ସହକାର
ଦେଖଣା
(Sahakaraରୁ ଲେଉଟି ଆସିଛି)
ପ୍ରତିଷ୍ଠାତା | ଲକ୍ଷ୍ମୀନାରାୟଣ ସାହୁ |
---|---|
ପ୍ରତିଷ୍ଠିତ | ୧୯୧୯ |
ଭାଷା | ଓଡ଼ିଆ |
ସହକାର ଏକ ଓଡ଼ିଆ[୧] ମାସିକ ପତ୍ରିକା ।[୨] ଏହାର ପ୍ରକାଶନ ୧୯୧୯ ମସିହାରୁ ଆରମ୍ଭ ହୋଇଥିଲା ।[୩] ଏହି ପତ୍ରିକାଟି ସମବାୟ ସେବକ ସମିତି ତରଫରୁ ପ୍ରକାଶିତ ହେଉଥିଲା ଓ ଏହାର ପ୍ରତିଷ୍ଠାତା ସଂପାଦକ ଥିଲେ ଲକ୍ଷ୍ମୀନାରାୟଣ ସାହୁ ।[୪] ଏହା କୋ-ଅପରେଟିଭ୍ (କୃଷି ସମ୍ବନ୍ଧୀୟ) ଆନ୍ଦୋଳନର ମୁଖପତ୍ର ରୂପେ ପ୍ରକାଶ ପାଉଥିଲା । ପରବର୍ତ୍ତୀ କାଳରେ ଅଲେଖ ପ୍ରସାଦ ଦାସ, ବାଳକୃଷ୍ଣ କର, ଗୋଦାବରୀଶ ମହାପାତ୍ର, ଅନ୍ନପୂର୍ଣ୍ଣା ମହାରଣା[୫] ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ ଆଦି ଏହାର ସମ୍ପାଦନା ଦାୟିତ୍ୱରେ ରହିଥିଲେ । ୧୯୨୯ରେ ବାଳକୃଷ୍ଣ କରଙ୍କ ସମ୍ପାଦନାରେ ଏହା ଏକ ସାହିତ୍ୟ ପତ୍ରିକାର ରୂପ ନେଇଥିଲା ।[୬]
ଆଧାର
[ସମ୍ପାଦନା]- ↑ Contemporary Indian Literature. S.L. Shastry. 1966.
- ↑ Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3.
- ↑ Orissa (India). Orissa District Gazetteers: Sambalpur. Superintendent, Orissa Government Press.
- ↑ Balaram Mohanty (1979). Introducing Orissa. Konarka Prakasani.
- ↑ "ମିଶ୍ର ରାଗ". odishasambad.in. odisha sambad. Retrieved 18 October 2019.
- ↑ "ସହକାର ସୂଚୀ". odiabibhaba.in. ସୃଜନିକା. Retrieved 18 October 2019.