ପ୍ରେମରେ ରିସ୍କ ହେଲା ମୋତେ ଇସ୍କ

ଉଇକିପିଡ଼ିଆ‌ରୁ
(Premare Risk Hela Mote Ishqରୁ ଲେଉଟି ଆସିଛି)
ପ୍ରେମରେ ରିସ୍କ ହେଲା ମୋତେ ଇସ୍କ
ନିର୍ଦ୍ଦେଶକକେ. ମୂରଲୀକ୍ରିଷ୍ଣା
ପ୍ରଯୋଜକସଞ୍ଜୟ କୁମାର ପାତ୍ର
ଉମେଶ ସାହୁ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟକେ. ମୂରଲୀକ୍ରିଷ୍ଣା
କାହାଣୀରଜନୀ ରଞ୍ଜନ
କଳାକାରଶୈଳେନ୍ଦ୍ର ସାମନ୍ତରାୟ
ଦିବ୍ୟା ମହାନ୍ତି
ରତନ ମେହେର
ରବି ମିଶ୍ର
ସଙ୍ଗୀତସଞ୍ଜୟ ପାତ୍ର, ଶୀତୁ ରଥ
ଚିତ୍ରଗ୍ରହଣନରେନ୍ଦ୍ର ଗୌଡ଼
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୯ ଅକ୍ଟୋବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମରେ ରିସ୍କ ହେଲା ମୋତେ ଇସ୍କ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ କୁମାର ପାତ୍ର ଓ ଉମେଶ ସାହୁ ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳନ୍ଦ୍ର ସାମନ୍ତରାୟ ଓ ଦିବ୍ୟା ମହାନ୍ତି ।[୪] ରତନ ମେହେର, ରବି ମିଶ୍ର, ଅଞ୍ଜନା ମିଶ୍ର, ଟୁଲୁ ଚୌଧୁରୀ, ଚିନ୍ତାମଣି ବିଶ୍ୱାଳ, ବିଜୟ, ଷଣ୍ଢ, ସୂର୍ଯ୍ୟନ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]

ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୯ ତାରିଖରେ ମୁକ୍ତିଲାଭ କରିଥିଲା । ଓଡ଼ିଶାରେ ପ୍ରେକ୍ଷାଳୟ ନ ମିଳିବାରୁ ଏହାକୁ ଏକ କଲ୍ୟାଣ ମଣ୍ଡପରେ ମୁକ୍ତିଲାଭ କରାଯାଇଥିଲା ।[୧] ନୟାଗଡ଼ ଜିଲ୍ଲାର ଓଡ଼ଗାଁଠାରେ ଥିବା ଏକ ସରକାରୀ କଲ୍ୟାଣ ମଣ୍ଡପରେ ଏହା ମୁକ୍ତିଲାଭ କରିଥିଲା, ଯେଉଁଠି ୩୦୦ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ଥିବାବେଳେ ଦିନକୁ ୩ଟି ଶୋ'ର ଆୟୋଜନ କରାଯାଇଥିଲା ।[୬][୭] ପରବର୍ତ୍ତୀ ସମୟରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୮]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ପାତ୍ର ଓ ଶୀତୁ ରଥ ।[୪] ସତ୍ୟାନନ୍ଦ ନାୟକ, ସଞ୍ଜୟ କୁମାର ପାତ୍ର, ଏମ୍‌ବିଜେ ବଣ୍ଟି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୯] କ୍ରିଷ୍ଣା ବେଉରା, ଲିପ୍ସା ମହାପାତ୍ର, ଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ, ଅର୍ପିତା ଚୌଧୁରୀ, ହ୍ୟୁମାନ ସାଗର, ସତ୍ୟଜିତ ପ୍ରଧାନ, ନଭ୍ୟା ଜ୍ୟୋତି, ସୁଶାନ୍ତ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧] ୧୧ ମାର୍ଚ୍ଚ ୨୦୨୨ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧୦]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ତତେ ପାଇ ମୁଁ"ସତ୍ୟାନନ୍ଦ ନାୟକହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ୦୪:୧୭
2."ଗୋଲି ମାର୍"ସଞ୍ଜୟ କୁମାର ପାତ୍ରକୁଳଦୀପ ପଟ୍ଟନାୟକ୦୩:୩୪
3."ପ୍ରେମରେ ରିସ୍କ ହେଲା ମତେ ଇସ୍କ"ସତ୍ୟାନନ୍ଦ ନାୟକକ୍ରିଷ୍ଣା ବେଉରା, ଲିପ୍ସା ମହାପାତ୍ର, ସୁଶାନ୍ତ ମିଶ୍ର୦୪:୪୩
4."ଓ ସୁନ୍ଦରୀ"ଏମ୍‌ବିଜେ ବଣ୍ଟିଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ୦୩:୨୨
5."ହାଏ ରାମା"ସଞ୍ଜୟ କୁମାର ପାତ୍ରସତ୍ୟଜିତ ପ୍ରଧାନ, ନଭ୍ୟା ଜ୍ୟୋତି୦୩:୨୮

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "କଲ୍ୟାଣମଣ୍ଡପରେ ଓଡ଼ିଆ ସିନେମା ରିଲିଜ୍". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 9 October 2022. p. ୫. Archived from the original on 20 December 2022. Retrieved 20 December 2022.
  2. Barik, Bikash Chandra (9 October 2022). "ଓଡ଼ିଆ "ପ୍ରେମରେ ରିସ୍କ ହେଲା ମୋତେ ଇସ୍କ"ର ଶୁଭମୁକ୍ତି -". ନନ୍ଦିଘୋଷ ଟିଭି. ନୟାଗଡ଼. Archived from the original on 20 December 2022. Retrieved 20 December 2022.
  3. Premare Risk Hela Mate Ishq Movie: Showtimes, Review, Trailer, Posters, News & Videos | eTimes, retrieved 2022-12-20
  4. ୪.୦ ୪.୧ "ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍‌ରେ ଇତିହାସ: ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ୍". ପ୍ରମେୟ. No. ଭୁବନେଶ୍ୱର. ଓଡ଼ଗାଁ. 10 October 2022. p. ୭. Archived from the original on 20 December 2022. Retrieved 20 December 2022.
  5. "ପରଦାରେ ୩ ଓଡ଼ିଆ ଚଳଚ୍ଚିତ୍ର". ଧରିତ୍ରୀ. No. ଭୁବନେଶ୍ୱର. 14 October 2022. p. 6. Archived from the original on 23 December 2022. Retrieved 23 December 2022.
  6. "ଓଡ଼ିଆ ଚଳଚ୍ଚିତ୍ର ଜଗତର ନୂଆ ଇତିହାସ : ସିନେମା ହଲ ନୁହେଁ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା | Kanak News". Kanak News. 10 October 2022. Archived from the original on 20 December 2022. Retrieved 20 December 2022.
  7. MISHRA, MINATI (11 October 2022). "ମିଳିଲାନି ହଲ୍‌, ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା". ଓଟିଭି ଖବର. Archived from the original on 20 December 2022. Retrieved 20 December 2022.
  8. "ମୁକ୍ତିଲାଭ କରୁଛି ୩ ଓଡ଼ିଆ ଚଳଚ୍ଚିତ୍ର: କମ୍ ହଲ୍ ମିଳୁଥିବାରୁ ଅସନ୍ତୁଷ୍ଟ ପ୍ରଯୋଜନା ସଂସ୍ଥା". ପ୍ରମେୟ. ଭୁବନେଶ୍ୱର. 14 October 2022. p. 19. Archived from the original on 22 December 2022. Retrieved 22 December 2022.
  9. "ଓଡଗାଁରେ ମୁକ୍ତିଲାଭ କଲା "ପ୍ରେମରେ ରିସ୍କ ହେଲା ମୋତେ ଇସ୍କ", ଲିଡ୍ ରୋଲରେ ଦିବ୍ୟା ଓ ଶୈଳେନ୍ଦ୍ର". Prameya News7. ଭୁବନେଶ୍ୱର. 10 October 2022. Archived from the original on 20 December 2022. Retrieved 20 December 2022.
  10. "'ପ୍ରେମରେ ରିସ୍କ ହେଲା ମୋତେ ଇସ୍କ' ଅଡିଓ ଏବଂ ଫାଷ୍ଟ୍‌ ଲୁକ୍‌ ରିଲିଜ୍, ଖୁବ୍‌ଶୀଘ୍ର ବଡ ପରଦାରେ ନଜର ଆସିବେ ଡ୍ୟାନ୍ସିଂ ଷ୍ଟାର୍‌ ଶୈଳେନ୍ଦ୍ର ଓ ଦିବ୍ୟା". PRAMEYA. ଭୁବନେଶ୍ୱର. 12 March 2022. Archived from the original on 20 December 2022. Retrieved 20 December 2022.

ବାହାର ଆଧାର[ସମ୍ପାଦନା]