ସ୍ମାଇଲ୍ ପ୍ଲିଜ୍

ଉଇକିପିଡ଼ିଆ‌ରୁ
ସ୍ମାଇଲ୍ ପ୍ଲିଜ୍
ନିର୍ଦ୍ଦେଶକଏସ୍. କେ. ମୁରଲୀଧରନ୍
ପ୍ରଯୋଜକରବିନ କୁମାର ନନ୍ଦ
ରାଜେଶ ପାଢ଼ୀ
ସଂଳାପରଜନୀ ରଞ୍ଜନ[୧]
କଳାକାରସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ମିହିର ଦାସ, ପୁଷ୍ପା ପଣ୍ଡା, ସଲିଲ୍ ମିତ୍ର, ହାଡ଼ୁ, ସୁମନ, ମିଲି
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକଦି ଭିଦାସ୍ ଷ୍ଟୁଡ଼ିଓସ୍
Production
company
ପାୟଲ ଷ୍ଟୁଡ଼ିଓ
ମୁକ୍ତିଲାଭ ତାରିଖ
୧୪ ମାର୍ଚ୍ଚ ୨୦୧୪[୨]
ଦେଶ ଭାରତ
ଭାଷାଓଡ଼ିଆ

ସ୍ମାଇଲ୍ ପ୍ରିଜ୍, ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ ନନ୍ଦ[୩] ଓ ରାଜେଶ ପାଢ଼ୀ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍. କେ. ମୁରଲୀଧରନ୍ ।[୫] ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଓଡ଼ିଆ ଫିଲ୍ମ ଫେୟାର ପୁରସ୍କାରରେ ଶ୍ରେଷ୍ଠ ନାୟିକା, ନାୟିକା, ଶ୍ରେଷ୍ଠ ଗୀତ ରଚନା ଏବଂ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଥିଲା ।[୬] ଏହି ସ‌ହ ନାୟିକା ଅର୍ଚ୍ଚିତାଙ୍କୁ ତରଙ୍ଗ ସିନେ ଆୱାର୍ଡ଼ରେ ଶ୍ରେଷ୍ଠ ନାୟିକା ଭାବରେ ବିବେଚିତ କରାଯାଇଥିଲା ।

ଅଭିନୟ[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

  • ପ୍ରିନ୍ସ
  • ପ୍ରିୟାଶ୍ରୀ
  • ମାମାଲି
  • ଆଦ୍ୟାଶା
  • ସ୍ୱାଗତିକା
  • ଇତି

କାହାଣୀ[ସମ୍ପାଦନା]

ରୁଦ୍ର ପ୍ରତାପ ସାମନ୍ତରାୟ(ମିହିର ଦାସ), ଜଣେ ଅହଙ୍କାରୀ ଧନୀ ଲୋକ । କେବଳ ଟଙ୍କା ଦେଇ ସବୁକିଛି ହୁଏ ବୋଲି ତା'ର ଭାବନା । ଏପରିକି ସେ ଟଙ୍କା ଦେଇ ପାଖରେ ରଖିଥିବା ଚାକରମାନଙ୍କୁ ବି ଠିକ୍‌ରେ ବ୍ୟବ‌ହାର କରେନି । ସେ ଗରିବ ତ‌ଥା ମଧ୍ୟମ ଧରଣର ଲୋକମାନଙ୍କୁ କେବେ ସମ୍ମାନ ଦିଏ ନାହିଁ । ତାଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ । ବଡ଼ ପୁଅ ଅଜୟ ଏବଂ ସାନ ପୁଅ ବିଜୟ । ବଡ଼ଝିଅ ପୁଷ୍ପା(ପୁଷ୍ପା ପଣ୍ଡା) ଏବଂ ସାନ‌ଝିଅ ଲକ୍ଷ୍ମୀ । ରୁଦ୍ର ପ୍ରତାପର ପତ୍ନୀଙ୍କର ବିୟୋଗ ହୋଇଯାଇଥିଲା । ବଡ଼ଝିଅ ପୁଷ୍ପାର ପତି ଜଣେ ପୋଲିସ୍ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ଡିସିପି ଅଶୋକ ରାଉତରାଏ । ସାନ ଝିଅ ଲକ୍ଷ୍ମୀର ସଙ୍ଗୀତ ପାଇଁ ଥାଏ ବଡ଼ ଦୁର୍ବଳତା । ସେଥିପାଇଁ ରୁଦ୍ର ପ୍ରତାପ ତା'ର ଗୀତ ଶିଖିବା ପାଇଁ ଜଣେ ମଧ୍ୟମ ଶ୍ରେଣୀର ସଙ୍ଗୀତ ଶିକ୍ଷକଙ୍କୁ ଘରେ ନିଯୁକ୍ତ କରିଥିଲେ । ମାତ୍ର ସାନ‌ଝିଅ ଲକ୍ଷ୍ମୀ ସେହି ସଙ୍ଗୀତ ଶିକ୍ଷକର ପ୍ରେମରେ ପଡ଼ିଯାଇଥିଲା ଏବଂ ତା'ର ବାପାଙ୍କୁ ନ ଜଣାଇ ସେ ପିଲାକୁ ସଙ୍ଗେ ମନ୍ଦିରରେ ବିବାହ କରି ଘରକୁ ଆସିଗଲା । ଅହଙ୍କାରୀ ରୁଦ୍ର ପ୍ରତାପକୁ କେବଳ ଟଙ୍କା ଏବଂ ବଡ଼ଲୋକିଆ ଛଡ଼ା ଆଉ କିଛି ଜାଣେନା । ସେଥିପାଇଁ ସେ ସେ ଲୋକ‌କୁ ଲକ୍ଷ୍ମୀକୁ ଫେରାଇଦେବାକୁ ଅନେକ ଟଙ୍କା ଯାଚିଲା, ମାତ୍ର ସେ କେବଳ ଲକ୍ଷ୍ମୀକୁ ଚାହେଁ ବୋଲି ଜଣେଇବାରୁ, ରୁଦ୍ର ବାବୁ ରାଗିଯାଇ ତାକୁ ଅନେକ କଟୁ କଥା କ‌ହି ବାଡ଼େଇବାକୁ ଲାଗିଲେ । ଏହା ଦେଖି ଲକ୍ଷ୍ମୀ ରୁଦ୍ର ବାବୁଙ୍କୁ ବାଧା ଦେବା ସ‌ହ ବାପାଙ୍କ ସ‌ହ ଝଗଡ଼ା କଲା, ଯାହାଫଳରେ ରୁଦ୍ର ପ୍ରତାପ ତାକୁ ଧିକ୍କାର କରି ଘରୁ ବାହାର କରିଦେଲା । ଏହା ଦେଖି ବାକି ଭାଇ ଭଉଣୀମାନେ ଲକ୍ଷ୍ମୀର ପକ୍ଷ ନେବା ସ‌ହ ରୁଦ୍ର ବାବୁଙ୍କ ସ‌ହ ଯୁକ୍ତିତର୍କ କଲେ, ଫଳରେ ସମସ୍ତଙ୍କୁ ରୁଦ୍ର ପ୍ରତାପ ଘରୁ ତଡ଼ିଦେଇ ଏକୁଟିଆ ହେଇଗଲେ । ବୟସ ବଢ଼ିବା ସ‌ହ ସେ ସେହି ଦୁଃଖରେ ରୁଦ୍ର ପ୍ରତାପ ଦିନରାତି ଅନବରତ ମଦ ପିଇବା ସ‌ହ ଦୁନିଆରେ କେହି ତା' କଥା ଶୁଣିଲେ ବି ସଭିଙ୍କୁ ଦୋଷ ଦେଉଥିଲେ । ଇତି ମଧ୍ୟରେ ୧୪ ବର୍ଷ ବିତିସାରିଥାଏ ।

ମହେଶ(ସବ୍ୟସାଚୀ ମିଶ୍ର) ଜଣେ ଫଟୋ ଉତ୍ତୋଳକ । ସେ ବଲାଙ୍ଗିରୀରୁ ଭୁବନେଶ୍ୱର ଆସି ଗୋଟିଏ ଷ୍ଟୁଡ଼ିଓରେ ଚିତ୍ର ଉତ୍ତୋଳକ ଭାବରେ କାର୍ଯ୍ୟ କରୁଥିଲା । ସଭିଙ୍କୁ ହସେଇବା ହିଁ ତା'ର କାମ । କେହି ପିଲାଙ୍କୁ ମନ ଦୁଃଖରେ ଦେଖିଲେ ସେ ସେମାନଙ୍କୁ ହସେଇବା ପାଇଁ କେବେ ବାଦାମ ବିକ୍ରି କରୁଥିଲା ତ କେବେ ପେପର ବିକା ପିଲାକୁ ସାଇକେଲରେ ବୁଲାଇ ତା'ର ପେପର ବିକ୍ରିକରୁଥିଲା । ଏକଦା ସେ ବାଦାମ ବିକୁଥିବା ବେଳେ ସ୍ନେହା(ଅର୍ଚ୍ଚିତା) ନାମକ ଗୋଟିଏ ଝିଅ ସ‌ହ ତା'ର ଦେଖା ହେଲା । ସେ ଝିଅଟି ଏତେ ସମ୍ଭ୍ରାତ ଘରର ପିଲାକୁ ବାଦମ ବିକୁଥିବାର ଦେଖି ତା' ବିଷୟରେ ଜାଣିବାକୁ ଇଚ୍ଛାପ୍ରକାଶ କଲା । ପରଦିନ ସକାଳେ ପୁଣିଥରେ ତାକୁ ପେପର ବିକୁଥିବାର ଦେଖି ତାକୁ ପିଛା କଲା । ମାତ୍ର ତା'ର କିଛି ଠିକଣା ପାଇପାରିଲା ନାହିଁ । ଦିନେ ତା'ର ଗାଡ଼ି ନମ୍ବର ଦେଖି ତାକୁ ଖୋଜି ପାଇଲା ଏବଂ ତା' ବିଷୟରେ ଜାଣିବାକୁ ପାଇଲା । ଏତେ ସବୁ ଜାଣିବା ପରେ ତା'ର ମହେଶ ପ୍ରତି ଧିରେ ଧିରେ ଦୁର୍ବଳତା ବଢ଼ିବାକୁ ଲାଗିଲା ।

ଏକଦା ରୁଦ୍ର ବାବୁଙ୍କ ବ୍ୟାଙ୍କ କାମ ପାଇଁ ଏକ ନୂଆ ଫଟୋ ଦରକାର ଥିଲା । ସେଥିପାଇଁ ଚିତ୍ର ଉତ୍ତୋଳକ ମହେଶ ତାଙ୍କ ଫଟୋ ନେବାକୁ ଆସିଥିଲା, ମାତ୍ର ରୁଦ୍ର ବାବୁଙ୍କ ଅ‌ହଙ୍କାର ତାକୁ ଭଲ ନ ଲାଗିବାରୁ ସେ ଇଆଡ଼ୁ ସିଆଡ଼ୁ କ‌ହି ଚାଲିଗଲା ଏବଂ ସେହି କଥା ରୁଦ୍ରବାବୁଙ୍କ ହୃଦୟକୁ ପାଇଗାଲ । ୧୪ବର୍ଷର ପୁରୁଣା ଦାଢ଼ୀକୁ କାଟି ପୁଣିଥରେ ଭଲ ଫଟୋଟିଏ ଉଠେଇବା ପାଇଁ ପୁଣିଥରେ ମହେଶକୁ ଡାକିଲେ । ଏହା ପରେ ମହେଶ ପାଖରେ କିଛି କୁହୁକ ଅଛି ବୋଲି ତାଙ୍କୁ ଲାଗିଲା । ସେଥିପାଇଁ ସେ ତାଙ୍କର ବିଛୁଡ଼ିଯାଇଥିବା ସମ୍ପୂର୍ଣ୍ଣ ପରିବାକୁ ଏକାଠି କରି ଏକ ପରିବାର ଫଟୋ ଉଠେଇବାକୁ କ‌ହିଲେ ।

ରୁଦ୍ରବାବୁଙ୍କ ପରିବାରକୁ ଏକାଠି କରିବା ପାଇଁ ପ୍ରଥମରେ ମହେଶ ରାଜି ହେଉ ନ ଥିଲା । ମାତ୍ର ରୁଦ୍ରବାବୁଙ୍କ ମୁହଁରେ ପୁଣିଥରେ ଖୁସି ଫେରେଇବା ପାଇଁ ସେ ଏହି କାର୍ଯ୍ୟ କରିବାକୁ ରାଜି ହେଲା । ରୁଦ୍ର ବାବୁଙ୍କର ସବୁ ପୁଅ, ଝିଅ ଏବଂ ନାତି ନାତୁଣୀମାନଙ୍କ ଘର ଠିକଣା ଖୋଜି ମହେଶ୍ ଯାଇ ସେଠାରେ ବିଭିନ୍ନ ଉପାୟରେ ରୁଦ୍ର ବାବୁଙ୍କ ଦୁଖଃ ଏବଂ ନିଶାଭ୍ୟାସ କଥା କ‌ହି ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ମନେଇଲା ।

ଏକଦା ସେ ଜାଣିବାକୁ ପାଇଲା କି ସ୍ନେହା ହେଉଛି ରୁଦ୍ର ପ୍ରତାପଙ୍କର ବଡ଼ ପୁଅର ଝିଅ । ଏହା ଜାଣିବା ପାରେ ସେ ରୁଦ୍ର ପ୍ରତାପ ସ‌ହ ବିଶ୍ୱାସଘାତ କରିବାକୁ ଚାହୁଁ ନ ଥିଲା । ସେଥିପାଇଁ ସେ ସ୍ନେହାଠାରୁ ଦୂରେଇଯିବାକୁ ଚାହୁଁଥିଲା । ମାତ୍ର ରୁଦ୍ର ପ୍ରତାପ ମହେଶ ଆଉ ସ୍ନେହା ବିଷୟରେ ଜାଣିବାକୁ ପାଇଲା ଏବଂ ସେ ସେମାନଙ୍କୁ ମିଶେଇବାକୁ ଚେଷ୍ଟା କରୁଥିଲା । ସେତେବେଳେ କିନ୍ତୁ ସେ ଜାଣି ନ ଥିଲେ କି ସେ ତାଙ୍କର ନାତୁଣୀ ବୋଲି । ମାତ୍ର ଏହି ସବୁ କରିବାକୁ ମହେଶ ତାଙ୍କୁ ବାରଣ କଲା । ଏହା ପରେ ସେ ସ୍ନେହାକୁ ଦେଖା ନ କରିବା ପାଇଁ ରହୁଥିବା ଭଡ଼ାଘର ଛାଡ଼ି ମଧ୍ୟ ରୁଦ୍ରବାବୁଙ୍କ ଘରକୁ ଚାଲିଗଲା ।

ଏହାପରେ ସେ ରୁଦ୍ରବାବୁଙ୍କ ଘରକୁ ତାଙ୍କର ପୁଅ ଝିଅ ସଭିଏଁ ଆସିଲେ । ସେଠାରେ ସ୍ନେହା ମହେଶକୁ ଦେଖିଲା, ମାତ୍ର ମହେଶ ତାକୁ ନ ଚିହ୍ନିଲା ଭଳି ବ୍ୟବ‌ହାର କଲା । ଏହି ସବୁ କଥା ରୁଦ୍ରବାବୁଙ୍କ ଚାକର ଶଙ୍କରଠାରୁ ରୁଦ୍ରବାବୁ ଜାଣିବା ପରେ ମହେଶକୁ ବୁଝେଇ ସୁଝେଇ ସ୍ନେହାକୁ ଗ୍ରହଣ କରିବା ଗୁହାରି କଲେ ଏବଂ ଶେଷରେ ରୁଦ୍ରବାବୁଙ୍କ ସମ୍ମତିରେ ସେ ଦ୍ୱୟ ଏକାଠି ହେଲେ । ରୁଦ୍ରବାବୁଙ୍କର ପରିବାରର ଫଟୋ ଉଠା କାମ ଶେଷ ହେଲା ।

ଗୀତ ଏବଂ ସଂଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଚଳଚ୍ଚିତ୍ରରେ ମୋଟ ୫ଟି ଗୀତ ଥିଲା । ନିର୍ମଳ ନାୟକ ଏବଂ ନିଜାମ ଏହି ଚଳଚ୍ଚିତ୍ରଟିର ଗୀତ ରଚନା କରଥିଲେ । ଉଦିତ ନାରାୟଣ, ପାମେଲା ଜୈନ, ବିନୋଦ ରାଠୋର, ପଙ୍କଜ ଜାଲ, କୁମାର ବାପି, ସଂଗ୍ରାମ ଏବଂ ଅଭିଜିତ ମଜୁମଦାର ପ୍ରମୁଖ କଣ୍ଠଦାନ କରିଥିଲେ ।

ଉତ୍କଳ ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ୫ମ ଓଡ଼ିଆ ଫିଲ୍ମ ଫେୟାର ଉତ୍ସବରେ ରେ ସଜନୀ ଗୀତ ରଚନା ପାଇଁ ଗୀତିକାର ନିଜାମଙ୍କୁ ଶ୍ରେଷ୍ଠ ଗୀତିକାର ପୁରସ୍କାର ମିଳିଥିଲା ଏବଂ ଏହି ଗୀତର କଣ୍ଠଶିଳ୍ପୀ ସଂଗ୍ରାମ ମହାନ୍ତିଙ୍କୁ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ମିଳିଥିଲା ।[୬]

ଗୀତ[ସମ୍ପାଦନା]

ଗୀତ ରଚନା କଣ୍ଠଦାନ
ଜବାନୀ ତୋ ମଲ୍ଲିକା ଭଳି
ଚୁନା ଚୁନା ସ୍ୱପ୍ନ
ଆସୁଛି ଆସୁଛି ପୁଣି ଖୁସିର ସବାରୀ
ବାଜିଗଲା ବାର ବାଜିଗଲା
ଅଣ୍ଡା ଢୋ
ରେ ସଜନୀ
ସ୍ମାଇଲ୍ ପ୍ଲିଜ୍
ଆସୁଛୁ ଅସୁଛି ଖୁସିର ସବାରୀ

ଅଧାର[ସମ୍ପାଦନା]

  1. "Mahurat of Odia film 'Smile Please' held". DailyPoineer.com. 12 January 2014. Retrieved 16 February 2017.
  2. "Odia Film Calender 2014". OdiaLive.com. Retrieved 16 February 2017.
  3. "ଏହି ଓଲିଉଡ ନାୟକଙ୍କ ନୂଆ ନାୟିକା ହେଲେ ତାନ୍ୟା , ଜାଣନ୍ତୁ କେଉଁ ସିନେମାରେ ଆସୁଛନ୍ତି ଏହି ଯୋଡ଼ି". sambad.in. 8 June 2018. Retrieved 10 June 2018.
  4. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  5. "Chocolate hero says Smile Please". Odia Live. 24 February 2014. Retrieved 16 February 2017.
  6. ୬.୦ ୬.୧ Palit, Ashok (1 March 2015). "Smile please swept the 5th Odia Film Fair awards". Orissadiary. Retrieved 16 February 2017.[permanent dead link]
  7. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.