ବଳରାମ ମନ୍ଦିର, ଢେଙ୍କାନାଳ

ଉଇକିପିଡ଼ିଆ‌ରୁ

ଉତ୍କଳ ଭୁଖଣ୍ଡରେ ଜଗନ୍ନାଥ ଚେତନାର କ୍ରମବିକାଶ ଘଟି ଜଗତର ନାଥ ଜଗନ୍ନାଥ ଓଡ଼ିଆଙ୍କ ଆରାଧ୍ୟ ଦେବତା ରୂପେ ପୁଜା ପାଉଛନ୍ତି । ପୁରୀ ଜଗନ୍ନାଥ ଧାମରେ ପରିଚିତ ହୋଇଛି । ସେହିପରି ଢେଙ୍କାନାଳ ଜିଲ୍ଲାରେ ଥିବା ବଳରାମ ମନ୍ଦିର ମଧ୍ୟ ଜଗନ୍ନାଥ ଚେତନାର ଏକ ଅଂଶ । [୧]

ଇତିହାସ[ସମ୍ପାଦନା]

ପ୍ରାଚୀନ ଢେଙ୍କାନାଳ ରାଜ୍ୟର ନାଧରା ନିକଟସ୍ଥ ଭିମନଗରି ଏକ ପୁରୁଣା ଜନପଦ ସ୍ଥାନ ଥିଲା । ଏଠାରେ ଏକ ଦୁର୍ଗ ରହିଥିଲା ଏବଂ ଚୋଡ଼ଗଙ୍ଗ ଦେବଙ୍କ ପୁତ୍ର ଯୁବରାଜ ଅନଙ୍ଗଭୀମ ଦେବ ଏଠାରେ ଅବସ୍ଥାନ କରୁଥିବାରୁ ଏହାର ନାମ ଭିମନଗରୀ ହୋଇଥିଲା । ଦ୍ୱାଦଶ ଶତବ୍ଦୀରେ ତଳମୁଳ ଗଡଜ ଦଶଖମ୍ବ ମଣ୍ଡପରେ ପୁଜିତ ସପ୍ତଫେଣି ଅନନ୍ତ ଅବତାର ବିଷ୍ନୁଙ୍କୁ ବଳଭଦ୍ର ରୁପରେ ପୁଜା କରିବା ନିମନ୍ତେ ଅନଙ୍ଗଭୀମ ଦେବ ଭିମନଗରୀକୁ ଆଣିଥିଲେ । ତାହାକୁ ନିଳଚଳ ଧାମ ପୁରୀକୁ ନେବାର କମନା କରି ନେବା ରାସ୍ତାରେ ହିନ୍ଦୋଳ ଚିତଲ ପୁରଠାରେ ଦଶଖମ୍ବ ମଣ୍ଡପ କରି ପୁଜ ଅର୍ଚ୍ଚନା କରୁଥିଲେ । ସମୟାନୁ କ୍ରମେ ପ୍ରଭୁ ଶ୍ରୀବଳଦେବଙ୍କୁ ପ୍ରଥେମେ ଡେଙ୍ଗ ବୋରେଇଠାରେ ଓ ପରେ ଯବନ ଆକ୍ରମଣ ଭୟରେ କଣ୍ଡବିନ୍ଧା ଠାକୁର ପୋଖରି ହୁଡାରେ ଗାତ ଖୋଳାଇ କାଠ ପଟା ଦେଇ ପାତାଳି କରିଥିଲେ । ପରବର୍ତ୍ତୀ ସମୟରେ ଷୋଡ଼ଶ ଶତାବ୍ଦୀ ବେଳକୁ ବେଶାଳିଆଗଡ଼ର ରାଜା ଶ୍ରୀଧର ଭଞ୍ଜଙ୍କ ରାଜତ୍ୱ କାଳରେ କତିପୟ ଶବର ମାଟି ଖୋଳିବା ସମୟରେ ପ୍ରଭୁ ଶ୍ରୀଧର ଭଞ୍ଜଙ୍କୁ ଜନନ୍ତେ ସେଠାରୁ ଉଦ୍ଧାର କରିଥିଲେ ।

୧୫୮୨ ଖ୍ରୀଷ୍ଟାବ୍ଦରେ କରମୁଳ ପାଟଣାର ଶାସକ ହରି ସିଂ ବିଦ୍ୟାଧର ଶ୍ରୀଧର ଭଞ୍ଜାଙ୍କୁ ପ୍ରଭୁ ଶ୍ରୀ ବଳଦେବଙ୍କୁ ଢେଙ୍କାନାଳ ଆଣି ଏକ ମନୋରମ ବକୁଳବନରେ ରତ୍ନସିଂହାସନ ଉପରେ ପ୍ରତିଷ୍ଠା କରି ପୂଜା କରିଥିଲେ । ସେତେବେଳୁ ପ୍ରଭୁ ଜଗନ୍ନାଥ ଢେଙ୍କାନାଳ ଜିଲ୍ଲାରେ ପୂଜା ପାଇଆସୁଛନ୍ତି ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]