ଦିବ୍ୟା ମହାନ୍ତି
ଦିବ୍ୟା ମହାନ୍ତି | |
---|---|
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୫ରୁ-ଏବେଯାଏଁ |
ଦିବ୍ୟା ମହାନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ, ଯିଏକି ଦୂରଦର୍ଶନ ଧାରାବାହିକ, ଓଡ଼ିଆ କଥାଚିତ୍ର ଜଗତ ଓ ତେଲୁଗୁ କଥାଚିତ୍ର ଜଗତରେ ମୁଖ୍ୟତଃ କାର୍ଯ୍ୟ କରନ୍ତି ।[୧] ୨୦୧୮ ମସିହାରେ ସେ ଓଡ଼ିଆ ଆଧ୍ୟାତ୍ମିକ ଧାରାବାହିକ ଜୟ ମା' ଲକ୍ଷ୍ମୀ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଜରିଆରେ ଓଡ଼ିଆ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ବ୍ୟତୀତ ସେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରୁଛନ୍ତି ।
କଥାଚିତ୍ର ଜୀବନ
[ସମ୍ପାଦନା]ଦିବ୍ୟା ୨୦୧୫ ମସିହାରେ ଅଭିନୟ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଦୂରଦର୍ଶନରେ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ଜୟ ମା' ଲକ୍ଷ୍ମୀ ଥିଲା ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ, ଯେଉଁଥିରେ ସେ ମା ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ ।
୨୦୧୮ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ସୁନ୍ଦରଗଡ଼ର ସଲମାନ୍ ଖାନ୍, ଯେଉଁଥିରେ ସେ ବାବୁଶାନ୍ଙ୍କ ନାୟିକା ଭାବରେ ଅଭିନୟ କରିଥିଲେ ।[୨] ପରବର୍ତ୍ତୀ ସମୟରେ ସେ ବାଳ-ଦ ରିଦମ୍ ଅଫ୍ ଲାଇଫ୍, ତୁ ମୋର ସାଥିରେ, ତୁ ମୋର ସାଥିରେ ୨, ଇଏ ବି ଗୋଟେ ଲଭ୍ ଷ୍ଟୋରୀ, ତୁ କହିଦେ ଆଇ ଲଭ୍ ୟୁ, ମିଷ୍ଟର ମଜନୁ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
୨୦୨୦ ମସିହାରେ ସେ ତରଙ୍ଗ ପ୍ଲସ୍ର ପ୍ରଥମ ଧାରାବାହିକ ଚୁମ୍ବକରେ ତମନ୍ନା ବ୍ୟାସଙ୍କ ସହ ଅଭିନୟ କରିଥିଲେ ।[୩] ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ପିଲାଦିନରୁ ଦୁର୍ବଳତା ରହିଛି ଏବଂ ସେ ନୃତ୍ୟାଭ୍ୟାସ ମଧ୍ୟ କରନ୍ତି ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ/ଆଧାର |
---|---|---|---|
୨୦୧୮ | ସୁନ୍ଦରଗଡ଼ର ସଲମାନ୍ ଖାନ୍ | ଗଙ୍ଗା | ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୧୯ | ବାଳ-ଦ ରିଦମ୍ ଅଫ୍ ଲାଇଫ୍ | ଚିତ୍ରା | |
ତୁ କହିଦେ ଆଇ ଲଭ୍ ୟୁ | [୫][୬] | ||
ମିଷ୍ଟର ମଜନୁ | [୭] | ||
୨୦୨୦ | ତୁ ମୋର ସାଥିରେ | ||
୨୦୨୧ | ତୁ ମୋର ସାଥୀରେ ୨ | ||
ଇଏ ବି ଗୋଟେ ଲଭ୍ ଷ୍ଟୋରୀ | |||
୨୦୨୨ | ପ୍ରେମ ଏଟିଏମ୍ | ||
୨୦୨୩ | ଧୋରେ ବାବୁ ଧୋ | [୮] | |
ନିୟତି | [୯] | ||
- | ଭାଇ | [୧୦] | |
- | ଓମ୍ ସ୍ୱାହା |
ଅଭିନୀତ ଧାରାବାହିକ/ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୫ | ଜୟ ମା' ଲକ୍ଷ୍ମୀ | ମାଆ ଲକ୍ଷ୍ମୀ | ଅଭିନୀତ ପ୍ରଥମ ଓଡ଼ିଆ ଧାରାବାହିକ |
୨୦୨୦ | ଚୁମ୍ବକ | ଅଭିନୀତ ପ୍ରଥମ ଓଡ଼ିଆ ୱେବ୍ ସିରିଜ୍ |
ଆଧାର
[ସମ୍ପାଦନା]- ↑ "Asit and Divya work in the first one-shot Odia film - Times of India". The Times of India (in ଇଂରାଜୀ). Retrieved 2022-02-26.
- ↑ "Divya Mohanty waiting for theatres to open for her film's release - Times of India". The Times of India (in ଇଂରାଜୀ). Retrieved 2022-02-26.
- ↑ interview2019 (2020-09-28). "Landing in Ollywood is a grace of God-Ollywood Actress Divya Mohanty". Interview Times (in ଆମେରିକୀୟ ଇଂରାଜୀ). Retrieved 2022-02-26.
{{cite web}}
: CS1 maint: numeric names: authors list (link) - ↑ "Divya Mohanty is brushing up her dancing skills - Times of India". The Times of India (in ଇଂରାଜୀ). Retrieved 2022-02-26.
- ↑ "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
- ↑ "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
- ↑ "ସିଲେକ୍ଟ ହେଲେ, କିନ୍ତୁ ଦୁଃଖରେ କାନ୍ଦିଥିଲେ". Odisha Reporter. ଭୁବନେଶ୍ୱର. 29 November 2021. Archived from the original on 9 December 2021. Retrieved 9 December 2021.
- ↑ "ନୂଆବର୍ଷରେ ଧୋରେ ବାଇଆ ଧୋ". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
- ↑ "'ନିୟତି' କାହାଣୀ". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.
- ↑ "ଦିବ୍ୟାଙ୍କ ଚରିତ୍ର". ସକାଳ. No. ଭୁବନେଶ୍ୱର. 18 June 2023. p. 2. Archived from the original on 10 October 2023. Retrieved 10 October 2023.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦିବ୍ୟା ମହାନ୍ତି