ଗଇଁଠା (ଗେଟେଇ, କ୍ଷୀରଗଇଁଠା, ଗଇଁଠାଗୁଡ଼ି ପିଠା ଆଦି ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ପ୍ରକାର ଚାଉଳ ତିଆରି ପିଠା । ଚୂନାକୁ ବାମ୍ପରେ ସିଝାଇ ଖଳି ତିଆରି କରି ସେହୁ ଖଳିକୁ ଗୋଟି କରି ବଳି ପରେ ପାଣିରେ ସିଝାଇ ଏହା ତିଆରି କରାଯାଇଥାଏ ।[୧] ସାଧାରଣତଃ ଅରୁଆ ଚାଉଳକୁ ଗୁଣ୍ଡ କରି, ସେଥିରେ ନଡ଼ିଆ କୋରା ପକାଇ ବାଟି ତାହାକୁ ଫୁଟନ୍ତା ପାଣିରେ ଚିନି ଓ ଲୁଣ ସହ ମିଶାଇ ଘାଣ୍ଟି ଖଳି ତିଆରି କରାଯାଇଥାଏ । ଏହି ଖଳିକୁ ଗୋଲ ଗୋଲ କରି ବଳି ଫୁଟୁଥିବା ଓ ସାମାନ୍ୟ ମରିଯାଇଥିବା କ୍ଷୀରରେ ପକାଇ ଘାଣ୍ଟି ଘାଣ୍ଟି ଗଇଁଠା ତିଆରି କରାଯାଇଥାଏ । ବାସ୍ନା ପାଇଁ ଏଥିରେ ଛେଚା ଅଳେଇଚ ଓ ତେଜପତ୍ର ଆଦି ପକାଇ ଘୋଡ଼ାଇ ରଖି ଥଣ୍ଡା ହେଲା ପରେ ଖିଆଯାଇଥାଏ ।