Jump to content

ଜଗନ୍ନାଥ ମନ୍ଦିର, ନୀଳଗିରି

ଉଇକିପିଡ଼ିଆ‌ରୁ
(Jagannath temple, Nilagiriରୁ ଲେଉଟି ଆସିଛି)


ଜଗନ୍ନାଥ ମନ୍ଦିର, ନୀଳଗିରି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନନୀଳଗିରି,ବାଲେଶ୍ୱର
Stateଓଡ଼ିଶା
Countryଭାରତ

ଏହି ଜଗନ୍ନାଥ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ନୀଳଗିରି ସହରରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା । ଏହା ତୃତୀୟ ଶ୍ରୀକ୍ଷେତ୍ର ଭାବେ ବିଶ୍ୱ ବିଦିତ ।

ଅବସ୍ଥିତି

[ସମ୍ପାଦନା]

ଏହା ବାଲେଶ୍ୱର ସହରଠାରୁ ୧୮ କି.ମି. ଦୂରରେ ଅବସ୍ଥିତ । ନିକଟତମ ରେଳଷ୍ଟେସନ ବରୁଣସିଂ (ନୀଳଗିରି ରୋଡ଼) ଯାହା ଏଠାରୁ ୯ କି.ମି. ଦୂରରେ ଅବସ୍ଥିତ ।

ପ୍ରମୁଖ ଦେବତା

[ସମ୍ପାଦନା]

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ମୂଳ ମନ୍ଦିର ଓ ଜଗମୋହନଟି ଉତ୍କଳୀୟ ପିଢ଼ା ଶୈଳୀରେ ତିଆରି ଓ ଭଲଭାବରେ ସମତଳ କରି ଗଠିତ ହୋଇଛି । ଗର୍ଭଗୃହରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନଙ୍କ ସଙ୍ଗେ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ରତ୍ନବେଦି ଉପରେ ପୂଜିତ । ଜଗମୋହନ ମଧ୍ୟରେଗରୁଡ଼ ସ୍ତମ୍ଭଟି ରହିଛି ଯାହା ଆଗରେ ମୁକ୍ତିମଣ୍ଡପ ରହିଛି ।ASI reports No 016. Indira Gandhi National Centre For The Arts ମନ୍ଦିର ଓ ମେଘନାଦ ପ୍ରାଚୀର ପ୍ରସ୍ତର ନିର୍ମିତ । ମନ୍ଦିରର ଉଚ୍ଚତା ୫୨ ଫୁଟ । ଏଠାରେ ମୋଟ ପାଞ୍ଚଟି ମନ୍ଦିର ଅଛି ।

କିମ୍ବଦନ୍ତି

[ସମ୍ପାଦନା]

ନୀଳଗିରିର ସ୍ୱର୍ଣ୍ଣଚୁଡ଼ ପାହାଡ଼ ଶିଖରରେ ବସା ବାନ୍ଧିଥିଲେ ଶୁକ-ଶାରୀ ଦମ୍ପତି । ରାଜାଙ୍କୁ ସେମାନେ ସ୍ୱପ୍ନରେ ଭବିଷ୍ୟବାଣୀ ଶୁଣାଉଥିଲେ ।ସଙ୍କଟ କାଳରେ ପରାମର୍ଶ ଦେଉଥିଲେ । ମନ୍ତ୍ରୀ, ପୁରୋହିତ, ପାରିଷଦ ତୁଳନାରେ ଶୁକ-ଶାରୀ ପକ୍ଷୀ ଦୁହେଁ ଥିଲେ ରାଜାଙ୍କର ଅତି ବିଶ୍ୱାସଯୋଗ୍ୟ । ଏକଦା ଶୁକ-ଶାରୀ ଦୁହେଁ ସୂଚନା ଦେଲେ ସ୍ୱର୍ଣ୍ଣଚୁଡ଼ ପାହାଡ଼ ଦେଶରେ ନିଳାଦ୍ରୀନାଥଙ୍କୁ ପ୍ରତିଷ୍ଠା କରାଇଲେ ରାଜ୍ୟର ମଙ୍ଗଳ ହେବ । ପ୍ରଜାବର୍ଗ ସୁଖଶାନ୍ତିରେ ଦିନ କାଟିବେ । ଏହି ନିର୍ଦ୍ଦେଶକୁ ପାଳନ ପୂର୍ବକ ତତ୍କାଳିନ ରାଜା ରାମଚନ୍ଦ୍ରଦେବ ମର୍ଦ୍ଦରାଜ ହରିଚନ୍ଦନ ୧୭୫୦ ମସିହାରେ ଏହି ମନ୍ଦିର ତୋଳାଇଥିଲେ ।[]

ପାର୍ବଣ

[ସମ୍ପାଦନା]

ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପୂଜା ବିଧି ସହ ସାମଞ୍ଜସ୍ୟ ଅଛି । ରଥଯାତ୍ରାବାହୁଡ଼ା ଯାତ୍ରା ତିନିଦିନ ଧରି ପାଳିତ ହୋଇଥାଏ । ପ୍ରଥମଥର ପାଇଁ ୧୯୯୬ରେ ଏଠାରେ ନବକଳେବର ପାଳିତ ହୋଇଥିଲା ।

  • ସ୍ନାନ ପୂର୍ଣ୍ଣିମା: ଏଠାରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ ଯେଉଁଥିରେ ୧୦୦,୦୦୦ରୁ ଅଧିକ ଲୋକ ସମାଗମ ହୋଇଥାଏ ।
  • ରଥଯାତ୍ରା: ସବୁବର୍ଷ ମହାସମାଗମରେ ଆଷାଢ଼ ଶୁକ୍ଳପକ୍ଷ ତୃତୀୟାରେ ରଥଯାତ୍ରା ମଧ୍ୟ ପାଳିତ ହୋଇଥାଏ । ୧୮୦୦ ମସିହାଠାରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. "ନୀଳଗିରିର ଶ୍ରୀଜଗନ୍ନାଥ". ସମ୍ବାଦ. ୧ ଅକ୍ଟୋବର ୨୦୧୫. Retrieved 1 October 2015. {{cite news}}: Check date values in: |date= (help)[permanent dead link]

ବାହାର ଲିଙ୍କ

[ସମ୍ପାଦନା]