Jump to content

"ଭାଇନା, କ'ଣ କଲା ସେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୩୩ କ ଧାଡ଼ି: ୩୩ କ ଧାଡ଼ି:
==ଅଭିନୟ==
==ଅଭିନୟ==
* [[ବାଳକୃଷ୍ଣ ନାୟକ]]- ଦୀପୁ ଡିଂ ଡଂ
* [[ବାଳକୃଷ୍ଣ ନାୟକ]]- ଦୀପୁ ଡିଂ ଡଂ
* [[ତମନ୍ନା ବ୍ୟାସ]]<ref>{{cite news |first1=Prachitara |title=Odia Actress Tamanna Vyas Among Top Five In Miss Diva 2018 - ODISHA BYTES |url=http://www.odishabytes.com/odia-actress-tamanna-vyas-among-top-five-miss-diva-2018/ |accessdate=31 August 2018 |work=ODISHA BYTES |date=4 August 2018}}</ref>
* [[ତମନ୍ନା ବ୍ୟାସ]]
* [[ଉତ୍ତମ ମହାନ୍ତି]]- ଉତ୍ତମ ମହାନ୍ତି
* [[ଉତ୍ତମ ମହାନ୍ତି]]- ଉତ୍ତମ ମହାନ୍ତି
* [[କୁନା ତ୍ରିପାଠୀ]]
* [[କୁନା ତ୍ରିପାଠୀ]]

୨୨:୨୭, ୩୧ ଅଗଷ୍ଟ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଭାଇନା, କ'ଣ କଲା ସେ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସଞ୍ଜୟ ନାୟକ
ସଂଳାପ(ସଂଳାପ): ସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରଉତ୍ତମ ମହାନ୍ତି, କୁନା ତ୍ରିପାଠୀ, ଚନ୍ଦନ, ଲକି, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ବାଳକୃଷ୍ଣ ନାୟକ, ତମନ୍ନା []
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣପ୍ରଦୀପ
ସମ୍ପାଦକରଞ୍ଜନ ଖଟେଇ
ବିତରକତରଙ୍ଗ ସିନେ ପ୍ରଡ଼କ୍ସନ[]
ମୁକ୍ତିଲାଭ ତାରିଖ
୧୬ ସେପ୍ଟେମ୍ବର ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଭାଇନା, କ'ଣ କଲା ସେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର । ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାଷ୍ଟିଂକାଉଚର ସତ୍ୟାସତ୍ୟକୁ ନେଇ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିଲା । ଏଥିରେ ହାସ୍ୟ ଅଭିନେତା ବାଳକୃଷ୍ଣ, ପପୁ ପମ ପମଙ୍କ ଭଳି ଦେଖାଯାଉଛନ୍ତି । ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[] ପ୍ରଥମାବସ୍ଥାରେ ଏହି ଚଳଚ୍ଚିତ୍ରଟିର ନାମ ଏକ୍ସକ୍ୟୁଜ ମି କ'ଣ କଲା ସେ ଥିଲା, ମାତ୍ର ପରବର୍ତ୍ତୀ ସମୟରେ ଏହାର ଶୀର୍ଷକ‌କୁ ବଦଳାଇ ଭାଇନା, କ'ଣ କଲା ସେ କରାଯାଇଥିଲା ।[]

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାଳକୃଷ୍ଣ ନାୟକ ଏବଂ ତମନ୍ନା ।[] କୁନା ତ୍ରିପାଠୀ, ଚନ୍ଦନ କର, ଜୀନା ସାମଲ, ଲିକ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ବିରେନ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

କଳାକାରଟିଏ ଅଭିନୟ ଦୁନିଆର ଶୀର୍ଷକୁ ଛୁଇଁବା ପାଇଁ କେଉଁଭଳି ସଂଘର୍ଷ କରେ ଏବଂ ଶୀର୍ଷରେ ପ‌ହଞ୍ଚିବା ପାଇଁ ପରେ କିପରି ବିବାଦରେ ଛନ୍ଦି ହେଇଯାଉଛି । ସେହି ବିଷୟରେ ନିର୍ମାଣ ହୋଇଛି ଏକ ଚଳଚ୍ଚିତ୍ରଟି ।[]

ଗୀତ ଓ ସଙ୍ଗୀତ

ଏହି ଚଳଚ୍ଚିତ୍ରରେ ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅରୁଣ ମନ୍ତ୍ରୀ, ମଧୁସୂଦନ ଦାସ, ସୁବ୍ରତ ସାହୁ ଓ ଦେବୀଦତ୍ତ ମହାନ୍ତି ପ୍ରମୁଖ ଗୀତିକାର ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ହ୍ୟୁମାନ ସାଗର, ସୋହିନୀ ମିଶ୍ର, ସଞ୍ଜୁ, ଦୀପ୍ତିରେଖା ପାଢ଼ୀ ଏବଂ ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ ରଚନା କଣ୍ଠଦାନ
ଏକ୍ସକ୍ୟୁଜ ମି କ'ଣ କଲା ସେ
ABCDEFGHI ତୁ ମୋ ବୟଫ୍ରେଣ୍ଡ
ଆ କରିବା ଠିଆ ପାଲା
ଚାଲ କରିବା ଠିଆ ପାଲା ସତ୍ୟଜିତ

ମନ୍ତବ୍ୟ

ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ ପମଙ୍କ ଉପରେ ଚଳଚ୍ଚିତ୍ରଟି ନିର୍ମାଣ ହେଉଥିବା କଥା ଅନେକ କ‌ହିଥିଲ, ତେଣୁ ଏହାକୁ ପସନ୍ଦ କରି ନ ଥିଲେ । ଏହି ଚଳଚ୍ଚିତ୍ରକୁ ସମାଲୋଚନା କରିବାକୁ ଯାଇ ସେ କ‌ହିଥିଲେ କି, "ଯେଉଁ ଫିଲ୍ମ ୭ଦିନରେ ହୁଏ, ତାକୁ ଫିଲ୍ମ କୁହାଯିବା କଥା ନୁହେଁ ।"[] ଏପରିକି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ମଧ୍ୟ ଏହା ବିରୁଦ୍ଧରେ ଅଦାଲତରେ ଆବେଦନ ହୋଇଥିଲା । ଚଳଚ୍ଚିତ୍ରରେ ମାତ୍ରାଧିକ ଅଶ୍ଳୀଳ ଦୃଶ୍ୟ ଓ କାଷ୍ଟିଂ କାଉଚ୍‌ ବିବାଦରେ ଫସିଥିବା ପପୁ ପମ ପମଙ୍କ ବ୍ୟକ୍ତିଗତ କାହାଣୀ ଉପରେ ଏହା ଆଧାରିତ ହୋଇଥିବାରୁ ପପୁଙ୍କ ବ୍ୟକ୍ତିଗତ ଜୀବନ ଏଥିରେ ପ୍ରଭାବିତ ହେବାର ଆଶଙ୍କା କରି ଏହାକୁ ମୁକ୍ତିଲାଭ ନ କରିବାକୁ ଅଦାଲତରେ ଆବେଦନ କରିଥିଲେ ସୁଶାନ୍ତ ପଣ୍ଡା । ପରେ ପରେ ପପୁ ପମ ପମ ମଧ୍ୟ ଅଦାଲତରେ ଆବେଦନ କରିଥିଲେ ।[] ମାତ୍ର ଏହି ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ କାହାଣୀ ପପୁଙ୍କ ଜିବନୀ ଉପରେ ଆଧାରିତ ନୁହେଁ ବୋଲି କ‌ହିଥିଲେ ନାୟକ ବାଳକୃଷ୍ଣ ।[]

ଆଧାର

  1. "ନବାଗତା ତମନ୍ନା". ସମାଜ. 21 August 2016. Retrieved 21 August 2016.
  2. "ପରଦାରେ 'କାଷ୍ଟିଂକାଉଚ୍'". ସମାଜ. 18 September 2016. Retrieved 19 September 2016.
  3. "ଓଲିଉଡରେ କାଷ୍ଟିଂକାଉଚ ପଛର ସତ୍ୟକୁ ନେଇ 'ଏକ୍ସକ୍ୟୁଜ ମି କ'ଣ କଲା ସେ' ସିନେମାର ମହୁରତ". Odisha News 360. 4 August 2016. Retrieved 21 August 2016.
  4. ସାହୁ, ଗଣେଶ ପ୍ରସାଦ (9 September 2016). "ଅଭିନୟର ଗୋଟିଏ ଦିଗ ନୁହେଁ ସବୁ ଦିଗରେ ମାହିର ହେବାକୁ ଲକ୍ଷ୍ୟ ରଖିଛି: ତମନ୍ନା". Odisha News 360. Retrieved 16 September 2016.
  5. ୫.୦ ୫.୧ [kanaknews.com/odia-film-on-papu-pom-pom-kan-kala-se/ "ରୂପେଲି ପରଦାରେ କମେଡି କିଙ୍ଗଙ୍କୁ ନେଇ ଫିଲ୍ମ 'କଣ କଲା ସେ'"]. କନ‌କ ନ୍ୟୁଜ. 12 August 2016. Retrieved 18 August 2017. {{cite news}}: Check |url= value (help)
  6. "Odia Actress Tamanna Vyas Among Top Five In Miss Diva 2018 - ODISHA BYTES". ODISHA BYTES. 4 August 2018. Retrieved 31 August 2018. {{cite news}}: |first1= missing |last1= (help)
  7. "କଳାକାରର କାହାଣୀ". ସମାଜ. 4 September 2016. Retrieved 4 September 2016.
  8. "ମେଘ ମିଛ, ସୂର୍ଯ୍ୟ ସତ: ପପୁ ପମ୍‌ପମ୍‌". Odisha Reporters. 26 August 2016. Retrieved 16 September 2016.
  9. "ମୁକ୍ତିଲାଭ କରିବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି 'ଭାଇନା, କ'ଣ କଲା ସେ'". ସମ୍ବାଦ. 16 September 2016. Retrieved 4 October 2016.