ବୋଉ (ଟେଲି ଫିଲ୍ମ)
ବୋଉ – ଖାଇ ପିଇ, ଦରମା ନାହିଁ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ମୃତ୍ୟୁନୟ ସାହୁ |
ସଂଳାପ | ବି. ଚନ୍ଦନ କୁମାର |
ଚିତ୍ରନାଟ୍ୟ | ବି. ଚନ୍ଦନ କୁମାର |
କାହାଣୀ | ବି. ଚନ୍ଦନ କୁମାର |
କଳାକାର | ସ୍ମିତା ମହାନ୍ତି ପୃଥ୍ୱୀରାଜ ନାୟକ ବିରଞ୍ଚି ନାରାୟଣ ନାୟକ ମନସ୍ୱିନୀ ପତି |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଆର୍. ଭଗତ ସିଂହ |
ସମ୍ପାଦକ | ପିଣ୍ଟୁ ନାୟକ |
Production company | ତରଙ୍ଗ ସିନେ ପ୍ରଡ଼କ୍ସନ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବୋଉ – ଖାଇ ପିଇ, ଦରମା ନାହିଁ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡ଼କ୍ସନଦ୍ୱାରା ନିର୍ମିତ ହୋଇଥିଲା । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଇଲେ ।[୧] ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ମିତା ମହାନ୍ତି । ପୃଥ୍ୱୀରାଜ ନାୟକ, ବିରଞ୍ଚି ନାରାୟଣ ନାୟକ, ମନସ୍ୱିନୀ ପତି, ତନୁଶ୍ରୀ ଦାଶ, ରାକ୍ଷୀ ଦାଶ, ପୁପିନ୍ଦର ସିଂହ, ପ୍ରିୟାଂଶି, ବିଜୟଲକ୍ଷ୍ମୀ, ଡେଜି, ମାନସ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୧୪ ତାରିଖରେ ବିଶ୍ୱ ମାତୃତ୍ୱ ଦିବସ ଅବସରରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ସ୍ମିତା ମହାନ୍ତି
- ପୃଥ୍ୱୀରାଜ ନାୟକ
- ବିରଞ୍ଚି ନାରାୟଣ ନାୟକ
- ମନସ୍ୱିନୀ ପତି
- ତନୁଶ୍ରୀ ଦାଶ
- ରାକ୍ଷୀ ଦାଶ
- ପୁପିନ୍ଦର ସିଂହ
- ପ୍ରିୟାଂଶି
- ବିଜୟଲକ୍ଷ୍ମୀ
- ଡେଜି
- ମାନସ ମିଶ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧] ବିଜୟ ମଲ୍ଲ ଓ ଦେବୀଦତ୍ତ ମହାନ୍ତିଙ୍କ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ବୋଉ" | ବିଜୟ ମଲ୍ଲ | ଅଭିଜିତ ମିଶ୍ର | ୦୫:୦୪ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ବିଶ୍ୱ ମାତୃ ଦିବସରେ ନୂଆ ଓଡ଼ିଆ ସିନେମା 'ବୋଉ'ର ହେବ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର, ସନ୍ଧ୍ୟା ସାଢ଼େ ୬ଟାରେ ଦେଖିପାରିବେ ଦର୍ଶକ". ପ୍ରମେୟ. ଭୁବନେଶ୍ୱର. Archived from the original on 19 September 2023. Retrieved 19 September 2023.
- ↑ ୨.୦ ୨.୧ ୨.୨ "'ବୋଉ' ଭୂମିକାରେ". ସକାଳ. No. ଭୁବନେଶ୍ୱର. 14 May 2023. p. 14. Archived from the original on 19 September 2023. Retrieved 19 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବୋଉ