ପ୍ରଜାତନ୍ତ୍ର

ଉଇକିପିଡ଼ିଆ‌ରୁ
(The Prajatantraରୁ ଲେଉଟି ଆସିଛି)
ପ୍ରଜାତନ୍ତ୍ର
ମାଲିକପ୍ରଜାତନ୍ତ୍ର ପ୍ରଚାର ସମିତି[୧]
ପ୍ରତିଷ୍ଠାତାଡକ୍ଟର ହରେକୃଷ୍ଣ ମହତାବ
ପ୍ରକାଶକଭର୍ତ୍ତୃହରି ମହତାବ
ସମ୍ପାଦକଭର୍ତ୍ତୃହରି ମହତାବ
ପ୍ରତିଷ୍ଠିତ୧୯୨୩
ଭାଷାଓଡ଼ିଆ
ମୁଖ୍ୟାଳୟକଟକ

ପ୍ରଜାତନ୍ତ୍ର ଓଡ଼ିଶାର ଏକ ପ୍ରତିଷ୍ଠିତ ଦୈନିକ ଓଡ଼ିଆ ଖବରକାଗଜ ଅଟେ । ଡକ୍ଟର ହରେକୃଷ୍ଣ ମହତାବଙ୍କଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଭର୍ତ୍ତୃହରି ମହତାବ ଏହାର ପ୍ରକାଶକ ତଥା ମୁଖ୍ୟ ସମ୍ପାଦକ ରୁପେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।

ଇତିହାସ[ସମ୍ପାଦନା]

ପ୍ରଜାତନ୍ତ୍ର ୨ ଅକ୍ଟୋବର ୧୯୨୩ରୁ ଏକ ସାପ୍ତାହିକ ଖବରକାଗଜ ରୁପେ ପ୍ରଥମେ ବାଲେଶ୍ୱରରୁ ଏହାର ପ୍ରକାଶନ ଆରମ୍ଭ କରାଯାଇଥିଲା । ଇଁରେଜ ସରକାରଙ୍କ 'ପ୍ରେସ ଅର୍ଡିନାନ୍ସ'କୁ ବିରୋଧ କରି ୨୮ ଡିସେମ୍ବର ୧୯୩୦ ଏହାର ପ୍ରକାଶନ ବନ୍ଦ କରାଯାଇଥିଲା । ୮ ଅଗଷ୍ଟ ୧୯୪୭ରୁ ଏହା ପୁଣି ଏକ ଦୈନିକ ଖବରକାଗଜ ରୁପେ ପ୍ରକାଶ ପାଇବାକୁ ଲାଗିଲା । ପ୍ରଜାତନ୍ତ୍ର, ଡକ୍ଟର ମହତାବଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ପୁନ୍ନଗଠନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ସେ ସମୟରେ ସାମ୍ବାଦିକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ସଂସ୍ଥା ରୁପେ ମଧ୍ଯ ପ୍ରଜାତନ୍ତ୍ର କାର୍ଯ୍ୟ କରୁଥିଲା, ଯେଉଁଠାରୁ ପ୍ରଶିକ୍ଷଣ ଲାଭ କରିଥିବା ବହୁ ସାମ୍ବାଦିକମାନେ ପରବର୍ତ୍ତୀ ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ରାଜନୈତିକ ଓ ସାମାଜିକ ଦାୟିତ୍ୱ ବହନ କରିଥିଲେ । [୨] ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଆସାମର ଏବେକାର ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୫୨ରୁ ୧୯୬୭ ଯାଏଁ ପ୍ରଜାତନ୍ତ୍ରର ସମ୍ପାଦକ ରୁପେ କାର୍ଯ୍ୟ କରିଛନ୍ତି ।

ସାମାଜିକ କାର୍ଯ୍ୟ[ସମ୍ପାଦନା]

ପ୍ରଜାତନ୍ତ୍ର ଓଡ଼ିଶାର ସାହିତ୍ୟିକ ଓ ସାମାଜିକ ପରିବେଶକୁ ବହୁଳ ଭାବେ ପ୍ରଭାବିତ କରିଆସିଛି। [୩] ପ୍ରଜାତନ୍ତ୍ର ପ୍ରଚାର ସମିତି ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟର ଉନ୍ନତି ତଥା ପ୍ରଚାର କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଛି ।[୪] ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ପ୍ରତିବର୍ଷ ବିଷୁବ ପୁରସ୍କାର ପ୍ରଦାନ କରାଯାଇଥାଏ । [୫]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2012-08-19. Retrieved 2012-07-17. {{cite web}}: Cite has empty unknown parameter: |1= (help)
  2. http://orissa.gov.in/e-magazine/orissaannualreference/ORA-2005/pdf/history_of_pres.pdf
  3. http://orissa.gov.in/e-magazine/Orissareview/Sept2004/englishPdf/growth.pdf
  4. Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1740–. ISBN 978-81-260-1194-0. Retrieved 17 July 2012.
  5. http://orissa.gov.in/e-magazine/orissaannualreference/ORA-2005/pdf/state_awards_and_other_awards.pdf