ମୀମାଂସା
ମୀମାଂସା | |
---|---|
ନିର୍ଦ୍ଦେଶକ | ଚକ୍ରଧର ସାହୁ |
ପ୍ରଯୋଜକ | ସୌମ୍ୟ ରଞ୍ଜନ ପଟ୍ଟନାୟକ |
ସଂଳାପ | ପ୍ରଦୀପ ଦାଶ |
ଚିତ୍ରନାଟ୍ୟ | ସୂତନୁ ଗୁପ୍ତା |
କଳାକାର | ଲିପି ହର ରଥ ମୀନକେତନ ମନୋଜ ପଟ୍ଟନାୟକ ସୁରେଶ ବଳ ଅଶୋକ ଦାସ |
ସଙ୍ଗୀତ | ରତନେସ୍ ଭଗତ୍ |
ଚିତ୍ରଗ୍ରହଣ | ପ୍ରଶାନ୍ତନୁ ମହାପାତ୍ର |
ମୁକ୍ତିଲାଭ ତାରିଖ | ୫ ଅଗଷ୍ଟ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୀମାଂସା ୨୦୧୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ପ୍ରଦୀପ ଦାଶଙ୍କ ସମନାମବିଶିଷ୍ଟ ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ ଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚକ୍ରଧର ସାହୁ ।[୧] ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଲିପି । ତାଙ୍କ ସହ ହର ରଥ, ମୀନକେତନ, ମନୋଜ ପଟ୍ଟନାୟକ, ସୁରେଶ ବଳ ପ୍ରମୁଖ ଅଭିନୟ କରିଥିଲେ । [୨]
"ମଣିଷପଣିଆ, ମାନବିକ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ହିଁ ଥିଲା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଉପଜୀବ୍ୟ ।" ସାମାନ୍ୟ ଟଙ୍କା କେଇଟା ପାଇଁ ମଣିଷମାନେ କେଉଁଭଳି ଭାବରେ ହଠାତ୍ ବଦଳିଯାଆନ୍ତି ତାହା ଦୃଶ୍ୟାୟନ ହୋଇଥିଲା ଏହି ଚଳଚ୍ଚିତ୍ରରେ ।[୩]
ଅଭିନୟ
[ସମ୍ପାଦନା]- ଲିପି
- ହର ରଥ
- ମୀନକେତନ
- ସୁରେଶ ବଳ
- ଶରତ ପରିଡ଼ା
- ଶିଳାଲିପି ପରିଡ଼ା
- ମନୋଜ ପଟ୍ଟନାୟକ
- ଅଶୋକ ଦାସ
- ରବି ମିଶ୍ର
- ଅଶୋକ ଓଝା
- ଶରତ ପରିଡ଼ା
- ମାମୁନି
କାହାଣୀ
[ସମ୍ପାଦନା]ଗୋଟିଏ ମସ୍ୟଜୀବିର ନିଖୋଜ ହେବା ଏବଂ ଏହାକୁ ନେଇ ତା'ର ସମ୍ପର୍କୀୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଥାକୁ ନେଇ ନିର୍ମାଣ ହୋଇଥିଲା ଏହି ଚଳଚ୍ଚିତ୍ରଟି ।
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମୁମ୍ବାଇର ସଙ୍ଗୀତ ନିର୍ଦ୍ଦେଶକ ରତନେସ୍ ଭଗତ୍ ।[୪] ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ନିଜାମ, ଜିତେନ୍ଦ୍ର ପ୍ରଧାନ ଏବଂ ମୋହିତ ଚକ୍ରବର୍ତ୍ତୀ । ମହାଲକ୍ଷ୍ମୀ ଅୟର୍, ସଂଗ୍ରାମ ମହାନ୍ତି ଏବଂ ଅମନ ତ୍ରୀଖା ପ୍ରମୁଖ କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଧିମା ଧିମା ପ୍ରେମରେ" | |
2. | "ସବୁ ଦିଶେ ଯୋଡ଼ି ଯୋଡ଼ି ଗୋରୀ ଦିଶେ କାଳି" | |
3. | "ଆରେ ସାଥି ଆ" | |
4. | "ଢେଉ ଫେରେ କୂଳେ" |
ଆଧାର
[ସମ୍ପାଦନା]- ↑ "ଫିଲ୍ମ ମେକିଂର ଏହି ଦିଗଉପରେ ଅଧିକ ଧ୍ୟାନ ଦେଉଥିଲେ ଚକ୍ରଧର ସାହୁ". Sambad. 7 February 2019. Archived from the original on 8 February 2019. Retrieved 8 February 2019.
- ↑ "ଓଲିଉଡ଼୍ ଅଫ୍ ବିଟ୍". ପ୍ରମେୟ. 8 January 2017. Archived from the original on 7 March 2017. Retrieved 1 March 2017.
- ↑ Naik, Deeptiprava (1 August 2016). "Audio of Odia movie Mimansa released". Latest Odisha News. Retrieved 1 March 2017.
- ↑ "ODIA NEW UPCOMING MOVIE – MIMANSA". ମୋ ଓଡ଼ିଶା. Archived from the original on 7 March 2017. Retrieved 1 March 2017.
- ↑ "Audio release of new Odia film Mimansa". Odisha Sun Times. 1 August 2016. Retrieved 1 March 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୀମାଂସା