Jump to content

ଅମରେନ୍ଦ୍ର ମହାନ୍ତି

ଉଇକିପିଡ଼ିଆ‌ରୁ
ଅମରେନ୍ଦ୍ର ମହାନ୍ତି
ଜନ୍ମ(1958-02-06)୬ ଫେବୃଆରୀ ୧୯୫୮
ମୃତ୍ୟୁ୧୭ ମଇ ୨୦୨୧(2021-05-17) (ବୟସ ୬୩)
ମୃତ୍ୟୁର କାରଣକରୋନାଭୂତାଣୁ ରୋଗ ୨୦୧୯
ଜାତୀୟତା ଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଂଗୀତକାର
ବୈବାହିକ-ସାଥୀସବିତା ମହାନ୍ତି
ସନ୍ତାନଅନ୍ୱେଷା ମହାନ୍ତି
ପିତାମାତାନଗେନ୍ଦ୍ରନାଥ ମହାନ୍ତି, ଶରତ କୁମାରୀ ମହାନ୍ତି

ଅମରେନ୍ଦ୍ର ମହାନ୍ତି (୬ ଫେବୃଆରୀ ୧୯୫୮ - ୧୭ ମଇ ୨୦୨୧), ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଥିଲେ ।[] ବୁଲୁ ଭାଇ ଭାବରେ ସେ ପରିଚିତ ଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଅମରେନ୍ଦ୍ର ୧୯୫୮ ମସିହାରେ କେନ୍ଦ୍ରାପଡ଼ାରେ ଜନ୍ମଗ୍ରହଣ କରିଥିଲେ । କଟକର ପ୍ୟାରୀମୋହନ ଏକାଡେମୀରୁ ସେ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ବାଳକୃଷ୍ଣ ଦାଶ, ସୁନନ୍ଦା ପଟ୍ଟନାୟକ ଓ ହରେକୃଷ୍ଣ ମହାନ୍ତିଙ୍କଠାରୁ ସେ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । କରୋନାଭୂତାଣୁ ରୋଗରେ ପୀଡ଼ିତ ହୋଇ ସେ ୨୦୨୧ ମସିହା ମଇ ମାସ ୧୭ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।[][]

ସଙ୍ଗୀତକାର ଜୀବନ

[ସମ୍ପାଦନା]

ଆକାଶବାଣୀ କଟକରୁ ଅମରେନ୍ଦ୍ର ନିଜର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ୧୯୯୩ ମସିହାର ଚଳଚ୍ଚିତ୍ର ଶ୍ରଦ୍ଧାଞ୍ଜଳି ଥିଲା ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରଥମ ଚଳଚ୍ଚିତ୍ର । ଅନେକ ଗୀତରେ ସେ ନିଜେ କଣ୍ଠଶିଳ୍ପୀ ମଧ୍ୟ ଥିଲେ । [][] ଓଡ଼ିଶାରେ ସଙ୍ଗୀତ ରେକଡ଼ିଂ ଷ୍ଟୁଡ଼ିଓର ଅଭାବ ଥିବାବେଳେ ସେ କଟକରେ ନିଜ ଘରେ ଆଶା ଷ୍ଟୁଡ଼ିଓ ନାମରେ ଏକ ଷ୍ଟୁଡ଼ିଓ ପ୍ରତିଷ୍ଠା କରି ଗୀତ ରେକଡ଼ିଂ ଆରମ୍ଭ କରିଥିଲେ । ମହମ୍ମଦ ଅଜିଜଙ୍କ ଭଳି କଣ୍ଠଶିଳ୍ପୀ ମଧ୍ୟ ଏଠାରେ ରେକଡ଼ିଂ କରିଥିଲେ । ପତ୍ନୀ ସବିତାଙ୍କ ନିଧନ ପରେ, ଅମରେନ୍ଦ୍ର ଭୁବନେଶ୍ୱରକୁ ବିସ୍ଥାପିତ ହୋଇ, ସେଠାରେ ଅମରେନ୍ଦ୍ର ମହାନ୍ତି ମ୍ୟୁଜିକ ଏକାଡ଼େମୀ ପ୍ରତିଷ୍ଠା କରି ସଙ୍ଗୀତ ଶିକ୍ଷାଦାନ କରୁଥିଲେ ।[]

ସମ୍ପୃକ୍ତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକଭୂମିକା
ହେ ସଖା୨୦୧୨ଆଶିଷ ଭଟ୍ଟାଚାର୍ଯ୍ୟସଙ୍ଗୀତକାର, ଗାୟକ
କଣ୍ଢେଇ ଆଖିରେ ଲୁହ୨୦୦୪ରବି କିନ୍ନାଗିସଙ୍ଗୀତକାର
ପରି ମହଲ୨୦୦୩ବିକାସ ଦାସସଙ୍ଗୀତକାର
ସରପଞ୍ଚ ବାବୁ୧୯୯୯ଚକ୍ର ପାଣିସଙ୍ଗୀତକାର
ଧର୍ମ ଦେବତା୨୦୦୧ବିଜୟ ଭାସ୍କରସଙ୍ଗୀତକାର
ମାଗୁଣିର ଶଗଡ଼୨୦୦୧ପ୍ରଫୁଲ୍ଲ ମହାନ୍ତିସଙ୍ଗୀତକାର
ଜୟ ଶ୍ରୀରାମ୨୦୦୫ତୃପ୍ତି ବିଶ୍ୱାଳସଙ୍ଗୀତକାର
ରାମ ଲକ୍ଷ୍ମଣ୧୯୯୭ସଂଗ୍ରାମ ବିଶ୍ୱାଳସଙ୍ଗୀତକାର
ବସୁଧା୧୯୯୬ଅବତାର ସିଂହସଙ୍ଗୀତକାର
ସୁନା ପଞ୍ଜୁରୀ୧୯୯୫ରବି କିନ୍ନାଗିସଙ୍ଗୀତକାର
ଶ୍ରଦ୍ଧାଞ୍ଜଳି୧୯୯୩ପଙ୍କଜ ପାଣିସଙ୍ଗୀତକାର
ଭାଇ ହେଲା ଭଗାରି୧୯୯୪ରବି କିନ୍ନାଗିସଙ୍ଗୀତକାର
ସିଂହବାହିନୀ୧୯୯୮ରାଜୁ ମିଶ୍ରସଙ୍ଗୀତକାର
ପବିତ୍ର ବନ୍ଧନ୧୯୯୯ରବି କିନ୍ନାଗିସଙ୍ଗୀତକାର
ରଙ୍ଗ ବରଷିବ ଟୁପୁରୁ ଟୁପୁରୁ୨୦୧୯ଜିତେନ୍ଦ୍ର ମହାପାତ୍ରସଙ୍ଗୀତକାର
  1. Indian Panorama. Directorate of Film Festivals, Ministry of Information and Broadcasting, Government of India. 2002.
  2. "ଆଉ ନାହାନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି, ୬୩ବର୍ଷ ବୟସରେ ଦେହାନ୍ତ". www.prameyanews7.com. ପ୍ରମେୟ ନ୍ୟୁଜ. Archived from the original on 17 May 2021. Retrieved 17 May 2021.
  3. "ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ". odishareporter.in. odisha reporter. Archived from the original on 17 May 2021. Retrieved 17 May 2021.
  4. "Popular Odia music director Amarendra Mohanty breathes his last due to COVID-19". OrissaPOST (in English). Bhubaneswar. 17 May 2021. Archived from the original on 17 May 2021. Retrieved 17 May 2021.{{cite news}}: CS1 maint: unrecognized language (link)
  5. "ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ : ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ୫ଦିନ ହେଲା ଚାଲିଥିଲା ଚିକିତ୍ସା". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 May 2021. Retrieved 17 May 2021.
  6. "ସଙ୍ଗୀତକାର ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ". No. ସମ୍ବାଦ ୧୮/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. ଇଷ୍ଟର୍ଣ୍ଣ ମିଡିଆ. 18 May 2021. Archived from the original on 18 May 2021. Retrieved 18 May 2021.

ବାହାର ଆଧାର

[ସମ୍ପାଦନା]