Jump to content

ଲିପି (ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ଲିପି ମହାପାତ୍ର
ଜନ୍ମ
ସୁଶ୍ରୀ ସଙ୍ଗୀତା ମହାପାତ୍ର

୨୦ ଜାନୁଆରୀ
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫ରୁ-ଏବେଯାଏଁ
ପିତାମାତାବନ୍ଦନା ମହାପାତ୍ର, ସୁବାସ ଚନ୍ଦ୍ର ମହାପାତ୍ର

‌ଲିପି‌ ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍‌ରେ ଅଭିନୟ କରିଥିଲେ । ୨୦୦୫ରେ ପ୍ରଶାନ୍ତ ନନ୍ଦ ଙ୍କ ନିର୍ଦ୍ଦେଶିତ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[] ଏହାପରେ Jayaprakash Mohanty ଙ୍କ ନିର୍ଦ୍ଦେଶିତ ବ୍ୟାଡ଼୍ ଗାର୍ଲ 'ତୁ ମୋରି ପାଇଁ' ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ ।[] ପରେ Daddy, Galpa Nuhe Alpa Dinara, Mimansa ଭଳି ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ଲିପି ଅନୁଭବ ମହାନ୍ତି ଙ୍କ ଠାରୁ ଆରମ୍ଭ କରି Akash Das Nayak ଭଳି ବରିଷ୍ଠ କଳାକାର ଙ୍କ ସହିତ ଅଭିନୟ କରିଛନ୍ତି।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଲିପି ବ୍ରହ୍ମ‌ପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ପୋଲିସ ଆରକ୍ଷୀ ଅଧକ୍ଷ । ସେ ଲିପିଙ୍କୁ ଜଣେ ଆଇ.ପି.ଏସ୍ କରାଇବାର ସ୍ୱପ୍ନ ଦେଖିଥିଲେ । ମାତ୍ର ଲିପି ଛୋଟ ବେଳୁ ଅଭିନୟ ପ୍ରତି ଆକର୍ଷିତ ହେଇଥିଲେ । ଲିପିଙ୍କ ମାଆ ଜଣେ କଥାଚିତ୍ର ଅଭିନେତ୍ରୀ । ଲିପି ବ୍ରହ୍ମ‌ପୁରର ମହାମାୟୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ଆଲବମ୍

[ସମ୍ପାଦନା]

ଲିପି ଛୋଟବେଳୁ ନୃତ୍ୟ ଏବଂ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ସେ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ଆଲବମ୍ ନିର୍ଦ୍ଦେଶକ Jayaprakash Mohanty ଲିପିଙ୍କୁ ପ୍ରଥମ ଆଲବମ୍‌ରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଲିପିଙ୍କର ପ୍ରଥମ ଆଲବମ୍ ଥିଲା ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ । ଆଲବମ୍ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବା ଆଲବମ୍ ହେଉଛି ‌ଜାଇ ଫୁଲ‌ । ଲିପି ପାଖାପାଖି ୩୦୦୦ରୁ ଅଧିକ ଆଲବମ୍‌ରେ ଅଭିନୟ କରିଛନ୍ତି । ଲିପିଙ୍କୁ ‌ଆଲବମ୍ କୁଇନ୍‌ ବୋଲି କୁହାଯାଏ ।[] ସେ ସେତେବେଳର ଆଲବମ୍‌ରେ ଅଭିନୟ କରୁଥିବା ପ୍ରାୟ ସବୁ ନାୟକଙ୍କ ସ‌ହ କାମ କରିଥିଲେ ।

ଚଳଚ୍ଚିତ୍ର

[ସମ୍ପାଦନା]

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଓମ ଶାନ୍ତି ଓମରେ ୨୦୦୫ରେ ଓଡ଼ିଆ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଲିପି ଜୟପ୍ରକାଶ ମହାନ୍ତି ଙ୍କ ନିର୍ଦ୍ଦେଶିତ 2008 ରେ 'ତୁ ମୋରି ପାଇଁ' ୨୦୧୨ରେ ବ୍ୟାଡ଼୍ ଗାର୍ଲ ଚଳଚ୍ଚିତ୍ର ରେ ମୁଖ୍ୟଭୂମିକା ଭାବେ ଅଭିନୟକରିଥିଲେ। ଏହି ଚଳଚ୍ଚିତ୍ରରେ ମିହିର ଦାସ ଏବଂ ବବ୍‌ଲି ଲିପିଙ୍କ ସ‌ହ ମୁଖ୍ୟ ଭୂମିକାରେ ଥିଲେ । ପରେ ପରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି: ଅରିନ୍ଦମ ରାୟଙ୍କ ସ‌ହ ଡାଡି, ମୀମାଂସା, ଗଳ୍ପ ନୁହେଁ ଅଳ୍ପ ଦିନର[]

ଅଭିନେତା ମନୋଜ ମିଶ୍ରଙ୍କ ସ‌ହ ‌ଆଦିଭୂମି‌ ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଦୂରଦର୍ଶନ

[ସମ୍ପାଦନା]

ଲିପି ଇ ଟିଭି ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ‌ଅନନ୍ୟା‌ରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ପୁଣିଥରେ ଇ ଟିଭି ଓଡ଼ିଆରେ ‌ଆପଣଙ୍କ ପସନ୍ଦ‌ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଦୂରଦର୍ଶନରେ ପ୍ରସାରିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଲିପି ବିଚାରିକା ଭାବରେ କାର୍ଯ୍ୟ କରିଥିଲେ ।[] କାହ୍ନୁଚରଣ ମହାନ୍ତିଙ୍କ ଲିଖିତ ଉପନ୍ୟାସ 'କା'ର ନାଟ୍ୟ ରୂପାନ୍ତରରେ ଲିପି ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା । ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରିଣୀ ମେଗା ଧାରାବାହିକ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। Zee_Sarthaktv ର ଲୋକପ୍ରିୟ reality show Didino1 ର ଉପସ୍ଥାପିକା ।

Zee_Sarthaktv ର Raja Queen ଏବଂ Dance Odisha Dance (DOD) ର judge ଭାବେ ଲିପି ଙ୍କୁ ଦେଖିବାକୁ ମିଳିଥିଲା।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ ଚଳଚ୍ଚିତ୍ର ଭୂମିକା
୨୦୦୫

2008

ଓମ ଶାନ୍ତି ଓମ

ତୁ ମୋରି ପାଇଁ

୨୦୧୨ ବ୍ୟାଡ଼୍ ଗାର୍ଲ
୨୦୧୪ ଡାଡି
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ ମୀମାଂସା

Mimansa (hindi film)

ବଛା ବଛା ଆଲବମ୍

[ସମ୍ପାଦନା]
  • ଆଲବମ୍ କୁଇନ୍
  • ଜାଇଫୁଲ
  • ସାଗରେ ତ ରଙ୍ଗ ପରି
  1. "ବୁଦ୍ଧାଦିତ୍ୟ-ଲିପିଙ୍କ ରୋମାନସ୍‌ ପରଦାକୁ ଆସି ପାରିନାହିଁ". sambad.in. 7 November 2017. Retrieved 10 March 2018.
  2. ୨.୦ ୨.୧ "Kathare Kathare - Actress Lipi - Etv News Odia". ଈ ଟିଭି ନ୍ୟୁଜ ଓଡ଼ିଆ. 16 January 2016. Retrieved 10 March 2017.
  3. ୩.୦ ୩.୧ ""Lipi Mohapatra" Odia Album Queen Biography, Career". E News ଓଡ଼ିଆ. 17 September 2016. Retrieved 10 March 2017.
  4. "OTV Gap Sap With Odia Heroine LIPI |". ଓ ଟିଭି. 28 December 2016. Retrieved 10 March 2017. {{cite news}}: Cite has empty unknown parameter: |2= (help); Text "Gungun" ignored (help)

ବାହାର ଆଧାର

[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ଲିପି