"ଜଗନ୍ନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.6.5) (Robot: Adding de, hi, ml, pl, ru, sv, te, uk; modifying en
୬୬ କ ଧାଡ଼ି: ୬୬ କ ଧାଡ଼ି:
{{ଆଧାର}}
{{ଆଧାର}}


==ବାହାର ଲିଙ୍କ==
==ବାହାର ଆଧାର==
* [http://jagannath.nic.in/old/location.asp ଜଗନ୍ନାଥ ମନ୍ଦିରର ନିଜସ୍ବ ପୃଷ୍ଠା]
* [http://jagannath.nic.in/old/location.asp ଜଗନ୍ନାଥ ମନ୍ଦିରର ନିଜସ୍ଵ ପୃଷ୍ଠା]
* [http://www.lordjagannath.com/oriya_temple.htm ଓଡି଼ଆରେ ଜଗନ୍ନାଥ ମନ୍ଦିର ବିଷୟରେ]
* [http://www.lordjagannath.com/oriya_temple.htm ଓଡ଼ିଆରେ ଜଗନ୍ନାଥ ମନ୍ଦିର ବିଷୟରେ]


{{krishna}}
{{krishna}}
{{ହିନ୍ଦୁ ମନ୍ଦିର}}
{{ହିନ୍ଦୁ ମନ୍ଦିର}}
[[ବିଭାଗ:ଓଡ଼ିଶାର ହିନ୍ଦୁ ମନ୍ଦିର]]
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]
[[ବିଭାଗ:ହିନ୍ଦୁ ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
[[ବିଭାଗ:ଓଡ଼ିଶା ପର୍ଯ୍ୟଟନ]]
[[ବିଭାଗ:ଓଡ଼ିଶା ପର୍ଯ୍ୟଟନ]]



୧୯:୦୬, ୧୩ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଜଗନ୍ନାଥ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନପୁରୀ
Stateଓଡ଼ିଶା
Countryଭାରତ
ଚାରି ଧାମ

ବଦ୍ରୀନାଥରାମେଶ୍ଵରମ
ଦ୍ଵାରକାପୁରୀ

ଜଗନ୍ନାଥ ମନ୍ଦିର ବା ବଡ଼ଦେଉଳ ବା ଶ୍ରୀମନ୍ଦିର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଶ୍ରୀସୁଦର୍ଶନଙ୍କର ମନ୍ଦିର ।

ମୁଖ୍ୟ ମନ୍ଦିରଟି ପଞ୍ଚରଥ ଶୈଳୀରେ ନିର୍ମିତ ଦେଉଳ । ମନ୍ଦିର ଚାରିପଟେ "ମେଘନାଦ ପାଚେରୀ" (୬୬୫ଫୁଟ ଦୈର୍ଘ୍ୟ, ୬୪୦ଫୁଟ ପ୍ରସ୍ଥ ଓ ୨୦ ରୁ ୨୪ଫୁଟ ଉଚ୍ଚତା ) ରହିଅଛି । ମେଘନାଦ ପାଚେରୀ ଭିତର ପଟେ ଆଉଗୋଟିଏ ପାଚେରୀ ‘କୂର୍ମ ପାଚେରୀ’ (୪୨୦ଫୁଟ ଦୈର୍ଘ୍ୟ ଓ ୩୧୫ଫୁଟ ପ୍ରସ୍ଥ) ଅଛି । କୂର୍ମପାଚେରୀ ମଧ୍ୟସ୍ଥ ‘କୂର୍ମବେଢ଼ା’ ମଧ୍ୟ ଭାଗରେ ରହିଛି ଶ୍ରୀ ମନ୍ଦିର ବା ଜଗନ୍ନାଥ ମନ୍ଦିର । ସମଗ୍ର ମନ୍ଦିରଟି ଚାରି ଭାଗରେ ବିଭକ୍ତ – ୧. ବିମାନ ବା ମୁଖ୍ୟ ମନ୍ଦିର ବା ଗର୍ଭଗୃହ, ୨. ଜଗମୋହନ ବା ମୁଖଶାଳା, ୩. ନାଟମଣ୍ଡପ ଓ ୪. ଭୋଗମଣ୍ଡପ । ଏହାର ଅଗ୍ରଭାଗରେ ‘ନୀଳଚକ୍ର’ ରହିଛି ଓ ନୀଳଚକ୍ର ଉପରେ ଉଡ଼ୁଛି ‘ପତିତ ପାବନ ବାନା’ ।

ଦ୍ବାର

ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଚାରିଦିଗରେ ଚାରିଗୋଟି ଦ୍ବାର ଅଛି ଓ ତନ୍ମଧ୍ୟରୁ ପୂର୍ବ ଦିଗର ଦ୍ବାରଟି ମୁଖ୍ୟ, ଏହାକୁ ସିଂହଦ୍ବାର କୁହାଯାଏ । ଅନ୍ୟ ଦ୍ବାର ଗୁଡ଼ିକ ହେଲା ବ୍ୟାଘ୍ର ଦ୍ବାର (ପଶ୍ଚିମ ଦିଗର ଦ୍ବାର), ହାତୀ ଦ୍ବାର (ଉତ୍ତର ଦିଗର ଦ୍ବାର) ଓ ଅଶ୍ବଦ୍ବାର (ଦକ୍ଷିଣ ଦିଗର ଦ୍ବାର) , ମୁଖ୍ୟ ମନ୍ଦିର ସାମନାରେ ଜଗମୋହନ ଓ ମଝିରେ ପବିତ୍ର କଳାଘାଟ ଦ୍ବାର । ନାଟମନ୍ଦିରରୁ ଜଗମୋହନକୁ ଯିବା ବାଟରେ ଥିବା ଦ୍ବାର ହେଲା ‘ଜୟ-ବିଜୟ’ ଦ୍ବାର ।

ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ୩୩ଫୁଟ ୮ଇଞ୍ଚ ଉଚ୍ଚତା ବିଶିଷ୍ଟ ଅରୁଣସ୍ତମ୍ବ ଅଛି | ଅରୁଣସ୍ତମ୍ବକୁ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଅଣାଯାଇ ଏଠାରେ ସ୍ଥାପିତ କରାଯାଇଥିଲା ।

ଶ୍ରୀମନ୍ଦିର ଜଗମୋହନରେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ଗରୁଡ଼ ସ୍ତମ୍ବ ଅଛି ।

ରତ୍ନସିଂହାସନ

ଶ୍ରୀମନ୍ଦିର ଗର୍ଭଗୃହର ଆକାର ଉଭୟ ଲମ୍ବ ଓ ପ୍ରସ୍ଥରେ ୩୦ ଫୁଟ ଲେଖାଁଏ ଓ ଉଚ୍ଚତା ୪୮ ଫୁଟ । ଗର୍ଭଗୃହରେ ପ୍ରତିଷ୍ଠିତ ରତ୍ନସିଂହାସନ ବା ରତ୍ନବେଦୀ (୧୬ଫୁଟ ଦୈର୍ଘ୍ୟ, ୧୩ଫୁଟ ପ୍ରସ୍ଥ ଓ ୪ଫୁଟ ଉଚ୍ଚତା ) ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଅଛି । କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହୋଇଛି । ଏହି ରତ୍ନବେଦୀ ଉପରେ ତିନୋଟି କଳା ମୁଗୁନି ପ୍ରସ୍ତରର ଚକା ରହିଛି, ଯାହା ଉପରେ ଚତୁର୍ଦ୍ଧା ଦାରୁମୁର୍ତ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥଶ୍ରୀସୁଦର୍ଶନ ଅଧିଷ୍ଠିତ ହୋଇଛନ୍ତି । ଚତୁର୍ଦ୍ଧା ଦାରୁମୁର୍ତ୍ତିଙ୍କ ସହ ଶ୍ରୀନୀଳମାଧବ ଏବଂ ଧାତବ ବିଗ୍ରହ ଶ୍ରୀଦେବୀ (ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁର୍ତ୍ତୀ) ଓ ଭୂଦେବୀ (ସରସ୍ବତୀଙ୍କ ରୌପ୍ୟ ମୁର୍ତ୍ତି) ମଧ୍ୟ ରତ୍ନସିଂହାସନାସୀନ । ରତ୍ନସିଂହାସନ ଚାରିପଟେ ପରିକ୍ରମା କରିବା ପାଇଁ ବାଟ ଅଛି ।

ପାର୍ଶ୍ବଦେବତା

ମୁଖ୍ୟ ମନ୍ଦିର ତିନି ଦିଗରେ ରାହା ପାଗରେ ତିନି ମୁଖ୍ୟ ପାର୍ଶ୍ବଦେବତାଙ୍କୁ ପ୍ରତିଷ୍ଠିତ କରାଯାଇଛି । ତନ୍ମଧ୍ୟରେ ବିମାନର ଉତ୍ତରରେ କଳା ମୁଗୁନି ପ୍ରସ୍ତର ନିର୍ମିତ ବାମନ ବା ତ୍ରିବିକ୍ରମ, ଦକ୍ଷିଣରେ ବରାହ ଓ ପଶ୍ଚିମରେ ନୃସିଂହ ରହିଛନ୍ତି । ଏହି ତିନି ବିଗ୍ରହଙ୍କ ନିମିତ୍ତ ତିନିଗୋଟି ଉଚ୍ଚ ମନ୍ଦିର ମଧ୍ୟ ନିର୍ମିତ ହୋଇଅଛି । ପ୍ରତ୍ନତତ୍ତ୍ବବିତ୍‌ମାନେ ପୁରୀ ବଡ଼ଦେଉଳ ସଂଲଗ୍ନ ହୋଇ ତିନି ଦିଗରେ ଥିବା ଏହି ପାର୍ଶ୍ବ ମନ୍ଦିରଗୁଡ଼ିକ ମୁଖ୍ୟ ମନ୍ଦିରର ଭାରସାମ୍ୟ ରକ୍ଷା କରିବାରେ ସହାୟକ ହେଉଥିବା ପ୍ରକାଶ କରିଥାନ୍ତି । ଏଥିସହ ମନ୍ଦିରରେ ଅଷ୍ଟ ଦିଗପାଳ, ଦଶ ଅବତାର ଓ ଅନ୍ୟ ବହୁ ଦେବ-ଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ମୁଖ୍ୟ ମନ୍ଦିର ଭିତର ଓ ବାହାର ବେଢ଼ା ମଧ୍ୟରେ ଛୋଟ ବଡ଼ ପ୍ରାୟ ଶତାଧିକ ମନ୍ଦିର ଅଛି ।

ଆହୁରି ଦେଖନ୍ତୁ

ଆଧାର

ବାହାର ଆଧାର