ଗଙ୍ଗାଧର ରଥ
ଗଙ୍ଗାଧର ରଥ | |
---|---|
ଜନ୍ମ | ୧୯୨୨ ଜଗତସିଂହପୁର |
ମୃତ୍ୟୁ | ୧୫ ମାର୍ଚ୍ଚ ୨୦୦୮ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ(ଆଇନ)[୧] |
ବୈବାହିକ-ସାଥୀ | ନିରୁପମା ରଥ |
ସନ୍ତାନ | ଜୟନ୍ତ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୧ |
ଗଙ୍ଗାଧର ରଥ (୧୯୨୨-୨୦୦୮), ଓଡ଼ିଶାର ଜଣେ ପ୍ରାକ୍ତନ ଆଡ଼ଭୋକେଟ ଜେନେରାଲ ।[୨] ସେ ନିଜେ ଜଣେ ସାହିତ୍ୟିକ ଥିଲେ ଓ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ସାହିତ୍ୟ ଭାରତୀ ସମ୍ମାନ ପୁରସ୍କାରର ପ୍ରତିଷ୍ଠା କରିଥିଲେ ।
ଜୀବନୀ
[ସମ୍ପାଦନା]ଗଙ୍ଗାଧର ୧୯୨୨ ମସିହାରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ବାଗଲପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୩] କଲେଜ ଜୀବନରୁ ସେ ଛାତ୍ର ରାଜନୀତି ସହିତ ଜଡ଼ିତ ଥିଲେ ।[୪] ସାମ୍ବାଦିକତାରୁ ସେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ସେ ଆଇନ ବ୍ୟବସାୟଙ୍କୁ ନିଜର ପେସା ଭାବରେ ଆବୋରୀ ଥିଲେ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ । ୧୯୫୯ମସିହାରେ ସେ ଷ୍ଟାଣ୍ଡିଙ୍ଗ କାଉନସିଲ[୫] ଓ ୧୯୬୩ମସିହାରେ ସରକାରୀ ଓକିଲ ଭାବରେ ନିଯୁକ୍ତି ପାଇଥିଲେ । ୧୯୭୨ରୁ ୧୯୭୯ ଏବଂ ୧୯୮୨ରୁ ୧୯୯୦, ଦୁଇ ପର୍ଯ୍ୟାୟରେ ସେ ଓଡ଼ିଶାର ଆଡ଼ଭୋକେଟ ଜେନରାଲ ଭାବରେ କାର୍ଯ୍ୟ କରିଥିଲେ । ସେ ଅଳକା ମହାବିଦ୍ୟାଳୟ ଓ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ । ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ୧୯୯୫ ମସିହାରୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ କରାଯାଉଛି । ସମାଜସେବୀ ଓ ଡାକ୍ତର ନିରୁପମା ରଥ ତାଙ୍କର ପତ୍ନୀ ଥିଲେ । ବିବାହ ପୂର୍ବରୁ ସେ ନିରୁପମା ମହାନ୍ତି ଭାବରେ ପରିଚିତ ଥିଲେ ।[୬] ଜୟନ୍ତ ରଥ ତାଙ୍କର ଜ୍ୟେଷ୍ଠ ପୁତ୍ର ।[୭] ୨୦୦୮ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମୟରେ ଗଙ୍ଗାଧର ରଥଙ୍କର ପରଲୋକ ଘଟିଥିଲା ।[୮][୯]
ରଚନାବଳୀ
[ସମ୍ପାଦନା]- ରସ-ପିୟୁଷ - ୧୯୭୦
- ଜନନାୟକ ଜବାହରଲାଲ - ୧୯୮୮
- British Raj In India - ୨୦୧୦
- ଆମେରିକା ଯାତ୍ରୀ (ଅନୁବାଦ)
- ସୋଭିଏତ୍ ସମାଜ - ୧୯୫୦
- ଭୁଲି ନାହିଁ - ୧୯୯୪ (ଅଳକା ପ୍ରକାଶନ)[୧୦]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୧ (ଜନନାୟକ ଜବାହରଲାଲ ପୁସ୍ତକ ପାଇଁ)[୧୧]
ଆଧାର
[ସମ୍ପାଦନା]- ↑ The Indian Law Reports: Cuttack series. Superintendent, Orissa Government Press. 1986.
- ↑ Surendra Malik (1975). Fundamental Rights Case: The Critics Speak. Eastern Book Company.
- ↑ "ଇତିହାସ". jagatsinghpur.nic.in. jagatsinghpur district administration. Retrieved 17 May 2019.
- ↑ Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
- ↑ All India Reporter. D. V. Chitaley. 1963.
- ↑ Justice Harihar Mahapatra (15 February 2011). My Life, My Work. Allied Publishers. pp. 144–. ISBN 978-81-8424-640-7.
- ↑ "Former Advocate General Gangadhar Rath dead". www.oneindia.com. one india. Retrieved 17 May 2019.
{{cite web}}
: Cite has empty unknown parameter:|dead-url=
(help) - ↑ "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୧୫/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. ଇଷ୍ଟର୍ଣ୍ଣ ମିଡ଼ିଆ. p. ୪. Archived from the original on 15 March 2021. Retrieved 15 March 2021.
- ↑ "Gangadhar Rath passes away at 86". www.outlookindia.com. outlook india. Retrieved 17 May 2019.
- ↑ "National Library of India Online Cataloge". National Library of India. Retrieved 17 May 2019.
- ↑ "ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 9 February 2021.