ପ୍ୟାର ଅଲଗା ପ୍ରକାର

ଉଇକିପିଡ଼ିଆ‌ରୁ
ପ୍ୟାର ଅଲଗା ପ୍ରକାର[୧]
ନିର୍ଦ୍ଦେଶକହୀରା ଚୌଧୁରୀ
ପ୍ରଯୋଜକବିବେସିତା ଘଡ଼େଇ
ଅକ୍ଷୟ ପ୍ରଧାନ
ସଂଳାପବିଜୟ ମଲ୍ଲ
ଚିତ୍ରନାଟ୍ୟହୀରା ଚୌଧୁରୀ
କାହାଣୀହୀରା ଚୌଧୁରୀ
କଳାକାରଜ୍ୟୋତି ରଞ୍ଜନ ନାୟକ
ଝିଲିକ୍ ଭଟ୍ଟାଚାର୍ଯ୍ୟ
ବିଜୟ ମହାନ୍ତି
ମିହିର ଦାସ
ଜୟୀରାମ ସାମଲ
ପ୍ରଜ୍ଞା ଖଟୁଆ
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ଚିତ୍ରଗ୍ରହଣରଞ୍ଜିତ ରଥ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୨୩ ନଭେମ୍ବର ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ପ୍ୟାର ଅଲଗା ପ୍ରକାର, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିହତିଲେ ବିବେସିତା ଘଡ଼େଇ ଓ ଅକ୍ଷୟ ପ୍ରଧାନ ।[୪] ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୫] ହୀରା ଚୌଧୁରୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଝିଲିକ ଭଟ୍ଟାଚାର୍ଯ୍ୟ ।[୪] ବିଜୟ ମହାନ୍ତି, ମିହିର ଦାସ, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]

୨୩ ନଭେମ୍ବର ୨୦୧୮ରେ ପଞ୍ଚକ ପୂର୍ଣ୍ଣିମା ଅବସରରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ନାୟକ ଜ୍ୟୋତିରଞ୍ଜନଙ୍କ ଏହି କଥାଚିତ୍ରଟି ସହିତ ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ସାଥୀ ତୁ ଫେରିଆ ସେହି ସମାନ ଦିନରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ନିଶା ସୁନ୍ଦରୀ ହେଲେ ଭାରି ଜିଦଖୋର । ଅଜା ରାଜେଶ୍ୱର ରାୟ ତା’ପାଇଁ ବରପାତ୍ରଟିଏ ଖୋଜୁଥାଆନ୍ତି କିନ୍ତୁ ବାହା ହେବାକୁ ନିଶା ରାଜି ହୁଏନା । ହଠାତ ଜିତ୍‌ଙ୍କ ସହ ଭେଟ ହୁଏ ନିଶାର । କିନ୍ତୁ ପ୍ରେମର ନାଟକ ଭିତରେ ତାକୁ ଧୋକା ଦିଏ ଜିତ୍‌ । ଆଉ ତା’ପରେ ଘଟେ ଅନେକ ଘଟଣା । ଏହି ସବୁକୁ ନେଇ ଗଠିତ ଏହି କଥାଚିତ୍ରଟିର କାହଣୀ ।[୫]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି[୯] ଶୀର୍ଷାନନ୍ଦ ଦାନ କାନୁନ୍‌ଗୋଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ହ୍ୟୁମାନ ସାଗର, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ, ସତ୍ୟଜିତ ପ୍ରଧାନ, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ପ୍ୟାର ଅଲଗା ପ୍ରକାର"ହ୍ୟୁମାନ ସାଗର, ଅସୀମା ପଣ୍ଡା 
2."ପାପୁଲିରେ ମୋର"ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ 
3."ମନ ମୋର"ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା 
4."ଭଲ ପାଇଥିଲି"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ 

ଆଧାର[ସମ୍ପାଦନା]

  1. Database, Odia Movie. "Pyar Alaga Prakar". Odia Movie Database. Retrieved 1 December 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  3. ୩.୦ ୩.୧ "ଏଇ ମାସରେ ଦୁଇ ଦୁଇଟି ସିନେମା ସହିତ ପରଦାକୁ ଆସୁଛନ୍ତି ଓଲିଉଡ ଅଭିନେତା ଜ୍ୟୋତି ।". OllyBolly. 4 November 2018. Archived from the original on 1 December 2018. Retrieved 1 December 2018.
  4. ୪.୦ ୪.୧ ୪.୨ ୪.୩ "ଓଡ଼ିଆ ସିନେମା ' ପ୍ୟାର ଅଲଗା ପ୍ରକାର ' ସିନେମାର ଶୁଭ ମହୁରତ - EnewsOdia.Com". EnewsOdia.Com. 11 April 2018. Archived from the original on 1 December 2018. Retrieved 1 December 2018.
  5. ୫.୦ ୫.୧ ୫.୨ "ପ୍ୟାର ଅଲଗା ପ୍ରକାର". Dharitri.com (in odia). 1 November 2018. Archived from the original on 5 November 2018. Retrieved 1 December 2018.{{cite news}}: CS1 maint: unrecognized language (link)
  6. "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
  7. "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
  8. "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
  9. "'ପ୍ୟାର ଅଲଗା ପ୍ରକାର'ରେ ଏକାଠି ନଜର ଆସିବେ ଜ୍ୟୋତି ଓ ଝିଲିକ୍‌ | Odisha Crime News". odishacrimenews.com. 1 November 2018. Archived from the original on 1 December 2018. Retrieved 1 December 2018.

ବାହାର ଆଧାର[ସମ୍ପାଦନା]