ରାମକୃଷ୍ଣ ନନ୍ଦ
ରାମକୃଷ୍ଣ ନନ୍ଦ | |
---|---|
ଜନ୍ମ ଓ ଜନ୍ମସ୍ଥାନ |
କଟକ ଜିଲ୍ଲା | ୨୫ ଫେବୃଆରୀ ୧୯୦୬
ମୃତ୍ୟୁ | ୨୮ ସେପ୍ଟେମ୍ବର ୧୯୯୪ କଟକ | (ବୟସ ୮୮)
ବୃତ୍ତି | ଶିଶୁ ସାହିତ୍ୟିକ, ଗୀତିକାର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ଆହେ ଦୟାମୟ ବିଶ୍ୱବିହାରି |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ |
ଜୀବନସାଥୀ | ସୌଦାମିନି ଦେବୀ |
ରାମକୃଷ୍ଣ ନନ୍ଦ (୨୫ ଫେବୃଆରୀ ୧୯୦୬ - ୨୮ ସେପ୍ଟେମ୍ବର ୧୯୯୪) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟକ[୨] ଓ ଗୀତିକାର ।[୩] ସେ ଛାପାଖାନା ଓ ମୁଦ୍ରଣାଳୟ ପ୍ରତିଷ୍ଠା କରି, ବହୁ ଓଡ଼ିଆ ପୁସ୍ତକ ଓ ପତ୍ରିକା ପ୍ରକାଶନା କରିଥିଲେ । ତାଙ୍କ ରଚିତ ଆହେ ଦୟାମୟ ବିଶ୍ୱ ବିହାରୀ ଓଡ଼ିଶାର ବହୁ ବିଦ୍ୟାଳୟରେ ପ୍ରାର୍ଥନା ଭାବରେ ଗାନ କରାଯାଏ ।
ଜୀବନକାଳ
[ସମ୍ପାଦନା]ରାମକୃଷ୍ଣ , ୧୯୦୬ ମସିହା ଫେବୃଆରୀ ୨୫ତାରିଖରେ କଟକ ଗୋବିନ୍ଦପୁର ଅନ୍ତ୍ରର୍ଗତ ବାଇରୋଇଠାରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ସେଥିଯୋଗୁ, ରାମକୃଷ୍ଣଙ୍କୁ ପାଠ ପଢ଼ିବା ଛାଡ଼ି ଚାକିରି କରିବାକୁ ପଡିଥିଲା । ମାଟ୍ରିକ ପାସ କରିବା ଆଗରୁ ତାଙ୍କର ବାହାଘର ହୋଇ ଯାଇଥିଲା । ବିବାହ ପରେ ଚାକିରି ଛାଡ଼ି, ପୁଣି ପାଠ ପଢ଼ିବା ଆରମ୍ଭ କରିଥିଲେ । ସ୍ନାତକୋତ୍ତର ପାଠ ପଢ଼ିଥିଲେ ସୁଦ୍ଧା ଅଭାବ ଅନଟନ ଯୋଗୁ ସମାପ୍ତ କରି ପାରିନଥିଲେ ।
ରଚନାବଳୀ
[ସମ୍ପାଦନା]୧୯୪୬ ମସିହାରେ, ରାମକୃଷ୍ଣ କଟକ ତଳ ତେଲେଙ୍ଗା ବଜାରରେ ଜାଗା କିଣି ଘର ତିଆରି କରିଥିଲେ ଓ ସେଠାରେ "ପାରିଜାତ" ଛାପାଖାନା ବସେଇଥିଲେ । ଏହା ଏକ ବିବାଦିୟ ପରିସ୍ଥିତିରେ ବନ୍ଦ ହୋଇଥିଲା ଓ ତା ପରେ ରାମକୃଷ୍ଣ "ସଂସାର ପ୍ରେସ" ସ୍ଥାପନା କରିଥିଲେ । ୧୯୫୧ ମସିହାରେ ଏହି ପ୍ରେସରୁ "ସଂସାର" ପତ୍ରିକା ପ୍ରକାଶନ ଆରମ୍ଭ କରାଗଲା ।[୪] ପାଠ୍ୟ ପୁସ୍ତକର ଜାତୀୟ କରଣ ପୂର୍ବରୁ, ସେ ବହୁ ପୁସ୍ତକ ଛାପିଥିଲେ । ୧୯୩୩ ମସିହାରେ ବାରିପଦାରେ ଶିକ୍ଷକତା କରୁଥିବା ସମୟରେ, ସେ "ଆହେ ଦୟାମୟ ବିଶ୍ୱ ବିହାରୀ" ରଚନା କରିଥିଲେ ।[୫]
ରଚନାବଳୀ
[ସମ୍ପାଦନା]- ୧୯୩୦ – ତୁଳସୀଦାସ
- ୧୯୩୧ – ତୁଳସୀଦାସ ଦୋହାବଳୀ
- ୧୯୩୩ – ପ୍ରତିଧ୍ୱନୀ
- ୧୯୩୪ – ୩୭ – ସାହିତ୍ୟ ସୋପାନ (ପାଠ ବହି)
- ୧୯୩୮ – ସାହିତ୍ୟ ବୋଧ (ପାଠ ବହି)
- ୧୯୪୦ – ରଚନା ଦର୍ପଣ (ପାଠ ବହି)
- ୧୯୪୪ – ୪୫ – ପାଠ ସୋପାନ (ପାଠ ବହି)
- ୧୯୩୬–୪୬ – ସଂଗ୍ରାମ ଓ ସାଧନା (ଭାଗ ୧ ଓ ୨)
- ୧୯୪୮ – ଡନ କ୍ୱିକ୍ସୋଟ (ଅନୁବାଦ)
- ୧୯୪୯ – ବିଜ୍ଞାନ କୁହୁକ
- ୧୯୬୨ – ବିଶ୍ୱ ପରିଚୟ (ଓଡ଼ିଆ ଭାଷାକୋଷ)[୬]
- ୧୯୬୯ – ଜୀବନ ତରଙ୍ଗ[୭]
- ୧୯୭୫ – ଝୁମୁକା
- ୧୯୭୭–୮୪ – ଛଅଟି ଗଛ ଶୃଙ୍ଖଳା (ଅଠର ଫୁଲ, କୋଡିଏ ଫୁଲ, ବାଇଶି ଫୁଲ, ତେଇଶି ଫୁଲ, ଚବିଶି ଫୁଲ, ସୁବର୍ଣ୍ଣ ସେଉ, ମରଣ ଦୋଳି, ସାଗର କନ୍ୟା)
- ୧୯୮୨ – ଓଡ଼ିଆ ଶିଶୁ ସାହିତ୍ୟ ଓ ସଙ୍ଗୀତ ସଙ୍କଳନ
- ୧୯୮୨ – ପ୍ରକୃତିର ଗଳ୍ପପୁରୀ
- ୧୯୮୨ – ଇନ୍ଦ୍ରଧନୁ (ଅନୁବାଦ)
- ୧୯୮୩ – ଆମ ବଣ ଜଙ୍ଗଲ କଥା (ଅନୁବାଦ)
- ୧୯୮୩ – ଆମ ଶରୀର (ଅନୁବାଦ)
- ୧୯୮୪ – ସୁନା ପାହାଚ
- ୧୯୮୪ – ଆମ ଜାତୀୟ ପଶୁ, ଜାତୀୟ ପକ୍ଷୀ
- ୧୯୮୫ – ଆମ ଜାତୀୟ ପତାକା ଓ ଜାତୀୟ ସଂଗୀତ, ଜାତୀୟ ପୁଷ୍ପ ଓ ଜାତୀୟ ପ୍ରତୀକ
- ୧୯୮୬ – ଜୀବନ ରହସ୍ୟ
- ୧୯୮୮ – ରତ୍ନ ପାଖୁଡ଼ା (ଭାଗ ୧ ଓ ୨)
- ୧୯୮୯ – ସତର ଫୁଲ
- ୧୯୮୯ – ଅଦେଖା ବଣର ଫୁଲ
- ୧୯୮୯ – ପଞ୍ଚତନ୍ତ୍ର କାହାଣୀ (ଭାଗ ୧, ୨ ଓ ୩)
- ୧୯୯୨ – ଲେଖନୀର ପାଠଶାଳା
- ୧୯୯୩ – ଭାବି ଦେଖନ୍ତୁ
- ୧୯୯୪ – ଟୁଣଟୁଣିର ବହି
- ୧୯୯୪ – ବିଶ୍ୱ ପରିଚୟ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୭ - (ଝୁମୁକା ପାଇଁ)[୮]
ଆଧାର
[ସମ୍ପାଦନା]- ↑ Surendra Mahanty; Oḍiśā Sāhitya Ekāḍemī (1982). Souvenir, Orissa Sahitya Akademi Silver Jubilee, 1982. The Akademi.
- ↑ Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. 2009. pp. 24–. ISBN 978-81-8450-151-3.
- ↑ Michael Heyman (2007). The Tenth Rasa: An Anthology of Indian Nonsense. Penguin Books India. pp. 47–. ISBN 978-0-14-310086-7.
- ↑ Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 829–. ISBN 978-81-7201-798-9.
- ↑ "ଆଜି ଜନ୍ମଦିନ". ସମ୍ବାଦ ୨୫/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 28 February 2016. Retrieved 25 February 2016.
- ↑ Jagannath Mohanty (1 January 1998). Child Development and Education Today: Literature, Art, Media, and Materials. Deep & Deep Publications. pp. 240–. ISBN 978-81-7629-095-1.
- ↑ Datta A. "Encyclopaedia of Indian Literature: A-Devo." ସାହିତ୍ୟ ଏକାଡେମୀ, ୧୯୮୭ ISBN 8126018038, 9788126018031. Accessed at Google Books 31 December 2013.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ.