ନବରବି

ଉଇକିପିଡ଼ିଆ‌ରୁ
(Nabarabiରୁ ଲେଉଟି ଆସିଛି)
ନବରବି
ପ୍ରତିଷ୍ଠାତାପାତିରାମ ପରିଜା
ସମ୍ପାଦକସନ୍ଧ୍ୟା ମହାନ୍ତି
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର, ଓଡ଼ିଶା
ୱେବସାଇଟwww.nabarabi.com/

ନବରବି ୧୯୭୦ ଦଶକରେ କଲିକତାରୁ ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ପତ୍ରିକା ।[୧][୨] ପାତିରାମ ପରିଜା, ଏହି ପତ୍ରିକାର ପ୍ରତିଷ୍ଠାତା ଥିଲେ । ଏହି ପତ୍ରିକାଟି ୧୯୭୦ ମସିହାରୁ ରବୀନ୍ଦ୍ର କୁମାର ପରିଜାଙ୍କ ସମ୍ପାଦନାରେ ଆରମ୍ଭ ହୋଇ ୧୯୭୬ ମସିହା ପର୍ଯ୍ୟନ୍ତ ନିୟମିତ ପ୍ରକାଶିତ ହେଉଥିଲା ।[୩] ୧୯୭୬ ମସିହାରେ ପାତିରାମ ପରିଜାଙ୍କ ପରଲୋକ ପରେ ଏହି ପତ୍ରିକାର ପ୍ରକାଶନ ବନ୍ଦ ହୋଇଥିଲା । ୧୯୯୬ ମସିହାରେ ପୁଣି ଭୁବନେଶ୍ୱରଠାରେ ଏହି ପତ୍ରିକା ସର୍ବେଶ୍ୱର ମହାନ୍ତି ଓ ସନ୍ଧ୍ୟା ମହାନ୍ତିଙ୍କଦ୍ୱାରା ପ୍ରକାଶନ ଆରମ୍ଭ କରାଯାଇଥିଲା । ଏହି ପତ୍ରିକାଟି ବର୍ତ୍ତମାନ ଅନିୟମିତ ଭାବରେ ପ୍ରକାଶିତ ହେଉଛି ।

ଆଧାର[ସମ୍ପାଦନା]

  1. ଯତୀନ୍ଦ୍ର ମୋହନ ମହାନ୍ତି (୨୦୦୬). History of Oriya Literature. ବିଦ୍ୟା. ISBN 8190343807.
  2. Press in India, Part 2. Office of the Registrar of Newspapers. ୧୯୭୧. Retrieved 18 January 2022.
  3. ଶିଶିର କୁମାର ଦାସ. History of Indian Literature: 1911-1956, struggle for freedom : triumph and tragedy. ନୂଆ ଦିଲ୍ଲୀ: ସାହିତ୍ୟ ଏକାଡ଼େମୀ. Retrieved 18 January 2022.

ବାହାର ଆଧାର[ସମ୍ପାଦନା]

ନବରବି ୱେବସାଇଟ