ଚନ୍ଦନ କର
ଚନ୍ଦନ କର | |
---|---|
![]() | |
Background information | |
ଜନ୍ମ | ୧୬ ସେପ୍ଟେମ୍ବର ୧୯୮୧ କଟକ |
ପେଷା | ଓଡ଼ିଆ ସିନେମା ଅଭିନେତା |
କାର୍ଯ୍ୟକାଳ | ୨୦୦୬-ଏବେଯାଏଁ |
ଚନ୍ଦନ କର ଭାରତର ଓଡ଼ିଶାରେ ଜଣେ ଜଣାଶୁଣା ଓଡ଼ିଆ ଅଭିନେତା । [୧] [୨] ସେ ୨୦୦୬ରେ ବାବୁ ଆଇ ଲଭ ୟୁ ସିନେମାରୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବିପକ୍ଷରେ ନିଜ କଥାଚିତ୍ର ଜୀବନ ଆରମ୍ଭ କରିଥିଲେ । [୩] [୪] [୫]
ବାଲ୍ୟ ଜୀବନ[ସମ୍ପାଦନା]
ଚନ୍ଦନ କର କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ରମାକାନ୍ତ କର ଜଣେ ସେବା ନିବୃତ ସରକାରୀ ଯନ୍ତ୍ରୀ ଅଟନ୍ତି । ସେ ଡି.ଏ.ଭି ପବ୍ଲିକ୍ ସ୍କୁଲ୍, ୟୁନିଟ୍-୪, ଭୁବନେଶ୍ୱରରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ଚନ୍ଦନ ୨୦୦୩ ମସିହାରେ ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ ଟେଲିକମ୍ୟୁନିକେସନ୍ ଡିପାର୍ଟମେଣ୍ଟ୍ରେ ଓଡ଼ିଶା ଇଞ୍ଜିନିୟରିଂ କଲେଜରୁ ବିଟେକ୍ରେ ସ୍ନାତକ ଉପାଧି ହାସଲ କରିଛନ୍ତି ।
କର୍ମ ଜୀବନ[ସମ୍ପାଦନା]
ଚନ୍ଦନ କର ପେଷାରେ ଜଣେ ସପ୍ଟବେର୍ ଇଞ୍ଜିନିୟର । ସେ ଏକ ବହୁରାଷ୍ଟ୍ରିୟ ଆଇ.ଟି କମ୍ପାନିରେ କାର୍ଯ୍ୟରତ ।
ସିନେମା[ସମ୍ପାଦନା]
- ୨୦୦୬ - ବାବୁ ଆଇ ଲଭ ୟୁ
- ୨୦୦୬ - ଦେ ମା ଶକ୍ତୀ ଦେ
- ୨୦୦୮ - ମତେ ଆଣିଦେଲ ଲକ୍ଷେ ଫଗୁଣ
- ୨୦୦୮ - ଛାତି ଚିରି ଦେଲେ ତୁ
- ୨୦୦୯ - ଧିରେ ଧିରେ ପ୍ରେମ ହେଲା
- ୨୦୦୯ - କେଉଁ ଦୁନିଆଁରୁ ଆସିଲ ବନ୍ଧୁ
- ୨୦୦୯ - ପାଗଳ କରିଛି ପାଉଁଜି ତୋର
- ୨୦୦୯ - ଶନି ଦେବ
- ୨୦୧୦ - ଏଇ ମିଳନ ଯୁଗ ଯୁଗର
- ୨୦୧୦ - ଛାତିରେ ଲେଖିଛି ତୋରି ନାଁ
- ୨୦୧୧ - ହିରୋ - ପ୍ରେମ କଥା
- ୨୦୧୧ - ପ୍ଳଟ ନଂ,୧୦୪ (ମୁକ୍ତି ଅପେକ୍ଷାରେ)
- ୨୦୧୨ - ଟଙ୍କା ତୁଝେ ସଲାମ୍ (ନିର୍ମାଣାଧୀନ)
- ୨୦୨୩* - କଳାପାହାଡ଼[୬]
ଟେଲିଭିଜନ[ସମ୍ପାଦନା]
- ଏଇତ ଜୀବନ (ଓଟିଭି)
- ଫୋନ୍ ଇନ୍ (ଇଟିଭି)
- ସେଲିବ୍ରିଟି ସୋ (ତରଙ୍ଗ)
- ଡେ ବିଥ୍ ଏ ଷ୍ଟାର୍ (ତରଙ୍ଗ)
- ଷ୍ଟାର୍ ଚଏସ୍ (ତରଙ୍ଗ)
- ଷ୍ଟାର୍ ଟେଷ୍ଟ (ତରଙ୍ଗ)
- ବେଷ୍ଟ ଇନ୍ ଓଡ଼ିଶା (ତରଙ୍ଗ)
- କିଛିକଥା କିଛିଗୀତ (ତରଙ୍ଗ)
ମାନ ସମ୍ମାନ[ସମ୍ପାଦନା]
ବର୍ଷ | ପୁରସ୍କାର | ବିଭାଗ | ଚଳଚ୍ଚିତ୍ର | ପରିଣାମ |
---|---|---|---|---|
୨୦୦୬ | ଓମ୍ ଶ୍ରୀ ପୁରସ୍କାର | ନବାଗତ ଅଭିନେତା - ପୁରୁଷ | ବାବୁ ଆଇ ଲଭ ୟୁ | ଜିତିଛନ୍ତି |
୨୦୦୬ | ଶୁଭମ୍ ପୁରସ୍କାର | ନବାଗତ ଅଭିନେତା - ପୁରୁଷ | ବାବୁ ଆଇ ଲଭ ୟୁ | ଜିତିଛନ୍ତି |
୨୦୦୯ | ମୁନ୍ ଟିଭି ପୁରସ୍କାର | ଖଳନାୟକ ଚରିତ୍ର - ପୁରୁଷ | ''ମତେ ଆଣିଦେଲ ଲକ୍ଷେ ଫଗୁଣ'' | ଜିତିଛନ୍ତି |
ଆଧାର[ସମ୍ପାଦନା]
- ↑ "Ollywood Actor Chandan". www.oscarflicks.com. Retrieved 2011-12-25.
- ↑ "Wel Come To Orissa". www.welcomeorissa.com. Retrieved 2011-12-01.
- ↑ "Chandan as debutant in the Superhit blockbuster". odiacinemaworld.blogspot.com. Retrieved 2011-12-15.
- ↑ "Chandan featured along with actress Archita in the movie Babu I Love You". ollywood-actor-actress.blogspot.com. Retrieved 2011-12-12.
- ↑ "List of movies of the Ollywood heartthrob Actor Chandan". www.orissabarta.com. Retrieved 2011-10-12.
- ↑ "'ମହର୍ଷି' ପରେ 'କଳାପାହାଡ଼'". ପ୍ରମେୟ. 16 February 2022. p. 6. Archived from the original on 6 January 2023. Retrieved 6 January 2023.
ବାହାର ଆଧାର[ସମ୍ପାଦନା]
- ଚନ୍ଦନ କର (ଇଣ୍ଟରନେଟ ମୁଭି ଡାଟାବେସରେ)
- www.welcomeorissa.com profile
- www.izeans.com

ଉଇକିମିଡ଼ିଆ କମନ୍ସରେ ଚନ୍ଦନ କର
ବାବଦରେ ମାଧ୍ୟମ ରହିଛି ।