ସତ୍ୟଭାମା

ଉଇକିପିଡ଼ିଆ‌ରୁ
ସତ୍ୟଭାମା, ଭାରତ, ତାମିଲନାଡୁ, ଦ୍ୱାଦଶ-ତ୍ରୟୋଦଶ ଶତାବ୍ଦୀର ତମ୍ବା ମିଶ୍ରଣରେ ନିର୍ମିତ ମୂର୍ତ୍ତି

ସତ୍ୟଭାମା, ସତ୍ରାଜିତ୍‌ ରାଜାଙ୍କର କନ୍ୟା [୧]ଶ୍ରୀକୃଷ୍ଣଙ୍କର ୮ଜଣ ମହିଷୀଙ୍କ ମଧ୍ୟରୁ ଏକତମ । ଏହାଙ୍କ ଅନୁରୋଧ ପୂରଣ କରିବା ପାଇଁ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରି ସ୍ୱର୍ଗରୁ ଇନ୍ଦ୍ରଙ୍କ ନନ୍ଦନକାନନରୁ ପାରିଜାତ ବୃକ୍ଷକୁ ଆଣି ଏହାଙ୍କୁ ଉପହାର ଦେଇଥିଲେ ଏ ପୁଣ୍ୟକ ବ୍ରତ ଅନୁଷ୍ଠାନ କରି ଶ୍ରୀକୃଷ୍ଣଙ୍କୁ ପାରିଜାତ ବୃକ୍ଷରେ ବନ୍ଧନ କରିଥିଲେ ଏହାଙ୍କ ଗର୍ଭରେ ଶ୍ରୀକୃଷ୍ଣଙ୍କ ଔରସରେ ଭାନୁଆଦି ସାତପୁତ୍ର ଜାତ ହୋଇଥିଲେ ଯଦୁବଂଶର ଧ୍ୱଂସ ଓ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ପରେ ଯଦୁବଂଶୀୟ ଅନ୍ୟ ମହିଳାମାନଙ୍କ ସଙ୍ଗେ ଅର୍ଜୁନ ଏହାଙ୍କୁ ଦ୍ୱାରକାରୁ ହସ୍ତିନାପୁରକୁ ନେଇ ଯାଇଥିଲେ । ପରେ ଏ ବନବାସିନୀ ହୋଇ ତପଶ୍ଚରଣପୂର୍ବକ ଜୀବନର ଶେଷ ଅଂଶ ଅତିବାହିତ କଲେ ।

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 8 April 2013. ସତ୍ରାଜିତ୍ ରାଜାଙ୍କର କନ୍ୟା[permanent dead link]