Jump to content

କୁମ୍ଭ ମେଳା

ଉଇକିପିଡ଼ିଆ‌ରୁ
କୁମ୍ଭ ମେଳା
ରାଜକୀୟ ସ୍ନାନ ନିମନ୍ତେ ଏକତ୍ରୀତ ହୋଇଥିବା ଶ୍ରଦ୍ଧାଳୁ, ହରିଦ୍ୱାର, ୨୦୧୦
ନାମକୁମ୍ଭ ମେଳା, ମହା କୁମ୍ଭ ମେଳା
ପାଳନକାରୀହିନ୍ଦୁ ଧର୍ମାବଲମ୍ବୀ
ପ୍ରକାରଧାର୍ମିକ
ପର୍ବ ପାଳନରାଜକୀୟ ସ୍ନାନ
ଆରମ୍ଭBaisakha Purnima []
ଶେଷମହା ଶିବରାତ୍ରି

An article related to
ହିନ୍ଦୁ ଧର୍ମ

Hinduଇତିହାସ

Hinduism Portal
Hindu Mythology Portal

କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ୧୨ ବର୍ଷରେ ଥରେ ହୁଏ କୁମ୍ଭ ମେଳା ଓ ପ୍ରତିତିନି ବର୍ଷରେ ଅଲଗା ଅଲଗା ସ୍ଥାନ ହରିଦ୍ୱାର, ପ୍ରୟାଗ, ଉଜ୍ଜୟିନୀନାଶିକରେ ଅନୁଷ୍ଠିତ ହୁଏ । ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି ।

ହିନ୍ଦୁମତେ ପବିତ୍ର ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ରାଜକୀୟ ସ୍ନାନ ଓ ଦର୍ଶନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସାଧୁ, ସନ୍ଥ, ବାବାଜୀ, ମହନ୍ତ, ଧର୍ମଗୁରୁ ଓ ଉଲଗ୍ନ ନାଗା ସାଧୁଗଣଙ୍କ ସମେତ ପ୍ରାୟ ୧୦କୋଟି ଶ୍ରଦ୍ଧାଳୁ ଏକତ୍ର ହୋଇଥାନ୍ତି ।

ବର୍ଷପ୍ରୟାଗନାଶିକଉଜ୍ଜୈନହରିଦ୍ୱାର
୧୯୮୩ଅର୍ଦ୍ଧ କୁମ୍ଭ--
୧୯୮୬---କୁମ୍ଭ
୧୯୮୯କୁମ୍ଭ--
୧୯୯୧-କୁମ୍ଭ-
୧୯୯୨--କୁମ୍ଭଅର୍ଦ୍ଧ କୁମ୍ଭ
୧୯୯୫ଅର୍ଦ୍ଧ କୁମ୍ଭ--
୧୯୯୮---କୁମ୍ଭ
୨୦୦୧କୁମ୍ଭ--
୨୦୦୩-କୁମ୍ଭ-
୨୦୦୪--କୁମ୍ଭଅର୍ଦ୍ଧ କୁମ୍ଭ
୨୦୦୭ଅର୍ଦ୍ଧ କୁମ୍ଭ--
୨୦୧୦---କୁମ୍ଭ
୨୦୧୩ମହା କୁମ୍ଭ--
୨୦୧୫-କୁମ୍ଭ-
୨୦୧୬--କୁମ୍ଭଅର୍ଦ୍ଧ କୁମ୍ଭ
୨୦୧୯ଅର୍ଦ୍ଧ କୁମ୍ଭ--
୨୦୨୨---କୁମ୍ଭ

କିମ୍ବଦନ୍ତୀ

[ସମ୍ପାଦନା]

ପୌରାଣିକ ମତେ ଅମୃତ ଭାଣ୍ଡ ପାଇଁ ଦେବାସୁରଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଉକ୍ତ ଭାଣ୍ଡରୁ ଚାରିଟୋପା ଅମୃତ ଚାରୋଟି ସ୍ଥାନ ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୈନ ଓ ନାଶିକରେ ପଡ଼ିଯାଇଥିଲା । ଏବେ ସେହି ଚାରୋଟି ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହେଉଛି ।

ଆଧ୍ୟାତ୍ମିକ ତାତ୍ପର୍ଯ୍ୟ

[ସମ୍ପାଦନା]

ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ମହାକୁମ୍ଭ ସ୍ନାନଦ୍ୱାରା ପାପ କ୍ଷୟ ହୁଏ, ଏହା ମୋକ୍ଷ ପ୍ରାପ୍ତିର ମାର୍ଗ । ଜ୍ୟୋତିଷ ଶାସ୍ତ୍ରମତରେ ମଧ୍ୟ ମକର ସଂକ୍ରାନ୍ତିଠାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିରେ ବିକାଶ ଘଟାଏ । କାରଣ ଏହି ସମୟରେ ବୃହସ୍ପତି ବୃଷ ରାଶିରେ ଅବସ୍ଥାନ କରନ୍ତି ଏବଂ ମକର ରାଶିରେ ରହିଥାନ୍ତି ରବି ଓ ଚନ୍ଦ୍ର । ଫଳରେ ପ୍ରୟାଗର ବାୟୁମଣ୍ଡଳ ପରିପୂର୍ଣ୍ଣ ହୋଇଥାଏ ଆଧ୍ୟାତ୍ମିକ ଶକ୍ତିଦ୍ୱାରା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଙ୍ଗାର ଜଳ, ବାୟୁମଣ୍ଡଳ ତଥା ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଶକ୍ତିର ସତ୍ତା ଅନୁଭବ କରନ୍ତି । ତେଣୁ କୁମ୍ଭ ମେଳାରେ ଯୋଗ ଦେଲେ ସ୍ୱତଃ ମାନସିକ, ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି ହୋଇଥାଏ । ଏହା ହିଁ ମୋକ୍ଷର ମାର୍ଗ । କୁମ୍ଭ ସ୍ନାନର ଶ୍ରେଷ୍ଠ ଦିବସ ହେଉଛି ମୌନୀ ଅମାବାସ୍ୟା । ଏହି ଦିନ ସୃଷ୍ଟି ସର୍ଜନା କରିଥିଲେ ବ୍ରହ୍ମା । ତେଣୁ ମୌନୀ ଅମାବାସ୍ୟାର ସ୍ନାନରେ ମିଳେ ଅମାପ ଆଧ୍ୟାତ୍ମିକ ଶକ୍ତି । ମହାକୁମ୍ଭ ସମୟରେ ପ୍ରୟାଗଠାରେ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ଓ ସକଳ ଦେବ, ସମସ୍ତ ବେଦର ମିଳନ ଘଟିଥାଏ । ଗଙ୍ଗାର ପବିତ୍ର ଜଳ ମଧ୍ୟ ମକର ସଂକ୍ରାନ୍ତି ସମୟରେ ଆଧ୍ୟତ୍ମିକ ଶକ୍ତିଦ୍ୱାରା ଶକ୍ତିଶାଳୀ ମନେ ହୁଏ । ତେଣୁ ଗଙ୍ଗା ବୁଡ଼ ଫଳରେ ଅମୃତର ସ୍ୱାଦ ଅର୍ଥାତ ଐଶ୍ୱରିକ ସତ୍ତାର ଉପଲବ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ପୌରାଣିକ ମତେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପୁରୁଷାର୍ଥ ଅଟେ। ଏଥିମଧ୍ୟରୁ ଅର୍ଥ ଓ କାମ ଲୌକିକ ଏବଂ ଧର୍ମ ଓ ମୋକ୍ଷ ପାରଲୌକିକ ଶ୍ରେଷ୍ଠତା ପାଇଁ ଉଦ୍ଦିଷ୍ଠ । କୁମ୍ଭସ୍ନାନ ଏହି ଚତୁର୍ବର୍ଗ ଫଳ ପ୍ରଦାନ କରିଥାଏ । କୁମ୍ଭପର୍ବରେ ବିଧିବିଧାନ ପୂର୍ବକ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ତଥା ପରଲୋକ ମୁକ୍ତି ଅମୃତତ୍ତ୍ୱ ପ୍ରାପ୍ତି ହୁଏ ।[][]

କୁମ୍ଭ ଯୋଗ

[ସମ୍ପାଦନା]
  • ବୃହସ୍ପତି ଓ ସୂର୍ଯ୍ୟ ସିଂହ ରାଶିରେ: ତ୍ର୍ୟମ୍ବକେଶ୍ୱର, ନାସିକ
  • ବୃହସ୍ପତି ଓ ସୂର୍ଯ୍ୟ ବିଛା ରାଶିରେ: ଉଜ୍ଜୟନୀ
  • ବୃହସ୍ପତି ବୃଷ ରାଶିରେ ଓ ସୂର୍ଯ୍ୟ ମକର ରାଶିରେ: ପ୍ରୟାଗ, ଆହ୍ଲାବାଦ
  • ସୂର୍ଯ୍ୟ ମେଷ ରାଶିରେ: ହରିଦ୍ୱାର
  • ବୃହସ୍ପତି ବୃଷ ରାଶିସ୍ଥ ହୋଇଥିବା ସମୟରେ, ରବି ଓ ଚନ୍ଦ୍ର ମକର ରାଶିରେ ପ୍ରବେଶ କଲେ ମାଘ ମାସ ଅମାବାସ୍ୟାରେ ମହାକୁମ୍ଭ ଯୋଗ ପଡ଼େ

୨୦୧୩ କୁମ୍ଭସ୍ନାନ ଯୋଗ

[ସମ୍ପାଦନା]

୫୫ଦିନ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା କୁମ୍ଭମେଳାରେ ୬ଟି ମହାସ୍ନାନ ଆୟୋଜିତ ହେବ, ଯଥା:

  • ପ୍ରଥମ: ୧୪ ଜାନୁଆରୀ (ମକର ସଂକ୍ରାନ୍ତି)
  • ଦ୍ୱିତୀୟ: ୨୭ ଜାନୁଆରୀ (ପୌଷ ପୂର୍ଣ୍ଣିମା)
  • ତୃତୀୟ: ୧୦ ଫେବୃଆରୀ (ମୌନୀ ଅମାବାସ୍ୟା)
  • ଚତୁର୍ଥ: ୧୫ ଫେବୃଆରୀ (ବସନ୍ତ ପଞ୍ଚମୀ)
  • ପଞ୍ଚମ: ୨୫ ଫେବୃଆରୀ (ମାଘ ପଞ୍ଚମୀ)
  • ଷଷ୍ଠ ତଥା ଶେଷ: ୧୦ ମାର୍ଚ୍ଚ (ଶିବରାତ୍ରି)
  1. "Simhastha - The Kumbh Mela Ujjain". ujjainkumbh.com. Archived from the original on 3 November 2013. Retrieved 15 January 2013. The month of Baisakha The bright fortnight The full moon day (Purnima)
  2. "ଆର୍କାଇଭ୍ କପି". Archived from the original on 2013-02-04. Retrieved 2013-03-13. {{cite web}}: Cite has empty unknown parameter: |1= (help)
  3. http://www.festivalsofindia.in/kumbh-mela/

ଅଧିକ ତଥ୍ୟ

[ସମ୍ପାଦନା]