ମିଠା ମିଠା
ମିଠା ମିଠା | |
---|---|
ନିର୍ଦ୍ଦେଶକ | ଶ୍ରୀକାନ୍ତ ଗୌତମ |
ପ୍ରଯୋଜକ | ସଞ୍ଜୟ କୁମାର ରାଉତ ଏବଂ ତ୍ରିଲୋଚନା ଦାସ |
ସଂଳାପ | ଶ୍ରୀକାନ୍ତ ଗୌତମ |
ଚିତ୍ରନାଟ୍ୟ | ଶ୍ରୀକାନ୍ତ ଗୌତମ |
କାହାଣୀ | ଶ୍ରୀକାନ୍ତ ଗୌତମ |
କଳାକାର | ଜ୍ୟୋତି ରଞ୍ଜନ ନାୟକ, ଅମ୍ରିତା, ସମ୍ଭବ, ଶ୍ରଦ୍ଧା, ରାଜେଶ, ପ୍ରକୃତି ମିଶ୍ର, ଶ୍ରୀକାନ୍ତ ଗୌତମ, ହରିହର ମହାପାତ୍ର |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଚନ୍ଦନ ମଜୁମଦାର |
ମୁକ୍ତିଲାଭ ତାରିଖ | ୨୬ ମଇ ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମିଠା ମିଠା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ସଞ୍ଜୟ କୁମାର ରାଉତ ଏବଂ ତ୍ରିଲୋଚନ ଦାସ । ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ଶ୍ରୀକାନ୍ତ ଗୌତମ ଏହି ଚଳଚ୍ଚିତ୍ରର ଗୀତ, କାହାଣୀ, ସଂଳାପ ଲେଖିଥିବା ବେଳେ ନିଜେ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।
ଏହି ଚଳଚ୍ଚିତ୍ର ପାଇଁ ଶ୍ରୀକାନ୍ତ ଗୌତମ ୨୦୧୫ରେ ଇ ଟିଭି ଓଡ଼ିଆରେ 'ମିଠା ମିଠା ଯୋଡ଼ି' ନାମକ ଏକ କାର୍ଯ୍ୟକ୍ରମ କରିଥିଲେ ।[୬] ଏହି କାର୍ଯ୍ୟକ୍ରମ ଜରିଆରେ ସେ ଏହି ଚଳଚ୍ଚିତ୍ରର ନାୟିକା ଏବଂ ନାୟିକା ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ୟୋତି ଏବଂ ଅଙ୍କିତା ବିଜେତା ହୋଇଥିଲେ ।[୭] ଏହାପରେ ଚଳଚ୍ଚିତ୍ରଟିର ସୁଟିଂ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରୁ ରାଜେଶ, ଶ୍ରଦ୍ଧା ଏବଂ ସମ୍ଭବଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା । ଏହି ୫ ଜଣ ନୂଆ ମୁହଁ ସହ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ନାୟିକା ଭାବରେ ନିଆଯାଇଥିଲା । ଶ୍ରୀକାନ୍ତଙ୍କ ସହ ସ୍ମିତା ମହାନ୍ତି, ହରିହର ମହାପାତ୍ର, ଅଶ୍ରୁମୋଚନ, ହର ରଥ ପ୍ରମୁଖ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଥିଲେ ।[୮] ନାୟକ ଜ୍ୟୋତିଙ୍କର ଏହି ଚଳଚ୍ଚିତ୍ରଟି ପ୍ରଥମ ଚଳଚ୍ଚିତ୍ର ଥିଲା, ମାତ୍ର ମୁକ୍ତିଲାଭରେ ବିଳମ୍ବ ହେତୁ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ବେଳକୁ ତାଙ୍କର ଅନ୍ୟ ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିସାରିଥିଲା ।
ଅଭିନୟ
[ସମ୍ପାଦନା]- ଜ୍ୟୋତି ରଞ୍ଜନ ନାୟକ[୯]
- ଅମ୍ରିତା
- ସମ୍ଭବ
- ଶ୍ରଦ୍ଧା ପାଣିଗ୍ରାହୀ[୧୦]
- ରାଜେଶ
- ପ୍ରକୃତି ମିଶ୍ର[୧୧]
- ଶ୍ରୀକାନ୍ତ ଗୌତମ
- ହରିହର ମହାପାତ୍ର
- ସ୍ମିତା ମହାନ୍ତି
- ଅଶ୍ରୁମୋଚନ ମହାନ୍ତି
- ହର ରଥ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ଏବଂ ଗୀତଗୁଡ଼ିକ ରଚନା କରିଥିଲେ ଶ୍ରୀକାନ୍ତ ଗୌତମ । ଇରା ମହାନ୍ତି, ସଂଗ୍ରାମ, ବିଷ୍ଣୁମୋହନ କବି, ହ୍ୟୁମାନ ସାଗର, ସତ୍ୟଜିତ୍ ଏବଂ ଅସୀମା ପଣ୍ଡା ପ୍ରମୁଖ ଏହି ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।[୮]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଢିଚ୍କିୟାଁ" | ଇରା ମହାନ୍ତି, ସଂଗ୍ରାମ | ୦୩:୪୮ |
2. | "ମିଠା ମିଠା" | ଇରା ମହାନ୍ତି, ବିଷ୍ଣୁମୋହନ କବି | ୦୪:୦୮ |
3. | "ଲାଇସେନ୍ସ ଦେ" | ଇରା ମହାନ୍ତି, ହ୍ୟୁମାନ ସାଗର | ୦୪:୦୦ |
4. | "କ ଖ ଗ ଘ" | ଅସୀମା ପଣ୍ଡା | ୦୪:୦୦ |
5. | "ପ୍ରଥମ ପ୍ରେମର" | ଇରା ମହାନ୍ତି, ହ୍ୟୁମାନ ସାଗର | ୦୪:୪୭ |
6. | "ସୁନ୍ ସୁନ୍" | ଇରା ମହାନ୍ତି, ସତ୍ୟ | ୦୪:୦୭ |
ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ ପାଶ୍ୱ ଅଭିନେତ୍ରୀ (ସ୍ମିତା ମହାନ୍ତି) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍-୨୦୧୮[୧୨]
ଆଧାର
[ସମ୍ପାଦନା]- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "Mitha Mitha". Odia Movie Database. Archived from the original on 7 July 2017. Retrieved 17 July 2017.
- ↑ "Mitha Mitha Jodi". Colors Odia. Retrieved 17 July 2017.
- ↑ "Jyoti And Ankita Winners of Mitha MItha Jodi on Colors Odia". Incredible Orissa. 21 September 2015. Retrieved 17 July 2017.
- ↑ ୮.୦ ୮.୧ "'ମିଠା ମିଠା'ର ପୋଷ୍ଟର୍ ରିଲିଜ୍". ସମ୍ବାଦ. 10 April 2017. Archived from the original on 20 July 2017. Retrieved 17 July 2017.
- ↑ "ଜ୍ୟୋତିଙ୍କ ସହ ଏଲ୍ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "ରାଉଡ଼ି ରାଜା | Sambad". ସମ୍ବାଦ. sambad.in. 26 July 2021. Archived from the original on 4 January 2022. Retrieved 4 January 2022.
- ↑ "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 18 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018.
{{cite news}}
: Unknown parameter|deadur=
ignored (help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମିଠା ମିଠା