ଭାରତର ପ୍ରଧାନମନ୍ତ୍ରୀ
Prime Minister of the Republic of India | |
---|---|
ଭାରତ ସରକାର ପ୍ରାଧନମନ୍ତ୍ରୀଙ୍କ ଅଫିସ | |
Style | The Honourable |
Member of | |
Reports to | ସଂସଦ |
Residence | ୭ ରେସ କୋର୍ସ ରୋଡ଼ |
Seat | ରାଇସିନା ହିଲ, ନୂଆ ଦିଲ୍ଲୀ, ଭାରତ |
Appointer | ଭାରତର ରାଷ୍ଟ୍ରପତି by convention, based on appointee's ability to command confidence in the Lok Sabha. |
Term length | The prime minister is by convention the leader of the victorious party. so long as General Elections are held no more than five years apart. No term limits are imposed on the office. |
Inaugural holder | ଜବାହରଲାଲ ନେହେରୁ |
Formation | 15 ଅଗଷ୍ଟ 1947 |
Salary | 2,000,000 (annual, including 960,000 MP's salary) [୧] |
Website | Prime Minister's Office |
ଭାରତର ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରମନ୍ତ୍ରୀପରିଷଦର ଅଧ୍ୟକ୍ଷ ହେଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ । ସେ ମଧ୍ୟ କେନ୍ଦ୍ର ସରକାରଙ୍କର ପ୍ରଶାସନିକ ମୂଖ୍ୟ ।
ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ଥିଲେ ବି ବାସ୍ତବ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ରମନ୍ତ୍ରୀପରିଷଦ ଏହି ସମସ୍ତ କ୍ଷମତା ପ୍ରୟୋଗ କରନ୍ତି । ସେଥିପାଇଁ କୁହାଯାଇଛି ଯେ ଭାରତରେ ସମସ୍ତଙ୍କ ଅପେକ୍ଷା ଅଧିକ କ୍ଷମତାଶାଳୀ ସାମ୍ବିଧାନିକ ପଦବୀର ଅଧିକାରୀ ହେଉଛନ୍ତି ସ୍ୱୟଂ ପ୍ରଧାନମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀମଣ୍ଡଳ ଗଠନ
[ସମ୍ପାଦନା]କେନ୍ଦ୍ରମନ୍ତ୍ରୀମଣ୍ଡଳ ଗଠନରେ ପ୍ରଧାନମନ୍ତ୍ରୀଙ୍କର ଭୂମିକା ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ । ପ୍ରଥମେ, ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ, ରାଷ୍ଟ୍ରପତି ଲୋକ ସଭାରେ ଥିବା ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ଆମନ୍ତ୍ରଣ କରି ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି ଏବଂ ତାଙ୍କର ପରାମର୍ଶକ୍ରମେ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି । ମାତ୍ର ଯଦି କୈଣସି ଦଳର ସଂଖ୍ୟାଗରିଷ୍ଠତା ନ ଥାଏ, ତେବେ ରାଷ୍ଟ୍ରପତି ତାଙ୍କର ସ୍ୱେଚ୍ଛାକୃତ କ୍ଷମତା ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାବଳୀ
[ସମ୍ପାଦନା]ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । କେନ୍ଦ୍ରମନ୍ତ୍ରୀ ପରିଷଦର ଅଧ୍ୟକ୍ଷ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଅନେକ । ସେ ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରନ୍ତି । ବୈଠକ ବସିବାର ଦିନ ଓ ସମୟ ଧାର୍ଯ୍ୟ କରିବା ଓ କାର୍ଯ୍ୟସୂଚୀ ସ୍ଥିର କରିବା, ମନ୍ତ୍ରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଇତ୍ୟାଦି ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କର । ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଷ୍ଟ୍ରପତିଙ୍କର ଉପଦେଷ୍ଟା । କ୍ୟାବିନେଟ ବୈଠକରେ ନିଆଯାଉଥିବା ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ମଧ ପ୍ରଧାନମନ୍ତ୍ରୀଙ୍କ ହାତରେ ନ୍ୟସ୍ତ । ପ୍ରଧାନମନ୍ତ୍ରୀ ହେଉଛନ୍ତି ଯୋଜନା ଆୟୋଗର ଅଧ୍ୟକ୍ଷ । ନିଜ ପଦାଧିକାର ବଳରେ ପ୍ରଧାନମନ୍ତ୍ରୀ ଏହି ମର୍ଯ୍ୟାଦାପୂର୍ଣ୍ଣ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ପ୍ରଧାନମନ୍ତ୍ରୀ ହେଉଛନ୍ତି ଲୋକ ସଭାର ନେତା ଓ ଦେଶର ନେତା । ରାଷ୍ଟ୍ରପତି ଓ ସଂସଦ ମଧ୍ୟରେ ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ଯୋଗସୂତ୍ର ରକ୍ଷାକାରୀ। ବିଭିନ୍ନ ସମୟରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ତାଙ୍କୁ ଦେଶର ହାଲଚାଲ ଜଣାଇଥାନ୍ତି । ପ୍ରଧାନମନ୍ତ୍ରୀ ସଂସଦରେ ସରକାରଙ୍କର ମୁଖପାତ୍ର ଭାବରେ ଦାୟିତ୍ୱ ତୁଲାନ୍ତି । ଆନ୍ତର୍ଜାତିକ ସ୍ତରରେ ଆମ ପ୍ରଧାନମନ୍ତ୍ରୀ ଭାରତର ନେତୃତ୍ୱ ନେଇଥାନ୍ତି । ବିଶେଷକରି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ମୂଖ୍ୟ ଦିଗଦର୍ଶକ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ଦେଶର ସମୂହ ସ୍ୱାର୍ଥରକ୍ଷା କରିବା ହେଉଛି ତାଙ୍କର ଗୁରୁଦାୟିତ୍ୱ ।
ଭୂମିକା ଓ ପଦମର୍ଯ୍ୟାଦା
[ସମ୍ପାଦନା]ପ୍ରଧାନମନ୍ତ୍ରୀ ବାସ୍ତବରେ ହେଉଛନ୍ତି ଅଖଣ୍ଡ କ୍ଷମତାର ଅଧିକାରୀ । ତାଙ୍କ ନିର୍ଦ୍ଦେଶରେ ଆମ ଦେଶରେ ଶାସନ ଚାଲେ । ତାଙ୍କୁ ସୌର ଜଗତର ସୂର୍ଯ୍ୟଙ୍କ ସହିତ ତୁଳନା କରାଯାଇପାରେ । ତେବେ ପ୍ରଧାନମନ୍ତ୍ରୀଙ୍କ ପଦମର୍ଯ୍ୟାଦା ତାଙ୍କ ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ । ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ତ୍ୱ ସଂପନ୍ନ ପ୍ରଧାନମନ୍ତ୍ରୀ ନିଜ ପଦବୀକୁ ଅଧିକ ବଳିଷ୍ଠ କରିଥାନ୍ତି । ଉପଯୁକ୍ତ ଦୂରଦୃଷ୍ଟି ଥିବା ପ୍ରଧାନମନ୍ତ୍ରୀ ନିଜ କ୍ଷମତା ବଳରେ ଦେଶରେ ସୁଶାସନ ପ୍ରତିଷ୍ଠା କରିପାରନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ବାଦ ଦେଲେ ମନ୍ତ୍ରୀପରିଷଦର ସ୍ଥିତି ସମ୍ପୂର୍ଣ୍ଣ ଅସମ୍ଭବ । ତେବେ ଦଳୀୟ ସମର୍ଥନ ଓ ନେତୃତ୍ୱ, ସାମ୍ବିଧାନିକ ବିଚାରଧାରା, ପ୍ରଶାସନିକ ରଣକୌଶଳ ଦେଶର ସାମ୍ପ୍ରତିକ ରାଜନୈତିକ, ଅର୍ଥନୈତିକ ତଥା ସାମ୍ବିଧାନିକ ପରିସ୍ଥିତି, ନିଜର ପ୍ରଜ୍ଞା ତଥା ପ୍ରାକ-ଅଭିଜ୍ଞତା ଇତ୍ୟାଦି କାରଣରୁ ଜଣେ କାର୍ଯ୍ୟରତ ପ୍ରଧାନମନ୍ତ୍ରୀଙ୍କର ସଫଳତା ଓ ବିଫଳତା ଆକଳନ କରାଯାଏ । ସଂପ୍ରତି ଭାରତରେ ପ୍ରଧାନମନ୍ତ୍ରୀୟ ସରକାରର ପ୍ରାଧାନ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି ।
କେନ୍ଦ୍ରମନ୍ତ୍ରୀମଣ୍ଡଳ
[ସମ୍ପାଦନା]ଭୂମିକା
[ସମ୍ପାଦନା]କାର୍ଯ୍ୟାବଳୀ
[ସମ୍ପାଦନା]ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Pay & Allowances of the Prime Minister" (PDF). pmindia.nic.in/. Retrieved 14 June 2013.
ବାହାର ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |