ଜଗମୋହନ

ଉଇକିପିଡ଼ିଆ‌ରୁ
କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗ ମୋହନ 

ଜଗମୋହନ ବା ଜଗ ମୋହନ ହିନ୍ଦୁ ମନ୍ଦିର ସ୍ଥାପତ୍ୟ ଶୈଳୀରେ ଏକ ସମାବେଶ ପ୍ରକୋଷ୍ଠକୁ କୁହାଯାଇଥାଏ । ଏହି ନିର୍ମାଣ ଶୈଳୀ ମୁଖ୍ଯତଃଓଡ଼ିଆ ମନ୍ଦିର ନିର୍ମାଣ ଶୈଳୀରେ ବ୍ୟବହୃତ ହେଇଥାଏ । [୧]

ଏହା ମନ୍ଦିର ପରିସରର ମୁଖ୍ୟ ଦ୍ୱାର ଓ ଗର୍ଭଗୃହ ବା ମନ୍ଦିରର ଆସ୍ଥାନ ମଧ୍ୟ ଭାଗରେ ରହିଥାଏ ।ଏହା ଉତ୍ତର ଭାରତର  ନାଗରା ମନ୍ଦିର ସ୍ଥାପତ୍ୟ ଶୈଳୀରେ ମଧ୍ୟ ଦେଖାଯାଇଥାଏ । ଦକ୍ଷିଣ ଭାରତ  ରେ ସମାବେଶ ଆସ୍ଥାନ ପ୍ରକୋଷ୍ଠ ଗୁଡିକୁ " ମଣ୍ଡପ " କୁହାଯାଇଥାଏ ଓ ସାଧାରଣତଃ ସେଥିରେ ସ୍ତମ୍ଭଗୁଡ଼ିକ ରହିଥାଏ ।

ଜଗମୋହନର ନିର୍ମାଣ ଶୈଳୀ[ସମ୍ପାଦନା]

 

ମନ୍ଦିରର ଗର୍ଭ ଗୃହ ପରି ଏହା ମଧ୍ୟ ଚତୁର୍ଭୁଜାକାର ବା ବର୍ତୁଳାକାର ଆକାରର ଚଟାଣ ଉପରେ ନିର୍ମିତ ହେଇଥାଏ । ତେବେ ଅନେକ ଦେବୀ ମନ୍ଦିରରେ ଜଗମୋହନଗୁଡ଼ିକ ଆୟତ୍ତକାର ବା ତ୍ରିଭୁଜାକାର ହିସାବରେ ନିର୍ମାଣ କରାଯାଇଥାଏ । ଉଦାହରଣ ସ୍ୱରୂପ ଓଡ଼ିଶାର ପୁରୀ ସହର ଚଉରାଶି ଠାରେରେ ଥିବା ବରାହୀ ଦେଉଳକୁ ନିରୀକ୍ଷ୍ୟଣ କରାଯାଇପାରେ । [୧]

ମନ୍ଦିର ସ୍ଥାପତ୍ୟ ଶୈଳୀ ଅନୁସାରେ ଅନେକ କ୍ଷେତ୍ରରେ ଗର୍ଭଗୃହରେ ଝରକା ନ ଥାଏ ଓ ତାହା ଭିତରେ ସାଧାରଣତଃ ସ୍ୱଳ୍ପ ଆଲୋକ ଉପସ୍ଥିତ ଥାଏ । କିନ୍ତୁ ଜଗମୋହନ ଗୃହରେ ପର୍ଯ୍ୟାପ୍ତ ଝରକା ଓ ଆଲୋକର ପ୍ରବେଶ ରହି , ତାହାର କାନ୍ଥ ଗୁଡିକରେ ଖୋଦିତ ବା ଚିତ୍ରିତ ଦେବା ଦେବୀ ଓ ଅନ୍ୟ ହିନ୍ଦୁ ଧର୍ମ ସମ୍ବନ୍ଧିତ ଚିତ୍ର ବା ମୂର୍ତି ସବୁ ରହିଥାଏ । କେତେକ ସ୍ଥାନରେ ଉଜ୍ଜଳ ରଙ୍ଗରେ ପୌରଣିକ କଥା ସମ୍ବନ୍ଧିତ ଅଙ୍କିତ ଚିତ୍ର ରହିଥାଏ । କେତେକ ମନ୍ଦିର ନିର୍ମାଣ ଶୈଳୀରେ ଜଗମୋହନର ଛାତକୁ ସ୍ତୁପାକାର କରାଯାଇ ଭିତର ଚ୍ଛାତରେ ମଧ୍ୟ ଅଳଙ୍କୃତ ଖୋଦନ ଚିତ୍ର ବା ଅଙ୍କିତ ଚିତ୍ର ସ୍ଥାନ ପାଇ ମନ୍ଦିରର ଶୋଭା ବର୍ଦ୍ଧନ କରିଥାଏ । 

ପୁରୀ ଜଗନ୍ନାଥ ମନ୍ଦିରର ଜଗମୋହନ[ସମ୍ପାଦନା]

ପୁରୀ ଶ୍ରୀମନ୍ଦିରର ଜଗମୋହନକୁ ମୁଖଶାଳା ମଧ୍ୟ କୁହାଯାଇଥାଏ ।[୨] ଏହା ଏକ " ପିଢା " ଦେଉଳ ଶୈଳୀରେ ନିର୍ମିତ ହେଇଥିଲା । ଏଥିରେ ପିରାମିଡ ଆକୃତିର ଛାତ ରହିଛି । ଏହା ଏକ ପୀଠ ବା ମୂଳଦୁଆ ଚଟାଣ ଉପରେ ରହିଛି । ଜଗମୋହନର କାନ୍ଥରେ ଖୋଦନ କରାଯାଇଥିବା ମୂର୍ତି ସବୁ ପ୍ରାଚୀନ କଳାରେ ରହିଥିଲେ ମଧ୍ୟ ତାହା ପରେ ମରାମତି ସମୟରେ ଲୁପ୍ତ ହେଇଯାଇଥିଲା । ଜଗମୋହନର ଛାତ ୪ଟି ବର୍ଗାକାର ସ୍ତମ୍ଭ ଉପରେ ରହି ଏଠାରୁ ଦକ୍ଷିଣ ଓ ନାଟ୍ଯ ମନ୍ଦିର ଆଡକୁ ଦୁଇଟି ବାଟ ରହିଛି । ଏଠାରେ ନାଟମନ୍ଦିରକୁ ମୁଖ୍ୟ ଦ୍ୱାର ଭାବରେ କୁହାଯାଏ । ଜଗମୋହନର ମୁଖ୍ୟ ଦ୍ୱାରକୁ ଜୟ- ବିଜୟ ଦ୍ୱାର କୁହାଯାଇଥାଏ ।[୩] କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନ , ମନ୍ଦିରର ମୁଖ୍ୟ ଶିଖର ଭାଙ୍ଗି ଗଲା ପରେ , ନିଜେ ଏକ ମୁଖ୍ୟ ମନ୍ଦିର ପରି ପ୍ରତ୍ୟୟମାନ ହେଇଥାଏ । 

Notes[ସମ୍ପାଦନା]

  1. ୧.୦ ୧.୧ Volwahsen, Andreas (1968). Inde bouddhique, hindoue, jaïn. Architecture universelle (in French). Fribourg, Switzerland: Office du Livre, Fribourg. pp. 50–57.{{cite book}}: CS1 maint: unrecognized language (link)
  2. "ଆର୍କାଇଭ୍ କପି". Archived from the original on 2017-01-02. Retrieved 2017-01-24. {{cite web}}: Cite has empty unknown parameter: |1= (help)
  3. The roof of Jagamohan stands on four square,pillars. It has two gates, one leading to the south and the other to Natamandir .The latter is considered as the main entrance. It is known as Jaya Vijaya gate, but the images of the Dvarapalas. Jaya and Vijaya are conspicuous in their absence. The door frames of both the gates are ornately decorated with different kinds of floral designs and Naga- Nagi figures. Navagraha figures adorn the upper architraves. Figures of Brahma and Siva on the southern gate are more prominent. Scholars are tempted to believe that the Jaya-Vijaya gate (main gate of Jagamohan) was reconstructed at the time of the construction of the present Natamandir.http://www.jagannath.nic.in/?q=node/77