ଶୀତଲ ପାତ୍ର

ଉଇକିପିଡ଼ିଆ‌ରୁ
ଶୀତଲ ପାତ୍ର
ଜନ୍ମ
ଶୀତଲ ପାତ୍ର

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୫ରୁ- ଏବେଯାଏଁ

ଶୀତଲ ପାତ୍ର ଜଣେ ଓଡ଼ିଆ ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ଓଡ଼ିଆ ଚଳଚ୍ଚିତ୍ର ଯିଏ ଯାହା କହୁ ମୋର ଢୋରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।[୧][୨] ଶୀତଲ ଓଡ଼ିଶୀ ନୃତ୍ୟର ପ୍ରଶିକ୍ଷଣ ନେଇଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଭିନୟ ଜୀବନ[ସମ୍ପାଦନା]

ଶୀତଲ ପିଲାଦିନରୁ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ।[୨] ସେ ଅନେକ ମଞ୍ଚରେ ମଧ୍ୟ ନୃତ୍ୟ ପରିବେଶଣ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ ଜଗନ୍ନାଥର ନିର୍ଦ୍ଦେଶକ ହର ପଟ୍ଟନାୟକ ଶୀତଲଙ୍କୁ ଜଣେ ନର୍ତ୍ତକୀ କେତକି ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।[୩] ଧାରାବାହିକର କାହାଣୀ ଅନୁସାରେ ଜୟଦେବ ପୁରୀକୁ ଆସି ଅବସ୍ଥାନ କରିବା ବେଳେ କେତେକି ତାଙ୍କ ପାଇଁ ଅବଢ଼ା ପଠାଉଥିଲେ । ସେହି ଭୂମିକାରେ ଶୀତଲଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ ।

ଏହାପରେ ୨୦୧୫ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଯିଏ ଯାହା କହୁ ମୋର ଢୋ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ମୀନକେତନ ଶୀତଲଙ୍କୁ ପ୍ରସ୍ତାବ ଦେଇଥିଲେ ।[୩] ଏହି ଚଳଚ୍ଚିତ୍ରରେ ଶୀତଲଙ୍କ ସ‌ହ ନାୟକ ବାବୁଶାନ୍ ଏବଂ ମୀନକେତନ ମଧ୍ୟ ଅଭିନୟ କରିଥିଲେ ।[୪] ୧୮ ଅକ୍ଟୋବର ୨୦୧୫ରେ ଦୁର୍ଗାପୂଜା ସମୟରେ ବାବୁଶାନଙ୍କ ସ‌ହ ମୁକ୍ତିଲାଭ କରିଥିଲା ଭଲପାଏ ତତେ ୧୦୦ରୁ ୧୦୦[୫] ୨୦୧୬ ନବ ବର୍ଷରେ ପୁଣିଥରେ ବାବୁଶାନ ଏବଂ ରିୟାଙ୍କ ସ‌ହ ଶୀତଲଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ତୁ ଯେ ସେଇ[୬] ୨୦୧୬ ଦୁର୍ଗାପୂଜା ସମୟ ମୁକ୍ତିଲାଭ କରିଥିଲା ତୋର ଦିନେକୁ ମୋର ଦିନେ । ଏହି ଚଳଚ୍ଚିତ୍ରରେ ଶୀଲଙ୍କ ସ‌ହ ଅମ୍ଳାନ, ରିୟା ଏବଂ ଅରିନ୍ଦମ ଅଭିନୟ କରିଥିଲେ ।[୭] ୨୦୧୭ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିଲା ଦିଲ୍ ଦିୱାନା ହେଇଗଲା[୮][୯]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୨୦୧୫ ଯିଏ ଯାହା କହୁ ମୋର ଢୋ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
ଭଲପାଏ ତତେ ୧୦୦ରୁ ୧୦୦
୨୦୧୬ ତୁ ଯେ ସେଇ
ପ୍ରେମରେ ପ୍ରେମରେ
ତୋର ଦିନେକୁ ମୋର ଦିନେ
୨୦୧୭ ଦିଲ୍ ଦିୱାନା ହେଇଗଲା
ସୁନାପିଲା- ଟିକେ ସ୍କୃ ଢିଲା
୨୦୨୩ ପ୍ରଥା [୧୦]

ଦୂରଦର୍ଶନ[ସମ୍ପାଦନା]

ଧାରାବାହିକ ଭୂମିକା ଚେନାଲ
ଶ୍ରୀ ଜଗନ୍ନାଥ କେତକି ତରଙ୍ଗ ଟିଭି
ଝୁମ ଓଡ଼ିଶା ଝୁମ୍- ଏଥର ନାଚିବେ ଜୁନିଅର ଯୋଡ଼ି ବିଚାରିକା ତରଙ୍ଗ ଟିଭି

ଆଧାର[ସମ୍ପାଦନା]

  1. "ଶୀତଲ୍‌ଙ୍କ ହାତ ଖାଲି!". sambad.in. 7 March 2018. Retrieved 13 March 2018.
  2. ୨.୦ ୨.୧ "SHTEEL ODIA ACTRESS PHOTO- JIE JAHA KAHU MOR DHO HEROINE". Incredible Orissa. 3 January 2015. Retrieved 9 March 2017.
  3. ୩.୦ ୩.୧ "Sheetal Patra Is The Young And Talented Actress In Odia Film Industry". E News ଓଡ଼ିଆ. 29 November 2016. Retrieved 9 March 2017.
  4. "Jie Jaha Kahu Mora Dho (ଯିଏ ଯାହା କହୁ ମୋର ଢୋ) - 2015 Odia Comedy Film". Ollywood OdiaPortal. Retrieved 9 March 2017.
  5. "Bhala Pae Tate 100 ru 100 Odia Movie of Babushan, Sital". 15 October 2015. Retrieved 9 March 2017.
  6. "Tu Je Sei Odia Movie of Babusan, Riya, Sheetal, Sarthak Films". 1 January 2016. Retrieved 9 March 2017.
  7. "Odia Film in Durga Puja 2016 of Anubhav, Babushan, Arindam". 7 October 2016. Retrieved 9 March 2017.
  8. "Babushan Mohanty And Sheetal in the upcoming movie "Dil Diwana Heigala"". 2 November 2016. Retrieved 9 March 2017.
  9. "ହାଟ୍ରିକ୍‌ ପରେ ଏଥର ଅଟକି ଯାଇଛନ୍ତି ଶୀତଲ". sambad.in. 6 January 2018. Retrieved 1 February 2018.
  10. "ପ୍ରଥା ପାଇଁ ପ୍ରସ୍ତୁତି". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.

ବାହାର ଆଧାର[ସମ୍ପାଦନା]