ସଞ୍ଜୁ ଆଉ ସଞ୍ଜନା

ଉଇକିପିଡ଼ିଆ‌ରୁ
ସଞ୍ଜୁ ଆଉ ସଞ୍ଜନା
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଲୁଟୁ ମହାନ୍ତି
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଅଶୋକ ପତି
କାହାଣୀଅଶୋକ ପତି
କଳାକାରବାବୁଶାନ୍
ପାରିଜାତ
ମିହିର ଦାସ
ଉଷସୀ ମିଶ୍ର
ସମରେଶ
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣସିତାଶୁଂ ମହାପାତ୍ର
ସମ୍ପାଦକସୁକୁମାର ମଣି
ବିତରକଜୟ ହନୁମାନ ଫିଲ୍ମ୍
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ସଞ୍ଜୁ ଆଉ ସଞ୍ଜନା [୧] ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ଏହା ଆଲୁ ଅର୍ଜୁନ ଓ ଶୀଲା ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ପାରୁଗୁର ରିମେକ୍। ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଜନ ।[୨]

କାହାଣୀ[ସମ୍ପାଦନା]

ପର୍ଶୁରାମ ପାଇକରାଏ ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ତାଙ୍କର ଇଛା ଯେ ତାଙ୍କ ଦୁଇ ଝିଅ ଅଞ୍ଜନା ଓ ସଞ୍ଜନାର ବାହାଘର ତାଙ୍କ ପସନ୍ଦରେ ହେବ। ଅଞ୍ଜନା ଅମରକୁ ଭଲ ପାଇ ଘର ଛାଡି ପଳାଉଛି। ପର୍ଶୁରାମ ଅଞ୍ଜନା ବିଷୟରେ ଜାଣିବା ପାଇଁ ଅମରର ସାଙ୍ଗମାନଙ୍କୁ ଅପହରଣ କରୁଛି। ସଞ୍ଜୟ ସେମାନଙ୍କ ମଧ୍ୟରୁ ଜଣେ। ସଞ୍ଜୁ ସଞ୍ଜନାକୁ ଭଲ ପାଇ ବସୁଛି ଓ ସେମାନେ ଘର ଛାଡି ପଳାଉଛନ୍ତି। ପର୍ଶୁରାମ ସଞ୍ଜୁକୁ ମାରି ସଞ୍ଜନାକୁ ଉଦ୍ଧାର କରିବା ପାଇଁ ଗୁଣ୍ଡା ପଠାଉଛି। ସଞ୍ଜୁ ବଞ୍ଚି ଯାଉଛି ଏବଂ ଶେଷରେ ସଞ୍ଜନାକୁ ବିବାହ କରୁଛି।

ଅଭିନୟରେ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

  • ସଙ୍ଗୀତକାର: ପ୍ରଶାନ୍ତ ପାଢୀ
  • ଗୀତିକାର:ବସନ୍ତରାଜ ସାମଲ, ଲୁଟୁ ମହାନ୍ତି
  • ପ୍ରଚ୍ଛଦପଟ ଗାୟକ:ତପୁ ମିଶ୍ର, ବିଭୁ କିଶୋର, କୃଷ୍ଣ ବେଉରା, କୁମାର ବାପି

ଚଳଚ୍ଚିତ୍ରର ସଂଗୀତଗୁଡ଼ିକ ହେଉଛି:

ଗୀତ କଣ୍ଠଶିଳ୍ପୀ ଗୀତିକାର
ମୁଁ ପବନ ମୁଁ ସପନ ମୁଁ ଦେବିନି କୃଷ୍ଣ ବେଉରା ବସନ୍ତରାଜ ସାମଲ
ପାହାଡ ଛାତିରେ ଲେଖା ଦୁଇଟି ନାଁ କୁମାର ବାପି ବସନ୍ତରାଜ ସାମଲ
ଫୁଲ ଋତୁ ଫେରିନି କିଏସେ ମୋତେ କିମିଆ ତପୁ ମିଶ୍ର, କୁମାର ବାପି ବସନ୍ତରାଜ ସାମଲ
ପ୍ରେମ ଯଦି ତୋର ନିଆଁ ହୁଏ ସେ ତପୁ ମିଶ୍ର, ବିଭୁ କିଶୋର ଲୁଟୁ ମହାନ୍ତି
ପ୍ରେମରେ ପଥର ତରଳି ଯାଏ ମାଟିର କଣ୍ଢେଇ କୃଷ୍ଣ ବେଉରା ଅରୁଣ ମନ୍ତ୍ରୀ

ସମ୍ମାନ[ସମ୍ପାଦନା]

  • ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ଚଳଚ୍ଚିତ୍ର ୨୦୧୦
  • ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ କଳାକାର ୨୦୧୦
  • ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ ୨୦୧୦
  • ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ୨୦୧୦

[୫][୬] [୭][୮][୯]

ଆଧାର[ସମ୍ପାଦନା]

  1. ଇଣ୍ଟରନେଟ ମୁଭି ଡାଟାବେସରେ ସଞ୍ଜୁ ଆଉ ସଞ୍ଜନା
  2. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  3. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  4. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  5. "ଆର୍କାଇଭ୍ କପି". Archived from the original on 2011-03-12. Retrieved 2011-08-24. {{cite web}}: Cite has empty unknown parameter: |1= (help)
  6. [୧][permanent dead link]୨ୟ ତରଙ୍ଗ ସିନେ ସମ୍ମାନ ଓଡି଼ଆ ସିନେମାର ଶ୍ରେଷ୍ଠତା ପ୍ରଦର୍ଶନ କରୁଛି
  7. ୨ୟ ତରଙ୍ଗ ସିନେ ସମ୍ମାନ ଓଡି଼ଆ ସିନେମାର ଶ୍ରେଷ୍ଠତା ପ୍ରଦର୍ଶନ କରୁଛି, ଓଡି଼ଶା ମନୋରଞ୍ଜନ ସମାଚାର
  8. [୨]CinemaSagar » ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ ଅନୁଷ୍ଠିତ ହେଲା
  9. ତରଙ୍ଗ ସିନେ ସମ୍ମାନ ଓଡି଼ଆ ସିନେମାର ଶ୍ରେଷ୍ଠତା ପ୍ରଦର୍ଶନ କରୁଛି। | ଓଡି଼ଶା ସମାଚାର | ଓଡି଼ଶା୩୬୦

ବାହାର ଲିଙ୍କ୍[ସମ୍ପାଦନା]