ଅଭୟ

ଉଇକିପିଡ଼ିଆ‌ରୁ
(Abhayaରୁ ଲେଉଟି ଆସିଛି)
ଅଭୟ
ନିର୍ଦ୍ଦେଶକମୂରଲୀ କ୍ରିଷ୍ଣା
ପ୍ରଯୋଜକତରଙ୍ଗ ସିନେ ପ୍ରଡକ୍ସନ୍
ସଂଳାପସନ୍ତୋଷ ନାରାୟଣ ଦାସ[୧]
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କଳାକାରଅନୁଭବ, ଏଲିନା, ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଅମିତ ନାୟକ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୧ ଜୁନ ୨୦୧୭[୨]
ଦେଶ ଭାରତ
ଭାଷାଓଡ଼ିଆ

ଅଭୟ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ତରଙ୍ଗ ସିନେ ପ୍ରଡକ୍ସନଦ୍ୱାରା ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା ।[୭][୮] ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ସନ୍ତୋଷ ନାରାୟଣ ଦାସ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୂରଲୀ କ୍ରିଷ୍ଣା । ୨୦୧୭ ମସିହାରେ ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଏଲିନା ସାମନ୍ତ ରାୟ ।[୯][୧୦] ମନୋଜ ମିଶ୍ର, ମିହର ଦାସ, ଅଶ୍ରୁମୋଚନ ମହାନ୍ତି, ଅନିତା ଦାସ, ପ୍ରତିଭା ପଣ୍ଡା, ସରୋଜ ଦାସ, କାଳିଆ, ଶଙ୍କାର ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଜଣେ କନେଷ୍ଟବେଳର ପୁଅ ‘ଅଭୟ' । ଅତି ସାଧାରଣ ଘରର ପିଲାଙ୍କ ଭଳି ଟିକେ ଡରକୁଳା । କୌଣସି ଗଣ୍ଡଗୋଳକୁ ତା’ର ପ୍ରାଣେ ଡର । ପ୍ରେମ ତ ଦୂରର କଥା, ଝିଅପିଲାଙ୍କ ସହ ମିଳାମିଶାକୁ ବି ଡର । ଏମିତି ଏକ ସାଧାରଣ ଚରିତ୍ରରେ ଅଭିନୟ କରିଥିଲେ ଅନୁଭବ । ସମାଜର ଜଣେ ସାଧାରଣ ମଣିଷର ପ୍ରତୀକ ‘ଅଭୟ’ ଅନ୍ୟାୟକୁ ସହିପାରେନି, କିନ୍ତୁ ଖୋଲାଖୋଲି ଭାବେ ପ୍ରତିବାଦ ବି କରିପାରେନି । ଘରେ ବସି ଫେସ୍‍ବୁକ୍‌ରେ କୌଣସି ବିଷୟରେ ଲମ୍ବା ଚ‌ଉଡ଼ା ଚର୍ଚ୍ଚା କରିପାରେ, କିନ୍ତୁ କୌଣସି ଘଟଣାକୁ ସାମ୍ନା କରିପାରେନା । କୌଣସି ଆନ୍ଦୋଳନରେ ବହୁତ ଲୋକ ଯୋଗଦେଉଥିଲାବେଳେ ଲୁଚିଲୁଚି ଟାୟାର ଜାଳିପାରେ ଅଭୟ, କିନ୍ତୁ ଆନ୍ଦୋଳନର ନେତୃତ୍ୱ ନେଇପାରେନା ।

ସାଧାରଣ ପରିବାରର ପିଲାଟିଏ ପାଠଶାଠ ପଢ଼ି ଧାଏଁ ରୋଜଗାର କରିବାକୁ । ଅଭୟ ମଧ୍ୟ ସେ ରାସ୍ତାରେ ଯିବାକୁ ଚେଷ୍ଟା କରିଛି । ମଧ୍ୟବିତ୍ତ ପରିବାରର ସନ୍ତାନ ଅଭୟକୁ ବାପା ପୋଲିସରେ ଭର୍ତ୍ତି କରିବାକୁ ଚାହାନ୍ତି, ବଡ଼ ପଦବୀରେ । ଜଣେ କନେଷ୍ଟବଳ ହିସାବରେ ସେ ଯାହା କରିପାରିନାହାନ୍ତି, ପୁଅ ତାହା କରୁ । କିନ୍ତୁ ଅଭୟ ପ୍ରମାଣ କରିଦିଏ ଯେ ଅନୀତି ଓ ଦୁର୍ନୀତିର ମୁକାବିଲା କରିବା ପାଇଁ ବଡ଼ ପୋଲିସ ଅଫିସର ହେବା ଦରକାର ନାହିଁ ।[୧୭]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧୮] ଗୀତଗୁଡ଼ିକ ରଚନା କରିଥିଲେ ବସନ୍ତରାଜ ସାମଲ ଏବଂ ସୁବ୍ରତ ସ୍ୱାଇଁହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ ଏବଂ ଲୋପାମୁଦ୍ରା ଦାଶ ପ୍ରମୁଖ ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."କୋଉଠି ଅଛୁ"ସୁବ୍ରତ ସ୍ୱାଇଁହ୍ୟୁମାନ ସାଗର, ଲୋପାମୁଦ୍ରା ଦାଶ୦୫:୨୬
2."ରବା ରବା"ସୁବ୍ରତ ସ୍ୱାଇଁହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୫:୪୯
3."ଗଜଲ ଗଜଲ"ବସନ୍ତରାଜ ସାମଲହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ୦୪:୨୬
4."ତୁ ମୋର କିଏ କି"ବସନ୍ତରାଜ ସାମଲଅନନ୍ୟା ଶ୍ରୀତମ ନନ୍ଦ୦୩:୫୯
5."ଅଭୟ"ବସନ୍ତରାଜ ସାମଲହ୍ୟୁମାନ ସାଗର୦୪:୧୫

ପୁରସ୍କାର[ସମ୍ପାଦନା]

ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ରର ଖଳନାୟକ ମନୋଜ ମିଶ୍ରଙ୍କୁ ଶ୍ରେଷ୍ଠ ଖଳନାୟକ ଏବଂ ମିହିର ଦାସଙ୍କୁ ଦୁଃଖିରାମ ସ୍ୱାଇଁ ସ୍ମାରକୀ ଖଳନାୟକ ସମ୍ମାନ ମିଳିଥିଲା ।[୧୯] ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌- ୨୦୧୮ରେ ଏଲିନାଙ୍କୁ ଶ୍ରେଷ୍ଠ ନାୟିକା ପୁରସ୍କାର ମିଲିଥିଲା ।[୨୦]

ଆଧାର[ସମ୍ପାଦନା]

  1. "ରଜରେ ଧମାକା କରିବ ଓଡ଼ିଆ ସିନେମା ! ଦମଦାର୍ ଆକ୍ସନରେ ମନ ମୋହିବ ' ଅଭୟ'". 8 June 2017. Retrieved 13 July 2017.
  2. "ଆଜି ଶୁଭମୁକ୍ତି :'ଅଭୟ". ସମ୍ବାଦ. 11 June 2017. Archived from the original on 16 July 2017. Retrieved 13 July 2017.
  3. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  4. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  5. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  6. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  7. "Abhay- The Film". Tarang TV. Archived from the original on 18 July 2017. Retrieved 13 July 2017.
  8. "ଏଥର ରଜରେ ତରଙ୍ଗର ଡବଲ୍‌ ଧମାକା: ରିଲିଜ୍‌ ହେଲା ଫିଲ୍ମ ଅଭୟ ଓ ସିଷ୍ଟର ଶ୍ରୀଦେବୀର ଟିଜର୍‌". Daily Hunt. 10 May 2017. Retrieved 13 July 2017.
  9. "'ସିଷ୍ଟର ଶ୍ରୀଦେବୀ' ଓ 'ଅଭୟ' ଫିଲ୍ମର ପୋଷ୍ଟର ରିଲିଜ". Odisha Reporters. 22 April 2017. Retrieved 13 July 2017.
  10. "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  11. "Abhay". Odia Movie Database. Archived from the original on 16 July 2017. Retrieved 13 July 2017.
  12. "ଏଥର ରଜରେ ନଜର ଆସିବେନି ଅନୁଭବ, ଜାଣନ୍ତୁ କାରଣ". sambad.in. 9 June 2018. Retrieved 10 June 2018.
  13. "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍‌". Sambad.in. 25 October 2017. Retrieved 26 October 2017.
  14. "ଏହି ବ୍ୟାନର୍‌ରୁ ବାଦ୍‌ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
  15. "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
  16. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  17. "କମନ୍‍ ମ୍ୟାନ୍‍ 'ଅଭୟ' ଭୂମିକାରେ ଅନୁଭବ". ଓଡ଼ିଶା ଲାଇଭ୍‍. 3 June 2017. Retrieved 13 July 2017.
  18. "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  19. "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
  20. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018. {{cite news}}: Unknown parameter |deadur= ignored (help)

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଅଭୟ