ignored (help)
  98. Bollyspice. "Sridevi: A Brief Retrospective". Archived from the original on 14 March 2013.  Unknown parameter |df= ignored (help)
  99. Times of India. "Let the Divas Come Back!". 
  100. "Board of Directors". Aaft.com. Archived from the original on 23 August 2011. Retrieved 2011-06-01.  Unknown parameter |df= ignored (help)
  101. Jha, Subhash K (2010-03-10). "Sridevi's painting to be auctioned". The Times Of India. http://articles.timesofindia.indiatimes.com/2010-03-10/news-interviews/28123205_1_painting-sridevi-boney-kapoor. 
  102. "Sridevi to make a comeback in Gauri Shinde's film". Archived from the original on 15 April 2011. https://web.archive.org/web/20110415061957/http://www.indianexpress.com/news/sridevi-to-make-a-comeback-in-gauri-shindes-film/758286. 
  103. Times of India. "Sridevi being hailed as India's Meryl Streep". 
  104. DNA. "Meet India's Meryl Streep". Archived from the original on 31 October 2012.  Unknown parameter |df= ignored (help)
  105. "‘English Vinglish’ Review: Critics Praise Sridevi’s Comeback Film – International Business Times". Ibtimes.co.in. Archived from the original on 23 November 2012. Retrieved 2012-11-14.  Unknown parameter |df= ignored (help)
  106. Variety. "English Vinglish". Archived from the original on 11 November 2012.  Unknown parameter |df= ignored (help)
  107. Times of India. "English Vinglish". Archived from the original on 11 October 2012.  Unknown parameter |df= ignored (help)
  108. Rediff. "English Vinglish is a winner all the way". Archived from the original on 17 November 2012.  Unknown parameter |df= ignored (help)
  109. Yahoo. "English Vinglish". 
  110. CNN-IBN. "English Vinglish Review". Archived from the original on 4 November 2012.  Unknown parameter |df= ignored (help)
  111. Hindustan Times. "English Vinglish". Archived from the original on 7 July 2015. 
  112. Firstpost. "English Vinglish Review". Archived from the original on 22 November 2012.  Unknown parameter |df= ignored (help)
  113. ETC. "English Vinglish". Archived from the original on 22 February 2014. 
  114. "English Vinglish Review". MOZVO. Archived from the original on 23 February 2014. Retrieved 7 October 2012.  Unknown parameter |df= ignored (help)
  115. cinemajournal.com. "English Vinglish". Archived from the original on 22 February 2014.  Unknown parameter |df= ignored (help)
  116. Indiawest. "Sridevi is grateful for English Vinglish triumph". Archived from the original on 10 April 2014. 
  117. Times of India. "Boney guiding Sridevi in her career". 
  118. Bollywoodtrade. "My kids were upset watching English Vinglish". Archived from the original on 26 February 2014. 
  119. Financial Times. "25 Indians to Watch". Archived from the original on 19 November 2012.  Unknown parameter |df= ignored (help)
  120. "Bollywood's 10 Best Actresses Of 2012 – Rediff.com Movies". Rediff.com. 2012-12-21. Archived from the original on 27 January 2013. Retrieved 2013-01-08.  Unknown parameter |df= ignored (help)
  121. PTI Dec 22, 2012, 12.00AM IST (2012-12-22). "Amitabh Bachchan, Sridevi voted most-admired Bollywood actors – Times Of India". Articles.timesofindia.indiatimes.com. Retrieved 2013-01-08. 
  122. "58th Idea Filmfare Awards nominations are here!"Archived 27 December 2014 at the Wayback Machine. Retrieved 2013-03-30
  123. Srinivasan, Latha. (25 August 2015) Vijay’s Puli to release on October 1! Archived 27 August 2015 at the Wayback Machine.. DNA India. Retrieved on 2015-08-25.
  124. "Sridevi: Dream realised by working with Rahman". 
  125. Lipika Varma (13 March 2017). "Here's why Salman thinks Sridevi is bigger star than Khans and Akshay". Deccan Chronicle. Archived from the original on 13 March 2017. Retrieved 13 March 2017.  Unknown parameter |df= ignored (help)
  126. TNN (14 March 2017). "Sridevi shares the first look of ‘Mom’ and it’s stunning beyond words". Times of India. Archived from the original on 14 March 2017. Retrieved 14 March 2017.  Unknown parameter |df= ignored (help)
  127. Nilanjana Basu (14 March 2017). "Mom First Look, Starring Sridevi. The Queen Is Back, Says Twitter". NDTV. Archived from the original on 14 March 2017. Retrieved 14 March 2017.  Unknown parameter |df= ignored (help)
  128. HT Correspondent (14 March 2017). "Mom first look: Meet a gritty Sridevi ready to take on the world". Hindustan Times. Archived from the original on 14 March 2017. Retrieved 14 March 2017.  Unknown parameter |df= ignored (help)
  129. Devarsi Ghosh (14 March 2017). "Watch Mom first look: Sridevi's comeback after English Vinglish looks damn mysterious". India Today. Archived from the original on 14 March 2017. Retrieved 14 March 2017.  Unknown parameter |df= ignored (help)
  130. Mid-Day Correspondent (14 March 2017). "'Mom' first poster out! Twitter goes gaga over Sridevi's intriguing look". Mid-Day. Archived from the original on 15 March 2017. Retrieved 14 March 2017.  Unknown parameter |df= ignored (help)
  131. Aishwarya Krishnan (14 March 2017). "Mom Movie First Look: Sridevi is intense and mysterious; Twitterati can’t stop praising her looks in new poster!". India.com. Archived from the original on 14 March 2017. Retrieved 14 March 2017.  Unknown parameter |df= ignored (help)
  132. "Mom Review {4/5}: Mothers are a symbol of strength; this movie further reinforces that". The Times of India. Archived from the original on 17 July 2017. Retrieved 2017-07-23.  Unknown parameter |df= ignored (help)
  133. https://www.hindustantimes.com/bollywood/sridevi-will-be-seen-one-last-time-in-shah-rukh-khan-s-zero-see-pics/story-5al2RcNiSyv6WM05DxVbXP.html
  134. "Boney Kapoor talks about Sridevi’s final moments - Times of India ►". The Times of India. https://timesofindia.indiatimes.com/entertainment/hindi/bollywood/news/boney-kapoor-talks-about-sridevis-final-moments/articleshow/63155194.cms. 
  135. "Bollywood bathtub death: Star’s final moments". NewsComAu. http://www.news.com.au/entertainment/celebrity-life/husband-of-bollywood-actress-reveals-what-happened-on-the-night-she-died/news-story/69548b0ce425e7ccb0d7df4f9e9d43ad. 
  136. "Boney Kapoor opens up on his last moments with Sridevi and the exact happenings" (in en). Deccan Chronicle. 2018-03-04. http://www.deccanchronicle.com/entertainment/bollywood/040318/boney-kapoor-opens-up-last-moments-sridevi-exact-happenings.html. 
  137. Saunders, Emmeline (2018-03-04). "Sridevi's shocking last minutes revealed by heartbroken husband Boney Kapoor". mirror. https://www.mirror.co.uk/3am/celebrity-news/sridevis-last-minutes-revealed-heartbroken-12123371. 
  138. "Sridevi's devastated husband reveals what happened the night she died" (in en-GB). Metro. 2018-03-04. http://metro.co.uk/2018/03/04/devastated-boney-kapoor-reveals-wife-sridevis-final-moments-opens-night-died-7359091/. 
  139. "Husband of Bollywood star Sridevi reveals his wife's last moments". Mail Online. http://www.dailymail.co.uk/news/article-5459931/Husband-Bollywood-star-Sridevi-reveals-wifes-moments.html. 
  140. ଆଧାର ଭୁଲ: ଅଚଳ <ref> ଚିହ୍ନ; Hotel ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  141. "India mourns Bollywood superstar Sridevi". BBC News. 26 February 2018. http://www.bbc.com/news/world-asia-india-43191417. 
  142. "Reports: Bollywood icon Sridevi dies aged 54". Al Jazeera. http://www.aljazeera.com/news/2018/02/reports-bollywood-icon-sridevi-dies-aged-54-180224222210077.html. 
  143. "Sridevi death: Cops question Boney Kapoor, hotel staff, family; check call logs". Economic Times. 27 February 2018. 
  144. "Bollywood's Sridevi drowned in hotel bathtub, Dubai police say". CTV News. 26 February 2018. 
  145. "Sridevi died due to drowning, not cardiac arrest: Dubai Police". Images. 26 February 2018. https://images.dawn.com/news/1179550/sridevi-died-of-accidental-drowning-say-latest-reports. 
  146. "Traces of alcohol found in Bollywood actress Sridevi’s body, died of accidental drowning". Gulf News. 26 February 2018. http://gulfnews.com/life-style/celebrity/desi-news/bollywood/traces-of-alcohol-found-in-bollywood-actress-sridevi-s-body-died-of-accidental-drowning-1.2178719. 
  147. "Sridevi Accidentally Drowned In Dubai Bathtub, Says Report". Ndtv.com. Retrieved 26 February 2018. 
  148. "Bollywood star Sridevi Kapoor 'drowned in hotel bath' - BBC News". BBC. 1 January 1970. Retrieved 26 February 2018. 

ବାହ୍ୟ ଆଧାର[ସମ୍ପାଦନା]