Jump to content

ଅନନ୍ତଶୟନ, ସରାଙ୍ଗ

ଉଇକିପିଡ଼ିଆ‌ରୁ
ଅନନ୍ତଶୟନ ବିଷ୍ଣୁ, ସରାଙ୍ଗ
ଅନନ୍ତଶୟନ ବିଷ୍ଣୁ, ସରାଙ୍ଗ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଢେଙ୍କାନାଳ ଜିଲ୍ଲା
Location
ସ୍ଥାନବ୍ରାହ୍ମଣୀ ନଦୀ କୂଳ
Countryଭାରତ
Elevation[convert: invalid number]

ତାଳଚେର ସହରଠାରୁ ମାତ୍ର ୯କି.ମି. ଦୂରତ୍ୱରେ ଥିବା ସରାଙ୍ଗ ଗ୍ରାମରେ ଐତିହାସିକ ଅନନ୍ତଶାୟୀ ବିଷ୍ଣୁଙ୍କ ପ୍ରତିକୃତି ଅବସ୍ଥିତ । ତାଳଚେର ବ୍ଳକ ସରାଙ୍ଗ ଗ୍ରାମର ଏକ ପାର୍ଶ୍ୱଦେଇ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ କୂଳର ମୁଗୁନି ପଥର ଚଟାଣରେ ପଥରକୁ କଟାଯାଇ ତିଆରି କରାଯାଇଥିବା ପୁରାଣ କଥିତ ଭଗବାନଙ୍କ ବିଷ୍ଣୁଙ୍କ ଅନନ୍ତଶୟନର ଛାପ ଦେଖିବାକୁ ମିଳେ ।[] ବ୍ରାହ୍ମଣୀ ନଦୀଗର୍ଭର ଜଳସ୍ରୋତ ମଧ୍ୟରେ ବୁଡ଼ି ରହିଥିବା ଏହି ଅନନ୍ତ ଶୟନ ରୂପ କାଳକ୍ରମେ ବ୍ରାହ୍ମଣୀ ନଦୀର ଜଳପତ୍ତନ କମିବା ପରେ ଲୋକଲୋଚନକୁ ଆସିଥିଲା । ନବମ ଶତାବ୍ଦୀରେ ଭୌମକର ବଂଶର ରାଜତ୍ୱ ସମୟରେ ଏହି ପ୍ରତିକୃତି ଖୋଦେଇ କରାଯାଇଥିଲା । ବିଷ୍ଣୁଙ୍କ ଏହି ପ୍ରତିକୃତିର ଲମ୍ବ ୫୧ଫୁଟ, ଚଉଡା ୨୩ଫୁଟ ଓ ମୋଟେଇ ପ୍ରାୟ ୨ଫୁଟ ୪ଇଞ୍ଚ । ବିଷ୍ଣୁଙ୍କ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ରହିଥିବା ବେଳେ, ତାଙ୍କ ମସ୍ତକକୁ ଅନନ୍ତ ସର୍ପ ଘେରି ରହିଛି । ଏହା ଏକ ସରକାରୀ ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନସ୍ଥଳୀ [] ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ "ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ" ଉପରେ ନ୍ୟସ୍ତ ।[]

ଇତିହାସ

[ସମ୍ପାଦନା]
  1. http://angul.nic.in/tourist.htm
  2. asi protected monument
  3. ସମ୍ବାଦ ୧୮/୦୫/୨୦୧୪ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪

ବାହାର ଆଧାର

[ସମ୍ପାଦନା]