କୃଷ୍ଣ ବେଉରା

ଉଇକିପିଡ଼ିଆ ରୁ
Jump to navigation Jump to search
କୃଷ୍ଣ ବେଉରା
Krishna Beura is a popular bollywood playback singer.jpg
ଜନ୍ମ ଓ ଜନ୍ମସ୍ଥାନ କଟକ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ନାଗରିକତା  ଭାରତୀୟ
ଶିକ୍ଷା ସ୍ନାତକୋତ୍ତର
ଜୀବିକା ପ୍ରଚ୍ଛଦପଟ୍ଟ ଗାୟକ
କାର୍ଯ୍ୟକାଳ ୨୦୦୪-ଏବେଯାଏଁ
ପ୍ରସିଦ୍ଧି ସଙ୍ଗୀତ
ପୈତୃକ ବାସସ୍ଥାନ କଟକ
ହିନ୍ଦୁ ଧର୍ମ
ଜୀବନସାଥି ସୁନିତା ସିଙ୍ଘା ବେଉରା
ସଙ୍ଗୀ ସୁନିତା ସିଙ୍ଘା ବେଉରା
ସନ୍ତାନ ଅସ୍ମି ବେଉରା
ବାପା ମା ଦିବଙ୍ଗତ ଇନ୍ଦ୍ରମଣି ବେଉରା,ସୁଷମା ବେଉରା
ୱେବସାଇଟ କୃଷ୍ଣ ବେଉରା.କମ୍

କୃଷ୍ଣ ବେଉରା ହେଉଛନ୍ତି ବଲିଉଡ ଚଳଚ୍ଚିତ୍ରଓଡ଼ିଆ କଥାଚିତ୍ର ଜଗତର ସୁପରିଚିତ ପ୍ରଚ୍ଛଦପଟ୍ଟ ଗାୟକ[୧] ସେ "ମୌଲା ମେରେ ଲେଲେ ମେରି ଜାନ" (ଚକ୍ ଦେ ଇଣ୍ଡିଆ), "ରବ୍ବା" (ମୁସାଫିର୍), ଏବଂ "ସୋଣିଓ" (ରାଜ୍-୨) ଗୀତ ପାଇଁ ସାରା ଭାରତରେ ପରିଚିତ । ୨୨ ଗୋଟି ଭାଷା ସହିତ ନିଜ ମାତୃଭାଷା ଓଡ଼ିଆରେ ସେ ଗୀତ ଗାଇଛନ୍ତି । [୨]

କର୍ମଜୀବନ[ସମ୍ପାଦନା]

କୃଷ୍ଣ ବେଉରାଙ୍କୁ ହିନ୍ଦୀ ଚଳଚ୍ଚିତ୍ର ଜଗତ (ବଲିଉଡ଼)ରେ ଗାଇବାକୁ ପ୍ରଥମେ ସୁଯୋଗ ଦେଇଥିଲେ ପ୍ରଖ୍ୟାତ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ । ସେ କେବଳ କୃଷ୍ଣ ବେଉରାଙ୍କ ଗାଇବା ଶୈଳିକୁ ପସନ୍ଦ କରିନଥିଲେ, ତାଙ୍କୁ ଚାରୋଟି ହିନ୍ଦୀ କଥାଚିତ୍ରରେ ଗାଇବାର ସୁଯୋଗ ମଧ୍ୟ ଦେଇଥିଲେ । ସେଗୁଡିକ ହେଲା "ରୁଦ୍ରାକ୍ଷ"(ଇସ୍କ ଖୁଦାଇ),"ମୁସାଫିର୍"(ରବ୍ବା), "ରକ୍ତ"(ସଚ୍ ହେ ସଚ୍ ହେ ୟେ), "ଦିଵାର"(ଅଲି ଅଲି) । [୩] ତା' ପରେ କୃଷ୍ଣା ବେଉରା ପ୍ରଛଦପଟ୍ଟ ଗାୟକ ଭାବରେ ବଲିଉଡ଼ରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ ଭିନ୍ନ ଭିନ୍ନ ପ୍ରକାରର ଲୋକପ୍ରିୟ ଗୀତ ଗାଇ ଚାଲିଛନ୍ତି ।

୨୦୦୮ ମସିହାରେ ସେ ନିଜର ପ୍ରଥମ ଆଲ୍‌ବମ୍ "ଇସ୍କ୍ ଗଲି ନା ଯଇଓ" ଆଠଟି ଗୀତ ସହିତ ମୁକ୍ତିଲାଭ କରିଥିଲେ । [୪].

୨୦୧୦ ମସିହାରେ ଲୋକପ୍ରିୟ ଭାରତୀୟ ରକ୍ ବ୍ୟାଣ୍ଡ "ବନ୍ଦିସ"ର ମିଳିତ ସହଯୋଗରେ ଦ୍ଵିତୀୟ ଆଲ୍‌ବମ୍ ମୁକ୍ତିଲାଭ କରିଥିଲେ । [୫]

Krishna Beura.jpg

ମୁମ୍ବାଇ ଆସିବା ପୂର୍ବରୁ ସେ ସଂଯୁକ୍ତ ଆରବ ପ୍ରଦେଶ(UAE) ସ୍ଥିତ ଏକ ଘରୋଇ ରେଡିଓରେ ରେଡିଓ ଜକି ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବେ କାମ କରୁଥିଲେ ।

ବ୍ୟକ୍ତିଗତ ଜୀବନ ଓ ବାସସ୍ଥାନ[ସମ୍ପାଦନା]

କୃଷ୍ଣ ବେଉରାଙ୍କ ନିଜଘର ହେଉଛି କୁସୁପାଙ୍ଗି, ବାଙ୍କି, କଟକରେ କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି । ପିତା ଇନ୍ଦ୍ରମଣି ବେଉରା ଭାରତୀୟ ବାୟୁସେନାରେ ଚାକିରି କରିଥିବାରୁ ସେ ଦେଶର ବିଭିନ୍ନ ସହର ପରିଭ୍ରମଣ କରିଛନ୍ତି । ସେ ୧୧ ବର୍ଷ ଚଣ୍ଡୀଗଡ଼ରେ ରହିଥିଲେ । ସେ "ଜି ଜି ଡି ଏସ୍ ଡି" କଲେଜ, ସେକ୍ଟର ୩୨, ଚଣ୍ଡୀଗଡ଼ରୁ ସ୍ନାତକ ଏବଂ ଡିପାର୍ଟମେଣ୍ଟ ଅଫ୍ ଇଣ୍ଡିଆନ୍ ଥିଏଟର, ଚଣ୍ଡିଗଡ଼ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି । ତାଙ୍କ ମା' ସୁଷମା ବେଉରା ଚାହୁଁଥିଲେ କୃଷ୍ଣ ବେଉରା ଜଣେ ବୈମାନିକ (ପାଇଲଟ), ଯନ୍ତ୍ରୀ (ଇଞ୍ଜିନିୟର) କିମ୍ବା ଡାକ୍ତର ହେବା ପାଇଁ ।

ଗାଇବା ଶୈଳି[ସମ୍ପାଦନା]

କୃଷ୍ଣ ବେଉରା ସୁଫି ଘରାନାରେ ଗାୟନ କରନ୍ତି ।

ଚଳଚ୍ଚିତ୍ର ଜଗତକୁ ଅବଦାନ[ସମ୍ପାଦନା]

ବଲିଉଡ୍[ସମ୍ପାଦନା]

  • "ଦିଲ୍ କାଞ୍ଚ୍ ସା" (ହେଟ୍ ଷ୍ଟୋରି) (୨୦୧୨)
  • "ସାହ୍ କା ରୁତ୍‌ବା" (ଅଗ୍ନିପଥ) (୨୦୧୨)
  • "ମେରେ ବ୍ରଦର୍ କି ଦୁଲ୍‌ହନ୍" (ମେରେ ବ୍ରଦର୍ କି ଦୁଲ୍‌ହନ୍) (୨୦୧୧)
  • "ଚସକା" (ବଦ୍‌ମାସ୍ କମ୍ପାନି)
  • "ମୌଲା ମେରେ ଲେଲେ ମେରି ଜାନ୍" (ଚକ୍ ଦେ ଇଣ୍ଡିଆ)
  • "ରବ୍ବା" (ମୁସାଫିର)
  • "ମେଁ ଜାଁହା ରହୁଁ" (ମେରେ ବ୍ରଦର୍ କି ଦୁଲ୍‌ହନ୍)
  • "ସୋଣିଓ" (ରାଜ୍ ୨)
  • "ହର୍ ସାଂସ୍" (ଜିନ୍ଦା)
  • "ଇନ୍‌ସାଃ ଆଲାଃ" (ଵେଲ୍‌କମ୍)
  • "ସଚ୍ ହେ ସଚ୍ ହେ ୟେ" (ରକ୍ତ)
  • "ଜନତ୍ ହେୟେ ଜମିନ୍" (ରକ୍ତ)
  • "ମେରେ ସାଥ୍ ଚଲ୍‌ତେ ଚଲ୍‌ତେ" (ହମ୍ କୋ ଦିଵ୍ଵାନା କର୍ ଗୟେ)
  • "ଫର୍ ୟୋର୍ ଆୟେଜ୍ ଓନ୍‌ଲି" (ହମ୍ କୋ ଦିଵ୍ଵାନା କର୍ ଗୟେ)
  • "ଜୟ ହେ ଜୟ ହେ " (ଜୁମ୍ବୋ)
  • "ଲାଖୋ କରୋଡୋ ମେଁ କୋଇ ଲେତା ହେଁ ରିସ୍କ୍" (ରିସ୍କ)
  • "ଖତା ନହିଁ" (ଆଇ ପ୍ରାଉଡ୍ ଟୁ ବି ଆନ୍ ଇଣ୍ଡିଆନ୍)
  • "ରବ୍ବି" (ଜିନ୍ଦେଗି ରକ୍ସ୍)
  • "ଜାନେ କେ ଜାନେ ନା" (ଜାନ୍ ଏ ମନ୍)
  • "ଇସ୍କ୍ ଖୁଦାଇ" (ରୁଦ୍ରାକ୍ଷ)
  • "କୋସିସ୍ କୋସିସ୍" (ଲେଟ୍‌ସ୍ ଡ୍ୟାନ୍ସ)
  • "ତୁ ହେ ରବ୍ ମେରା" (ଯୁଗାଡ)
  • "ସୋନ୍ ତିତରିୟା" (ଅମଲା ପଗଲା ଦିଵାନା)
  • "ଆପକି କସିସ୍" (ଆଶିକ୍ ବନାୟା ଆପନେ)

ଆଞ୍ଚଳିକ କଥାଚିତ୍ର[ସମ୍ପାଦନା]

ଆଲ୍‌ବମ୍[ସମ୍ପାଦନା]

ଆଲ୍‌ବମ୍ ଲେବୁଲ୍
ଇସ୍କ୍ ଗଲି ନା ଜୈଓ ଟିପ୍ସ
ନୀଳ ନୟନା ଦାରୁବ୍ରହ୍ମ ପ୍ରଡକସନ୍
ତମ କଥା ମନେ ପଡେ ସନ୍ ମ୍ୟୁଜିକ୍

ମାନସମ୍ମାନ, ପୁରସ୍କାର ଓ ମନୋନୟନ[ସମ୍ପାଦନା]

  • ୨୦୧୧ : ଷ୍ଟାରଡଷ୍ଟ ପୁରସ୍କାର - ମୌଲା ମେରେ ମୌଲା (ଚକ୍ ଦେ ଇଣ୍ଡିଆ) । [୬]

ସାକ୍ଷାତକାର[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]