ସୁନାପିଲା- ଟିକେ ସ୍କୃ ଢିଲା

ଉଇକିପିଡ଼ିଆ‌ରୁ
(Sunapila- Tike Screw Dhilaରୁ ଲେଉଟି ଆସିଛି)
ସୁନାପିଲା- ଟିକେ ସ୍କୃ ଢିଲା
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକବାବୁଶାନ୍[୧]
ପ୍ରଶାନ୍ତ ବେହେରା
କେ. ସୁନିଲ କୁମାର ଯାଦବ
ସଂଳାପସାରିକା
ଚିତ୍ରନାଟ୍ୟସୁଧାକର ବସନ୍ତ
କଳାକାରବାବୁଶାନ୍
ପପୁ ପମ ପମ
ପିଣ୍ଟୁ ନନ୍ଦ
ପ୍ରଜ୍ଞା
ଶୀତଲ ପାତ୍ର
ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ମିହିର ଦାସ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୪ ଅଗଷ୍ଟ ୨୦୧୭
କଥାଚିତ୍ରର ସମୟ
୨ଘଣ୍ଟା ୧୭ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ସୁନାପିଲା- ଟିକେ ସ୍କୃ ଢିଲା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥଚିତ୍ର ।[୨][୩][୪] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ବାବୁଶାନ୍ ମହାନ୍ତି । ବାବୁଶାନଙ୍କ ପ୍ରଯୋଜନାରେ ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ବାବୁଶାନ୍‌ଙ୍କ ପ୍ରଯୋଜନା ସଂସ୍ଥା ସ‌ହ ପ୍ରକାଶ ଧୀରଜ ଏଣ୍ଟରଟେନମେଣ୍ଟ ମଧ୍ୟ ଏହି ଚଳଚ୍ଚିତ୍ର ପ୍ରଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସୁଧାକର ବସନ୍ତ ।[୫] ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ । ଚଳଚ୍ଚିତ୍ରଗୁଡ଼ିକର ସଂଳାପ ଲେଖିଥିଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ସାରିକା । ସେ ଏହି ଚଳଚ୍ଚିତ୍ରରେ ପ୍ରଥମ କରି ସଂଳାପ ଲେଖିବା ଆରମ୍ଭ କରିଥିଲେ ।[୬]

ବାବୁଶାନ୍ ନିଜେ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ପ‌ପୁ ପମ ପମ, ପିଣ୍ଟୁ ନନ୍ଦ ଏବଂ ପ୍ରଜ୍ଞା ତାଙ୍କର ସାଙ୍ଗ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଚାରି ବନ୍ଧୁଙ୍କ କାହାଣୀକୁ ନେଇ ନିର୍ମିତ ହୋଇଥିଲା ।[୭] ଏହି ଚଳଚ୍ଚିତ୍ରରେ ନାୟକ ସବୁକିଛି ଭୁଲିଯାଇ କେବଳ ତା' ସାଙ୍ଗମାନଙ୍କ ସ‌ହ ସମୟ ବିତାଇବାକୁ ଭଲ ପାଉଥାଏ ।[୮] ଶୀତଲ ପାତ୍ର, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୭ ଜୁଲାଇ ୨୦୧୭ରେ ଏହି ଚଳଚ୍ଚିତ୍ରର ଟ୍ରେଲର ୟୁ ଟ୍ୟୁବ୍‌ରେ ମୁକ୍ତିଲାଭ କରିଥିଲା । ଟ୍ରେଲର ମୁକ୍ତିଲାଭ କରିବାର ପାଞ୍ଜଦିନ ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷ ଲୋକ ଏହାକୁ ଦେଖିଥିଲେ । ଏଥିସ‌ହ ପ୍ରଯୋଜନା ସଂସ୍ଥା ପକ୍ଷରୁ ଟୁଇଟରରେ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ଟ୍ରେଣ୍ଡ କରାଯାଇଥିଲା ।[୯]

ଅଭିନୟ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଶୀତଲ ପାତ୍ର ନାୟିକା ଭୂମିକାରେ ଅଭିନୟ କରିଥିଲେ । ଯିଏ ଯାହା କହୁ ମୋର ଢୋ, ଭଲ ପାଏ ତୋତେ ୧୦୦ରୁ ୧୦୦, ତୁ ଯେ ସେଇ, ଦିଲ୍ ଦିୱାନା ହେଇଗଲା ଆଦି ଚଳଚ୍ଚିତ୍ରରେ ସେ ପୂର୍ବରୁ ବାବୁଶାନଙ୍କ ସ‌ହ ଅଭିନୟ କରିଥିଲେ ।[୮][୧୦] ଏହି ଚଳଚ୍ଚିତ୍ରରେ ବାବୁଶାନ୍ ଏକ ଭୁଲାମନ ପିଲା ଭୂମିକାରେ ଅଭିନୟ କରିଥିଲେ ।[୧୧] ଏହି ଚଳଚ୍ଚିତ୍ରଟି ୪ ଅଗଷ୍ଟ ୨୦୧୭ରେ ମୁକ୍ତିଲାଭ କରିଥିଲା ।

କଳାକାର[ସମ୍ପାଦନା]

କାହାଣୀ[ସମ୍ପାଦନା]

ଏହି ଚଳଚ୍ଚିତ୍ରର କାହାଣୀ ଚାରିଜଣ ସାଙ୍ଗଙ୍କ ଚରିତ୍ର ଉପରେ ବର୍ଣ୍ଣନା ହୋଇଛି । ଏଇ ଚାରିଜଣଙ୍କ ଭିତରୁ ଜଣଙ୍କର ହଠାତ ବାହାଘର ହୋଇଯାଏ । ମାତ୍ର, ସେଥିରେ ତା’ର ସହମତି ନ ଥାଏ । ଦିନେ ଗୋଟାଏ ଦୁର୍ଘଟଣାରେ ସେ ଆହତ ହୁଏ ଓ ପଛକଥା ସବୁ ଭୁଲିଯାଏ । ସବୁ ପଛକଥା ନୁହେଁ, କଲେଜ୍ ସମୟ ପର୍ଯ୍ୟନ୍ତ ଘଟିଥିବା ସବୁ ଘଟଣା ତା’ର ମନେଥାଏ, ମନେଥାଏ ବି ସାଙ୍ଗମାନଙ୍କର କଥା । କିନ୍ତୁ ପ୍ରେମ ଆଉ ବାହାଘର କଥା ସେ ଭୁଲି ଯାଇଥାଏ । ସେଇଠୁ ଆରମ୍ଭ ହୁଏ ସମସ୍ୟାର ଅଡୁଆ ସୂତା ।[୧୩]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର[୧୫] ଏବଂ ସମସ୍ତ ୫ଟିଯାକ ଗୀତର ରଚନା କରିଥିଲେ ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ ।[୧] ଅଭିଜିତ ମଜୁମଦାର, ବାବୁଶାନ୍, ପ୍ରଜ୍ଞା ହୋତା, ତାରିକ୍ ଅଜିଜ୍, ପିଙ୍କି ପ୍ରଧାନ ପ୍ରମୁଖ କଣ୍ଠଦାନ କରିଥିଲେ ।[୬]

୨୬ ଜୁଲାଇ ୨୦୧୭ରେ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା । ଭୁବନେଶ୍ୱରରେ ଆୟୋଜିତ ଏହି ସଭାରେ ଚଳଚ୍ଚିତ୍ରର ପ୍ରଯୋଜକ ପ୍ରଶାନ୍ତ ବେହେରା, ନିର୍ଦ୍ଦେଶନ ସୁଧାକର ବସନ୍ତ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ନାୟକ ବାବୁଶାନ୍, ନାୟିକା ଶୀତଲ, ଅଭିନେତା ମିହିର ଦାସ, ପିଣ୍ଟୁ ନନ୍ଦ ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।[୧୬]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ସୁନା ପିଲା ଟିକେ ସ୍କୃ ଢ଼ିଲା"ନିର୍ମଳ ନାୟକତାରିକ୍ ଅଜିଜ୍୦୩:୩୦
2."ରବ୍ୱା ରବ୍ୱା ମେରେ ମରହବ୍ୱା" ବାବୁଶାନ୍, ପ୍ରଜ୍ଞା ହୋତା୦୪:୪୨
3."ଆକ୍ ଥୁ" ପପୁ ପମ ପମ, ବାବୁଶାନ୍୦୩:୩୫
4."ଗୁଦୁଲ୍ ଗୁଦୁଲ୍" ପିଙ୍କି ପ୍ରଧାନ୦୪:୧୨
5."ଆମ୍ମା ବିଉଟିଫୁଲ" ଅଭିଜିତ ମଜୁମଦାର୦୪:୨୩

ଆଧାର[ସମ୍ପାଦନା]

  1. ୧.୦ ୧.୧ Sahu, Prithviraj (11 January 2017). "Babushan debuts as producer in upcoming Odia movie "Suna Pila Tike Screw Dhila"". UpdateOdisha. Retrieved 28 February 2017.
  2. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  3. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  4. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  5. "କିଛି ଜଣା, କିଛି ଶୁଣା". ସମାଜ ଲାଇଭ୍. 26 March 2017. Retrieved 28 July 2017.[permanent dead link]
  6. ୬.୦ ୬.୧ "Suna Pila Tike Screw Dhila, Odia Movie of Babusan, Papu Pom Pom". IncredibleOrissa.Com. 10 January 2017. Retrieved 28 February 2017.
  7. "ସୁନାପିଲା ଗ୍ୟାଙ୍ଗ୍". ସମାଜ. 26 February 2017. Retrieved 28 February 2017.[permanent dead link]
  8. ୮.୦ ୮.୧ ""Suna Pila TIke Screw Dhila" Upcoming Odia Cinema of Babusan & Sheetal". Enews ଓଡ଼ିଆ. 15 February 2017. Retrieved 28 February 2017.
  9. "'ସୁନାପିଲା ଟିକେ ସ୍କୃ ଢିଲା'ର ଟ୍ରେଲର୍‌ ୟୁ-ଟ୍ୟୁବ୍‌ରେ ରିଲିଜ୍‌". ସମ୍ବାଦ. 16 July 2017. Archived from the original on 31 July 2017. Retrieved 28 July 2017.
  10. "Sheetal in a small role in her upcoming movie". ସିନେ କ୍ରିଟିକ୍ସ. Retrieved 28 February 2017.[permanent dead link]
  11. "ଆଜିକାଲି ସବୁ କଥା ଭୁଲିଯାଉଛନ୍ତି ବାବୁସାନ୍‌ !". ସମ୍ବାଦ. 14 February 2014. Archived from the original on 5 August 2017. Retrieved 2 August 2017.
  12. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  13. ୧୩.୦ ୧୩.୧ "ସୁନାପିଲାର ସ୍କୃ ଢିଲା". ସମ୍ବାଦ. 6 August 2017. Archived from the original on 8 August 2017. Retrieved 7 August 2017.
  14. Sahoo, Jyoti Prakash (7 May 2022). "Papu And Pragyan Come Together For 'Detective Karan Arjun'". My City Links (in English). Archived from the original on 4 June 2022. Retrieved 4 June 2022.{{cite news}}: CS1 maint: unrecognized language (link)
  15. "Babushan's new upcoming Odia movie "Suna Pila Tike Screw Dhila"". ପ୍ରଗତିବାଦୀ. 9 January 2017. Retrieved 28 July 2017.
  16. "Suna Pila Tike Screw Dhila". E News ଓଡ଼ିଆ. 26 July 2017. Retrieved 28 July 2017. {{cite news}}: Text "Babushan , Sheetal" ignored (help); Text "Grand Audio Release" ignored (help); Text "HD" ignored (help); Text "Odia Movie" ignored (help)

ବାହାର ଆଧାର[ସମ୍ପାଦନା]