Jump to content

ପ୍ରଶାନ୍ତ ପାଢ଼ୀ

ଉଇକିପିଡ଼ିଆ‌ରୁ
ପ୍ରଶାନ୍ତ ପାଢ଼ୀ
ଜନ୍ମ(1961-06-26)୨୬ ଜୁନ ୧୯୬୧
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ
ଶିକ୍ଷାନୁଷ୍ଠାନଏମ.ଆର. ହାଇସ୍କୁଲ ସୋନପୁର, ଶ୍ରୀ କୃଷ୍ନଚନ୍ଦ୍ର ଗଜପତି ମହାବିଦ୍ୟାଳୟ ପାରଳାଖେମୁଣ୍ଡି
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଂଗୀତକାର[]

ପ୍ରଶାନ୍ତ ପାଢୀ (ଜନ୍ମ: ୨୬ ଜୁନ ୧୯୬୧), ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ । ସେ ଉଭୟ ଭଜନ ଓ ଆଧୁନିକ ଗୀତର ଆଲବମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କଣ୍ଠଦାନ ମଧ୍ୟ କରିଛନ୍ତି । ୨୦ଟିରୁ ଅଧିକ ଓଡ଼ିଆ କଥାଚିତ୍ର ଓ ଅନେକ ବଙ୍ଗଳା କଥାଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ପ୍ରଶାନ୍ତ ୧୯୬୧ ମସିହା, ଜୁନ ୨୬ ତାରିଖରେ ଓଡ଼ିଶାର ପାରଳାଖେମୁଣ୍ଡି ଅନ୍ତର୍ଗତ ଦେବିତୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଇତାମାତାଙ୍କର ସଙ୍ଗୀତ ପ୍ରତି ଭଲପାଇବା ଥିଲା । ପିତା ଜଣେ କୃଷ୍ଣଲିଳା ଓ କୀର୍ତ୍ତନ ଗାୟକ ମଧ୍ୟ ଥିଲେ । ପିଲାଟି ଦିନରୁ ପ୍ରଶାନ୍ତ ସଙ୍ଗୀତ ଓ ହାରମନିୟମ ବଜାଇବା ପାଇଁ ମଧ୍ୟ ଶିକ୍ଷାରମ୍ଭ କରିଥିଲେ । ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା, କିଶୋର ପଟ୍ଟନାୟକ, ଉମାମଣି ପଟ୍ଟନାୟକ, ଭକ୍ତବତ୍ସଳ ପାତ୍ର, ପୁଷ୍ପାବେଣୀ ପଟ୍ଟନାୟକ ଓ ଗୁରୁ ଗୋଷ୍ଠଚନ୍ଦ୍ର ପାତ୍ର ଆଦି ଗୁରୁଙ୍କଠାରୁ ସେ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ସେ ସୋନପୁରର ଏମ.ଆର. ହାଇସ୍କୁଲରେ ପାଠ ପଢ଼ିଥିଲେ ଓ ପାରଳାଖେମୁଣ୍ଡିର ଶ୍ରୀ କୃଷ୍ନଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।

ବୃତ୍ତିଗତ ଜୀବନ

[ସମ୍ପାଦନା]

ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବାପରେ, ଶିଳ୍ପ ବିଭାଗରେ ଚାକିରୀ ପାଇଥିଲେ ଓ କଟକରେ ଇଣ୍ଡଷ୍ଟ୍ରୀ ପ୍ରମୋଶନ ଅଫିସର ଭାବରେ ଚାକିରୀ ଆରମ୍ଭ କରିଥିଲେ । ଏଠାରେ ସେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । କଟକରେ ଚାକିରୀ କରିବା ତାଙ୍କ ସଙ୍ଗୀତ ସାଧନା ଦିଗରେ ସହଯୋଗୀ ହୋଇଥିଲା ଓ ସଙ୍ଗୀତ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବାରେ ସେ ସମର୍ଥ ହୋଇଥିଲେ । କ୍ରମେ ସଙ୍ଗୀତ କ୍ଷେତ୍ରରେ ତାଙ୍କର ବ୍ୟସ୍ତତା ବଢ଼ିବାରୁ ସେ ଚାକିରୀ ଛାଡ଼ିଦେଇଥିଲେ ।

ପ୍ରଶାନ୍ତ, ଭଜନ ଆଲବମରେ ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଭାବରେ ନିଜ କର୍ମଜୀବନ ଆରମ୍ଭ କରିଥିଲେ ଓ ସଫଳତା ମଧ୍ୟ ଅର୍ଜନ କରିଥିଲେ । ଭଜନ ବ୍ୟତିତ ବହୁ ଆଧୁନିକ ଆଲବମରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୮ ମସିହାରେ, ନନ୍ଦିନୀ ଆଇ ଲଭ ୟୁ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ ସିନେମା ଜଗତକୁ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରର ସଙ୍ଗୀତ ଖୁବ ଲୋକପ୍ରିୟ ହୋଇଥିଲା ଓ ତାଙ୍କୁ ଲୋକଲୋଚନକୁ ଆଣିଦେଇଥିଲା ।[] ୧୯୯୦ ମସିହାରେ ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ ।[]

ଓଡ଼ିଆ କଥାଚିତ୍ରକୁ ଅବଦାନ

[ସମ୍ପାଦନା]
କଥାଚିତ୍ରଭୂମିକାନିର୍ଦ୍ଦେଶକବର୍ଷପୁରସ୍କାର
ଏମିତି ବି ପ୍ରେମ ହୁଏସଙ୍ଗୀତକାରନିଶିକାନ୍ତ ଦଳବେହେରା୨୦୧୨
ମୁ ପ୍ରେମୀ ମୁ ପାଗଳସଙ୍ଗୀତକାରନିଶିକାନ୍ତ ଦଳବେହେରା୨୦୧୧
ଏ ମନ ଖୋଜେ ମନଟିଏସଙ୍ଗୀତକାରରଞ୍ଜନ ମିଶ୍ର୨୦୧୧
ଭୁଲ ବୁଝିବନି ମତେସଙ୍ଗୀତକାରକୁନାଳ ପଟ୍ଟନାୟକ୨୦୧୧
ମନ ମୋର ପ୍ରଜାପତିସଙ୍ଗୀତକାରଅନାମ ଚରଣ ସାହୁ୨୦୧୧
ସଞ୍ଜୁ ଆଉ ସଞ୍ଜନାସଙ୍ଗୀତକାରଅଶୋକ ପତି୨୦୧୦
ମିତରେ ମିତସଙ୍ଗୀତକାରସୁଧାକର ବସନ୍ତ୨୦୧୦
ଡ୍ରିମ୍ ଗାର୍ଲସଙ୍ଗୀତକାରଅଶୋକ ପତି୨୦୦୯
ପ୍ରେମ ରୋଗୀସଙ୍ଗୀତକାରଅଶୋକ ପତି୨୦୦୯
ନନ୍ଦିନୀ ଆଇ ଲଭ ୟୁସଙ୍ଗୀତକାରଅଶୋକ ପତି୨୦୦୮

ସମ୍ମାନ

[ସମ୍ପାଦନା]
  • ବାଣିଚିତ୍ର ସମ୍ମାନ - ୨୦୦୮[]
  • ବାଣିଚିତ୍ର ସମ୍ମାନ - ୨୦୦୯[]
  • ତରଙ୍ଗ ସିନେ ସମ୍ମାନ - ୨୦୧୦[]
  1. http://www.telegraphindia.com/1110809/jsp/orissa/story_14334871.jsp
  2. "ଆର୍କାଇଭ୍ କପି". Archived from the original on 2012-08-13. Retrieved 2012-08-13. {{cite web}}: Cite has empty unknown parameter: |1= (help)
  3. "ପ୍ରଥମ ରୋଜଗାର". No. ଧରିତ୍ରୀ ଛୁଟିଦିନ ୨-୮, ୨୦୨୨ ପୃଷ୍ଠା ୯. ଧରିତ୍ରୀ. ଧରିତ୍ରୀ. Archived from the original on 11 January 2022. Retrieved 11 January 2022.
  4. http://www.hindu.com/2009/06/15/stories/2009061550470200.htm%5B%5D
  5. http://www.hindu.com/2010/06/09/stories/2010060957580200.htm
  6. http://www.thehindu.com/todays-paper/tp-national/tp-otherstates/article1516367.ece

ବାହାର ଆଧାର

[ସମ୍ପାଦନା]