ଅଖିଳ ନାୟକ
ଅଖିଳ ନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରଇନଗୁଡ଼ା, ଧର୍ମଗଡ଼, କଳାହାଣ୍ଡି | ୧୩ ମାର୍ଚ୍ଚ ୧୯୭୦
ମୃତ୍ୟୁ | ୧୪ ନଭେମ୍ବର ୨୦୨୧ କଟକ | (ବୟସ ୫୧)
ବୃତ୍ତି | ଅଧ୍ୟାପକ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ବସନ୍ତ ମୁଦୁଲି ପୁରସ୍କାର |
ଜୀବନସାଥୀ | ଏଲିଜବେଥ |
ସନ୍ତାନ | ବିଭୋର |
ପିତାମାତା | ଦଇତାରୀ ନାୟକ, ବସୁମତୀ ନାୟକ |
ସମ୍ପର୍କୀୟ | ଡମ୍ବରୁଧର ନାୟକ (ଭାଇ) |
ଅଖିଳ ନାୟକ (୧୩ ମାର୍ଚ୍ଚ ୧୯୭୦ - ୧୪ ନଭେମ୍ବର ୨୦୨୧) ଜଣେ ଓଡ଼ିଆ ସହିତ୍ୟିକ ଥିଲେ । ସେ କବିତା, ଉପନ୍ୟାସ ଓ ଅନୁବାଦ ସାହିତ୍ୟ ଆଦି ଲେଖୁଥିଲେ । ସାହିତ୍ୟ ସର୍ଜନା ପାଇଁ ସେ ବସନ୍ତ ମୁଦୁଲି ପୁରସ୍କାର ଆଦି ଅନେକ ସାହିତ୍ୟ ପୁରସ୍କାର ଲାଭ କରିଥିଲେ । ତାଙ୍କ ଉପନ୍ୟାସ ଭେଦକୁ ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ ଭାବରେ ଗଣନା କରାଯାଏ ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅଖିଳ ୧୯୭୦ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ରଇନଗୁଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପିତା ଦଇତାରୀ ନାୟକ ଓ ମା ବସୁମତୀ ନାୟକଙ୍କ ବଡ଼ ପୁଅ । ସେ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରୁ ଯୁକ୍ତ ୨, ଜୟପୁର ବିକ୍ରମଦେବ କଲେଜରୁ ଯୁକ୍ତ ୩ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ସେ ଓଡ଼ିଆ ଭାଷା ସାହିତ୍ୟରେ ପିଏଚଡ଼ି ଡିଗ୍ରି ମଧ୍ୟ ହାସଲ କରିଥିଲେ । ୧୯୯୯ ମସିହାରେ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ପରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ କିଛି ଦିନ ଚାକିରି କରିବା ପରେ ପୁଣି ସରକାରୀ ମହାବିଦ୍ୟାଳୟକୁ ଫେରିଥିଲେ । ଭବାନୀପାଟଣା ସରକାରୀ ମହାବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପରେ ଅଖିଳ ଏହି ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ଅବସ୍ଥାପିତ ହୋଇଥିଲେ ।
ସେ ଏଲିଜବେଥଙ୍କୁ ବିବାହ କରିଥିଲେ ଓ ତାଙ୍କର ବିଭୋର ନାମରେ ଗୋଟିଏ ପୁଅ ଅଛି । ତାଙ୍କ ଭାଇ ଡମ୍ବରୁଧର ନାୟକ ଜଣେ ସାମ୍ବାଦିକ ।
ରଚନାବଳୀ
[ସମ୍ପାଦନା]ଭବାନୀପାଟଣାରେ +୨ ପଢ଼ୁଥିବା ସମୟରେ ଅଖିଳ ମାଙ୍ଗଳିକ ନାମରେ ଏକ ପତ୍ରିକା ସମ୍ପାଦନା କରୁଥିଲେ । ସାହିତ୍ୟ ପତ୍ରିକା ଡେର୍ନା ପ୍ରକାଶନାରେ ତାଙ୍କର ପ୍ରମୂଖ ଭୂମିକା ରହିଥିଲା । କବିତାରେ କଥିତ ଶୈଳୀର ପ୍ରୟୋଗ କରି ସେ ଓଡ଼ିଶାରେ ଏକ ନୂତନ ଧାରା ଆରମ୍ଭ କରିଥିଲେ । ତାଙ୍କ ଉପନ୍ୟାସ ଭେଦକୁ ରାଜକୁମାର ଇଂରାଜୀ ଭାଷାକୁ ଅନୁବାଦ କରିଥିଲେ । ଏହି ଅନୁବାଦିତ ପୁସ୍ତକ ଅକ୍ସଫୋର୍ଡ଼ ପ୍ରକାଶନଦ୍ୱାରା ପ୍ରକାଶିତ ହୋଇ ଏକ ବେଷ୍ଟ ସେଲର ବହି ଭାବରେ ପରିଗଣିତ ହୋଇଥିଲା । ଏହି ପୁସ୍ତକ ମାଲାଲାୟମ ଭାଷାକୁ ମଧ୍ୟ ଅନୁବାଦିତ ହୋଇଥିଲା ।[୨]
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ଗାଧୁଆବେଳ
- ଗୁଲିଖଟି
- ଧୋବ ଫରଫର
- ଧିକ
- କ୍ଷେତ ପୁରାଣ
ଉପନ୍ୟାସ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]- ସାତ ରାତି (ଗଳ୍ପ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ବସନ୍ତ ମୁଦୁଲି ପୁରସ୍କାର - ୧୯୯୬
- ଡ. ଭୁବନେଶ୍ବର ବେହେରା ପୁରସ୍କାର
- ଯୁବ ପୁରସ୍କାର[୪]
ଆଧାର
[ସମ୍ପାଦନା]- ↑ Joshil K. Abhraham & Judith Misrahi-Barak (2016). Dalit Literatures in India. New Delhi: Routledge. ISBN 978-1-138-89194-4. Retrieved 1 December 2021.
- ↑ "ଅଖିଳ ନାୟକଙ୍କ କବିତା ସଂକଳନ 'ଖେତ ପୁରାଣ' ପ୍ରକାଶିତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 1 December 2021. Retrieved 1 December 2021.
- ↑ Bheda. Oxford Publication. 2017. ISBN 987-0-19-909133-1. Retrieved 1 December 2021.
{{cite book}}
: Check|isbn=
value: invalid prefix (help) - ↑ "ଆରପାରିରେ କବି ଅଖିଳ ନାୟକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 1 December 2021. Retrieved 1 December 2021.